"ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ନବ ନିଯୁକ୍ତ"
“ବର୍ତ୍ତମାନର ସରକାର ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ ଦେଉଛନ୍ତି”
“ଯେତେବେଳେ ସକାରାତ୍ମକ ଚିନ୍ତାଧାରା, ସଠିକ୍ ଉଦ୍ଦେଶ୍ୟ ଏବଂ ପୂର୍ଣ୍ଣ ନିଷ୍ଠା ସହିତ ନିଷ୍ପତ୍ତି ନିଆଯାଏ, ସେତେବେଳେ ସମଗ୍ର ପରିବେଶ ସକାରାତ୍ମକତାରେ ପରିପୂର୍ଣ୍ଣ ହୋଇଯାଏ”
"ବ୍ୟବସ୍ଥାରୁ ଗଳାବାଟ ରୋକିବା ଫଳରେ ସରକାର ଗରିବଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ବଢ଼ାଇବାରେ ସକ୍ଷମ ହୋଇଛନ୍ତି"
‘‘ବିଶ୍ୱକର୍ମାଙ୍କ ପାରମ୍ପରିକ ଦକ୍ଷତାକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପ୍ରଣୟନ କରାଯାଇଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ରୋଜଗାର ମେଳାକୁ ଅଭାସୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନେ ନିଯୁକ୍ତି ପତ୍ର ପାଉଛନ୍ତି ସେମାନେ ଏହି ଐତିହାସିକ ସମୟରେ ଶିକ୍ଷାଦାନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଯୋଗ ଦେଉଛନ୍ତି । ଲାଲକିଲ୍ଲାରୁ ଦେଶର ବିକାଶରେ ଜାତୀୟ ଚରିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନଙ୍କୁ ଚାକିରି ମିଳୁଛି ସେମାନେ ଭାରତର ଭବିଷ୍ୟତ ପିଢ଼ିକୁ ଗଢ଼ିତୋଳିବା, ଆଧୁନିକୀକରଣ କରିବା ଏବଂ ସେମାନଙ୍କୁ ଏକ ନୂତନ ଦିଗ ଦେଖାଇବାର ଦାୟିତ୍ୱରେ ରହିବେ । ଏହି ରୋଜଗାର ମେଳା ଅବସରରେ ସେ ଆଜି ମଧ୍ୟପ୍ରଦେଶର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସାଢ଼େ ପାଞ୍ଚ ହଜାରରୁ ଅଧିକ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୩ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟରେ ପାଖାପାଖି ୫୦ ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଏବଂ ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏକ ବିକଶିତ ଭାରତର ସଂକଳ୍ପକୁ ପ୍ରମାଣିତ କରିବାରେ ବଡ଼ ଅବଦାନ ଥିବା ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାରେ ନୂତନ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ପାରମ୍ପରିକ ଜ୍ଞାନ ଏବଂ ଭବିଷ୍ୟତ ର ପ୍ରଯୁକ୍ତିବିଦ୍ୟାକୁ ସମାନ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଥିବା ବେଳେ ମାତୃଭାଷାରେ ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରଗତି ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଇଂରାଜୀ ଜାଣିନଥିବା ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ନଦେବା ଦ୍ୱାରା ହେଉଥିବା ବଡ଼ ଅନ୍ୟାୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ଏବେ ପାଠ୍ୟକ୍ରମରେ ଆଞ୍ଚଳିକ ଭାଷାରେ ପୁସ୍ତକ ଉପରେ ଗୁରୁତ୍ୱ ଦେଉଛନ୍ତି ଯାହା ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର ଆଧାର ହେବ ।

ଅମୃତ କାଳର ପ୍ରଥମ ବର୍ଷରେ ଆସିଥିବା ଦୁଇଟି ସକାରାତ୍ମକ ଖବର ଯଥା ଦାରିଦ୍ର୍ୟ ହ୍ରାସ ଏବଂ ଦେଶରେ ସମୃଦ୍ଧି ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ସକାରାତ୍ମକ ଚିନ୍ତାଧାରା, ସଠିକ ଉଦ୍ଦେଶ୍ୟ ଏବଂ ପୂର୍ଣ୍ଣ ନିଷ୍ଠାର ସହ ନିଷ୍ପତ୍ତି ନିଆଯାଏ, ସେତେବେଳେ ସମଗ୍ର ପରିବେଶ ସକାରାତ୍ମକତାରେ ପରିପୂର୍ଣ୍ଣ ହୋଇଯାଏ" । ପ୍ରଥମତଃ ନୀତି ଆୟୋଗର ରିପୋର୍ଟରେ ଏହା ଆସିଛି ଯେ ମାତ୍ର ୫ ବର୍ଷ ମଧ୍ୟରେ ଭାରତରେ ୧୩.୫ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦ୍ବିତୀୟତଃ, ଚଳିତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା ସମ୍ପର୍କରେ ଅନ୍ୟ ଏକ ରିପୋର୍ଟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯାହା ଗତ ୯ ବର୍ଷମଧ୍ୟରେ ଲୋକଙ୍କ ହାରାହାରି ଆୟରେ ବ୍ୟାପକ ବୃଦ୍ଧିକୁ ସୂଚାଇଥାଏ । ଆଇଟିଆର ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ହାରାହାରି ଆୟ ପ୍ରାୟ ୪ ଲକ୍ଷ ଟଙ୍କା ଥିଲା, ୨୦୨୩ରେ ଏହା ୧୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ନିମ୍ନ ଆୟ ବର୍ଗରୁ ଉଚ୍ଚ ଆୟବର୍ଗକୁ ଯାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଏହି ପରିସଂଖ୍ୟାନ ଉତ୍ସାହ ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ଦେଶର ପ୍ରତ୍ୟେକ କ୍ଷେତ୍ରକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥାଏ ।

ଆୟକର ରିଟର୍ଣ୍ଣର ନୂତନ ପରିସଂଖ୍ୟାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ହେଉଛି ଦେଶର ନାଗରିକମାନଙ୍କର ସେମାନଙ୍କ ସରକାର ଉପରେ କ୍ରମାଗତ ଭାବରେ ବଢୁଥିବା ବିଶ୍ୱାସ । ଏହି କାରଣରୁ ନାଗରିକମାନେ ସଚ୍ଚୋଟତାର ସହ ଟିକସ ପୈଠ କରିବାକୁ ବହୁ ସଂଖ୍ୟାରେ ଆଗେଇ ଆସୁଛନ୍ତି କାରଣ ସେମାନେ ଜାଣନ୍ତି ଯେ ସେମାନଙ୍କ ଟିକସର ପ୍ରତିଟି ପଇସା ଦେଶର ବିକାଶ ପାଇଁ ଖର୍ଚ୍ଚ ହେଉଛି ଏବଂ ୨୦୧୪ ପୂର୍ବରୁ ୧୦ ନମ୍ବରରେ ଥିବା ଅର୍ଥନୀତି ୫ ନମ୍ବରରେ ପହଞ୍ଚିଛି ବୋଲି ସେମାନଙ୍କୁ ସ୍ପଷ୍ଟ ଜଣାପଡୁଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଦେଶର ନାଗରିକମାନେ ୨୦୧୪ ପୂର୍ବରୁ ଦୁର୍ନୀତି ଏବଂ ଦୁର୍ନୀତି ଦ୍ୱାରା ପ୍ରଭାବିତ ହୋଇଥିବା ଯୁଗକୁ ଭୁଲି ପାରିବେ ନାହିଁ ଯେଉଁଠାରେ ଗରିବଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ଅଧିକାର ଲୁଟି ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଗରିବଙ୍କ ପାଇଁ ଥିବା ସମସ୍ତ ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ପହଞ୍ଚୁଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବ୍ୟବସ୍ଥାରୁ ଗଳାବାଟ ରୋକିବା ଫଳରେ ସରକାର ଗରିବଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି । ଏତେ ବଡ଼ ଧରଣର ପୁଞ୍ଜିନିବେଶ ଦେଶର କୋଣ ଅନୁକୋଣରେ ନିଯୁକ୍ତି ସୃଷ୍ଟି କରିଛି ବୋଲି ସେ ଆଲୋକପାତ କରିବା ସହ କମନ୍ ସର୍ଭିସ୍ ସେଣ୍ଟରର ଉଦାହରଣ ଦେଇଛନ୍ତି। ୨୦୧୪ ମସିହାରୁ ଗାଁ ଗାଁରେ ୫ ଲକ୍ଷ ନୂତନ କମନ୍ ସର୍ଭିସ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି ଏବଂ ପ୍ରତ୍ୟେକ କେନ୍ଦ୍ର ଆଜି ଅନେକ ଲୋକଙ୍କୁ ରୋଜଗାର ଯୋଗାଉଛି ବୋଲି ସେ ସୂଚନା ଦେଇଥିଲେ। "ଏହାର ଅର୍ଥ ହେଉଛି ଗରିବ ଏବଂ ଗ୍ରାମର କଲ୍ୟାଣ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା"।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଆଜି ସୁଦୂରପ୍ରସାରୀ ନୀତି ଏବଂ ନିଷ୍ପତି ସହିତ କାର୍ଯ୍ୟ କରାଯାଉଛି । ସ୍ୱାଧୀନତା ଦିବସରେ ତାଙ୍କ ଅଭିଭାଷଣରେ ଲାଲକିଲ୍ଲାରୁ ପିଏମ୍ ବିଶ୍ୱକର୍ମା ଯୋଜନା ର ଘୋଷଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଉକ୍ତ ଦୃଷ୍ଟିକୋଣର ପ୍ରତିଫଳନ । ବିଶ୍ୱକର୍ମାଙ୍କ ପାରମ୍ପରିକ ଦକ୍ଷତାକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଗ୍ରହଣ କରିବା ପାଇଁ ପିଏମ୍ ବିଶ୍ୱକର୍ମା ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ। ଏଥିରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ବାରା ୧୮ ପ୍ରକାର ଦକ୍ଷତା ସହ ଜଡ଼ିତ ବ୍ୟକ୍ତିମାନେ ଉପକୃତ ହେବେ ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି। ଏହି ଯୋଜନା ସମାଜର ସେହି ବର୍ଗକୁ ଉପକୃତ କରିବ ଯାହାର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା କିନ୍ତୁ ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ କୌଣସି ମିଳିତ ପ୍ରୟାସ କରାଯାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱକର୍ମା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ସହିତ ଆଧୁନିକ ଉପକରଣ କିଣିବା ପାଇଁ ଭାଉଚର ମଧ୍ୟ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଜରିଆରେ ଯୁବପିଢ଼ି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅଧିକ ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁମାନେ ଶିକ୍ଷକ ପାଲଟିଛନ୍ତି ସେମାନେ କଠିନ ପରିଶ୍ରମ ମାଧ୍ୟମରେ ଏଠାରେ ପହଞ୍ଚିଛନ୍ତି ଏବଂ ଶିକ୍ଷା ପ୍ରକ୍ରିୟା ଜାରି ରଖିବାକୁ ଅନୁରୋଧ କରିଥିଲେ । ସେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅନଲାଇନ୍ ଲର୍ଣ୍ଣିଂ ପ୍ଲାଟଫର୍ମ - ଆଇଜିଓଟି କର୍ମଯୋଗୀ ଉପରେ ଆଲୋକପାତ କରିବା ସହ ଏହି ସୁବିଧାର ଅଧିକରୁ ଅଧିକ ଫାଇଦା ଉଠାଇବାଲାଗି ପ୍ରୟାସ କରିବାକୁ ନିଯୁକ୍ତିପାଇଥିବା କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride