ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି
“ଗୃହରେ ସଦସ୍ୟ ମାନଙ୍କର ଆଚରଣ ଏବଂ ସେଥିରେ ଅନୁକୂଳ ବାତାବରଣ ବିଧାନସଭାର ଉତ୍ପାଦକତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ”
"କିଛି ଦଳ ସେମାନଙ୍କ ସଦସ୍ୟଙ୍କୁ ପରାମର୍ଶ ଦେବା ପରିବର୍ତ୍ତେ ସେମାନଙ୍କ ଆପତ୍ତିଜନକ ଆଚରଣକୁ ସମର୍ଥନ କରନ୍ତି"
“ବର୍ତ୍ତମାନ ଆମେ ଦୋଷୀ ସାବ୍ୟସ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମାନଙ୍କୁ ସର୍ବସାଧାରଣରେ ପ୍ରଶଂସା କରାଯିବାର ଦେଖୁଛୁ, ଯାହା କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ସମ୍ବିଧାନର ଅଖଣ୍ଡତା ପାଇଁ ହାନିକାରକ”
“ଭାରତର ପ୍ରଗତି ଆମ ରାଜ୍ୟ ଗୁଡ଼ିକର ଅଗ୍ରଗତି ଉପରେ ନିର୍ଭର କରେ । ଏବଂ ରାଜ୍ୟ ଗୁଡ଼ିକର ପ୍ରଗତି ସେମାନଙ୍କର ବିକାଶ ଲକ୍ଷ୍ୟକୁ ସାମୂହିକ ଭାବରେ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କର ବ୍ୟବସ୍ଥାପିକା ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥାର ଦୃଢ଼ ସଙ୍କଳ୍ପ ଉପରେ ନିର୍ଭର କରେ”
“ନ୍ୟାୟିକ ବ୍ୟବସ୍ଥାର ସରଳୀକରଣ ଦ୍ୱାରା ସାଧାରଣ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ସହଜ କରିବା ସହ ଜୀବନଶୈଳୀରେ ସହଜତା ବୃଦ୍ଧି ପାଇଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ସମ୍ବିଧାନ ସଭାର ସଦସ୍ୟମାନଙ୍କ ପ୍ରତି ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ,  ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ଏହି ସମ୍ମିଳନୀର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସମ୍ମିଳନୀ ଆମ ସମ୍ବିଧାନର ୭୫ତମ ବାର୍ଷିକୀ ପାଳନ ଅବସରରେ ୭୫ତମ ସାଧାରଣତନ୍ତ୍ର ଦିବସର ତୁରନ୍ତ ପରେ ଅନୁଷ୍ଠିତ ହେଉଥିବାରୁ ଏହାର ଗୁରୁତ୍ୱ ରହିଛି ।

ସମ୍ବିଧାନ ପ୍ରଣୟନ ସଭାରୁ ଶିଖିବାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ଆମ ସମ୍ବିଧାନ ପ୍ରଣୟନ ସଭାରୁ ଅନେକ କିଛି ଶିଖିବାର ଅଛି । ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନେ ବିଭିନ୍ନ ଚିନ୍ତାଧାରା, ବିଷୟ ଏବଂ ମତାମତ ମଧ୍ୟରେ ସହମତି ସୃଷ୍ଟି କରିବାର ଦାୟିତ୍ୱ ନେଇଥିଲେ ଏବଂ ସେମାନେ ଏହାକୁ ପାଳନ କରିଥିଲେ । ଉପସ୍ଥିତ ପ୍ରିଜାଇଡିଂ ଅଧିକାରୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ପୁଣି ଥରେ ସମ୍ବିଧାନ ପ୍ରଣୟନ ସଭାର ଆଦର୍ଶରୁ ପ୍ରେରଣା ନେବାକୁ ଅନୁରୋଧ କରିଥିଲେ । ନିଜ ନିଜ କାର୍ଯ୍ୟକାଳରେ ଭବିଷ୍ୟତ ପିଢ଼ି ପାଇଁ ଐତିହ୍ୟ ଭାବେ କାର୍ଯ୍ୟ କରିପାରୁଥିବା ପରମ୍ପରାର ଛାପ ଛାଡିଯିିବାକୁ ସେମାନେ ଚେଷ୍ଟା କରନ୍ତୁ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

ବ୍ୟବସ୍ଥାପିକା ସଂସ୍ଥା ଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ପରିସ୍ଥିତିରେ ବିଧାନସଭା ଏବଂ କମିଟିର ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ , ଯେଉଁଠାରେ ସଚେତନ ନାଗରିକମାନେ ପ୍ରତ୍ୟେକ ପ୍ରତିନିଧିଙ୍କୁ ଯାଞ୍ଚ କରନ୍ତି ।

 

ବ୍ୟବସ୍ଥାପିକା ସଂସ୍ଥା ଗୁଡିକରେ ଶୃଙ୍ଖଳା ବଜାୟ ରଖିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗୃହରେ ସଦସ୍ୟ ମାନଙ୍କର ଆଚରଣ ଏବଂ ସେଥିରେ ଅନୁକୂଳ ବାତାବରଣ ବିଧାନସଭାର ଉତ୍ପାଦକତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ସମ୍ମିଳନୀରୁ ମିଳିଥିବା ଠୋସ୍ ପରାମର୍ଶ ଉତ୍ପାଦକତା ବୃଦ୍ଧିରେ ସହାୟକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିନିଧିମାନେ ଗୃହରେ ଯେଉଁ ଆଚରଣ ପ୍ରଦର୍ଶନ କରନ୍ତି, ତାହା ଗୃହର ଭାବମୂର୍ତ୍ତି ନିର୍ଦ୍ଧାରଣ କରେ । ଦଳମାନେ ନିଜ ସଦସ୍ୟ ମାନଙ୍କର ଆପତ୍ତିଜନକ ଆଚରଣକୁ ରୋକିବା ପରିବର୍ତ୍ତେ ସେମାନଙ୍କ ସମର୍ଥନରେ ଆଗେଇ ଆସୁଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସଂସଦ କିମ୍ବା ବିଧାନସଭା ପାଇଁ ଭଲ ସ୍ଥିତି ନୁହେଁ ବୋଲି ସେ କହିଛନ୍ତି ।

ସାର୍ବଜନୀନ ଜୀବନରେ ବିକଶିତ ମାନଦଣ୍ଡ ଉପରେ ପ୍ରତିଫଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅତୀତରେ , ଗୃହର ଜଣେ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନେ ଜନଜୀବନରୁ ବହିଷ୍କୃତ ହୋଇ ଯାଉଥିଲେ । ଅପରପକ୍ଷେ, ଏବେ ଆମେ ଦୋଷୀ ସାବ୍ୟସ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ପ୍ରଶଂସା କରୁଛୁ, ଯାହା କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ସମ୍ବିଧାନର ଅଖଣ୍ଡତା ପାଇଁ ହାନିକାରକ ବୋଲି ସେ ମତ ଦେଇଥିଲେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗରେ ଆଲୋଚନା କରିବା ଏବଂ ଠୋସ୍ ପରାମର୍ଶ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଭାରତର ପ୍ରଗତିରେ ରାଜ୍ୟ ସରକାର ଏବଂ ସେମାନଙ୍କ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, "ଭାରତର ପ୍ରଗତି ଆମ ରାଜ୍ୟ ଗୁଡ଼ିକର ଅଗ୍ରଗତି ଉପରେ ନିର୍ଭର କରେ । ଏବଂ ରାଜ୍ୟ ଗୁଡ଼ିକର ପ୍ରଗତି ସେମାନଙ୍କର ବିକାଶ ଲକ୍ଷ୍ୟକୁ ସାମୂହିକ ଭାବରେ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କର ବ୍ୟବସ୍ଥାପିକା ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥାର ଦୃଢ଼ ସଙ୍କଳ୍ପ ଉପରେ ନିର୍ଭର କରେ । ଅର୍ଥନୈତିକ ପ୍ରଗତି ପାଇଁ କମିଟି ଗୁଡିକର ସଶକ୍ତିକରଣର ଗୁରୁତ୍ୱ ଉପରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆପଣ ମାନଙ୍କ ରାଜ୍ୟର ଅର୍ଥନୈତିକ ପ୍ରଗତି ପାଇଁ କମିଟି ଗୁଡ଼ିକର ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ । ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଏହି କମିଟି ଗୁଡ଼ିକ ଯେତେ ସକ୍ରିୟ ଭାବେ କାର୍ଯ୍ୟ କରିବେ, ରାଜ୍ୟ ସେତେ ଅଧିକ ଆଗକୁ ବଢ଼ିବ ।

