ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଜି-7 ଶିଖର ସମ୍ମିଳନୀ ଅବସରରେ 21 ମଇ 2023ରେ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଶ୍ରୀ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ସାକ୍ଷାତ କରିଛନ୍ତି । 

ଉଭୟ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ । ଉଭୟ ରାଜନେତା ଏହା ଉଲ୍ଲେଖ କରିଥିଲେ ଯେ, ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ବନ୍ଧର 75 ବର୍ଷ ପୁର୍ତି ପାଳନ କରାଯାଉଛି । ଉଭୟ ରାଜନେତା ନିଜର ରଣନୀତିକ ଭାଗିଦାରୀର ସମୀକ୍ଷା କରିଛନ୍ତି ଏବଂ ବିଶେଷକରି ପ୍ରତିରକ୍ଷା ଉତ୍ପାଦନ, ବ୍ୟବସାୟ, ଔଷଧ, କୃଷି, ଦୁଗ୍ଧ ଓ ପଶୁପାଳନ ତଥା ଜୈବ- ଇନ୍ଧନ ଏବଂ ସ୍ୱଚ୍ଛ ଉର୍ଜ୍ଜା କ୍ଷେତ୍ରରେ ଏହାକୁ ଆହୁରି ସୁଦୃଢ କରିବାର ପଦ୍ଧତି ଉପରେ ଆଲୋଚନା କରିଥିଲେ । ଉଭୟ ରାଜନେତା ଦୁଇ ଦେଶର ବ୍ୟବସାୟ ଜଗତର ଅଗ୍ରଣୀ ବ୍ୟକ୍ତି ବିଶେଷମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉଭୟ ରାଜନେତା ଆଂଚଳିକ (କ୍ଷେତ୍ରୀୟ) ବିକାଶ ଓ ଘଟଣାକ୍ରମ ଉପରେ ନିଜ ନିଜର ମତ ଆଦାନ ପ୍ରଦାନ କରିଥିଲେ । ସେମାନେ ବହୁପକ୍ଷୀୟ ମଂଚରେ ନିରନ୍ତର ସହଯୋଗ ଏବଂ ବହୁପକ୍ଷୀୟ ସଂଗଠନରେ ସଂସ୍କାର ନେଇ ଦୀର୍ଘ ସମୟ ଧରି ଚାଲି ଆସୁଥିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଚଳିତ ବର୍ଷ ସେପ୍ଟେମ୍ବରରେ ଜି-20 ଶିଖର ସମ୍ମିଳନୀ ଅବସରରେ ଭାରତରେ ରାଷ୍ଟ୍ରପତି ଲୁଲାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତୀକ୍ଷା କରିଥିବା କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 17, 2026
June 17, 2026

PM Narendra Modi's Dual Legacy: Commanding Global Respect While Delivering Health Miracles, Rail Revolution & Digital Leadership