ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୪ରେ ଲାଓ ପିଡିଆର୍ ର ଭିଏଣ୍ଟିଆନେଠାରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଛନ୍ତି ।


ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଢାଞ୍ଚାଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ କ୍ୱାଡ୍ ସହଯୋଗରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏହାର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଏକ ମୁକ୍ତସମାବେଶୀସମୃଦ୍ଧ ଏବଂ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ସେ ଭାରତର ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ପଦକ୍ଷେପ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ୍ ଦୃଷ୍ଟିକୋଣ ମଧ୍ୟରେ ସମାନତା ଏବଂ ସାଧାରଣ ଆଭିମୁଖ୍ୟ ବିଷୟରେ କହିଥିଲେ। ସମ୍ପ୍ରସାରଣବାଦ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହି ଅଞ୍ଚଳ ବିକାଶ ଭିତ୍ତିକ ଆଭିମୁଖ୍ୟ ଅବଲମ୍ବନ କରିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।


ଇଏଏସ୍ ବ୍ୟବସ୍ଥାର ଗୁରୁତ୍ୱକୁ ଦୋହରାଇବା ସହ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତର ସମର୍ଥନକୁ ଦୋହରାଇ ପ୍ରଧାନମନ୍ତ୍ରୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ପାଇଁ ଇଏଏସ୍ ଅଂଶଗ୍ରହଣକାରୀ ଦେଶମାନଙ୍କଠାରୁ ମିଳିଥିବା ସମର୍ଥନକୁ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ଉଚ୍ଚଶିକ୍ଷା ମୁଖ୍ୟ ସମ୍ମିଳନୀପାଇଁ ଇଏଏସ୍ ଦେଶଗୁଡ଼ିକୁ ନିମନ୍ତ୍ରଣ କରିଥିଲେ ।


ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତିସ୍ଥିରତା ଏବଂ ସମୃଦ୍ଧିକୁ ପ୍ରଭାବିତ କରୁଥିବା ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ନେତାମାନେ ମତ ବିନିମୟ କରିଥିଲେ। ଦକ୍ଷିଣ ବିଶ୍ବ ଉପରେ ସଂଘର୍ଷର ଗମ୍ଭୀର ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମାନବିକ ଦୃଷ୍ଟିକୋଣ ଉପରେ ଆଧାରିତ ଆଲୋଚନା ଏବଂ କୂଟନୀତିର ମାର୍ଗ ଗ୍ରହଣ କରାଯିବା ଆବଶ୍ୟକ । ଯୁଦ୍ଧ କ୍ଷେତ୍ରରେ ସେମାନଙ୍କ ପାଇଁ କୌଣସି ସମାଧାନ ନାହିଁ ବୋଲି ସେ ଦୋହରାଇଥିଲେ। ସାଇବର ଏବଂ ସାମୁଦ୍ରିକ ଆହ୍ୱାନ ସହିତ ଆତଙ୍କବାଦ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛିଯାହାର ମୁକାବିଲା ପାଇଁ ଦେଶଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।


ପୂର୍ବ ଏସିଆ ଶିଖର ସମ୍ମିଳନୀର ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଲାଓସ୍ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଆସିଆନର ନୂତନ ଅଧ୍ୟକ୍ଷ ଭାବେ ମାଲେସିଆକୁ ଶୁଭେଚ୍ଛା ଜଣାଇବା ସହ ଏଥିରେ ଭାରତର ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future