ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଦର ସେରୀ ବେଗାୱାନର ଇସ୍ତାନା ନୁରୁଲ ଇମାନରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ବ୍ରୁନେଇର ମହାମହିମ ସୁଲତାନ ହାଜି ହସନାଲ ବୋଲକିଆ ଉତ୍ସାହର ସହ ସ୍ୱାଗତ କରିଥିଲେ ।

ଭବ୍ୟ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ ଭାରତର ଗଭୀର ଇଚ୍ଛାକୁ ପ୍ରତିଫଳିତ କରୁଛି । ଏବେ ଦଶମ ବର୍ଷରେ ପହଞ୍ଚିଥିବା 'ଆକ୍ଟ ଇଷ୍ଟ ପଲିସି'କୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ତାଙ୍କର ଏହି ଗସ୍ତ ହୋଇଛି ବୋଲି ସେ ଆଲୋକପାତ କରିଥିଲେ। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ଓ ଭାଗିଦାରୀକୁ ଉନ୍ନତ କରିବାକୁ ସହମତ ହୋଇଥିଲେ। ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଖାଦ୍ୟ ନିରାପତ୍ତା, ଶିକ୍ଷା, ଶକ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନ ଭଳି ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆଇସିଟି, ଫିନଟେକ୍, ସାଇବର ସିକ୍ୟୁରିଟି, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ସହଯୋଗ କରିବାକୁ ସେମାନେ ରାଜି ହୋଇଥିଲେ। ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମହାମହିମ ମତ ବିନିମୟ କରିଥିଲେ । ଉଭୟ ନେତା ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରିବା ସହ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏସିଆନ୍ - ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ନେତା ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏସିଆନ୍ ଜଳବାୟୁ ପରିବର୍ତ୍ତନ କେନ୍ଦ୍ରର ଆୟୋଜନ ପାଇଁ ବ୍ରୁନେଇ ଦାରୁସଲାମଙ୍କ ପ୍ରୟାସକୁ ଭାରତର ସମର୍ଥନ କରିଥିବାରୁ ମଧ୍ୟ ମହାମହିମ ପ୍ରଶଂସା କରିଥିଲେ ।

 

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ବ୍ରୁନେଇର ପରିବହନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମହାମହିମ ପେଙ୍ଗିରାନ୍ ଡାମ୍ହାରୀ ପେଙ୍ଗିରାନ୍ ଡାଟୋ ମୁସ୍ତାଫାଙ୍କ ଦ୍ୱାରା ଉପଗ୍ରହ ଏବଂ ଉତକ୍ଷେପଣ ଯାନ ପାଇଁ ଟେଲିମେଟ୍ରି, ଟ୍ରାକିଂ ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନାରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ବିନିମୟ ହୋଇଥିଲା । ବନ୍ଦର ସେରି ବେଗୱାନ ଏବଂ ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ସେମାନେ ସ୍ୱାଗତ କରିଥିଲେ । ଆଲୋଚନା ପରେ ଏକ ମିଳିତ ବିବୃତି ଗୃହୀତ ହୋଇଥିଲା।

 

ମହାମହିମ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ସରକାରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ ।

 

ଆଜି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଭାରତ-ବ୍ରୁନେଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ମଜଭୁତ କରିବ। ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth