ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ଇଜିପ୍ଟରେ ପହଞ୍ଚିବା ପରେ ୨୪ ଜୁନ ୨୦୨୩ରେ ଇଜିପ୍ଟୀୟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ସହ ବୈଠକ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ, ଭାରତର ସାଧାରଣତନ୍ତ୍ର ଦିବସ ୨୦୨୩ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦେଲ ଫତେହ ଅଲ୍‌ ସିସି ଯୋଗ ଦେଇଥିଲେ । ତାଙ୍କର ଏହି ଗସ୍ତ ପରେ ଇଜିପ୍ଟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯାଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମୁସ୍ତାଫା ମେଡ୍‌ବୌଲୀଙ୍କ ଅଧ୍ୟକ୍ଷତାରେ ଭାରତ ୟୁନିଟ୍‌ ଗଠନ କରାଯାଇଥିବା ବେଳେ ଏଥିରେ ବହୁସଂଖ୍ୟକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଭାରତ ୟୁନିଟ୍‌ ଦ୍ୱାରା ସମ୍ପାଦନ କରାଯାଉଥିବା କାର୍ଯ୍ୟ ଏବଂ ପ୍ରସ୍ତାବିତ ନୂଆ ସହଯୋଗ କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମେଡବୌଲୀ ଏବଂ ତାଙ୍କର କ୍ୟାବିନେଟ ସହଯୋଗୀମାନେ ସୂଚନା ଦେଇଥିଲେ । ଭାରତୀୟ ପ୍ରତିପକ୍ଷଙ୍କ ଠାରୁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟାକୁ ସେମାନେ ପ୍ରଶଂସା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଆଗ୍ରହ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯିବାକୁ ପ୍ରଶଂସା କରିଥିଲେ ଏବଂ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଏହି ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’କୁ ସ୍ୱାଗତ କରିଥିଲେ । ଏଥିସହିତ ବିଭିନ୍ନ ଆପୋସ ହିତ କ୍ଷେତ୍ରରେ ଇଜିପ୍ଟ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବା ନିମନ୍ତେ ଭାରତ ପ୍ରସ୍ତୁତ ଥିବା ସେ କହିଥିଲେ ।

ଏହି ବୈଠକରେ ବାଣିଜ୍ୟ ଓ ନିବେଶ, ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ, ଆଇଟି, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ, ଔଷଧ ଓ ନାଗରିକ ସମ୍ପର୍କ ଆଦି କ୍ଷେତ୍ରରେ ଆପୋସ ସହଯୋଗକୁ ସୁଦୃଢ଼ କରିବାର ମାର୍ଗ ଉପରେ ଆଲୋଚନା କରାଯାଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମେଡ୍‌ବୌଲୀଙ୍କ ସମେତ ସାତ ଜଣ ଇଜିପ୍ଟ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ, ସେମାନେ ହେଲେ :

ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ମହାମହିମ ଡକ୍ଟର ମହମ୍ମଦ ଶେକର ଅଲ୍‌ ମର୍କବୀ

ବୈଦେଶିକ ବ୍ୟାପାର ମନ୍ତ୍ରୀ ମହାମହିମ ମିଃ ସାମେ ଶୌକ୍ରୀ

ଯୋଜନା ଓ ଆର୍ଥିକ ବିକାଶ ମନ୍ତ୍ରୀ ମହାମହିମ ଡକ୍ଟର ହାଲା ଅଲ୍‌ ସୈଦ

ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ମହାମହିମ ଡକ୍ଟର ରାନିଆ ଅଲ୍‌ ମଶତ୍‌

ଅର୍ଥ ମନ୍ତ୍ରୀ ମହାମହିମ ମହମ୍ମଦ ମାୟିତ୍‌

ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମହାମହିମ ଡକ୍ଟର ଅମ୍ର ତଲତ୍‌ 

ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ମହାମହିମ ଇଞ୍ଜିନିୟର ଅହମ୍ମଦ ସମିର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari