“ପୁଥାଂଡୁ ହେଉଛି ପ୍ରାଚୀନ ପରମ୍ପରାରେ ଆଧୁନିକତାର ଏକ ପର୍ବ”
“ତାମିଲ ସଂସ୍କୃତି ଏବଂ ଲୋକମାନେ ଶାଶ୍ୱତ ହେବା ସହିତ ବିଶ୍ୱବ୍ୟାପୀ”
“ତାମିଲ ହେଉଛି ବିଶ୍ୱର ସର୍ବ ପୁରାତନ ଭାଷା । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ”
“ତାମିଲ ଫିଲ୍ମ ଉଦ୍ୟୋଗ ଆମକୁ କିଛି ପ୍ରତିଷ୍ଠିତ କାର୍ଯ୍ୟ ଦେଇଛି”
“ତାମିଲ ସଂସ୍କୃତିରେ ବହୁତ କିଛି ଅଛି ଯାହା ଭାରତକୁ ଏକ ରାଷ୍ଟ୍ର ଭାବରେ ପରିଣତ କରିଛି”
“ତାମିଲ ଲୋକଙ୍କ କ୍ରମାଗତ ଭାବରେ ସେବା କରିବାର ଅନୁଭବ ମୋତେ ନୂତନ ଶକ୍ତି ପ୍ରଦାନ କରିଛି”
“କାଶୀ ତାମିଲ ସଙ୍ଗମମରେ ଆମେ ପ୍ରାଚୀନତା, ନବସୃଜନ ଏବଂ ବିବିଧତାକୁ ଏକାସାଙ୍ଗରେ ପାଳନ କରିଥିଲୁ”
“ମୁଁ ବିଶ୍ୱାସ କରେ ତାମିଲ ଲୋକଙ୍କ ବିନା କାଶୀ ବାସିନ୍ଦାଙ୍କ ଜୀବନ ଅସମ୍ପୂର୍ଣ୍ଣ, ମୁଁ କାଶୀ ବାସୀରେ ପରିଣତ ହୋଇଛି ଏବଂ କାଶୀ ବିନା ତାମିଲ ଲୋକଙ୍କ ଜୀବନ ଅସମ୍ପୂର୍ଣ୍ଣ ଅଟେ”
“ଆମର ତାମିଲ ଐତିହ୍ୟ ବିଷୟରେ ଜାଣିବା, ଏହାକୁ ଦେଶ ତଥା ବିଶ୍ୱକୁ କହିବା ଆମର ଦାୟିତ୍ୱ ଅଟେ । ଏହି ଐତିହ୍ୟ ଆମର ଏକତାର ପ୍ରତୀକ ଏବଂ ‘ଦେଶ ପ୍ରଥମ' ର ଆବେଗ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସହକର୍ମୀ ମନ୍ତ୍ରୀ ଥିରୁ ଏଲ ମୁରୁଗାନଙ୍କ ବାସଭବନରେ ତାମିଲ ନୂତନ ବର୍ଷ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁଥାଂଡୁ ପାଳନ କରିବା ପାଇଁ ତାମିଲ ଭାଇ ଓ ଭଉଣୀଙ୍କ ମଧ୍ୟରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ । ପୁଥାଂଡୁ ପ୍ରାଚୀନ ପରମ୍ପରାରେ ଆଧୁନିକତାର ପର୍ବ । ଏହିପରି ପ୍ରାଚୀନ ତାମିଲ ସଂସ୍କୃତି ପ୍ରତିବର୍ଷ ନୂତନ ଶକ୍ତି ସହିତ ଆଗକୁ ବଢୁଛି । ଏହା ବାସ୍ତବରେ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାମିଲ ଲୋକ ଏବଂ ସଂସ୍କୃତିର ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ତାମିଲ ସଂସ୍କୃତି ପ୍ରତି ତାଙ୍କର ଆକର୍ଷଣ ଏବଂ ଭାବପ୍ରବଣତା ବୋଲି କହିଥିଲେ । ଗୁଜରାଟରେ ତାଙ୍କର ବିଧାନସଭା ର୍ନିବାଚନମଣ୍ଡଳୀରେ ତାମିଲ ଜନସଂଖ୍ୟାର ବଡ ଉପସ୍ଥିତି ଏବଂ ମହାନ ଭଲପାଇବାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତାମିଲ ଲୋକଙ୍କ ପ୍ରତି ଥିବା ପ୍ରେମ ପାଇଁ କୃତଜ୍ଞତାକୁ ପ୍ରକାଶ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାର ପ୍ରାଚୀରରୁ କହିଥିବା ପଞ୍ଚ ପ୍ରାଣକୁ ମନେ ପକାଇଥିଲେ - ନିଜର ଐତିହ୍ୟକୁ ନେଇ ଗର୍ବ କର, ଶ୍ରୀ ମୋଦୀ କହିଛନ୍ତି ଯେ ସଂସ୍କୃତି ଯେତେ ପୁରୁଣା, ସେତେ ଲୋକ ଏବଂ ସଂସ୍କୃତି ସମୟ ପରୀକ୍ଷିତ ହୁଏ । ତାମିଲ ସଂସ୍କୃତି ଏବଂ ଲୋକମାନେ ଶାଶ୍ୱତ ଏବଂ ବିଶ୍ୱବ୍ୟାପୀ । ଚେନ୍ନାଇରୁ କାଲିଫର୍ଣ୍ଣିଆ, ମଦୁରାଇରୁ ମେଲବୋର୍ଣ୍ଣ, କୋଏମ୍ବାଟୁରରୁ କେପଟାଉନ୍‌, ସାଲେମରୁ ସିଙ୍ଗାପୁର ପର୍ଯ୍ୟନ୍ତ; ତୁମେ ପାଇବ ତାମିଲ ଲୋକମାନେ ନିଜ ସହିତ ସେମାନଙ୍କ ସଂସ୍କୃତି ଏବଂ ପରମ୍ପରାକୁ ନେଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ପୋଙ୍ଗଲ ହେଉ କିମ୍ବା ପୁଥାଂଡୁ ହେଉ, ସେମାନେ ସମଗ୍ର ବିଶ୍ୱରେ ପରିଚିତ କରିଛନ୍ତି । ତାମିଲ ହେଉଛି ବିଶ୍ୱର ସର୍ବ ପୁରାତନ ଭାଷା । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ । ତାମିଲ ସାହିତ୍ୟକୁ ମଧ୍ୟ ବହୁ ସମ୍ମାନିତ କରାଯାଏ । ତାମିଲ ଫିଲ୍ମ ଉଦ୍ୟୋଗ ଆମକୁ ଅନେକ ପ୍ରତିଷ୍ଠିତ କାର୍ଯ୍ୟ ଦେଇଛି ।

ସ୍ୱାଧୀନତା ସଂଗ୍ରାମରେ ତାମିଲ ଲୋକଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରେ ଦେଶର ଅଭିବୃଦ୍ଧିରେ ତାମିଲ ଲୋକଙ୍କ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ସି ରାଜଗୋପାଳଚାରୀ, କେ କାମରାଜ ଏବଂ ଡକ୍ଟର କଲାମଙ୍କ ପରି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ମନେ ପକାଇ କହିଥିଲେ ଯେ ଚିକିତ୍ସା, ଆଇନ ଏବଂ ଶିକ୍ଷା କ୍ଷେତ୍ରରେ ତାମିଲୀୟମାନଙ୍କ ଅବଦାନ ତୁଳନାତ୍ମକ ନୁହେଁ ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଭାରତ ହେଉଛି ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଏବଂ ତାମିଲନାଡୁର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହାର ଅବିସ୍ମରଣୀୟ ପ୍ରମାଣ ଅଛି । ସେ ଉଥିରାମେରୁରରେ ଏକ ୧୧ ରୁ ୧୨ ଶହ ବର୍ଷ ପୁରୁଣା ଶିଳାଲେଖ ବିଷୟରେ କହିଥିଲେ ଯାହା ପ୍ରାଚୀନ କାଳରୁ ଗଣତାନ୍ତ୍ରିକ ନୈତିକତା ଏବଂ ବ୍ୟବସ୍ଥାକୁ ବର୍ଣ୍ଣନା କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାମିଲ ସଂସ୍କୃତିରେ ଅନେକ କିଛି ଅଛି ଯାହା ଭାରତକୁ ଏକ ରାଷ୍ଟ୍ର ଭାବରେ ପରିଣତ କରିଛି । ସେମାନଙ୍କ ଚମତ୍କାର ଆଧୁନିକ ପ୍ରାସଙ୍ଗିକତା ଏବଂ ସେମାନଙ୍କର ସମୃଦ୍ଧ ପ୍ରାଚୀନ ପରମ୍ପରା ପାଇଁ ସେ କାଞ୍ଚିପୁରମରେ ଥିବା ଭେଙ୍କଟେସା ପେରୁମାଲ ମନ୍ଦିର ଏବଂ ଚତୁରଙ୍ଗ ଭାଲାଭାନାଥାର ମନ୍ଦିର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

 

ସମୃଦ୍ଧ ତାମିଲ ସଂସ୍କୃତିର ସେବା କରିବାର ସୁଯୋଗକୁ ଗର୍ବର ସହିତ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ମିଳିତ ଜାତିସଂଘରେ ତାମିଲ ଭାଷାକୁ ଉଦ୍ଧୃତ କରିବା ଏବଂ ଜାଫନାରେ ଗୃହ ପ୍ରବେଶ ସମାରୋହରେ ଯୋଗଦେବା ତାଙ୍କର ମନେ ପଡିଥିଲା । ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏକି ଜାଫନା ପରିଦର୍ଶନ କରିଛନ୍ତି ଏବଂ ତାଙ୍କ ଗସ୍ତ ସମୟରେ ଏବଂ ପରେ ସେଠାରେ ଅନେକ କଲ୍ୟାଣମୂଳକ ପ୍ରକଳ୍ପ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ତାମିଲବାସୀଙ୍କୁ ନିରନ୍ତର ସେବା କରିବାର ଏହି ଅନୁଭବ ମୋତେ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଥାଏ ।

ନିକଟରେ ଅନୁଷ୍ଠିତ କାଶୀ ତାମିଲ ସଙ୍ଗମମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମେ ପ୍ରାଚୀନତା, ନବସୃଜନ ଏବଂ ବିବିଧତାକୁ ଏକାସାଙ୍ଗରେ ପାଳନ କରିଛୁ । ସାଙ୍ଗମମରେ ତାମିଲ ଶିକ୍ଷାର ପୁସ୍ତକଗୁଡ଼ିକ ପାଇଁ ଥିବା ଆଗ୍ରହ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ, ଏହି ଡିଜିଟାଲ ଯୁଗରେ ତାମିଲ ପୁସ୍ତକଗୁଡ଼ିକ ଏହିପରି ଭଲ ପାଇବା, ଏହା ଆମର ସାଂସ୍କୃତିକ ସଂଯୋଗକୁ ଦର୍ଶାଏ । ମୋର ବିଶ୍ୱାସ, ତାମିଲ ଲୋକଙ୍କ ବିନା କାଶୀ ବାସିନ୍ଦାଙ୍କ ଜୀବନ ଅସମ୍ପୂର୍ଣ୍ଣ, ମୁଁ କାଶୀ ବାସୀ ହୋଇଗଲି ଏବଂ କାଶୀ ବିନା ତାମିଲ ଲୋକଙ୍କ ଜୀବନ ଅସମ୍ପୂର୍ଣ୍ଣ ଅଟେ ।  ଶ୍ରୀ ମୋଦୀ ସୁବ୍ରମଣ୍ୟମ ଭାରତୀଙ୍କ ନାମରେ ନୂତନ ଚେୟାର ଏବଂ କାଶୀ ବିଶ୍ୱନାଥଙ୍କ ମନ୍ଦିର ଟ୍ରଷ୍ଟରେ ଜଣେ ତାମିଲ ବ୍ୟକ୍ତି ସ୍ଥାନ ପାଇବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

 

ଅତୀତର ଜ୍ଞାନ ସହିତ ଭବିଷ୍ୟତ ଜ୍ଞାନର ଉତ୍ସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାମିଲ ସାହିତ୍ୟର ଶକ୍ତି ଉପରେ ଆଲୋକପାତ କରିଛନ୍ତି । ପ୍ରାଚୀନ ସଙ୍ଗମ ସାହିତ୍ୟରେ ଶ୍ରୀ ଅନ୍ନ-ମିଲେଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତର ଉଦ୍ୟମରେ ସମଗ୍ର ବିଶ୍ୱ ଆମର ସହସ୍ର ବର୍ଷର ମିଲେଟ ପରମ୍ପରା ସହିତ ଯୋଡି ହୋଇ ଯାଇଛି । ଖାଦ୍ୟ ଥାଳିରେ ମିଲେଟକୁ ସ୍ଥାନ ଦେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବା ପାଇଁ ସଙ୍କଳ୍ପ ନେବାକୁ ସେ ଏହି ସମାବେଶକୁ କହିଥିଲେ ।

ଯୁବପୀଢିଙ୍କ ମଧ୍ୟରେ ତାମିଲ କଳାର ଧାରାକୁ ପ୍ରୋତ୍ସାହିତ କରିବା ଏବଂ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜିର ଯୁବ ପୀଢି ମଧ୍ୟରେ ସେମାନେ ଯେତେ ଲୋକପ୍ରିୟ, ସେମାନେ ପରବର୍ତ୍ତୀ ପୀଢିକୁ ସେତେ ଅଧିକ ଦେବେ । ତେଣୁ ଯୁବକମାନଙ୍କୁ ଏହି କଳା ବିଷୟରେ ଶିକ୍ଷା ଦେବା ଆମର ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି । ସ୍ୱାଧୀନତାର ଅମୃତ କାଳରେ ଆମର ତାମିଲ ଐତିହ୍ୟ ବିଷୟରେ ଜାଣିବା, ଏହାକୁ ଦେଶ ତଥା ବିଶ୍ୱକୁ ଜଣାଇବା ଆମର ଦାୟିତ୍ୱ ଅଟେ । ଏହି ଐତିହ୍ୟ ଆମର ଏକତାର ପ୍ରତୀକ ଏବଂ “ଦେଶ ପ୍ରଥମ” ର ଆବେଗ । ଆମକୁ ନିରନ୍ତର ତାମିଲ ସଂସ୍କୃତି, ସାହିତ୍ୟ, ଭାଷା ଏବଂ ତାମିଲ ପରମ୍ପରାକୁ ଆଗକୁ ବଢାଇବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ତାଙ୍କର ବକ୍ତବ୍ୟ ଶେଷ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win