ମିଡିଆର ବନ୍ଧୁଗଣ.

ନମସ୍କାର।

ସର୍ବ ପ୍ରଥମେ ରାଷ୍ଟ୍ରପତି, ମୋର ମିତ୍ର ରାମାଫୋସାଜିଙ୍କୁ ବ୍ରିକ୍‌ସ ସମିଟର ସଫଳ ଆୟୋଜନ ପାଇଁ ଅନେକ ଧନ୍ୟବାଦ ଜଣାଉଛି, ତାଙ୍କର ଅଭିନନ୍ଦନ କରୁଛି। 

ମୁଁ ଖୁସି ଯେ ତିନି ଦିନର ଏହି ବୈଠକରେ ଅନେକ ସକାରାତ୍ମକ ପରିଣାମ ସମ୍ମୁଖକୁ ଆସିଛି। 

ଆମେ ବ୍ରିକ୍‌ସର 15 ତମ ଅଧିବେଶନ ଅବସରରେ, ଏହାର ସଂପ୍ରସାରଣ କରିବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। 

ଯେପରି ମୁଁ କାଲି କହିଥିଲି, ଭାରତ ବ୍ରିକ୍‌ସର ସଦସ୍ୟତାରେ ବିସ୍ତାରକୁ ସର୍ବଦା ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିଛି। 

ଭାରତର ଏହି ମତ ରହିଛି ଯେ ନୂତନ ସଦସ୍ୟମାନେ ସାମିଲ୍ ହେବା ଦ୍ବାରା ବ୍ରିକ୍‌ସ ଏକ ସଙ୍ଗଠନ ଭାବରେ ଆହୁରି ଅଧିକ ମଜବୁତ୍ ହେବ, ତଥା ଆମର ସମସ୍ତ ମିଳିତ ପ୍ରଚେଷ୍ଟାକୁ ଏକ ନୂତନ ଶକ୍ତି ମିଳିପାରିବ। 

ଏହି ପଦକ୍ଷେପ ଦ୍ବାରା ବିଶ୍ବର ଅନେକ ଦେଶ ଗୁଡ଼ିକର ମଲ୍‌ଟିପୋଲାର ୱାର୍ଲଡ୍ ଅର୍ଡ଼ରରେ ବିଶ୍ବାସ ଆହୁରି ସୁଦୃଢ଼ ହେବ।

ମୁଁ ଖୁସି ଯେ ଆମର ଟିମ୍ ସଂପ୍ରସାରଣର ଗାଇଡିଂ ପ୍ରିନ୍‌ସିପଲ୍, ଷ୍ଟାଣ୍ଡାର୍ଡ଼, ମାନଦଣ୍ଡ ଓ ପ୍ରଣାଳୀ ଉପରେ ସହମତି ପ୍ରକାଶ କରିଛି। 

ଏହାର ଆଧାରରେ ଆଜି ଆମେ ଆର୍ଜେଣ୍ଟିନା, ଇଜିପ୍‌ଟ, ଇରାନ୍, ସାଉଦୀ ଆରବ, ଇଥିଓପିଆ ଓ ୟୁଏଇକୁ ବ୍ରିକ୍‌ସରେ ସ୍ବାଗତ କରିବା ପାଇଁ ସହମତି ହୋଇଛି। 

ସର୍ବ ପ୍ରଥମେ ମୁଁ ଏହି ଦେଶର ନେତା ଏବଂ ଲୋକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। 

ମୋର ବିଶ୍ବାସ ରହିଛି ଯେ ଏହି ଦେଶ ସହିତ ମିଶି କରି ଆମେ ଆମର ସହଯୋଗକୁ ଏକ ନୂଆ ଗତି, ନୂତନ ଶକ୍ତି ପ୍ରଦାନ କରିବୁ। 

ଭାରତର ଏହି ସବୁ ଦେଶ ସହିତ ବହୁତ ଗଭୀର ସମ୍ପର୍କ ରହିଛି, ବହୁତ ଐତିହାସିକ ସମ୍ବନ୍ଧ ରହିଛି। 

ବ୍ରିକ୍‌ସର ସହଯୋଗରେ ଆମର ଦ୍ବିପାକ୍ଷୀକ ସହଯୋଗରେ ମଧ୍ୟ ନୂତନ ଦିଗ ନିଶ୍ଚିତ ଭାବରେ ସାମିଲ୍ ହେବ। 

ଅନ୍ୟ ଯେଉଁ ଦେଶ ଗୁଡ଼ିକ ମଧ୍ୟ ବ୍ରିକ୍‌ସ ସହିତ ସାମିଲ୍ ହେବା ପାଇଁ ଆଶା ବ୍ୟକ୍ତ କରିଛନ୍ତି, ଭାରତ ତାଙ୍କୁ ମଧ୍ୟ ପାର୍ଟନର ଦେଶ ଭାବରେ ସାମିଲ୍ ହେବାପାଇଁ ସହମତି ସୃଷ୍ଟି କରିବାରେ ଯୋଗଦାନ ଦେବ। 

ବନ୍ଧୁଗଣ, 

ବ୍ରିକ୍‌ସର ସଂପ୍ରସାରଣ ଓ ଆଧୁନିକିକରଣ ଏହି ବାର୍ତ୍ତାର ସନ୍ଦେଶ ଯେ ବିଶ୍ବର ସମସ୍ତ ଅନୁଷ୍ଠାନ କୁ ପରିବର୍ତ୍ତନ ହେଉଥିବା ସମୟ ପରିସ୍ଥିତି ଅନୁସାରେ ଖାପ ଖୁଆଇବା ଆବଶ୍ୟକ। 

ଏହା ଏକ ଏପରି ପଦକ୍ଷେପ ଯାହା ବିଂଶ ଶତାବ୍ଦୀରେ ସ୍ଥାପିତ ଅନ୍ୟ ଗ୍ଲୋବାଲ୍ ଅନୁଷ୍ଠାନର ରିଫର୍ମ ପାଇଁ ଏକ ଉଦାହରଣ ହୋଇପାରେ। 

ବନ୍ଧୁଗଣ, 

ଏବେ ମୋର ବନ୍ଧୁ ରାମାଫୋସା ଜି ଭାରତର ମୁନ୍ ମିଶନକୁ ନେଇ ଅନେକ ଅଭିନନ୍ଦନ ଜଣାଇଛନ୍ତି ଏବଂ ମୁଁ ଏଠାରେ କାଲି ଠାରୁ ଏହାକୁ ଅନୁଭବ କରୁଛି। ସମସ୍ତଙ୍କ ସହିତ ସାକ୍ଷାତ ହେଉଛି। 

ଏବେ ସାରା ଦୁନିଆଁରେ ଏହି ସଫଳତାକୁ ଏକ ଦେଶର ସୀମିତ ସଫଳତା ଭାବରେ ନୁହେଁ ବରଂ ସମଗ୍ର ମାନବ ଜାତିର ଏକ ମହତ୍ତ୍ବପୂର୍ଣ୍ଣ ସଫଳତା ଭାବରେ ସ୍ବୀକାର କରାଯାଉଛି। 

ଏହା ଆମ ସଭିଙ୍କ ପାଇଁ ଏକ ଗର୍ବର ବିଷୟ ଅଟେ। ଏବଂ ଭାରତର ବୈଜ୍ଞାନିକଙ୍କୁ ସମଗ୍ର ବିଶ୍ବରୁ ଅଭିନନ୍ଦନ ପ୍ରଦାନ କରାଯାଉଛି। 

ବନ୍ଧୁଗଣ, 

ଗତ କାଲି ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁ ସଫ୍‌ଟ ଲ୍ୟାଣ୍ଡିଂ କରିଛି। 

ଏହା କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ବର ବୈଜ୍ଞାନିକ ଗୋଷ୍ଠୀଙ୍କ ପାଇଁ ଏକ ବହୁତ ବଡ଼ ଅଭିଜ୍ଞତା ଅଟେ। 

ଏବଂ ଯେଉଁ କ୍ଷେତ୍ରରେ ଭାରତ ଏହାର ଟାରଗେଟ୍ ନିର୍ଦ୍ଧାରିତ କରିଥିଲା, ସେଠାରେ ପୂର୍ବରୁ କେବେ କୌଣସି ପ୍ରଚେଷ୍ଟା ହୋଇନଥିଲା। ଏବଂ ଏହି ପ୍ରଚେଷ୍ଟା ସଫଳ ହୋଇଛି। ତେଣୁ ବଡ଼ କଠିନ ପୃଷ୍ଠ ଭାଗ ଉପରେ, ବିଜ୍ଞାନ ଆମକୁ ପହଞ୍ଚାଇ ପାରିଛି। 

ଏହା ନିଶ୍ଚିତ ଭାବରେ, ବିଜ୍ଞାନର, ବୈଜ୍ଞାନିକମାନଙ୍କର ଏକ ବଡ଼ ସଫଳତା ଅଟେ। 

ଏହି ଐତିହାସିକ ଅବସରରେ ଆପଣ ସଭିଙ୍କ ପକ୍ଷରୁ ମୋତେ ଭାରତକୁ, ଭାରତର ବୈଜ୍ଞାନିକମାନଙ୍କୁ ଓ ଦୁନିଆଁର ବୈଜ୍ଞାନିକ କମ୍ୟୁନିଟିକୁ ଯେଉଁ ଅଭିନନ୍ଦନ ବାର୍ତ୍ତା ମିଳିଛି, ମୁଁ ସାର୍ବଜନିକ ଭାବରେ ଆପଣ ସଭିଙ୍କୁ ମୋ ପକ୍ଷରୁ ମୋର ଦେଶବାସୀଙ୍କ ପକ୍ଷରୁ ଏବଂ ମୋର ବୈଜ୍ଞାନିକଙ୍କ ପକ୍ଷରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। 

ଆପଣଙ୍କୁ ଧନ୍ୟବାଦ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi