ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ମହାମହିମ ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସହଯୋଗ କରିଥିବାରୁ ୟୁଏନଏସଜିକୁ ଧନ୍ୟବାଦ ଜଣାଇଥିଲେ । ସେ ଜଳବାୟୁ ଲକ୍ଷ୍ୟ ହାସଲ ରେ ଭାରତର ପଦକ୍ଷେପ ଏବଂ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ।

 

ଉଭୟ ନେତା ଜଳବାୟୁ କାର୍ଯ୍ୟ, ଜଳବାୟୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା ଏବଂ ଜାତିସଂଘ ସମେତ ବହୁପକ୍ଷୀୟ ଶାସନ ଏବଂ ଆର୍ଥିକ ଅନୁଷ୍ଠାନର ସଂସ୍କାର ସମ୍ବନ୍ଧୀୟ ଗ୍ଲୋବାଲ ସାଉଥର ପ୍ରାଥମିକତା ଏବଂ ଚିନ୍ତା ଉପରେ ମତ ବିନିମୟ କରିଥିଲେ ।

 

ଜାତିସଂଘ ମହାସଚିବ ଜି-୨୦ ଅଧ୍ୟକ୍ଷତା ଅଧୀନରେ ସ୍ଥାୟୀ ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଏମଡିବି ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ୨୦୨୪ ମସିହାରେ ମିଳିତ ଜାତିସଂଘ ଶିଖର ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାର ଉପଲବ୍ଧିକୁ ଆଗକୁ ବଢ଼ାଇବା ପାଇଁ ସେ ଭାରତ ସହ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership