"ଜାତୀୟ କଲ୍ୟାଣ ଏବଂ ଜନ କଲ୍ୟାଣ ଶିବାଜୀ ମହାରାଜଙ୍କ ଶାସନର ମୌଳିକ ଉପାଦାନ ଅଟେ"
“ଶିବାଜୀ ମହାରାଜ ସର୍ବଦା ଭାରତର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ”
“ଛତ୍ରପତି ଶିବାଜୀ ମହାରାଜଙ୍କ ଚିନ୍ତାଧାରାର ପ୍ରତିଫଳନ ଏକ ଭରତ, ଶ୍ରେଷ୍ଠ ଭାରତଙ୍କ ଦର୍ଶନରେ ଦେଖିବାକୁ ମିଳେ”
"ଶିବାଜୀ ମହାରାଜ ଦାସତ୍ୱର ମାନସିକତାକୁ ସମାପ୍ତ କରି ରାଷ୍ଟ୍ର ନିର୍ମାଣ ପାଇଁ ଲୋକଙ୍କୁ ପ୍ରେରଣା ଦେଇଥିଲେ"
“ଛତ୍ରପତି ଶିବାଜୀ ମହାରାଜ ତାଙ୍କ ସ୍ବତନ୍ତ୍ର ଦୃଷ୍ଟିକୋଣ ହେତୁ ଇତିହାସର ଅନ୍ୟ ନାୟକ ମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ”
ବ୍ରିଟିଶ ଶାସନର ପରିଚୟ ସହିତ ଭାରତୀୟ ନୌସେନାର ପତାକାକୁ ଶିବାଜୀ ମହାରାଜଙ୍କ ପ୍ରତୀକ ଚିହ୍ନ ଭାବରେ ବଦଳାଇ ଦିଆଯାଇଛି ”
ଛତ୍ରପତି ଶିବାଜୀ ମହାରାଜଙ୍କ ସାହସିକତା, ଆଦର୍ଶ ଏବଂ ନ୍ୟାୟ ଅନେକ ପୀଢ଼ିକୁ ପ୍ରେରଣା ଦେଇଛି
“ଏହି ଯାତ୍ରା ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ପପ୍ନର ଭାରତ ନିର୍ମାଣ, ସ୍ୱରାଜ, ଉତ୍ତମ ଶାସନ ଏବଂ ଆତ୍ମନିର୍ଭରଶୀଳ ସହିତ ଏକ ବିକଶିତ ଭାରତର ଯାତ୍ରା ହେବ ”

ଆଉ ଥରେ,

ଆପଣ ସମସ୍ତଙ୍କୁ ୩୫୦ ବର୍ଷ, ଶିବ ରାଜ୍ୟାଭିଷେକ, ସହଯୋଗ ନିମିତ୍ତ ଅନେକ ଅନେକ ଶୁଭେଚ୍ଛା!

ଛତ୍ରପତି ଶିବାଜୀ ମହାରାଜ ଜୀ, ପବିତ୍ର ଭୂମି ଅସଲେଲ୍ଲ୍ୟା, ମହାରାଷ୍ଟ୍ର ଏବଂ ମହାରାଷ୍ଟ୍ରର ଭାଇ, ବନ୍ଧୁ, ଭଉଣୀମାନେ, ମୁଁ ଆପଣଙ୍କୁ କୋଟି-କୋଟି ପ୍ରଣାମ କରୁଛି!

ସ୍ୱାଧୀନତାର ଅମୃତ ମହୋତ୍ସବରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ଦିବସ, ଆମ ସମସ୍ତଙ୍କ ପାଇଁ ନୂତନ ଚେତନା, ନୂତନ ଶକ୍ତି ନେଇ ଆସିଛି । ମୁଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ସାଢ଼େ ତିନିଶହ ବର୍ଷ ପୂର୍ବର ଏହି ଅବଧିରେ ଏକ ଅଦ୍ଭୁତ ଏବଂ ବିଶିଷ୍ଟ ଅଧ୍ୟାୟ ଅଟେ ।

ଇତିହାସର ସେହି ଅଧ୍ୟାୟରୁ ବାହାରିଥିବା ସ୍ୱରାଜ, ସୁଶାସନ ଏବଂ ସମୃଦ୍ଧିର ମହାନ ଗାଥାଗୁଡ଼ିକ ଆମକୁ ଆଜି ମଧ୍ୟ ପ୍ରେରଣା ଦେଉଛି । ରାଷ୍ଟ୍ର କଲ୍ୟାଣ ଏବଂ ଲୋକ କଲ୍ୟାଣ ସେମାନଙ୍କର ଶାସନ ବ୍ୟବସ୍ଥାର ମୂଳ ତତ୍ତ୍ୱ ରହିଛି । ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଚରଣରେ କୋଟି କୋଟି ପ୍ରଣାମ କରୁଛି । ଆଜି ସ୍ୱରାଜ୍ୟର ପ୍ରଥମ ରାଜଧାନୀ ରାୟଗଡ଼ ଜିଲ୍ଲାର ପ୍ରାଙ୍ଗଣରେ ଭବ୍ୟ ଆୟୋଜନ କରାଯାଇଛି । ସମଗ୍ର ମହାରାଷ୍ଟ୍ରରେ ଆଜିର ଦିନ ମହୋତ୍ସବ ଭାବରେ ପାଳନ କରାଯାଉଛି । ପୁରା ବର୍ଷ ସାରା ଏଭଳି ଆୟୋଜନ ମହାରାଷ୍ଟ୍ରରେ ହେବ । ଏଥିପାଇଁ ମୁଁ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ଶୁଭକାମନା ଜଣାଉଛି ।

ସାଥୀମାନେ,

ଆଜିଠାରୁ ୩୫୦ ବର୍ଷ ପୂର୍ବେ, ଯେତେବେଳେ ଛତ୍ରପତି ଶିବାଜୀ ମହାରାଜଙ୍କର ରାଜ୍ୟାଭିଷେକ ହୋଇଥିଲା, ସେଥିରେ ସ୍ୱରାଜ୍ୟର ଲଲକାର ଏବଂ ରାଷ୍ଟ୍ରୀୟତାର ଜୟ-ଜୟକାର ସମାହିତ ଥିଲା । ସେମାନେ ସର୍ବଦା ଭାରତର ଏକତା ଏବଂ ଅଖଣ୍ଡତାକୁ ସର୍ବାଗ୍ରେ ରଖିଥିଲେ । ଆଜି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଦୃଷ୍ଟିରେ ଛତ୍ରପତି ଶିବାଜୀ ମହାରାଜଙ୍କ ବିଚାରଗୁଡ଼ିକର ପ୍ରତିବିମ୍ବ ଦେଖା ଦେଖା ଯାଇପାରିବ ।

ସାଥୀମାନେ,

ଇତିହାସର ନାୟକମାନଙ୍କ ଠାରୁ ନେଇ ଆଜିର ଯୁଗରେ ନେତୃତ୍ୱ ଉପରେ ଅନୁସନ୍ଧାନ କରୁଥିବା ମ୍ୟାନେଜମେଣ୍ଟ ଗୁରୁମାନଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକ ଯୁଗରେ କୌଣସି ମୁଖ୍ୟଙ୍କର ବଡ଼ ଦାୟିତ୍ୱ ଥିଲା ଯେ ନିଜ ଦେଶବାସୀଙ୍କୁ ପ୍ରେରିତ ଏବଂ ଆତ୍ମବିଶ୍ୱାସୀ କରିବ । ଆପଣ ଛତ୍ରପତି ଶିବାଜୀ ମହାରାଜଙ୍କ ସମୟ ଦେଶର ପରିସ୍ଥିତି ଗୁଡ଼ିକର କଳ୍ପନା କରିପାରିବେ । ଶହ ଶହ ବର୍ଷର ଦାସତ୍ୱ ଏବଂ ଆକ୍ରମଣଗୁଡ଼ିକ ଦେଶବାସୀଙ୍କ ଠାରୁ ତାଙ୍କର ଆତ୍ମବିଶ୍ୱାସ ଛଡ଼େଇ ନେଇଥିଲା । ଆକ୍ରମଣକାରୀଙ୍କ ଶୋଷଣ ଏବଂ ଦାରିଦ୍ର୍ୟତା ସମାଜକୁ ଦୁର୍ବଳ କରି ଦେଇଥିଲା ।

ଆମର ସାଂସ୍କୃତିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରି ଲୋକମାନଙ୍କ ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରାଗଲା । ଏମିତି ସମୟରେ, ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହେବା କଠିନ କାର୍ଯ୍ୟ ଥିଲା; କିନ୍ତୁ ଛତ୍ରପତି ଶିବାଜୀ ମହାରାଜ କେବଳ ଆକ୍ରମଣକାରୀମାନଙ୍କ ସହ ମୁକାବିଲା କରିଥିଲେ ଯେ ନିଜେ ରାଜତ୍ୱ କରିବା ସମ୍ଭବ ହେବ । ସେ ଦାସତ୍ୱର ମାନସିକତାକୁ ଶେଷ କରି ଲୋକମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରଣା ଦେଲେ ।

ସାଥୀମାନେ,

ଆମେ ଏହା ମଧ ଦେଖିଛୁ ଯେ ଇତିହାସରେ ଏମିତି ଅନେକ ଶାସକ ଅଛନ୍ତି ଯେଉଁମାନେ ସୈନ୍ୟ ଶକ୍ତି ପାଇଁ ପରିଚିତ ଅଟନ୍ତି, କିନ୍ତୁ ସେମାନଙ୍କର ପ୍ରଶାସକଙ୍କ କ୍ଷମତା ଦୁର୍ବଳ ଥିଲା । ଏହିଭଳି ଭାବରେ, ଏମିତି ମଧ୍ୟ ଅନେକ ଶାସକ ହେଲେ ଯେଉଁମାନେ ନିଜସ୍ୱ ଊତ୍ତମ ଶାସନ ବ୍ୟବସ୍ଥା ପାଇଁ ପରଚିତି ହେଲେ; କିନ୍ତୁ ତାଙ୍କର ସୈନ୍ୟ ନେତୃତ୍ୱ ଦୁର୍ବଳ ଥିଲା; କିନ୍ତୁ ଛତ୍ରପତି ଶିବାଜୀ ମହାରାଜଙ୍କ ବ୍ୟକ୍ତିତ୍ୱ ଅଦ୍ଭୁତ ଥିଲା । ସେ ସ୍ୱରାଜର ମଧ୍ୟ ସ୍ଥାପନା କରିଥିଲେ ଏବଂ ସ୍ୱରାଜକୁ ମଧ୍ୟ ସାକାର କରିଥିଲେ । ସେ ନିଜେ ସୌର୍ଯ୍ୟ ପାଇଁ ଏବଂ ସୁଶାସନ ପାଇଁ ମଧ୍ୟ ପରିଚିତ ଥିଲେ । ଖୁବ୍ କମ୍ ବୟସରେ ସେ କିଲ୍ଲାକୁ ଜିତି ଏବଂ ଶତ୍ରୁମାନଙ୍କୁ ପରାସ୍ତ କରି ନିଜର ସୈନ୍ୟ ନେତୃତ୍ୱର ପରିଚୟ ଦେଇଥିଲେ । ଅନ୍ୟପକ୍ଷରେ, ଜଣେ ରାଜା ଭାବରେ, ଲୋକ - ପ୍ରଶାସନରେ ସୁଧାରଗୁଡ଼ିକୁ ଲାଗୁ କରି ସେ ସୁଶାସନର ଉପାୟ ମଧ୍ୟ କହିଥିଲେ ।

ଗୋଟିଏ ପଟେ, ସେ ଆକ୍ରମଣକାରୀମାନଙ୍କ ଠାରୁ ନିଜ ରାଜ୍ୟ ଏବଂ ସଂସ୍କୃତିର ରକ୍ଷା କରିଥିଲେ । ଅନ୍ୟପକ୍ଷରେ, ସେ ରାଷ୍ଟ୍ର ନିର୍ମାଣର ବ୍ୟାପକ ଦୃଷ୍ଟି ମଧ୍ୟ ସମ୍ମୁଖରେ ରଖିଥିଲେ । ନିଜର ଦୂରଦୃଷ୍ଟି କାରଣରୁ ସେହି ଇତିହାସର ଅନ୍ୟ ନାୟକମାନଙ୍କ ଠାରୁ ପୂରାପୁରି ଅଲଗା ଥିଲା । ସେ ଶାସନର ଲୋକ କଲ୍ୟାଣକାରୀ ଚରିତ୍ର ଲୋକମାନଙ୍କ ସମ୍ମୁଖରେ ରଖିଲେ ଏବଂ ତାଙ୍କୁ ଅସମ୍ମାନର ସହିତ ବଞ୍ଚôବାକୁ ଭରସା ଦେଲେ । ଏହା ସହିତ ଛତ୍ରପତି ଶିବାଜୀ ମହାରାଜ ସ୍ୱରାଜ, ଧର୍ମ, ସଂସ୍କୃତି ଏବଂ ଐତିହାସିକ ଅବଶେଷକୁ କ୍ଷତି ପହଞ୍ଚାଇବାକୁ ଥିବା ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ସଂକେତ ଦେଇଥିଲେ । ଏହାଦ୍ୱାରା ପ୍ରତ୍ୟେକଙ୍କ ଠାରେ ଦୃଢ଼ ବିଶ୍ୱାସ ସୃଷ୍ଟି ହେଲା, ଆତ୍ମନିର୍ଭରତାର ଭାବନାର ସଂଚାର ହେଲା ଏବଂ ରାଷ୍ଟ୍ରର ସମ୍ମାନ ବଢ଼ିଲା । କୃଷକଙ୍କ କଲ୍ୟାଣ ହେଉ, ମହିଳା ସଶକ୍ତିକରଣ ହେଉ, ଶାସନ-ପ୍ରଶାସନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚôବାକୁ ସୁବିଧା କରିବା ହେଉ, ସେମାନଙ୍କ କାର୍ଯ୍ୟ, ସେମାନଙ୍କ ଶାସନ ପ୍ରଣାଳୀ ଏବଂ ତାଙ୍କର ନୀତିମାନ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ ଅଟେ ।

ସାଥୀମାନେ,

ଛତ୍ରପତି ଶିବାଜୀ ମହାରାଜଙ୍କ ବ୍ୟକ୍ତିତ୍ୱର ଏତେ ସ୍ୱରୂପ ଅଛି ଯେ କୌଣସି ରୂପରେ ତାଙ୍କ ଜୀବନ ଆମକୁ ଅବଶ୍ୟ ପ୍ରଭାବିତ କରିଥାଏ । ସେ ଭାରତର ସାମୁଦ୍ରିକ ସାମର୍ଥ୍ୟକୁ ଚିହ୍ନ ଯେଉଁଭଳି ଭାବରେ ନୌସେନାର ବିସ୍ତାର କରେ, ନେିଜର ପ୍ରବନ୍ଧ କୌଶଳ ଦେଖାଇଲେ, ତାହା ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କ ଦ୍ୱାରା ତିଆରି କରାଯାଇଥିବା ଜଳଦୁର୍ଗ ସମୁଦ୍ର ମଧ୍ୟରେ, ଦ୍ରୁତ ଲହରୀ ଏବଂ ଜୁଆର-ଭଟ୍ଟାର ଘାତ-ପ୍ରତିଘାତ ସହିବା ସତ୍ତ୍ୱେ ଆଜି ମଧ୍ୟ ଗର୍ବର ସହିତ ଠିଆ ହୋଇଛି । ସେ ସମୁଦ୍ର ତଟରୁ ନେଇ ପାହାଡ଼ ପର୍ଯ୍ୟନ୍ତ ଦୁର୍ଗ ତିଆରି କଲେ ଏବଂ ନିଜ ରାଜ୍ୟର ବିସ୍ତାର କଲେ । ସେହି ଅବଧିରେ ସେ ଜଳ ପ୍ରବନ୍ଧନ- ୱାଟର ମ୍ୟାନେଜମେଣ୍ଟ ସହିତ ଜଡ଼ିତ ଯେଉଁ ବ୍ୟବସ୍ଥାମାନ ତିଆରି କରିଥିଲେ, ସେ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟରେ ପକେଇ ଦେଇଥାଏ । ଆମର ସରକାରଙ୍କ ସୌଭାଗ୍ୟ ଯେ ଛତ୍ରପତି ଶିବାଜୀ ମହାରାଜାଙ୍କ ଠାରୁ ପ୍ରେରଣା ନେଇ ଗତବର୍ଷ ଭାରତ ଦାସତ୍ୱର ଏକ ଲକ୍ଷ୍ୟରୁ ସୈନ୍ୟସେନାକୁ ମୁକ୍ତି ଦେଇଥିଲେ । ଭାରତୀୟ ନୌସେନାର ଧ୍ୱଜରେ ଇଂରାଜୀ ଶାସନର ପରିଚୟକୁ ହଟାଇ ଶିବାଜୀ ମହାରାଜଙ୍କ ଠାରୁ ପଠାଇଥିବା ତାଙ୍କର ରାଜମୁଦ୍ରାକୁ ସ୍ଥାନ ଦିଆଯାଇଥିଲା । ବର୍ତ୍ତମାନ ଏହି ଧ୍ୱଜା ନୂତନ ଭାରତର ଗର୍ବ-ଗୌରବ ସ୍ୱାଭିମାନର ସହିତ ଜଳପଥରେ ଏବଂ ଆକାଶମାର୍ଗରେ ଲହରାଉଛି ।

ସାଥୀମାନେ,

ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତ୍ୱ, ବିଚାରଧାରା ଏବଂ ନ୍ୟାୟପ୍ରିୟତା ଅନେକ ଅନେକ ପିଢ଼ିଙ୍କୁ ପ୍ରେରିତ କରିଛି । ତାଙ୍କର ସାହସିକ କାର୍ଯ୍ୟଶୈଳୀ, ସାମରିକ କୌଶଳ ଏବଂ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରଣାଳୀ ଆଜି ମଧ୍ୟ ଆମ ପାଇଁ ପ୍ରେରଣାର ସ୍ରୋତ ଅଟେ । ଆମକୁ ଏହି କଥାର ଗର୍ବ ରହିଛି ଯେ ବିଶ୍ୱର ଅନେକ ଦେଶରେ ଆଜି ମଧ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ନୀତିର ଆଲୋଚନା ହେଉଛି ଏବଂ ତାହାଉପରେ ଗବେଷଣା ହେଉଛି । ଗୋଟିଏ ମାସ ପୂର୍ବରୁ ମରିସସରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ସ୍ଥାପିତ କରାଯାଇଛି । ସ୍ୱାଧୀନତାର ଅମୃତ କାଳରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହେବା ଏକ ପ୍ରେରଣାଦାୟୀ ଅବସର ଅଟେ । ଏତେ ବର୍ଷ ପରେ ମଧ୍ୟ ତାଙ୍କ ଦ୍ୱାରା ସ୍ଥାପିତ କରାଯାଇଥିବା ମୂଲ୍ୟ ଆମକୁ ଆଗକୁ ମାର୍ଗଦର୍ଶନ ଦେବ । ଏହି ମୂଲ୍ୟର ଆଧାରରେ ଆମକୁ ଅମୃତକାଳର ୨୫ ବର୍ଷର ଯାତ୍ରା ପୂରଣ କରିବାକୁ ହେବ । ଏହି ଯାତ୍ରା ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାର, ଏହି ଯାତ୍ରା ହେବ ସ୍ୱରାଜ, ସୁଶାସନ ଏବଂ ଆତ୍ମନିର୍ଭରତାର, ଏହି ଯାତ୍ରା ହେବ ବିକଶିତ ଭାରତର ।

ପୁଣିଥରେ, ଆପଣ ସମସ୍ତଙ୍କୁ ୩୫୦ତମ, ରାଜ୍ୟାଭିଷେକ, ସହଯୋଗ ନିମନ୍ତେ ବହୁତ ବହୁତ ଶୁଭେଚ୍ଛା!

ଜୟ ହିନ୍ଦ, ଭାରତ ମାତା କି ଜୟ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s mutual fund industry grows over twice as fast as global peers

Media Coverage

India’s mutual fund industry grows over twice as fast as global peers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”