 

ଆଇନ ଗୁଡ଼ିକୁ ଶୃଙ୍ଖଳିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଅନାବଶ୍ୟକ ଆଇନକୁ ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବିଗତ ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ଦୁଇ ହଜାରରୁ ଅଧିକ ଆଇନକୁ ରଦ୍ଦ କରିଛନ୍ତି , ଯାହା ଆମ ବ୍ୟବସ୍ଥା ପାଇଁ କ୍ଷତିକାରକ ଥିଲା । ନ୍ୟାୟିକ ବ୍ୟବସ୍ଥାର ଏହି ସରଳୀକରଣ ସାଧାରଣ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ସହଜ କରିବା ସହ ଜୀବନଶୈଳୀକୁ ସହଜ କରିଛି ବୋଲି ସେ କହିଥିଲେ । ଅନାବଶ୍ୟକ ଆଇନ୍ ଏବଂ ନାଗରିକ ମାନଙ୍କ ଜୀବନ ଉପରେ ଏହାର ପ୍ରଭାବ ପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ଆହ୍ୱାନ ଦେବା ସହ ଏହାକୁ ହଟାଇବା ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପ୍ରଭାବ ପଡିବ ବୋଲି ଗୁରୁତ୍ୱାରୋପ କରିଥିଲେ । .

ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ମହିଳା ମାନଙ୍କର ଅଂଶଗ୍ରହଣ ଏବଂ ପ୍ରତିନିଧିତ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ପରାମର୍ଶ ଉପରେ ଆଲୋଚନାକୁ ଉତ୍ସାହିତ କରିଥିଲେ । ଭାରତ ଭଳି ଦେଶର କମିଟି ଗୁଡ଼ିକରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ପ୍ରୟାସକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିଭଳି ଭାବେ କମିଟି ଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । "ଆମର ଯୁବ ପ୍ରତିନିଧିମାନେ ନୀତି ନିର୍ଦ୍ଧାରଣରେ ସେମାନଙ୍କ ମତାମତ ଏବଂ ଅଂଶଗ୍ରହଣ କରିବାର ସର୍ବାଧିକ ସୁଯୋଗ ପାଇବା ଉଚିତ୍‌’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

ଶେଷରେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ତାଙ୍କ ୨୦୨୧ ଅଭିଭାଷଣରେ ସେ କହିଥିବା ଏକ ରାଷ୍ଟ୍ର - ଗୋଟିଏ ବିଧାନ ପ୍ଲାଟଫର୍ମର ବିଚାର ସମ୍ପର୍କରେ କହିଥିଲେ ଏବଂ ଇ - ବିଧାନ ଏବଂ ଡିଜିଟାଲ ସଂସଦ ପ୍ଲାଟଫର୍ମ ମାଧ୍ୟମରେ ସଂସଦ ଏବଂ ରାଜ୍ୟ ବିଧାନସଭା ଏହି ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Urea production at 275.75 lakh tons in April-February of FY'26: Government

Media Coverage

Urea production at 275.75 lakh tons in April-February of FY'26: Government
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Rajasthan meets with Prime Minister
March 25, 2026

Chief Minister of Rajasthan, Shri Bhajanlal Sharma met with Prime Minister, Shri Narendra Modi today in New Delhi.

The Prime Minister’s Office said in a X post;

“Chief Minister of Rajasthan, Shri @BhajanlalBjp had a meeting with Prime Minister @narendramodi today.

@RajCMO”