ମହାନୁଭବ

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁଗଣ,

ଆଜି ଭାରତ - ସାଉଦି ଆରବ ରଣନୀତିକ ଭାଗିଦାରୀ ପରିଷଦର ନେତା ମାନଙ୍କର ପ୍ରଥମ ବୈଠକରେ ଅଂଶଗ୍ରହଣ କରି ମୋତେ ବହୁତ ଖୁସି ଅନୁଭବ ହେଉଛି ।

୨୦୧୯ ରେ ମୋର ସାଉଦି ଆରବ ଗସ୍ତ ସମୟରେ ଆମେ ଏହି ପରିଷଦ ସମ୍ପର୍କରେ ଘୋଷଣା କରିଥିଲୁ ।

ଏହି ଚାରି ବର୍ଷ ମଧ୍ୟରେ, ଏହା ଆମର ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଏକ ପ୍ରଭାବଶାଳୀ ମାଧ୍ୟମ ଭାବରେ ଉଭା ହୋଇଛି । 

ମୁଁ ଖୁସି ଯେ ଏହି ପରିଷଦ ଅଧୀନରେ ଉଭୟ କମିଟିର ଅନେକ ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଯେଉଁ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ସମୟର ପରିବର୍ତ୍ତିତ ଆବଶ୍ୟକତା ଗୁଡିକ ଅନୁଯାୟୀ, ଆମେ ଆମ ସମ୍ପର୍କରେ ନୂତନ ଏବଂ ଆଧୁନିକ ଦିଗ ଯୋଗ କରୁଛୁ ।

ଭାରତ ପାଇଁ ସାଉଦି ଆରବ ଆମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭାଗୀଦାର ମାନଙ୍କ ମଧ୍ୟରୁ ଅନ୍ୟତମ ।

ଦୁନିଆର ଦୁଇଟି ବୃହତ୍ତମ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଆମର ପାରସ୍ପରିକ ସହଯୋଗ ସମଗ୍ର ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ମହାନୁଭବ 

ମହାମହିମଙ୍କ ସହିତ ବୈଠକରେ ଆମେ ଆମର ଘନିଷ୍ଠ ଭାଗିଦାରୀକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଅନେକ ପଦକ୍ଷେପ ଚିହ୍ନଟ କରିଥିଲୁ ।

ଆଜି ଆମର ଏହି ବୈଠକ ଆମ ସମ୍ପର୍କକୁ ଏକ ନୂତନ ଶକ୍ତି, ଏକ ନୂତନ ଦିଗ ପ୍ରଦାନ କରିବ ଏବଂ ମାନବିକତାର ଉନ୍ନତି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମକୁ ପ୍ରେରଣା ଯୋଗାଇବ ।

ଗତ କାଲି ଆମେ ମିଳିତ ଭାବେ ଭାରତ- ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଏକ ଅର୍ଥନୈତିକ କରିଡର ପ୍ରତିଷ୍ଠା କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ଆରମ୍ଭ କରିଛୁ ।

ଏହି କରିଡର କେବଳ ଦୁଇ ଦେଶକୁ ସଂଯୋଗ କରିବ ନାହିଁ, ବରଂ ଏସିଆ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ସହଯୋଗ, ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଡିଜିଟାଲ ସଂଯୋଗକୁ ମଧ୍ୟ ମଜଭୁତ କରିବ ।

ମହାମହିମ, ଆପଣଙ୍କ ନେତୃତ୍ୱରେ ଏବଂ ଆପଣଙ୍କ ଦୃଷ୍ଟିକୋଣ (ଭିଜନ ୨୦୩୦) ମାଧ୍ୟମରେ ସାଉଦି ଆରବ ଯେଉଁ ଦ୍ରୁତଗତିରେ ଅର୍ଥନୈତିକ ଏବଂ ସାମାଜିକ ପ୍ରଗତି କରୁଛି, ସେଥି ପାଇଁ ମୁଁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଉଦି ଆରବରେ ବାସ କରୁଥିବା ଭାରତୀୟ ମାନଙ୍କର ସ୍ୱାର୍ଥ ଏବଂ କଲ୍ୟାଣ ରକ୍ଷା ପାଇଁ ଆପଣଙ୍କର ପ୍ରତିବଦ୍ଧତା ପାଇଁ ଆମେ ଆପଣ ନିକଟରେ ବହୁତ ବହୁତ କୃତଜ୍ଞ ।

ଆଞ୍ଚଳିକ ତଥା ବିଶ୍ୱ ସ୍ଥିରତା, ସମୃଦ୍ଧତା ଏବଂ ମାନବ କଲ୍ୟାଣ ପାଇଁ ଭାରତ ଏବଂ ସାଉଦି ଆରବ ମଧ୍ୟରେ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ।

ଜି - ୨୦ ସମ୍ମିଳନୀର ସଫଳତା ପାଇଁ ଆପଣ ମାନଙ୍କର ଅବଦାନ ନିମନ୍ତେ ମୁଁ ପୁଣି ଥରେ ମହାନୁଭବ ଏବଂ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।

ମୁଁ ବର୍ତ୍ତମାନ ଆପଣ ମାନଙ୍କୁ ଉଦ୍‌ବୋଧନ ଦେବାକୁ ନିମନ୍ତ୍ର

ଣ କରୁଛି । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour