ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜୟୀ ହୋଇଥିବାରୁ ବହୁତ ବହୁତ ଶୁଭେଚ୍ଛା। ଯେବେଠାରୁ ଆପଣମାନଙ୍କୁ ଜଣା ପଡ଼ିଥିବ ଯେ ଆପଣମାନଙ୍କର ନାମ ଏହି ପୁରସ୍କାର ପାଇଁ ବଛା ଯାଇଛି, ଆପଣମାନଙ୍କର ବ୍ୟସ୍ତତା ବଢ଼ି ଯାଇଥିବ। ଆପଣଙ୍କ ମାତା-ପିତା, ସାଙ୍ଗ, ଶିକ୍ଷକ, ସେମାନେ ସମସ୍ତେ ମଧ୍ୟ ଆପଣଙ୍କ ଭଳି ଉତ୍ସାହିତ ହୋଇଥିବେ। ଆପଣମାନଙ୍କ ଭଳି ମୁଁ ମଧ୍ୟ ଆପଣମାନଙ୍କ ସହିତ ସାକ୍ଷାତ କରିବାକୁ ଅପେକ୍ଷା କରୁଥିଲି କିନ୍ତୁ କରୋନା କାରଣରୁ ଏବେ ଆମ୍ଭମାନଙ୍କର ଭର୍ଚୁଆଲ ସାକ୍ଷାତକାର ହିଁ ସମ୍ଭବ ହୋଇ ପାରିଛି।

ପ୍ରିୟ ପିଲାମାନେ,

ଆପଣମାନେ ଯେଉଁ କାର୍ଯ୍ୟ କରିଛନ୍ତି, ଆପଣମାନଙ୍କୁ ଯେଉଁ ପୁରସ୍କାର ମିଳିଛି, ତାହା ଏଥିପାଇଁ ମଧ୍ୟ ହେଉଛି ବିଶେଷ, କାରଣ ଆପଣମାନେ ଏହାକୁ କରୋନା ସମୟରେ ହିଁ କରିଛନ୍ତି। ଏତେ କମ୍‍ ବୟସରେ ମଧ୍ୟ ଆପଣମାନଙ୍କର ଏହି କାର୍ଯ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି। କେହି କ୍ରୀଡ଼ା କ୍ଷେତ୍ରରେ ଦେଶର ନାମ ରଖୁଛି, ଆଉ କେହି ଏବେଠାରୁ ହିଁ ଗବେଷଣା ଏବଂ ନବସୃଜନ କରୁଛନ୍ତି। ଆପଣମାନଙ୍କ ମଧ୍ୟରୁ କାଲି ଦେଶର କ୍ରୀଡ଼ାବିତ୍‍, ଦେଶର ବୈଜ୍ଞାନିକ, ଦେଶର ନେତା, ଦେଶର ବଡ଼-ବଡ଼ ସିଇଓମାନେ ଭାରତର ଗୌରବ ବୃଦ୍ଧି କରିବାର ପରମ୍ପରା ଦେଖାଇଦେବେ। ଏବେ ଯେଉଁ ଭିଡିଓ ଫିଲ୍ମ ଚାଲୁଥିଲା, ସେଥିରେ ଆପଣମାନଙ୍କର ଉପଲବ୍ଧିଗୁଡ଼ିକୁ ବିସ୍ତୃତ ଭାବେ ଦେଖାଯାଇଛି। ଆପଣମାନଙ୍କ ମଧ୍ୟରୁ କେତେକ ପିଲାମାନଙ୍କ ବିଷୟରେ ମୋତେ ମଝିରେ-ମଝିରେ କିଛି ସୂଚନା ମିଳିଥାଏ, ଶୁଣି ସାରିଛି। ଏବେ ଯେମିତି ଦେଖନ୍ତୁ ମୁମ୍ବଇର ଝିଅ ଆମର କାମ୍ୟା କାର୍ତିକେୟନ। ଆପଣମାନଙ୍କର ମନେ ଥିବ ମୁଁ ମନ କୀ ବାତ୍‍ରେ ମଧ୍ୟ ଥରେ ସେ ବିଷୟରେ ଚର୍ଚ୍ଚା କରିଥିଲି। କାମ୍ୟାଙ୍କୁ ପର୍ବତାରୋହଣ କ୍ଷେତ୍ରରେ ଦେଶର ନାମକୁ ଗୌରବାନ୍ୱିତ କରିବା ପାଇଁ ଏହି ପୁରସ୍କାର ମିଳିଛି। ଆସନ୍ତୁ, ଆଜି ଆମେ କାମ୍ୟାଙ୍କ ସହିତ ହିଁ କଥା ହେବା। ତାଙ୍କଠାରୁ ହିଁ ଆରମ୍ଭ କରିବା। ତାଙ୍କୁ ନିଶ୍ଚିତ ଭାବେ କିଛି ପଚାରିବାକୁ ଚାହୁଁଛି।

ପ୍ରଶ୍ନ- କାମ୍ୟା, ଏବେ ନିକଟ-ଭବିଷ୍ୟତରେ, ମୁଁ ମାନୁନାହିଁ ଯେ ଆପଣମାନେ ଆରାମରେ ବସିଥିବେ, କିଛି ନା କିଛି କରୁଥିବେ। ତା’ହେଲେ ଆପଣ କୌଣସି ନୂତନ ପର୍ବତ ଉପରେ ନିଜର ବିଜୟ ପ୍ରାପ୍ତ କରିଛନ୍ତି? କ’ଣ କରିଛନ୍ତି ଏହି ଦିନମାନଙ୍କରେ? କ’ଣ କରିଛନ୍ତି ଏହି ଦିନମାନଙ୍କରେ? କିମ୍ବା କରୋନା କାରଣରୁ କିଛିଟା ଅସୁବିଧା ଆସିଯାଇଛି, କ’ଣ ହେଲା?

ଉତର- ସାର୍‍, କରୋନା ସମଗ୍ର ଦେଶକୁ ହିଁ ବହୁତ କିଛି ଅସୁବିଧା ଦେଇଛି। କିନ୍ତୁ, ଆପଣ ଯେମିତି କହୁଛନ୍ତି ଆମେ ଏଭଳି ବସି ରହି ପାରିବା ନାହିଁ। ଆମକୁ କରୋନା ପରେ ମଧ୍ୟ ଦୃଢ଼ ଭାବେ ବାହାରକୁ ବହାରିବାକୁ ପଡ଼ିବ। ତେବେ ମୁଁ ମୋର ଟ୍ରେନିଂ ଏବଂ ସଂପୂର୍ଣ୍ଣ ରୁଟିନ୍‍ କରୋନା ସମୟରେ ମଧ୍ୟ ଜାରି ରଖିଛି ଆଉ ଏବେ ଏହି ସମୟରେ ଆମେ ଗୁଲମର୍ଗରେ ଅଛୁ ଯାହାକି ଜମ୍ମୁ କଶ୍ମୀର ଅବସ୍ଥିତ ଆଉ ମୋର ଆଗାମୀ ପର୍ବତାରୋହଣ ପାଇଁ ପ୍ରଶିକ୍ଷିତ କରୁଛି। ଉତର ଆମେରିକାରେ ଯେଉଁ ମାଉଁଟ ଦେନାଲୀ ଅଛି। ଆଉ ଆମେ ଏ ବର୍ଷ ଜୁନରେ ମାଉଁଟ ଦେନାଲୀ ଚଢ଼ିବା ପାଇଁ ଏବେ ପ୍ରଶିକ୍ଷିତ କରଛୁ।

ପ୍ରଶ୍ନ- ତା’ହେଲେ ଏବେ ଆପଣ ବାରମୂଳାରେ ଅଛନ୍ତି?

ଉତର- ଆଜ୍ଞା ସାର୍‍, ଧନ୍ୟବାଦର ସହ, ଅଫିସ ଆମକୁ ବହୁତ ସାହାଯ୍ୟ କରିଛି, ଆଉ ସେମାନେ ମଧ୍ୟ ଗତ ତିନି ଦିନ ଧରି 24x7 କାର୍ଯ୍ୟ କରୁଛନ୍ତି। ଆଉ ଆମେ ଏଠାରେ ବାରମୂଳାକୁ ଆସି ଆପଣଙ୍କ ସହିତ ସାକ୍ଷାତ କରି ପାରିଲୁ ସାର୍‍।

ପ୍ରଶ୍ନ- ତେବେ ଆପଣଙ୍କ ସହିତ ଆଉ କିଏ ସବୁ ଅଛନ୍ତି? ପରିଚୟ କରାନ୍ତୁ।

ଉତର– ସାର୍‍, ଏ ହେଉଛନ୍ତି ମୋର ମାଆ ଆଉ ଏ ହେଉଛନ୍ତି ମୋର ପାପା, ସାର୍‍।

ପାପା - ନମସ୍କାର

ମୋଦୀ ମହାଶୟ– ଚାଲନ୍ତୁ ଆପଣଙ୍କୁ ଶୁଭେଚ୍ଛା। ଆପଣମାନେ ଝିଅର ସାହସ ମଧ୍ୟ ବୃଦ୍ଧି କଲେ ଆଉ ଆପଣ ତାକୁ ସାହାଯ୍ୟ ମଧ୍ୟ କଲେ। ତେବେ ମୁଁ ଏଭଳି ମାତା-ପିତାଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି।

ପ୍ରଶ୍ନ - ଆଚ୍ଛା, ତେବେ ସବୁଠାରୁ ବଡ଼ ପୁରସ୍କାର ହେଉଛି ଆପଣଙ୍କର ପରିଶ୍ରମ ଏବଂ ଆପଣଙ୍କର ମନୋବଳ। ଆପଣ ପାହାଡ ଉପରେ ଚଢ଼ୁଛନ୍ତି, ଟ୍ରାକିଙ୍ଗ କରୁଛନ୍ତି, ଆଉ ସମଗ୍ର ଦୁନିଆ ବୁଲୁଛନ୍ତି, ଆଉ ହଠାତ ଯେତେବେଳେ କରୋନା ପାଇଁ ସବୁକିଛି ବନ୍ଦ ହୋଇଗଲା, ତେବେ ଏ ବର୍ଷଟି କିପରି କାଟିଲେ? କ’ଣ କରୁଥିଲେ?

ଉତର – ସାର୍‍, ମୁଁ କରୋନାକୁ ଏକ ସୁଯୋଗ ଭାବେ ବୁଝିନେଲି ଯଦିଓ ମୁଁ...

ପ୍ରଶ୍ନ - ଅର୍ଥାତ ଆପଣ ମଧ୍ୟ ବିପତିକୁ ସୁଯୋଗରେ ପରିବର୍ତିତ କଲେ?

ଉତର - ଆଜ୍ଞା ସାର୍‍।

ପ୍ରଶ୍ନ - କୁହନ୍ତୁ।

ଉତର – ସାର୍‍, ଯଦିଓ ଏବେ ଯାଇ ମୁଁ ପର୍ବତ ଚଢ଼ି ପାରିବି ନାହିଁ ସାର୍‍, କିନ୍ତୁ ମୁଁ ଏହା ବୁଝିଲି ଯେ ଏହି ସମୟରେ ମୁଁ ଅନ୍ୟମାନଙ୍କୁ ଆମ ସମୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରେରିତ କରି ପାରିବି। ତେଣୁ ମୁଁ ବହୁତ ଗୁଡ଼ିଏ ସ୍କୁଲ ଏବଂ ଅନୁଷ୍ଠାନ ଗୁଡ଼ିକରେ ୱେବିନାର ଦେଉଛି ଆଉ ମୋର ମିଶନ ବିଷୟରେ ମଧ୍ୟ ଜଣାଉଛି ଆଉ ଏହାର ସନ୍ଦେଶକୁ ମଧ୍ୟ ବ୍ୟାପକ କରିବାକୁ ଚାହୁଁଛି, ସାର୍‍।

ପ୍ରଶ୍ନ– କିନ୍ତୁ ଶାରୀରିକ ଫିଟ୍‍ନେସ୍‍ ପାଇଁ କିଛି ନା କିଛି ହେଲେ ମଧ୍ୟ କରିବାକୁ ପଡ଼ୁଥିବ ନା?

ଉତର - ଆଜ୍ଞା ସାର୍‍, ସାଧାରଣତଃ ଆମେ ଦୌଡ଼ ଏବଂ ସାଇକେଲ ଚାଳନା ପାଇଁ ଯାଉଥିଲୁ କିନ୍ତୁ ପୂର୍ବେ ଲକ୍‍ ଡାଉନ୍‍ ସମୟରେ ଏଥିପାଇଁ ଅନୁମତି ମିଳୁ ନଥିଲା ତେଣୁ ଆମେ ମୁମ୍ବଇରେ ଯେଉଁ 21 ମହଲା ବିଶିଷ୍ଟ କୋଠାଘରେ ରହୁଥିଲୁ, ଆମେ ସେଠାରେ ସିଡିରେ ଉପର-ତଳ ଚଢ଼ୁଥିଲୁ ଫିଟନେସ୍‍ ପାଇଁ। ଆଉ ଲକ୍‍ ଡାଉନ୍‍ ସାମାନ୍ୟ କୋହଳ ହେବା ପରେ ଧନ୍ୟବାଦର ସହ ଆମେ ମୁମ୍ବଇ ସିଫ୍ଟ ହୋଇଛୁ ତେବେ ଆମେ ଶହୟାଦ୍ରୀରେ ଯାଇ ଛୋଟ-ବଡ଼ ଟ୍ରାକ୍ସ କରୁଥିଲୁ ସାର୍‍, ସପ୍ତାହନ୍ତରେ।

ପ୍ରଶ୍ନ – ତା’ହେଲେ ମୁମ୍ବଇରେ କେବେ ଥଣ୍ଡା କ’ଣ ହୋଇଥାଏ, ତାହା ଜଣା ପଡ଼ୁ ନଥିବ। ଆଜି ଏଠାରେ ବାରାମୂଳାରେ ଖୁବ୍‍ ଥଣ୍ଡାରେ ରହୁଥିବେ ଆପଣ?

ଉତର - ଆଜ୍ଞା ସାର୍‍।

ପିଏମ୍‍ ସାର୍‍ଙ୍କ ଟିପ୍ପଣୀ: ଦେଖନ୍ତୁ କରୋନା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରଭାବିତ କରିଛି। କିନ୍ତୁ ଗୋଟିଏ କଥା ମୁଁ ନୋଟ କରିଛି ଯେ ଦେଶର ପିଲାମାନେ, ଦେଶର ଭାବୀ ପିଢ଼ୀ ଏହି ମହାମାରୀ ସହିତ ମୁକାବିଲା କରିବାରେ ବହୁତ ବଡ଼ ଭୂମିକା ତୁଲାଇଛନ୍ତି। ସାବୁନରେ 20 ସେକେଣ୍ଡ ହାତ ଧୋଇବାକୁ ହେବ– ଏହିକଥା ସବୁଠାରୁ ପ୍ରଥମେ ପିଲାମାନେ ହିଁ ଧରିଲେ। ଆଉ ମୁଁ ସେତେବେଳେ ସୋସିଆଲ ମିଡିଆରେ କେତେ ହିଁ ଭିଡିଓ ଦେଖୁଥିଲି ଯେଉଁଥିରେ ପିଲାମାନେ କରୋନାରୁ ଦୂରେଇ ରହିବାର ଉପାୟ ଜଣାଉଥିଲେ। ଆଜି ଏହି ପୁରସ୍କାର ଏଭଳି ପ୍ରତ୍ୟେକ ପିଲାଙ୍କୁ ମଧ୍ୟ ମିଳିଛି। ଏଭଳି ପରିବାର ଆଉ ଏଭଳି ସମାଜ, ଯେଉଁଠାରେ ପିଲାମାନଙ୍କ ଠାରୁ ଶିକ୍ଷା କରିବାର ସଂସ୍କୃତି ରହିଛି, ସେଠାରେ ପିଲାମାନଙ୍କର ବ୍ୟକ୍ତିତ୍ୱରେ ବହୁ ପରିମାଣରେ ବିକାଶ ହିଁ ହୋଇଥାଏ, ଏହା ସହିତ ବଡ଼ମାନଙ୍କ ଭିତରେ ସ୍ଥିର ଭାବନା ଆସି ନଥାଏ, ଶିଖିବାର ଲାଳସା ତିଷ୍ଠି ରହିଥାଏ, ସେମାନଙ୍କର ଉତ୍ସାହ ବଜାୟ ରହିଥାଏ। ଆଉ ବଡ଼ମାନେ ମଧ୍ୟ ଚିନ୍ତା କରିବେ କି- ଆରେ ବାଃହ... ଆମ ପିଲାମାନେ କହିଛନ୍ତି ତେଣୁ ଆମେ ନିଶ୍ଚିତ ଭାବେ କରିବା। ଆମେ ଏହା କରୋନା ସମୟରେ ମଧ୍ୟ ଦେଖିଛୁ ଆଉ ସ୍ୱଚ୍ଛ ଭାରତ ମିଶନ ସମୟରେ ମଧ୍ୟ ମୁଁ ବାରମ୍ବାର ଦେଖିଛି। ପିଲାମାନେ ଯେତେବେଳେ କୌଣସି କାରଣ ସହିତ ଯୋଡି ହୋଇ ଯାଆନ୍ତି, ତେବେ ସେଥିରେ ସଫଳତା ମିଳି ହିଁ ଥାଏ। କାମ୍ୟା ଆପଣଙ୍କୁ, ଆପଣଙ୍କ ମାତା-ପିତାଙ୍କୁ, ଆପଣଙ୍କ ପ୍ରଶିକ୍ଷକଙ୍କୁ, ସମସ୍ତଙ୍କୁ ମୁଁ ବହୁତ ଶୁଭେଚ୍ଛା ଜଣାଉଛି। ବହୁତ-ବହୁତ ଶୁଭକାମନା ଜଣାଉଛି। ଆଉ ଆପଣ କଶ୍ମୀରର ମଜା ମଧ୍ୟ ନିଅନ୍ତୁ ଆଉ ନୂତନ ସାହସର ସହିତ ଆଗକୁ ମଧ୍ୟ ବଢ଼ନ୍ତୁ। ନିଜର ସ୍ୱାସ୍ଥ୍ୟ, ନିଜର ଫିଟନେସ୍‍ର ଧ୍ୟାନ ରଖନ୍ତୁ, ନଆ-ନଆ ଶୀଖରରେ ପହଞ୍ଚନ୍ତୁ। ନଆ-ନଆ ଶୀଖରକୁ ଅତିକ୍ରମ କରନ୍ତୁ। ପ୍ରିୟ ପିଲାମାନେ, ଆମ ସହିତ ଝାଡଖଣ୍ଡର ଜଣେ ଝିଅ ଆଜି ଅଛନ୍ତି, ସବିତା କୁମାରୀ। ତାଙ୍କୁ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି।

ପ୍ରଶ୍ନ– ସବିତା ମହାଶୟା, ଆପଣ କିଭଳି ଭାବେ ମନ କଲେ ଯେ ଆର୍ଚରୀ ବା ତୀରନ୍ଦାଜରେ ଆପଣଙ୍କୁ ଆଗକୁ ବଢ଼ିବାର ଅଛି? ଏହି ଚିନ୍ତାଧାରା କେଉଁଠାରୁ ଆସିଲା ଆଉ ଏଥିରେ ଆପଣଙ୍କ ପରିବାରର ସହଯୋଗ ରହିଥିବ ନିଶ୍ଚୟ। ତେବେ ମୁଁ ଆପଣଙ୍କଠାରୁ ନିଶ୍ଚିତ ଭାବେ ଏହା ଶୁଣିବାକୁ ଚାହୁଁଛି ଫଳରେ ଦେଶର ପିଲାମାନେ ଜାଣି ପାରିବେ ଯେ ଝାଡଖଣ୍ଡର ଦୂର-ଦୂରାନ୍ତ ଜଙ୍ଗଲ ପରିବେଶ ମଧ୍ୟରୁ ଆମର ଜଣେ ଝିଅ କ’ଣ ପରାକ୍ରମ କରୁଛନ୍ତି, ଏହାଦ୍ୱାରା ଦେଶର ପିଲାମାନଙ୍କୁ ମଧ୍ୟ ପ୍ରେରଣା ମିଳିବ। କୁହନ୍ତୁ।

ଉତର – ସାର୍‍, ମୁଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପାଠ ପଢ଼ୁଥିଲି, ସେଠାରେ ଆମକୁ ପ୍ରେରଣା ମିଳିଲା ତୀରନ୍ଦାଜୀ ଶିଖିବା ପାଇଁ।

ପ୍ରଶ୍ନ- ଆପଣ ଦେଶ ପାଇଁ ପଦକ ଆଣିବା ଆରମ୍ଭ ମଧ୍ୟ କରି ଦେଇଛନ୍ତି। ସମଗ୍ର ଦେଶର ଶୁଭକାମନା ଆପଣଙ୍କ ସହିତ ରହିଛି। ଆଗକୁ ଆପଣଙ୍କ ମନରେ କ’ଣ ଲକ୍ଷ୍ୟ ରଖିଛନ୍ତି, କେଉଁ ପର୍ଯ୍ୟନ୍ତ ଖେଳିବେ?

ଉତର – ସାର୍‍, ମୋତେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିବାକୁ ଅଛି ଆଉ ଯେତେବେଳେ ଦେଶ ପାଇଁ ଜାତୀୟ ସଂଗୀତ ଗାନ କରାଯାଇଥାଏ, ସେତେବେଳେ ମୋତେ ଖୁବ୍‍ ଭଲ ଲାଗେ।

ପ୍ରଶ୍ନ– ବାଃହ! ଆପଣଙ୍କ ସହିତ କିଏ-କିଏ ଅଛନ୍ତି?

ଉତର – ସାର୍‍, ମମ୍ମି ଆସିଛନ୍ତି ଆଉ ଏଠାରେ ପାପା ଆସିଛନ୍ତି।

ପ୍ରଶ୍ନ- ଆଚ୍ଛା, ଏମାନେ କେବେ ଖେଳୁଥିଲେ କି? ପିତାଜୀ କେବେ ଖେଳରେ ଭାଗ ନେଇଥିଲେ କି?

ଉତର – ସାର୍‍ ନା।

ପ୍ରଶ୍ନ - ଆଚ୍ଛା, ସବୁଠାରୁ ପ୍ରଥମେ ତୁମେ ଆରମ୍ଭ କଲ?

ଉତର – ହଁ ସାର୍‍।

ପ୍ରଶ୍ନ– ତେବେ ଏବେ ତୁମକୁ ବାହାରକୁ ଯିବାପାଇଁ ହେଲେ ମମ୍ମି-ପାପାଙ୍କୁ ଚିନ୍ତା ହୋଇଥାଏ କି ନାହିଁ?

ଉତର- ସାର୍‍, ଏବେ ସାଙ୍ଗରେ ସାର୍‍ ଅଛନ୍ତି ନା ସାର୍‍ଙ୍କ ସହିତ ଯାଉଛୁ।

ପ୍ରଶ୍ନ - ଆଚ୍ଛା।

ପିଏମଙ୍କ ଟିପ୍ପଣୀ: ଆପଣ ଅଲମ୍ପିକ ପର୍ଯ୍ୟନ୍ତ ଯାଆନ୍ତୁ, ସ୍ୱର୍ଣ୍ଣ ପଦକ ନେଇକରି ଆସନ୍ତୁ, ଏ ଯେଉଁ ଆପଣଙ୍କର ସ୍ୱପ୍ନ ରହିଛି, ପ୍ରକୃତରେ ହିନ୍ଦୁସ୍ତାନର ପ୍ରତ୍ୟେକ ପିଲାକୁ ନୂତନ ସ୍ୱପ୍ନ ଦେଖିବାର ପ୍ରେରଣା ଦେଉଛି। ମୋର ଶୁଭକାମନା ସଦା ସର୍ବଦା ଆପଣଙ୍କ ସହିତ ରହିଛି। କ୍ରୀଡ଼ା ଦୁନିଆରେ ଝାଡଖଣ୍ଡର ଯେଉଁ ପ୍ରତିଭା ରହିଛି, ତାହା ଉପରେ ସମଗ୍ର ଦେଶ ଗର୍ବ କରେ। ମୁଁ ଦେଖିଛି ଯେ ଝାଡଖଣ୍ଡର ଝିଅମାନେ ବଡ଼ ଚମତ୍କାର କରିଦିଅନ୍ତି ଆଜ୍ଞା। କିଭଳି ଭାବେ ଖେଳକୁଦରେ ନିଜର ନାମକୁ ଗୌରବାନ୍ୱିତ କରୁଛନ୍ତି। ଛୋଟ-ଛୋଟ ଗାଁ, ଛୋଟ-ଛୋଟ ସହରମାନଙ୍କରେ ଆପଣଙ୍କ ଭଳି ପ୍ରତିଭା ଯେତେବେଳେ ବାହାରକୁ ବାହରନ୍ତି, ସେତେବେଳେ ସମଗ୍ର ଦୁନିଆରେ ଯାଇ ନିଜ ଦେଶର ନାମକୁ ଗୌରବାନ୍ୱିତ କରନ୍ତି। ସବିତା, ଆପଣଙ୍କୁ ମୋର ବହୁତ-ବହୁତ ଆଶୀର୍ବାଦ। ଖୁବ୍‍ ଆଗକୁ ବଢ଼ନ୍ତୁ।

ଉତର - ଧନ୍ୟବାଦ ସାର୍‍।

ଆଚ୍ଛା, ଏମିତିରେ ସାଥୀଗଣ, ଚଳିତ ଥରର ରାଷ୍ଟ୍ରୀୟ ବାଲ ପୁରସ୍କାର ଗୁଡ଼ିକରେ ଯେଉଁ ବିବିଧତା ରହିଛି ତାହା ହେଉଛି ଖୁବ୍‍ ଭଲ କଥା। ତୀରନ୍ଦାଜରୁ ଏବେ ଆମେ କଳାର ଦୁନିଆକୁ ଯିବା। ମଣିପୁରର ଆମର ଝିଅ କୁମାରୀ ନବୀଶ କୀଶମ, ଉନ୍ନତ ଚିତ୍ରାଙ୍କନ ବା ପେଂଟିଙ୍ଗ କରିବା ପାଇଁ ତାଙ୍କୁ ଆଜି ପୁରସ୍କାର ମିଳିଛି।

ପ୍ରଶ୍ନ– କୁହନ୍ତୁ ବେଟା, ନବୀଶ, ଆମେ ତୁମଠାରୁ ଶୁଣିବାକୁ ଚାହୁଁଛୁ। ଆପଣ ଖୁବ୍‍ ଭଲ ଚିତ୍ର (ପେଂଟିଙ୍ଗ) ଆଙ୍କନ୍ତି। ଏମିତିରେ ମଧ୍ୟ ରଙ୍ଗଗୁଡ଼ିକରେ ବହୁତ ବଡ଼ ଉର୍ଜ୍ଜା ରହିଥାଏ। ଆଉ ଏମିତିରେ ମଧ୍ୟ ଉତର-ପୂର୍ବ ନିଜକୁ ନିଜ ମଧ୍ୟରେ ହେଉଛି ଖୁବ୍‍ ରଙ୍ଗୀନ। ସେହି ରଙ୍ଗଗୁଡ଼ିକୁ ସଜାଇ ଦିଆଗଲେ, ତା’ହେଲେ ଏହାକୁ ସାରା ଜୀବନ୍ୟାସ ଦେବା ଭଳି ହୋଇଯାଏ। ମୋତେ ଅବଗତ କରାଯାଇଛି କି ଆପଣ ଅଧିକାଂଶ ପରିବେଶ ଉପରେ, ପର୍ଯ୍ୟାବରଣ ଉପରେ, ସବୁଜିମା ଉପରେ ଚିତ୍ର ଆଙ୍କୁଛନ୍ତି। ଆଉ ଏହି ବିଷୟ ଆପଣଙ୍କୁ ଏତେ ପରିମାଣରେ କାହିଁକି ଆକର୍ଷିତ କରୁଛି?

ଉତର – ସର୍ବପ୍ରଥମେ ଶୁଭ ଅପରାହ୍ଣ ସାର୍‍। ବାସ୍ତବରେ ଏହା ହେଉଛି ଏକ ସୌଭାଗ୍ୟର ବିଷୟ ଯେ ବ୍ୟକ୍ତିଗତ ଭାବେ ଆପଣଙ୍କ ସହିତ ଭାବ ବିନିମୟର ସୁଯୋଗ ମିଳିଛି ଆଉ ମୋର ପ୍ରଥମ ନାମ ହେଲା ବନୀଶ କୀଶମ ଆଉ ମୁଁ ପରିବେଶ ସମ୍ପର୍କିତ ପେଂଟିଙ୍ଗକୁ ଭଲ ପାଏ କାରଣ ଆଜିକାଲି ଆମର ପରିବେଶ ଦିନକୁ ଦିନ ଅଧିକ ଅପରିଷ୍କାର ହେବାକୁ ଲାଗିଛି। ଆଜିକାଲି ପରିବେଶ ପ୍ରଦୂଷିତ ହେବାକୁ ଲାଗିଛି ଆଉ ଇମ୍ଫାଲରେ ମଧ୍ୟ ବହୁତ ପ୍ରଦୂଷଣ ବ୍ୟାପି ଚାଲିଛି। ତେଣୁ ମୁଁ ଏହାକୁ ଅଧିକ ବୃକ୍ଷ ରୋପଣ କରି ପରିବର୍ତନ କରିବାକୁ ଚାହୁଁଛି ଏବଂ ଆମ ପରିବେଶକୁ, ବୃକ୍ଷଗୁଡ଼ିକୁ ଏବଂ ପଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଚାହୁଁଛି। ଆମର ଜଙ୍ଗଲ ସ୍ଥାନସବୁକୁ ରକ୍ଷା କରିବାକୁ ଚାହୁଁଛି। ତେଣୁ ଏହି ବାର୍ତାକୁ ପ୍ରଚାର କରି ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଜଣେ ଶିଳ୍ପୀ ଭାବେ ମୁଁ ଏହା କରୁଛି।

ପ୍ରଶ୍ନ- ଆଚ୍ଛା ଆପଣଙ୍କ ପରିବାରରେ ଆଉ କିଏ ଅଛନ୍ତି ଯିଏ ପେଂଟିଙ୍ଗ କରନ୍ତି? ବାପା, ମାଆ, ଭାଇ, ଚାଚା, ଆଉ କେହି।

ଉତର - ନା ସାର୍‍, ମୋ ବାପା ଜଣେ ବ୍ୟବସାୟୀ ଆଉ ମୋ ମାଆ ଜଣେ ଗୃହିଣୀ ଆଉ ମୁଁ ହେଉଛି ଏକମାତ୍ର ଶିଳ୍ପୀ।

ପ୍ରଶ୍ନ- ଏ ହେଉଛନ୍ତି ତୁମ ବାପା, ଏ ହେଉଛନ୍ତି ତୁମ ମାଆ ଯିଏ ତୁମ ସହିତ ଅଛନ୍ତି?

ଉତର – ହଁ।

ପ୍ରଶ୍ନ- ତା’ହେଲେ ତ ଏମାନେ ତୁମ ଉପରେ ରାଗୁଥିବେ ଯେ ତୁମେ କାହିଁକି ସାରା ଦିନ ପେଂଟିଙ୍ଗ କରୁଛ? କିଛି ପଢ଼ୁନାହଁ। ଖାଦ୍ୟ ରୋଷେଇ କରୁନାହଁ। କାମ କିଛି କରୁନାହଁ। ଏଭଳି ରାଗୁଥିବେ?

ଉତର - ନାଇଁ ସାର୍‍। ସେମାନେ ମୋତେ ବହୁତ ପ୍ରୋତ୍ସାହିତ କରନ୍ତି।

ପ୍ରଶ୍ନ- ତା’ହେଲେ ଆପଣ ହେଉଛନ୍ତି ଖୁବ୍‍ ଭାଗ୍ୟଶାଳୀ। ଆଚ୍ଛା, ଆପଣଙ୍କର ବୟସ ହେଉଛି କମ୍‍, କିନ୍ତୁ ବିଚାର ହେଉଛି ଖୁବ୍‍ ଉଚ୍ଚ ଆଜ୍ଞା। ଆଚ୍ଛା, ପେଂଟିଙ୍ଗ ବ୍ୟତୀତ ଆପଣଙ୍କର ଆଉ କ’ଣ କ’ଣ ଅଭ୍ୟାସ ରହିଛି?

ଉତର– ସାର୍‍, ମୁଁ ଗୀତ ଗାଇବାକୁ ଭଲ ପାଏ, ମୁଁ ଗାଇବାକୁ ଭଲ ପାଏ ଆଉ ମୁଁ ବଗିଚା କାମ କରିବାକୁ ମଧ୍ୟ ଭଲ ପାଏ।

ମାନନୀୟ ପିଏମଙ୍କ ଟିପ୍ପଣୀ:

ନବୀଶ, ମୁଁ ମଣିପୁର ବହୁତ ଥର ଯାଇଛି। ଆଉ ସେଠାକାର ପ୍ରକୃତି ମୋତେ ବହୁତ ଆକର୍ଷିତ କରିଥାଏ, ମୋର ସେଠାକାର ଏହି ଅନୁଭବ ରହିଛି। ଆଉ ପ୍ରକୃତିକୁ ନେଇ ସେଠାକାର ଲୋକଙ୍କ ମନରେ ଏକ ପ୍ରକାରରେ ଯେଉଁ ଶ୍ରଦ୍ଧା ରହିଛି, ପ୍ରକୃତିର ରକ୍ଷା ପାଇଁ ସମଗ୍ର ଉତର-ପୂର୍ବାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନର ବାଜି ଲଗାଇ ଦେଇଥାଏ। ଯାହା ମଣିପୁରରେ ମଧ୍ୟ ଦେଖାଯାଇଥାଏ ଆଉ ମୁଁ ମାନୁଛି କି ବହୁତ ଉଚ୍ଚକୋଟୀର ସଂସ୍କାର ରହିଛି।

ପ୍ରଶ୍ନ- ଆଚ୍ଛା, ଆପଣ ଗୀତ ଗାଆନ୍ତି, ଆପଣ କହିଲେ। ମୋତେ କିଛି ଶୁଣାଇବେ?

ଉତର – ହଁ ଆଜ୍ଞା, ମୁଁ କହୁଛି ମୁଁ ଜଣେ ବୃତିଗତ ଗାୟିକା ନୁହେଁ କିନ୍ତୁ ମୁଁ ଭଲ ପାଏ, ତେଣୁ ଏହା ହେଉଛି ଆମର ପାରମ୍ପରିକ ଗୀତ।

ପ୍ରଶ୍ନ – ବହୁତ ବଢ଼ିଆ। ମୁଁ ତୁମର ମାତା-ପିତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଆଉ ମୁଁ ମାନୁଛି ଯେ ତୁମେ ସଂଗୀତ କ୍ଷେତ୍ରରେ ମଧ୍ୟ କିଛି କରି ଦେଖାଇବା ଦରକାର। ତୁମ ସ୍ୱରରେ ବହୁତ ଶକ୍ତି ଅଛି। ମୁଁ କୌଣସି ସଂଗୀତ ଶାସ୍ତ୍ରର ଜ୍ଞାନ ରଖିନାହିଁ କିନ୍ତୁ ଭଲ ଲାଗିଲା। ଶୁଣି ବହୁତ ଭଲ ଲାଗିଲା। ତେବେ ତୁମକୁ ଏହି ସବୁ ସ୍ଥାନରେ ପରିଶ୍ରମ କରିବା ଦରକାର। ମୋର ତୁମକୁ ବହୁତ-ବହୁତ ଆଶୀର୍ବାଦ।

ସାଥୀଗଣ,

ଆମ ଦେଶର ପିଲାମାନେ ଏତେ ପ୍ରତିଭାର ଅଧିକାରୀ ହୋଇ ଜୀବନ ଜୀଉଁଛନ୍ତି, ସେମାନଙ୍କର ଯେତିକି ମଧ୍ୟ ପ୍ରଶଂସା କରାଯିବ, ତାହା କମ୍‍ ହେବ। ଏବେ ଦେଖନ୍ତୁ, ଗୋଟିଏ ପଟେ ଉନ୍ନତ ପେଂଟିଙ୍ଗ କରୁଥିବା ଝିଅ ହେଉଛନ୍ତି ନବୀଶ ତେବେ ଆଉ ଜଣେ ହେଉଛନ୍ତି କର୍ଣ୍ଣାଟକର ରାକେଶ କୃଷ୍ଣ ମଧ୍ୟ। ରାକେଶଙ୍କୁ ଚାଷବାସ ସହିତ ଜଡ଼ିତ ନବସୃଜନ ପାଇଁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି। ରାକେଶ ଆପଣଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି। ଆଉ ମୁଁ ନିଶ୍ଚିତ ଭାବେ ଆପଣଙ୍କ ସହିତ କଥା ହେବାକୁ ଚାହିଁବି।

ପ୍ରଶ୍ନ- ରାକେଶ, ଆପଣଙ୍କର ପ୍ରୋଫାଇଲ ଯେତେବେଳେ ମୁଁ ଦେଖୁଥିଲି ସେତେବେଳେ ମୋତେ ବହୁତ ଭଲ ଲାଗିଲା। ଆପଣ ଏତେ କମ୍‍ ବୟସରୁ ହିଁ ନବସୃଜନ କରୁଛନ୍ତି, ତାହା ମଧ୍ୟ ଆପଣ ଆମର କୃଷକମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଆପଣ ହେଉଛନ୍ତି ବିଜ୍ଞାନର ଛାତ୍ର, ତେବେ ଗବେଷଣା ନବସୃଜନ ଏ ସବୁ ହେଉଛି ସ୍ୱାଭାବିକ କଥା। କିନ୍ତୁ କୃଷକମାନଙ୍କ ପାଇଁ ନବସୃଜନ କରିବା, ଏହା କୌଣସି ସାଧାରଣ କଥା ନୁହେଁ ଆଜ୍ଞା। ତେଣୁ ମୁଁ ନିଶ୍ଚିତ ଭାବେ ଶୁଣିବାକୁ ଚାହିଁବି। ଏମିତି କଥାରେ କିପରି ଆପଣଙ୍କର ମନ ଲାଗିଗଲା, ଏ କାମ ପାଇଁ କିଭଳି ଭାବେ ଆପଣଙ୍କର ମନ ଲାଗିଲା?

ଉତର– ସାର୍‍, ସର୍ବ ପ୍ରଥମେ ନମସ୍କାର ଆଉ ସାର୍‍ ମୁଁ କହିବାକୁ ଚାହୁଁଛି ଯେ ବିଜ୍ଞାନ ଏବଂ ନବସୃଜନରେ ମୋର ହିଁ ଆକର୍ଷଣ ରହିଥିଲା କିନ୍ତୁ ସାର୍‍, ମୋ ବାପା ହେଉଛନ୍ତି ଜଣେ କୃଷକ ଆଉ ମୁଁ ଏକ କୃଷକ ପରିବାରରୁ ଆସିଛି। ଏ ହେଉଛନ୍ତି ମୋର ବାପା ଏବଂ ଇଏ ହେଉଛନ୍ତି ମୋର ମାଆ। ତେଣୁ ସାର୍‍ ମୁଁ ଦେଖିଲି କି ଏକ କୃଷି ଆଧାରିତ ପରିବାରରେ ବହୁତଗୁଡ଼ିଏ ଅସୁବିଧା ରହିଥିଲା, ତେଣୁ ସେଥିପାଇଁ କିଛି କରିବାର ଥିଲା। ଆଉ ମୋର ଇଚ୍ଛା ଥିଲା ଯେ ମୁଁ ଯେହେତୁ ଜଣେ କୃଷକ ପରିବାରର, କୃଷକ ହେଉଛନ୍ତି ଆମର ରାଷ୍ଟ୍ରୀୟ ଅନ୍ନଦାତା, ସେମାନଙ୍କ ପାଇଁ କିଛି ଉତ୍ସର୍ଗୀକୃତ କାର୍ଯ୍ୟ କରିବି। ମୋର ଟେକ୍ନୋଲୋଜିର ଯେଉଁ ନବସୃଜନ ରହିଛି, ଏହାକୁ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ମୁଁ ଏକ ମିଶନ ପ୍ରସ୍ତୁତ କରିଛି ଆଜ୍ଞା। ତେଣୁ ଯେଉଁ ବର୍ତମାନର ଅଭ୍ୟାସ ରହିଛି ସେଥିରୁ ୫୦ ପ୍ରତିଶତରୁ ମଧ୍ୟ ଅଧିକ ଲାଭଜନକ ହେଉଛି ମୋର ମେସିନ ସାର୍‍।

ପ୍ରଶ୍ନ- ଆଚ୍ଛା, ତେବେ କେବେହେଲେ ଏହାକୁ ପ୍ରୟୋଗ କରିଛନ୍ତି କି, କୃଷି କ୍ଷେତ୍ରରେ ବାପାଙ୍କ ସହିତ କେବେ ଏହାକୁ ପ୍ରୟୋଗ କରିଛନ୍ତି କି?

ଉତର– ହଁ ସାର୍‍, ପ୍ରୟୋଗ କରିଛି। ତେବେ ଗୋଟିଏ କଥା କହିବାକୁ ଚାହୁଁଛି ସାର୍‍, ମୋର ମେସିନ ୧୦-୧୫ ପ୍ରତିଶତରୁ ମଧ୍ୟ ଅଧିକ ସମୟ ବ୍ୟବହାର କରୁଛି, ଏହା ପୂର୍ବାପେକ୍ଷା କମ୍‍ ସମୟ ନେଇଥାଏ। ଆଉ ମୁଁ ଯେଉଁ ପ୍ରାକଟିକାଲ ଟେଷ୍ଟ କରିଛି, ସେଥିରେ ଜଣା ପଡ଼ିଛି ଯେ ମୋର ମେସିନ ସବୁଠାରୁ ଅଧିକ ଲାଭପ୍ରଦ ଏବଂ ସବୁଠାରୁ ଅଧିକ ଅଙ୍କୁରୋଦଗମ ପରୀକ୍ଷା ଦେଇଥାଏ। ସାର୍‍, କଥା କ’ଣ କି ଆଜିକାଲି ଚାଷକାର୍ଯ୍ୟ ପାଇଁ ଯେଉଁ କୁଶଳୀ ଶ୍ରମିକ ଆବଶ୍ୟକ, ଅର୍ଥାତ କୃଷକମାନଙ୍କୁ ଯେଉଁ ଶ୍ରମିକ ଦରକାର ତାଙ୍କର ପାରିଶ୍ରମିକ ଏବେ ଆକାଶ ଛୁଆଁ ହୋଇଯାଇଛି, ବହୁତ ଅଧିକ ହୋଇ ଯାଇଛି ଆଉ ଆମକୁ କୁଶଳୀ ଶ୍ରମିକ ମିଳୁ ନାହାଁନ୍ତି। ତେଣୁ ଏଥିପାଇଁ ମୁଁ ଏକ ବହୁମୁଖୀ ମେସିନ ପ୍ରସ୍ତୁତ କରିଛି ଫଳରେ ଜଣେ କୃଷକ ଏକାସାଙ୍ଗରେ ସବୁ କାମ କରି ପାରିବ ଆଉ ଅଧିକ ପଇସା ଏବଂ ସମୟ ସହଜରେ ସଞ୍ଚୟ କରି ପାରିବ।

ପ୍ରଶ୍ନ- ଆଚ୍ଛା, ଯେତେବେଳେ ଆପଣ ଏହାକୁ ନିର୍ମାଣ କଲେ, ଖବରକାଗଜ ଛପିଲା, ଲୋକମାନଙ୍କୁ ଜଣା ପଡ଼ିଲା ତେବେ ଏ ଯେଉଁ ବିନିର୍ମାଣ ବାଲା ଥାଆନ୍ତି, ବ୍ୟବସାୟୀ କମ୍ପାନୀବାଲା ଥାଆନ୍ତି, ଷ୍ଟାର୍ଟ-ଅପ୍ସବାଲା ଥାଆନ୍ତି, ସେମାନେ କେହି ଆପଣଙ୍କ ପାଖରେ ଯାଇ ପହଞ୍ଚିଲେ କି? ଯେ ଚାଲନ୍ତୁ ଆମେ ସବୁକିଛି ବ୍ୟାପକ ସ୍ତରରେ ପ୍ରସ୍ତୁତ କରିବା? ବହୁତ ବଡ଼ ନିର୍ମାଣ କରିବା, ଏଭଳି କିଛି ହେଲା କି?

ଉତର– ହଁ ସାର୍‍, ଦୁଇ-ତିନୋଟି କମ୍ପାନୀ ମୋତେ ପଚାରିଲେ ଆଉ ମୁଁ ନବସୃଜନ ମହୋତ୍ସବ ରାଷ୍ଟ୍ରପତି ଭବନର ଜଣେ ଅଂଶ ଗ୍ରହଣକାରୀ ଥିଲି, ଆଉ ସେଠାକୁ ଆସି ମୋତେ ପଚାରିଥିଲେ, ସାର୍‍। କିନ୍ତୁ ମୋର ଯେଉଁ ପ୍ରୋଟୋଟାଇପ୍‍ ରହିଛି ତାହା ସଂପୂର୍ଣ୍ଣ ରୂପେ ବିକଶିତ ହୋଇ ନାହିଁ ସାର୍‍। ଏବେ ମଧ୍ୟ ମୁଁ କାମ କରିବାକୁ ଚାହୁଁଛି, ଏହାକୁ ମୁଁ ଆହୁରି ଭଲ ଭାବେ ନିର୍ମାଣ କରିବାକୁ ଚାହୁଁଛି।

ପ୍ରଶ୍ନ- ଆଚ୍ଛା, ତା’ହେଲେ ତୁମର ଯେଉଁ ଶିକ୍ଷକ ଅଛନ୍ତି ସେମାନେ ସେଥିରେ ଆଗ୍ରହ ପ୍ରକାଶ କରି ତୁମକୁ ଆହୁରି ସାହାଯ୍ୟ କରୁଛନ୍ତି କି? ଆଉ କୌଣସି ବୈଜ୍ଞାନିକ, ଦୁନିଆର ଭିନ୍ନ ଲୋକମାନେ ସାହାଯ୍ୟ କରୁଛନ୍ତି କି? କେହି ତୁମକୁ ଅନ୍‍ ଲାଇନ୍‍ ସାହାଯ୍ୟ କରୁଛନ୍ତି କି?

ଉତର– ହଁ ସାର୍‍, ମୋର ଯେଉଁ ଶିକ୍ଷକମାନେ ଅଛନ୍ତି ମୋ ସ୍କୁଲର ଆଉ ଏବେ ଯେଉଁ ପ୍ରି-ୟୁନିଭର୍ସିଟି କଲେଜର ଯେଉଁ ଅଧ୍ୟାପକମାନେ ଅଛନ୍ତି, ସବୁଲୋକ ମୋତେ ପଥ ପ୍ରଦର୍ଶନ କରିଥାଆନ୍ତି ସାର୍‍, ଆଉ ଉତ୍ସାହିତ କରନ୍ତି ସାର୍‍। ମୋ ଜୀବନ ଯାତ୍ରାର ପ୍ରତ୍ୟେକଟି ପାହାଚ ମୋର କର୍ମଠ ପିତା ଏବଂ ଶିକ୍ଷକମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇଛି ସାର୍‍। ତେଣୁ ଆଜି ମୁଁ ଯାହାକିଛି ହୋଇ ପାରିଛି, ସବୁକିଛି ତାଙ୍କରି କାରଣରୁ ହିଁ ଆଉ ସେମାନେ ମୋତେ ଯେଉଁ ପ୍ରୋତ୍ସାହିତ କରିଛନ୍ତି ସେହି ପ୍ରଭାବରେ ମୁଁ ଆଜି ଏହି ସ୍ତର ପର୍ଯ୍ୟନ୍ତ ଆସି ପାରିଛି ସାର୍‍।

ଉତର- ଚାଲନ୍ତୁ, ମୁଁ ଆପଣଙ୍କ ମାତା-ପିତାଙ୍କୁ ଶୁଭେଚ୍ଛା ଜଣାଉଛି ଯେ ସେ କୃଷିକାର୍ଯ୍ୟକୁ ମଧ୍ୟ ମନ ଦେଇ କରିଛନ୍ତି ଏବଂ କୃଷି କାର୍ଯ୍ୟ ସହିତ ପୁଅକୁ ମଧ୍ୟ ଯୋଡିଛନ୍ତି। ପୁଅର ଯେଉଁ ପ୍ରତିଭା ଅଛି ତାହାକୁ କୃଷିକାର୍ଯ୍ୟ ସହିତ ଯୋଡିଛନ୍ତି। ତେଣୁ ଆପଣ ହେଉଛନ୍ତି ଦୁଇ-ଦୁଇଥର ଅଭିନନ୍ଦନର ପାତ୍ର।

ମାନନୀୟ ପିଏମଙ୍କ ଟିପ୍ପଣୀ:

ରାକେଶ, ଆଧୁନିକ କୃଷି, ଏହା ହେଉଛି ଆଜି ଆମ ଦେଶର ଆବଶ୍ୟକତା। ଆଉ ଏହା ମୋତେ ଦେଖି ବହୁତ ଭଲ ଲାଗିଲା ଯେ ଏତେ ଛୋଟ ବୟସରେ ଆପଣ ନା କେବଳ ଏହାକୁ ବୁଝି ପାରୁଛନ୍ତି ବରଂ କୃଷିକୁ ଆଧୁନିକ କରିବା ପାଇଁ, ଟେକ୍ନୋଲୋଜି ସହିତ ଯୋଡିବାର ପ୍ରୟାସ ମଧ୍ୟ କରୁଛନ୍ତି। ଆପଣ ଏହିଭଳି ହିଁ ସଫଳ ହୋଇ ଚାଲନ୍ତୁ, ଆପଣଙ୍କୁ ମୋ ତରଫରୁ ବହୁତ-ବହୁତ ଶୁଭକାମନା ରହିଛି ଆଉ ଆପଣଙ୍କର ମାତା-ପିତାଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଯେ ସେ ତାଙ୍କ ପୁଅକୁ ଏହି କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ଯାହା ଦେଶର କୃଷକମାନଙ୍କ କାମରେ ଆସି ପାରିବ। ଏବେ ଆସନ୍ତୁ ୟୁପି ଯିବା। ୟୁପିର ଅଲିଗଡ଼଼ରେ ରହୁଥିବା ମହମ୍ମଦ ଶାଦାବ, ତାଙ୍କ ସହିତ କଥା ହେବା। ଏଠାରେ ଯେଭଳି କୁହାଯାଇଛି ଯେ ମହମ୍ମଦ ଶାଦାବ ଆମେରିକା ଯାଏଁ ଭାରତର ପତାକାକୁ ଉଡାଇଛନ୍ତି, ଦେଶର ନାମକୁ ଗୌରବାନ୍ୱିତ କରିଛନ୍ତି।

ପ୍ରଶ୍ନ- ଶାଦାବ, ଆପଣ ଆମେରିକାରେ ଯୁବା ଆମ୍ବାସେଡରଙ୍କ ଭଳି କାର୍ଯ୍ୟ କରୁଛନ୍ତି। ବୃତି ହାସଲ କରି ଅଲିଗଡ଼଼ରୁ ଆମେରିକା ପର୍ଯ୍ୟନ୍ତର ଯାତ୍ରା ଆପଣ କରିଛନ୍ତି। ଆପଣ କେତେ ପୁରସ୍କାର ମଧ୍ୟ ଜିତିଛନ୍ତି ଆଉ ମହିଳା ସଶକ୍ତୀକରଣ ପାଇଁ ମଧ୍ୟ ଆପଣ କାର୍ଯ୍ୟ କରୁଛନ୍ତି। ଏତେ ସବୁ କରିବାର ପ୍ରେରଣା ଆପଣଙ୍କୁ କେଉଁଠାରୁ ମିଳିଲା, ଆପଣଙ୍କୁ କେଉଁଠାରୁ ମିଳୁଛି?

ଉତର- ଆଦରଣୀୟ ପ୍ରଧାନମନ୍ତ୍ରୀ ମହାଶୟ, ନମସ୍କାର। ସର୍ବ ପ୍ରଥମେ ତ ମୁଁ ଏହା ଜଣାଇବାକୁ ଚାହିଁବି କି ମୁଁ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ଅଟେ ଆଉ ଏତେ ସବୁ କରିବାର ପ୍ରେରଣା ମୋତେ ମୋର ମାତା-ପିତା ଏବଂ ଅଲିଗଡ଼଼ ମୁସଲିମ ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କ ଠାରୁ ମିଳିଛି। ଯେମିତିକି ଆମେ ସମସ୍ତେ ଜାଣିଛୁ ଯେ ଅଲିଗଡ଼଼ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ଏଭଳି ଏକ ସ୍ଥାନ ଯିଏ ଏହି ଦୁନିଆକୁ ବହୁତ ଭଲ ଭଲ ଲୋକ ଦେଇଛି। ଏମିତି ହିଁ ମୁଁ ଚାହୁଁଛି ଯେ ମୁଁ ଅଲିଗଢ଼ ମୁସଲିମ ବିଶ୍ୱବିଦ୍ୟାଳୟର ନାମକୁ ଉଜ୍ଜ୍ୱଳ କରିବି ଆଉ ଦେଶ ପାଇଁ କିଛି କରିପାରିବି।

ପ୍ରଶ୍ନ- ତା’ହେଲେ ଆପଣଙ୍କ ମାତାଜୀ-ପିତାଜୀ ମଧ୍ୟ କିଛି ନା କିଛି ଏଭଳି କରୁଥିଲେ ନା ତୁମଦ୍ୱାରା ହିଁ କେବଳ କରାଉଛନ୍ତି?

ଉତର- ନାହିଁ, ମୋର ମାତା-ପିତାଙ୍କ ପ୍ରାରମ୍ଭରୁ ହିଁ ପ୍ରୋତ୍ସାହିତ କରୁଥିଲେ। ଯେମିତିକି ମୋର ମାତା-ପିତାଙ୍କର କହିବା କଥା ହେଉଛି ଯେଭଳି ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ସାର୍‍ ଥିଲେ, ସେ ଦେଶକୁ ଏତେ ବଡ଼ କ୍ଷେପଣାସ୍ତ୍ର ଦେଲେ ଯାହା ଫଳରେ ଆଜି ଆମ ଦେଶ କାହାର ଦୟା ଉପରେ ନିର୍ଭର ହୋଇ ରହିନାହିଁ। ତେବେ ଏହିଭଳି ଭାବେ ମୋ ମାତା-ପିତାଙ୍କର କହିବା କଥା ହେଉଛି ଏହା ଯେ ତୁମେ ମଧ୍ୟ ଦେଶ ପାଇଁ ଏମିତି କିଛି କରି ଦେଖାଅ ଯେମିତି ଦେଶ ତୁମକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ମନେ ରଖିବ।

ପ୍ରଶ୍ନ ୨- ଦେଖନ୍ତୁ, ଆପଣ ପ୍ରକୃତରେ ଦେଶର ନାମକୁ ଗୌରବାନ୍ୱିତ କରୁଛନ୍ତି। ଆଚ୍ଛା ଆଗକୁ କ’ଣ ଚିନ୍ତା କରିଛନ୍ତି, ମନରେ କିଛି ତ ବଡ଼-ବଡ଼ କଥା ନିଶ୍ଚିତ ଭାବେ ଆସୁଥିବ?

ଉତର- ଆଜ୍ଞା ସାର୍‍, ଆଗକୁ ମୋର ସ୍ୱପ୍ନ ଅଛି କି ମୁଁ ଆଗକୁ ବଡ଼ ହୋଇ ଆଇଏଏସ ଅଫିସର ହେବି ଆଉ ନିଜ ସମାଜର ସେବା କରିବି। ଆଉ ମୁଁ ଏହିଠାରେ ରହିଯିବାକୁ ଚାହୁଁନାହିଁ, ମୁଁ ଆଗକୁ ଯାଇ ମିଳିତ ଜାତିସଂଘରେ ମାନବ ଅଧିକାର ଉପରେ କାମ କରିବାକୁ ଚାହୁଁଛି। ଆଉ ମୋର ସ୍ୱପ୍ନ ଅଛି କି ମିଳିତ ଜାତିସଂଘକୁ ଯାଇ ନିଜ ଦେଶର ପତାକା ଉଡାଇବି ଆଉ ନିଜ ଦେଶର ନାମକୁ ଗୌରବାନ୍ୱିତ କରିବି।

ମାନନୀୟ ପିଏମଙ୍କ ଟିପ୍ପଣୀ:

ବାଃହ! ଦୁନିଆରେ ଭାରତର ନାମ ଆହୁରି ଗୌରବାନ୍ୱିତ ହେଉ, ନୂତନ ଭାରତର ପରିଚୟ ଆହୁରି ସୁଦୃଢ଼ ହେଉ, ଏହା ହେଉଛି ବହୁତ ବଡ଼ ଦାୟିତ୍ୱ ଯାହା ଆମ ଦେଶର ଯୁବକମାନଙ୍କ ଉପରେ ରହିଛି। ଆଉ ଶାଦାବ, ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା ରହିଛି। ଆପଣଙ୍କ ମନ ବହୁତ ସ୍ୱଚ୍ଛ ରହିଛି ଆଉ ଅବଦୁଲ କଲାମ ମହାଶୟଙ୍କୁ ହିରୋ ରୂପରେ ଆପଣଙ୍କ ପରିବାରରେ ଆପଣଙ୍କ ମାତା-ପିତା ପିଲାଟି ଦିନରୁ ହିଁ ଆପଣଙ୍କ ମୁଣ୍ଡରେ ଏହି ସ୍ୱପ୍ନ ଭରି ହୋଇ ରହିଛି, ମୁଁ ଆପଣଙ୍କ ମାତା-ପିତାଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ଯେ ସେମାନେ ଆପଣଙ୍କୁ ସଠିକ୍‍ ରାସ୍ତା ଦେଖାଇଛନ୍ତି। ହିରୋ କିଭଳି ହେବା ଉଚିତ, ଚିନ୍ତାଧାରା କିଭଳି ହେବା ଉଚିତ, ଏହା ପିଲାଟି ଦିନରୁ ଆପଣଙ୍କୁ ଶିଖାଇଦେଲେ ଆଉ ଯାହା ଆପଣଙ୍କର ଜୀବନ ସଜାଡ଼ି ଦେଲା। ଆଉ ଆପଣ, ଆପଣଙ୍କ ମାତା-ପିତା ଯେଉଁ ମନ୍ତ୍ର ଦେଲେ ତାହାକୁ ନେଇ ଜୀଇଁଲେ। ତେଣୁ ମୁଁ ଆପଣଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ଆଉ ଆପଣଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି।

ଆସନ୍ତୁ, ଏବେ ଆମେ ଗୁଜରାଟ ଯିବା। ଗୁଜରାଟର ମନ୍ତ୍ର ଜିତେନ୍ଦ୍ର ହରଖାନୀ, ତାଙ୍କ ସହିତ କଥା ହେବା। ମନ୍ତ୍ର ଜିତେନ୍ଦ୍ରଙ୍କୁ କ୍ରୀଡ଼ା ଦୁନିଆରେ, ସନ୍ତରଣରେ ଭଲ ପ୍ରଦର୍ଶନ ପାଇଁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି।

ପ୍ରଶ୍ନ ୧ – ମନ୍ତ୍ର, କେମ୍‍ ଛୋ? ମଜା ମେଁ ଥେ? ତାରେ ସାଥ୍‍ କୌନ୍‍-କୌନ୍‍ ଛେ?

(ମନ୍ତ୍ର, କିପରି ଅଛ? ଭଲରେ ଅଛ ତ? ତୁମ ସହିତ ଆଉ କିଏ କିଏ ଅଛନ୍ତି?)

ଉତର- ମୋ ସହିତ ପାପା-ମମ୍ମି ଅଛନ୍ତି।

ପ୍ରଶ୍ନ- ଆଚ୍ଛା ମନ୍ତ୍ର ଏହା କୁହନ୍ତୁ, ଆଜି ସମଗ୍ର ଦେଶର ଲୋକମାନେ ତୁମକୁ ଦେଖୁଛନ୍ତି। ତୁମେ ଏତେ ବଡ଼ ସାହସ କରି ଦେଶର ନାମକୁ ଉଜ୍ଜ୍ୱଳ କରିଛ। ଦେଖନ୍ତୁ, ମୁଁ ଯେତେବେଳେ ମଧ୍ୟ ପିଲାଦିନେ ମୋର ଗାଁ ବଡ଼ନଗରରେ ଥିଲି, ତେବେ ଆମର ସେଠି ବଡ଼ ପୋଖରୀ ଥିଲା। ସେତେବେଳେ ଆମେ ପିଲାମାନେ ସମସ୍ତେ ସେଠାରେ ପହଁରୁଥିଲୁ। କିନ୍ତୁ ସେ ପହଁରିବା ଆଉ ତୁମର ପହଁରିବା, ସେଥିରେ ବହୁତ ବଡ଼ ଫରକ ରହିଛି। ଖୁବ୍‍ ଟ୍ରେନିଂ ନେବାକୁ ପଡ଼ିଥାଏ, ଖୁବ୍‍ ପରିଶ୍ରମ କରିବାକୁ ପଡ଼ିଥାଏ। ଆଉ ଆପଣ ସନ୍ତରଣରେ ରେକର୍ଡ କରି ଚାଲିଛନ୍ତି ଏବଂ ପ୍ରେରଣା ପାଲଟି ଯାଇଛନ୍ତି। ଆପଣ ହେଉଛନ୍ତି ଜଣେ ଆଥଲେଟ। ଆଉ ଆଥଲେଟମାନେ ଲକ୍ଷ୍ୟ ହାସଲ କରିବା ପାଇଁ ବହୁତ ଧ୍ୟାନ କେନ୍ଦ୍ରୀତ କରିଥାନ୍ତି। କୁହନ୍ତୁ, ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି, ଆପଣଙ୍କ ଲକ୍ଷ୍ୟ ହେଉଛି କ’ଣ? କ’ଣ କରିବାକୁ ଚାହୁଁଛନ୍ତି? କିପରି ଭାବେ ଆଗକୁ ବଢିବାକୁ ଚାହୁଁଛନ୍ତି? ହଁ କୁହନ୍ତୁ, ମୋ ସହିତ କଥା ହୁଅନ୍ତୁ।

ଉତର- ଶୁଭ ସକାଳ ସାର,

ପ୍ରଶ୍ନ- ହଁ ଶୁଭ ସକାଳ କହନ୍ତୁ।

ଉତର-ସାର୍‍, ମୁଁ ବିଶ୍ୱର ଶ୍ରେଷ୍ଠ ସନ୍ତରଣକାରୀ ହେବାକୁ ଚାହୁଁଛି ଏବଂ ଆପଣଙ୍କ ଭଳି ହୋଇ ପାରିବି, ଦେଶ ସେବା କରିବାକୁ ଚାହୁଁଛି।

ପ୍ରଶ୍ନ- ଦେଖନ୍ତୁ, ଆପଣଙ୍କ ମନରେ ଏହିସବୁ ଏତେ ସ୍ୱପ୍ନ ଅଛି, ମୋର ଦୃଢ ବିଶ୍ୱାସ ଅଛି ଯେ ଆପଣଙ୍କର ମାତା-ପିତା ଯେଉଁ ସମର୍ପଣ ଭାବ ସହିତ ତୁମ ପାଇଁ ନିଜର ସମୟ ବିନିଯୋଗ କରୁଛନ୍ତି, ଆପଣ ହିଁ ସେମାନଙ୍କ ଜୀବନର ସ୍ୱପ୍ନ ପାଲଟି ଯାଇଛନ୍ତି, ଆପଣ ହିଁ ସେମାନଙ୍କ ଜୀବନର ମନ୍ତ୍ର ପାଲଟି ଯାଇଛନ୍ତି। ଆଉ ଏଥିପାଇଁ ଆପଣ ଯେଉଁ ପୁରୁଷାର୍ଥ କରୁଛନ୍ତି, ଯେଉଁ ସାହସ ଏବଂ ପରିଶ୍ରମର ସହିତ କରୁଛନ୍ତି, ଆପଣଙ୍କ ମାତା-ପିତାଙ୍କୁ ହିଁ ନୁହେଁ, ଆପଣଙ୍କ ଭଳି ପିଲାମାନଙ୍କର ମାତା-ପିତା ଅଛନ୍ତି, ସେହି ସମସ୍ତଙ୍କ ପାଇଁ ମଧ୍ୟ ଆପଣଙ୍କ ମାତା-ପିତା ହେଉଛନ୍ତି ପ୍ରେରଣାର ଉତ୍ସ ଏବଂ ଆପଣ ମଧ୍ୟ ପ୍ରେରଣାର ମାଧ୍ୟମ। ଆଉ ଏଥିପାଇଁ ମୁଁ ଆପଣଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି। ବହୁତ ଭଲ ଉତ୍ସାହର ସହିତ ଆପଣ କଥା ହେଉଛନ୍ତି। ଏହା ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ବଡ଼ କଥା। ମୁଁ ଆପଣଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ଆଉ ମୋତେ କେହି କେବେ କହିଥିଲେ ବୋଧହୁଏ ଆପଣଙ୍କର ଯିଏ ପ୍ରଶିକ୍ଷକ ଥିଲେ ସେ ଆପଣଙ୍କୁ ପ୍ରତିତଶ୍ରୁତି ଦେଇଥିଲେ ମୋତେ ସାକ୍ଷାତ କରିବା ପାଇଁ। କହିଥିଲେ ନା? ତେବେ ତୁମେ କାହିଁକି ପ୍ରଶିକ୍ଷକ ବା କୋଚ୍‍ଙ୍କ ସହିତ ଝଗଡା କଲ ନାହିଁ, ଏ ପର୍ଯ୍ୟନ୍ତ ମୋ ସହିତ ସାକ୍ଷାତ କରାଇଲ ନାହିଁ?

ଉତର- ଆପଣ ହିଁ ଆସି ଯାଆନ୍ତୁ, ମୁ ଏଠାରେ ଚା’ ପିଆଇବି।

ପ୍ରଶ୍ନ- ତେବେ ଯେତେବେଳେ ମୁଁ ଗୁଜରାଟ ଯିବି, ସାକ୍ଷାତ କରିବାକୁ ଆସିବ?

ଉତର- ନିଶ୍ଚୟ

ପ୍ରଶ୍ନ- ତେବେ ରାଜକୋଟର ଗାଣ୍ଠିଆ ନେଇ ଆସିବାକୁ ପଡ଼ିବ? କ’ଣ କହୁଛି ଇଏ?

ଉତର- ସାର୍‍ ଇଏ କହୁଛି ଯେତେବେଳେ ଆପଣ ଆସିବେ ସେତେବେଳେ ଜିଲାପି, ଗାଣ୍ଠିଆ ସବୁ ନେଇକରି ଆସିବୁ। ଆପଣ କହିବେ ତେବେ ଚା’ ମଧ୍ୟ ପିଆଇବୁ।

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ :

ଚାଲନ୍ତୁ ବହୁତ- ବହୁତ ଶୁଭେଚ୍ଛା ଆପଣଙ୍କୁ। ବହୁତ ଭଲ କଥା କହିଲେ ଆପଣ ଭଉଣୀ! ପ୍ରିୟ ପିଲାମାନେ, ଏହି ଆଲୋଚନାରୁ, ଆପଣ ସମସ୍ତଙ୍କୁ ମିଳିଥିବା ପୁରସ୍କାରରୁ ଏହା ବୁଝି ହେଉଛି ଯେ କିପରି ଆପଣର ଏକ ଛୋଟ ଚିନ୍ତଧାରା, ସଠିକ ଭାବେ ଗୋଟିଏ କାର୍ଯ୍ୟ ସହିତ ଯୋଡି ହୋଇଯାଏ, ତେବେ ଆଉ କେତେ ବଡ଼ ପ୍ରଭାବଶାଳୀ ପରିଣାମ ଆସିଥାଏ! ଆପଣ ସମସ୍ତେ ନିଜେ ହେଉଛନ୍ତି ଏହାର କେତେ ବଡ଼ ଉଦାହରଣ। ଆଜି ଆପଣମାନଙ୍କର ଏ ଯେଉଁ ଉପଲବ୍ଧିମାନ ଅଛି, ଏହାର ଶୁଭାରମ୍ଭ ମଧ୍ୟ ତେବେ କୌଣସି ବିଚାରରୁ, ଏକ ଚିନ୍ତାଧାରାରୁ ହିଁ ହୋଇଥିବ। ଏବେ ଇଏ ଯେପରି ହେଉଛନ୍ତି ପଶ୍ଚିମ ବଙ୍ଗର ସୌହାଦ୍ଦ୍ୟ ଦେ’। ସେ ପୌରାଣିକ କଥାବସ୍ତୁ ଏବଂ ଦେଶର ଗୌରବଶାଳୀ ଇତିହାସ ସହିତ ଜଡିତ ବିଷୟବସ୍ତୁ ଉପରେ ଲେଖାଲେଖି କରୁଛନ୍ତି। ଯେତେବେଳେ ତାଙ୍କ ମନକୁ ପ୍ରଥମ ଥର ପାଇଁ ଏହି ବିଚାର ଆସିଥିବ ଯେ ଏହି ଦିଗରେ ଆଗକୁ ବଢିବାର ଅଛି, ଲେଖିବାର ଅଛି, ତେବେ ସେ ଏହା ଭାବିକରି ବସି ନ ଥିବେ। ସେ ସଠିକ୍‍ କାର୍ଯ୍ୟ କଲେ, ଲେଖିବା ଆରମ୍ଭ କଲେ, ଆଉ ଆଜି ଏହାର ପରିଣାମ ଆମେ ଦେଖିବାକୁ ପାଉଛୁ। ସେହିପରି ହେଉଛନ୍ତି ଆସାମର ଅନୁଜ ସମଦଦାର, ବିହାରର ଜ୍ୟୋତି କୁମାରୀ, ଦୁଇଜଣଙ୍କ ଜୀବନ ବଞ୍ଚାଇଥିବା ମହାରାଷ୍ଟ୍ରର କାମେଶ୍ୱର ଜଗନ୍ନାଥ ବାଘମାରେ ହୁଅନ୍ତୁ, ସିକ୍କିମର ଆୟୁଷ ରଞ୍ଜନ ହୁଅନ୍ତୁ, ପଞ୍ଜାବର ଝିଅ ନାମ୍ୟା ଯୋଶୀ ହୁଅନ୍ତୁ, ପ୍ରତ୍ୟେକ ପିଲାଙ୍କର ପ୍ରତିଭା, ତାଙ୍କର ଦକ୍ଷତା, ହେଉଛି ଦେଶର ଗୌରବ ବଢାଇବା ଭଳି। ମୋର ଇଚ୍ଛା ହେଉଛି ଆପଣ ସମସ୍ତଙ୍କ ସହିତ କଥା ହୁଏ। ଆପଣ ଏକ ଭାରତ-ଶ୍ରେଷ୍ଠ ଭାରତର ହିଁ ହେଉଛନ୍ତି ବହୁତ ସୁନ୍ଦର ଅଭିବ୍ୟକ୍ତି। କିନ୍ତୁ ସମୟ ଅଭାବରୁ ଏହା ସମ୍ଭବ ନୁହେଁ। ସାଥୀଗଣ,

ସଂସ୍କୃତରେ ଏକ ବଢିଆ ଶ୍ଳୋକ ଅଛି- ଆଉ ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ଆମ ଶିକ୍ଷକ ଆମକୁ ଶୁଣାଉ ଥିଲେ, ବାରମ୍ବାର ଘୋଷାଉ ଥିଲେ। ଆଉ ସେ କହୁଥିଲେ- “ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯ୍ୟାଣୀ ନ ମନୋରଥେ” ଅର୍ଥାତ, କାର୍ଯ୍ୟ ଉଦ୍ୟମ ଦ୍ୱାରା, ପରିଶ୍ରମ ଦ୍ୱାରା ସିଦ୍ଧ ହୋଇଥାଏ, କେବଳ କଳ୍ପନା କରି ଚାଲିଲେ ହୋଇ ନଥାଏ। ଗୋଟିଏ ଚିନ୍ତାଧାରା ଯେତେବେଳେ କାର୍ଯ୍ୟ ସହିତ ଯୋଡ଼ି ହୋଇଥାଏ, ତେବେ ସେଥିରୁ ଆଉ କେତେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଥାଏ। ଯେପରିକି ଆପଣଙ୍କ ସଫଳତା ଆଉ କେତେ ଲୋକଙ୍କୁ ମଧ୍ୟ ପ୍ରେରଣା ଦେଇଛି। ଆପଣଙ୍କ ବନ୍ଧୁ, ଆପଣଙ୍କ ସାଥୀ, ଆଉ ଦେଶର ଅନ୍ୟାନ୍ୟ ପିଲା କେତେ ପିଲା ଯେଉଁମାନେ ଆପଣମାନଙ୍କୁ ଟିଭିରେ ଦେଖୁଥିବେ, ଖବରକାରଗଜରେ ଆପଣଙ୍କ ବିଷୟରେ ପଢ଼ିବେ, ସେମାନେ ମଧ୍ୟ ଆପଣଙ୍କଠାରୁ ପ୍ରେରଣା ନେଇ ଆଗକୁ ବଢ଼ିବେ, ନୂଆ ସଂକଳ୍ପ ନେବେ, ଆଉ ତାକୁ ପୂରଣ କରିବା ପାଇଁ ଭରପୂର ପ୍ରୟାସ କରିବେ। ସେହିପରି ହିଁ ସେମାନଙ୍କଠୁଁ ଅନ୍ୟ ଯୁବକମାନଙ୍କୁ ପ୍ରେରଣା ମିଳିବ। ଏହି ଚକ୍ର ଏହିଭଳି ହିଁ ବଢ଼ି ଚାଲିଥାଏ। କିନ୍ତୁ ପ୍ରିୟ ପିଲାମାନେ, ଆଉ ଗୋଟିଏ କଥା ମୁଁ ଆପଣଙ୍କୁ ମଧ୍ୟ କହିବାକୁ ଚାହୁଁଛି। ମୋର ଏହି କଥା ସର୍ବଦା ମନେ ରଖିବେ ଯେ ଏହି ପୁରସ୍କାର ଆପଣଙ୍କ ଜୀବନରେ ହେଉଛି ଏକ ଛୋଟ ସୋପାନ, ଆପଣଙ୍କୁ ଏହି ସଫଳତାର ଖୁସିରେ ହଜି ଯିବାର କଥା ନୁହେଁ। ଯେତେବେଳେ ଆପଣ ଏଠାରୁ ଯିବେ, ସେତେବେଳେ ଲୋକ ଆପଣମାନଙ୍କର ଖୁବ୍‍ ପ୍ରଶଂସା କରିବେ। ସମ୍ବାଦପତ୍ରରେ ଆପଣମାନଙ୍କର ନାଁ ମଧ୍ୟ ବାହାରିବ, ଆପଣଙ୍କ ସାକ୍ଷାତକାର ମଧ୍ୟ ପ୍ରକାଶ ପାଇବ। କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ଏହି ପ୍ରଶଂସା ଆପଣଙ୍କ କାର୍ଯ୍ୟ ଯୋଗୁଁ ହିଁ ମିଳିଛି, ଆପଣଙ୍କ କର୍ମ ଯୋଗୁଁ ହିଁ ମିଳିଛି, ଆପଣଙ୍କ ପ୍ରତିବଦ୍ଧତାର କାରଣ ଯୋଗୁଁ ହିଁ ମିଳିଛି। ପ୍ରଶଂସାରେ ବାଟବଣା ହୋଇ ଯଦି ଆପଣଙ୍କ କାର୍ଯ୍ୟ ଅଟକିଗଲା, ଅବା ଆପଣ ସେଥିରୁ ବିଚ୍ୟୁତ ହୋଇଗଲେ, ତେବେ ଏହି ପ୍ରଶଂସା ଆପଣଙ୍କ ପାଇଁ ପ୍ରତିବନ୍ଧକ ପାଲଟିଯିବ। ଏବେ ପୁଣି ଆଗକୁ ଜୀବନରେ ଆପଣଙ୍କୁ ଆହୁରି ମଧ୍ୟ ବଡ଼ ସଫଳତା ହାସଲ କରିବାକୁ ଅଛି। ଆଉ ମୁଁ ଏକ ପ୍ରସ୍ତାବ ଦେବାକୁ ଚାହିଁବି। ଆପଣ ନିଶ୍ଚୟ କିଛି ନା କିଛି ପଢ଼ୁଥିବେ। କିନ୍ତୁ ଆଗ୍ରହର ସହ ଆପଣମାନଙ୍କୁ ଯାହା ମଧ୍ୟ ପସନ୍ଦ ଆସିବ। ପ୍ରତ୍ୟେକ ବର୍ଷ କୌଣସି ନା କୌଣସି ଗୋଟିଏ ଜୀବନୀ ନିଶ୍ଚିତ ପଢ଼ନ୍ତୁ। ତାହା ଆତ୍ମକଥା ହୋଇପାରେ, ଜୀବନୀ ମଧ୍ୟ ହୋଇପାରେ। ତାହା କୌଣସି ବୈଜ୍ଞାନିକଙ୍କର ଜୀବନୀ ମଧ୍ୟ ହୋଇପାରେ, ଖେଳାଳୀଙ୍କର ହୋଇପାରେ, କୌଣସି ବଡ଼ କୃଷକଙ୍କର ହୋଇପାରେ। କୌଣସି ବଡ଼ ଦାର୍ଶନିକଙ୍କର, ଲେଖକଙ୍କର, ଯାହା ମଧ୍ୟ ଆପଣଙ୍କ ମନକୁ ଆସିବ, ପଢ଼ନ୍ତୁ, ସ୍ଥିର କରନ୍ତୁ ବର୍ଷକୁ ଅତି କମ୍‍ରେ ଥରେ ଗୋଟିଏ ଜୀବନୀ ବହୁତ ମନ ଲଗାଇ ପଢ଼ିବେ। ଅତି କମ୍‍ରେ ଗୋଟିଏ ଜୀବନୀ। ଆପଣ ଦେଖନ୍ତୁ ଜୀବନରେ କ୍ରମାଗତ ଭାବେ ନୂତନ ପ୍ରେରଣା ମିଳୁଥିବ।

ମୋର ଯୁବକ ସାଥୀଗଣ,

ମୁଁ ଚାହିଁବି ଯେ ଆପଣ ଏହି ସମସ୍ତ କଥାକୁ ନିଶ୍ଚିତ ଗୁରୁତ୍ୱ ଦେବେ, କିନ୍ତୁ ମୁଁ ଆଉ କିଛି, ତିନୋଟି କଥା ଯୋଡିବାକୁ ଚାହୁଁଛି।

ପ୍ରଥମ- ନିରନ୍ତରତାର ସଂକଳ୍ପ।

ଅର୍ଥାତ ଆପଣଙ୍କ କାର୍ଯ୍ୟର ଗତି କେବେ ଅଟକି ରହିଯିବା ଉଚିତ ନୁହେଁ, କେବେ ଶୀଥିଳ ପଡ଼ିବା ଉଚିତ ନୁହେଁ। ଯେତେବେଳେ ମଧ୍ୟ ଗୋଟିଏ କାର୍ଯ୍ୟ ପୂରଣ ହେବ, ତେବେ ତା’ ଆଗକୁ ନୂଆ କିଛି ଚିନ୍ତା ରହିବା ଉଚିତ।

ଦ୍ୱିତୀୟ କଥା ମୁଁ କହିବି, ଦେଶ ପାଇଁ ସଂକଳ୍ପ।

ଯେଉଁ କାର୍ଯ୍ୟ କରିବା ତାହା କେବଳ ନିଜ କାର୍ଯ୍ୟ ଭାବି କରିବା ନାହିଁ। ମୋର କାମ, ମୋ ପାଇଁ କାର୍ଯ୍ୟ, ଏହି ଚିନ୍ତା ଆମର ପରିସରକୁ ବହୁତ ସୀମିତ କରି ଦେଇଥାଏ। ଯେତେବେଳେ ଆପଣ ଦେଶ ପାଇଁ କାର୍ଯ୍ୟ କରିବେ, ତେବେ ନିଜକୁ ନିଜେ ଆପଣଙ୍କ କାର୍ଯ୍ୟ କେତେ ଗୁଣରେ ବଢ଼ିଯିବ, ବହୁତ ବଡ଼ ହୋଇଯିବ। ବହୁତ ଲୋକଙ୍କୁ ଏପରି ଲାଗିବ ଯେପରି ଆପଣଙ୍କ କାର୍ଯ୍ୟ ପାଇଁ କିଛି ନା କିଛି କରୁଛନ୍ତି। ଆପଣଙ୍କ ଚିନ୍ତାଧାରା ବିସ୍ତୃତ ଭାବେ ବଦଳିଯିବ। ଚଳିତ ବର୍ଷ ଆମ ଦେଶ ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରୁଛି। ଆପଣ ସମସ୍ତେ ଚିନ୍ତା କରିବେ, ଏପରି କ’ଣ କରିବା ଯାହାଦ୍ୱାରା ଦେଶ ଆଗକୁ ବଢ଼ିବ।

ଆଉ ତୃତୀୟ କଥା ମୁଁ ନିଶ୍ଚୟ କହିବାକୁ ଚାହିଁବି, ତାହା ହେଉଛି ବିନମ୍ରତାର ସଂକଳ୍ପ।

ପ୍ରତ୍ୟେକ ସଫଳତା ସହିତ ଆପଣଙ୍କୁ ଆହୁରି ଅଧିକ ବିନମ୍ର ହେବାର ସଂକଳ୍ପ ନେବା ଉଚିତ। କାରଣ ଆପଣଙ୍କ ମଧ୍ୟରେ ବିନମ୍ରତା ରହିବ, ତେବେ ଆପଣଙ୍କ ସଫଳତାକୁ ଶହ-ଶହ ହଜାର-ହଜାର ଲୋକ ମଧ୍ୟ ଆପଣଙ୍କ ସହିତ ମିଶି ପାଳନ କରିବେ। ଆପଣଙ୍କ ସଫଳତା ନିଜକୁ ନିଜ ମଧ୍ୟରେ ବହୁତ ବଡ଼ ହୋଇଯିବ। ତେବେ ମୁଁ ଭାବିବି ଯେ ଆପଣ ଏହି ତିନୋଟି ସଂକଳ୍ପକୁ ମନେ ରଖିବେ? ସଂପୂର୍ଣ୍ଣ ଭାବେ ମନେ ରଖିବେ ଆଉ ମୋର ବିଶ୍ୱାସ ଯେ ଆପଣମାନେ ବହୁତ ଧ୍ୟାନ କେନ୍ଦ୍ରୀକ ଅଟନ୍ତି। ଭୁଲିବେ ନାହିଁ, ଆଉ ମୋତେ ଜଣାଅଛି ଆପଣମାନେ ଭୁଲିବେ ନାହିଁ, ନା ହିଁ କାହାକୁ ଭୁଲିବାକୁ ଦେବେ। ଆଗକୁ ଆହୁରି ମଧ୍ୟ ବଡ଼-ବଡ଼ କାର୍ଯ୍ୟ କରିବେ। ଆପଣଙ୍କ ଜୀବନରେ ଆଗକୁ ଯେଉଁ ସ୍ୱପ୍ନ ଅଛି, ଆପଣଙ୍କର ସେହି ସ୍ୱପ୍ନ ପୂରଣ ହେଉ ଆଉ କ୍ରମାଗତ ଭାବେ ଏହିଭଳି ସଫଳତା ଦ୍ୱାରା ହିଁ ଆପଣ ସମସ୍ତ ଯୁବକମାନେ, ସମସ୍ତ ପିଲାମାନେ ଦେଶକୁ ଆଗକୁ ବଢ଼ାଇ ଚାଲନ୍ତୁ, ଏହି ଶୁଭକାମନା ସହିତ ଆପଣଙ୍କ ପରିଜନଙ୍କୁ, ଆପଣଙ୍କ ଶିକ୍ଷକ ଜଗତର ସମସ୍ତ ବନ୍ଧୁମାନଙ୍କୁ, ସମସ୍ତଙ୍କୁ ଏହି କଥା ପାଇଁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି। ବହୁତ-ବହୁତ ଶୁଭକାମନା ଜଣାଉଛି ଆଉ ଆପଣ ସମସ୍ତ ପିଲାମାନଙ୍କୁ ଅନେକ-ଅନେକ ଆଶୀର୍ବାଦ ଦେଉଛି।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan
February 28, 2026
Our government is committed to all-round development: PM
Today, I had the privilege of launching the nationwide HPV vaccination campaign from Ajmer, inaugurating and laying foundation stones for multiple projects and distributing appointment letters to the youth: PM
The HPV vaccination campaign has commenced from Ajmer, this campaign is a significant step towards empowering the Nari Shakti of the country: PM
The double-engine government is moving forward by taking both Rajasthan’s heritage and development together: PM
The campaign to link rivers started by our government will significantly benefit Rajasthan: PM
There is no shortage of sunlight in Rajasthan, this very sunshine is becoming a source of savings and income for the common man: PM
A very significant role is being played by the PM Surya Ghar Free Electricity Scheme, this scheme has the power to change Rajasthan's destiny: PM

भारत माता की जय।

भारत माता की जय।

भारत माता की जय।

तीर्थराज पुष्कर और माता सावित्री की इस पावन भूमि पर, आज मुझे आप सबके बीच आने का, आपके आशीर्वाद प्राप्त करने का अवसर मिला है। इस मंच से मैं सुरसुरा के तेजाजी धाम को, पृथ्वीराज की भूमि अजमेर को प्रणाम करता हूं।

मेरे साथ बोलिए –

तीर्थराज पुष्कर की जय।

तीर्थराज पुष्कर की जय।

वीर तेजाजी महाराज की जय।

वीर तेजाजी महाराज की जय।

भगवान देव नारायण की जय।

भगवान देव नारायण की जय।

वरूण अवतार भगवान झूलेलाल जी की जय।

भगवान झूलेलाल जी की जय।

मंच पर विराजमान राजस्थान के राज्यपाल हरिभाउ बागडे जी, राज्य के लोकप्रिय मुख्यमंत्री श्री भजनलाल शर्मा जी, पूर्व मुख्यमंत्री बहन वसुंधरा जी, केंद्रीय मंत्रिमंडल में मेरे साथी भगीरथ चौधरी जी, उपमुख्यमंत्री प्रेमचंद भैरवा जी, दिया कुमारी जी, संसद में मेरे साथी, भाजपा के प्रदेश अध्यक्ष मदन राठौर जी, उपस्थित अन्य मंत्रिगण, अन्य महानुभाव और राजस्थान के मेरे प्यारे भाई और बहनों। मैं पूज्य संतों का बहुत आभारी हूं, कि हमें आशीर्वाद देने के लिए इतनी बड़ी संख्या में पूज्य संतगण यहां मौजूद हैं।

साथियों,

अजमेर आस्था और शौर्य की धरती है। यहां तीर्थ भी है और क्रांतिवीरों के पदचिन्ह भी हैं। अभी कल ही मैं इजराइल की यात्रा को पूरा करके भारत लौटा हूं। राजस्थान के सपूत मेजर दलपत सिंह के शौर्य को इजराइल के लोग आज भी गौरव से याद करते हैं। मुझे भी इजराइल की संसद में, मेजर दलपत सिंह जी के शौर्य को नमन करने का सौभाग्य मिला। राजस्थान के वीर बाकुरों की, इजराइल के हाइफा शहर को आजाद कराने में जो भूमिका थी, मुझे उसका गौरवगान करने का अवसर मिला है।

साथियों,

कुछ समय पहले ही, राजस्थान में भाजपा की डबल इंजर सरकार को दो साल पूरे हुए हैं, मुझे संतोष है कि आज राजस्थान विकास के नए पथ पर अग्रसर है। विकास के जिन वायदों के साथ भाजपा सरकार आपकी सेवा में आई थी, उन्हें तेजी के साथ पूरा कर रही है। और आज का दिन, विकास के इसी अभियान को तेज करने का दिवस है। थोड़ी देर पहले यहां राजस्थान के विकास से जुड़ी करबी 17 हजार करोड़ रूपयों की परियोजनाओं का शिलान्यास और लोकार्पण हुआ है। सड़क, बिजली, पानी, स्वास्थ्य, शिक्षा, हर क्षेत्र में नई शक्ति जुड़ रही है। ये सारे प्रोजेक्टस राजस्थान की जनता की सुविधा बढ़ाएंगे और राजस्थान के युवाओं के लिए, रोजगार के भी अवसर पैदा करेंगे।

साथियों,

भाजपा की डबल इंजर सरकार लगातार युवा शक्ति को सशक्त कर रही है। दो साल पहले तक राजस्थान से भर्तियों में भ्रष्टाचार और पेपर लीक की ही खबरें चमकती रहती थीं, आती रहती थीं। अब राजस्थान में पेपर लीक पर लगाम लगी है, दोषियों पर सख्त कार्रवाई हो रही है। आज यहां इसी मंच से राजस्थान के 21 हजार से अधिक युवाओं को नियुक्ति पत्र भी सौंपे गए हैं। ये बहुत बड़ा बदलाव आया है। मैं इस बदलाव के लिए, नई नौकरियों के लिए, विकास के सभी कामों के लिए, राजस्थान के आप सभी लोगों को बहुत-बहुत बधाई देता हूं।

साथियों,

आज वीरांगनाओं की इस धरती से, मुझे देशभर की बेटियों के लिए एक अहम अभियान शुरू करने का अवसर मिला है। यहां अजमेर से HPV वैक्सीनेशन अभियान शुरू हुआ है। ये अभियान, देश की नारीशक्ति को सशक्त करने की दिशा में अहम कदम है।

साथियों,

हम सब जानते हैं कि परिवार में जब मां बीमार होती है, तो घर बिखर सा जाता है। अगर मां स्वस्थ है, तो परिवार हर संकट का सामना करने में सक्षम रहता है। इसी भाव से, भाजपा सरकार ने महिलाओं को संबल देने वाली अनेक योजनाएं चलाई हैं।

साथियों,

हमने 2014 से पहले का वो दौर देखा है, जिसमें शौचालय के अभाव में बहनों-बेटियों को कितनी पीड़ा, कितना अपमान झेलना पड़ता था। बच्चियां स्कूल छोड़ देती थीं, क्योंकि वहां अलग टॉयलेट की सुविधा नहीं होती थी। गरीब बेटियां सेनिटरी पैड्स नहीं ले पाती थीं। पहले जो सत्ता में रहे, उनके लिए ये छोटी बातें थीं। इसलिए इन समस्याओं की चर्चा तक नहीं होती थी। लेकिन हमारे लिए ये बहनों-बेटियों को बीमार करने वाला, उनके अपमान से जुड़ा संवेदनशील मसला था। इसलिए, हमने इनका मिशन मोड पर समाधान किया।

साथियों,

गर्भावस्था के दौरान कुपोषण माताओं के जीवन के लिए बहुत बड़ा खतरा होता था। हमने सुरक्षित मातृत्व के लिए योजना चलाई, मां को पोषक आहार मिले, इसके लिए पांच हज़ार रुपए बहनों के खाते में जमा करने की योजना शुरु की। मां धुएं में खांसती रहती थी, लेकिन उफ्फ तक नहीं करती थी। हमने कहा ये नहीं चलेगा। और इसलिए उज्जवला गैस योजना बनाई गई। ये सब इसलिए संभव हुआ, क्योंकि भाजपा सरकार, सत्ता भाव से नहीं, संवेदनशीलता के साथ काम करती है।

साथियों,

21वीं सदी का एक चौथाई हिस्सा बीत चुका है। आज का समय राजस्थान के विकास के लिए बड़ा महत्वपूर्ण है। भाजपा की डबल इंजन सरकार, राजस्थान की विरासत और विकास, दोनों को साथ लेकर चल रही है। हम सब जानते हैं, अच्छी सड़क, अच्छी रेल और हवाई सुविधा सिर्फ सफर आसान नहीं करती, वो पूरे इलाके की किस्मत बदल देती है। जब गांव-गांव तक अच्छी सड़क पहुँचती है, तो किसान अपनी फसल सही दाम पर बेच पाता है। व्यापारी आसानी से अपना सामान बाहर भेज पाते हैं। और हमारा अजमेर-पुष्कर तो, उसकी पर्यटन की ताकत कौन नहीं जानता। अच्छी कनेक्टिविटी का पर्यटन पर सबसे अच्छा असर पड़ता है। जब सफर आसान होता है, तो ज्यादा लोग घूमने आते हैं।

और साथियों,

जब पर्यटक आते हैं तो स्वाभाविक है होटल चलते हैं, ढाबे चलते हैं, कचौड़ी और दाल बाटी ज्यादा बिकती है, यहां राजस्थान के कारीगरों का बनाया सामान बिकता है, टैक्सी चलती है, गाइड को काम मिलता है। यानी एक पर्यटक कई परिवारों की रोज़ी-रोटी बन जाता है। इसी सोच के साथ हमारी सरकार, राजस्थान में आधुनिक कनेक्टिविटी पर बहुत बल दे रही है।

साथियों,

जैसे-जैसे राजस्थान में कनेक्टिविटी का विस्तार हो रहा है, वैसे-वैसे यहां निवेश के लिए भी अवसर लगातार बढ़ते जा रहे हैं। दिल्ली-मुंबई इंडस्ट्रियल कॉरिडोर के इर्द-गिर्द उद्योगों के लिए एक बहुत ही शानदार इंफ्रास्ट्रक्चर बनाया जा रहा है। यानी राजस्थान को अवसरों की भूमि बनाने के लिए, डबल इंजन सरकार हर संभव, अनेक विध काम कर रही है।

साथियों,

राजस्थान की माताएं अपने बच्चों को पालने में ही, राष्ट्र भक्ति का संस्कार देती हैं। राजस्थान की ये धरा जानती है कि देश का सम्मान क्या होता है, और इसीलिए आज राजस्थान की इस धरा पर, मैं आप लोगों से एक और बात कहने आया हूं।

साथियों,

हाल में ही, दिल्ली में, दुनिया का सबसे बड़ा AI सम्मेलन हुआ, Artificial Intelligence इसमें दुनिया के अनेक देशों के प्रधानमंत्री, अनेक देशों के राष्ट्रपति, अनेक देशों के मंत्रि, उस कार्यक्रम में आए थे। दुनिया की बड़ी-बड़ी कंपनियां, उन कंपनियों के कर्ता-धर्ता वो भी एक छत के नीचे इकट्ठे हुए थे। सबने भारत की खुले मन से प्रशंसा की। मैं जरा राजस्थान के मेरे भाई-बहनों से पूछना चाहता हूं। जब दुनिया के इतने सारे लोग, भारत की प्रशंसा करते हैं, ये सुनकर के आपको गर्व होता है की नहीं होता है? आपको गर्व होता है कि नहीं होता है? आपको अभिमान होता है कि नहीं होता है? आपका माथा ऊंचा हुआ या नहीं हुआ? आपका सीना चौड़ा हुआ कि नहीं हुआ?

साथियों,

आपको गर्व हुआ, लेकिन हताशा निराशा में डूबी, लगातार पराजय के कारण थक चुकी कांग्रेस ने क्या किया, ये आपने देखा है। दुनियाभर के मेहमानों के सामने, कांग्रेस ने देश को बदनाम करने की कोशिश की। इन्होंने विदेशी मेहमानों के सामने देश को बेइज्जत करने के लिए पूरा ड्रामा किया।

साथियों,

कांग्रेस, पूरे देश में ल्रगातार हार रही है, और गुस्से में वो इसका बदला, वो भारत को बदनाम करके ले रही है। कभी कांग्रेस, INC यानी इंडियन नेशनल कांग्रेस थी, लेकिन अब INC नहीं बची है, इंडियन नेशनल कांग्रेस नहीं बची है, आज वो INC के बजाय MMC, MMC बन गई है। MMC यानी मुस्लिम लीगी माओवादी कांग्रेस हो चुकी है।

राजस्थान के मेरे वीरों,

इतिहास गवाह है, मुस्लिम लीग भारत से नफरत करती थी, और इसलिए मुस्लिम लीग ने देश बांट दिया। आज कांग्रेस भी वही कर रही है। माओवादी भी, भारत की समृद्धि, हमारे संविधान और हमारे सफल लोकतंत्र से नफरत करते हैं, ये घात लगाकर हमला करते हैं, कांग्रेस भी घात लगाकर, देश को बदनाम करने के लिए कहीं भी घुस जाती है। कांग्रेस के ऐसे कुकर्मों को देश कभी माफ नहीं करेगा।

साथियों,

देश को बदनाम करना, देश की सेनाओं को कमजोर करना, ये कांग्रेस की पुरानी आदत रही है। आप याद कीजिए, यही कांग्रेस है, जिसने हमारी सेना के जवानों को हथियारों और वर्दी तक के लिए तरसा कर रखा था। ये वही कांग्रेस है, जिसने सालों तक हमारे सैनिक परिवारों को वन रैंक वन पेंशन से वंचित रखा था। ये वही कांग्रेस है, जिसके जमाने में विदेशों से होने वाले रक्षा सौदों में बड़े-बड़े घोटाले होते थे।

साथियों,

बीते 11 वर्षों में भारत की सेना ने हर मोर्चे पर आतंकियों पर, देश के दुश्मनों पर करारा प्रहार किया। हमारी सेना, हर मिशन, हर मोर्चे में विजयी रही। सर्जिकल स्ट्राइक से लेकर ऑपरेशन सिंदूर तक, वीरता का लोहा मनवाया, लेकिन कांग्रेस के नेताओं ने इसमें भी दुश्मनों के झूठ को ही आगे बढ़ाया। देश के लिए जो भी शुभ है, जो भी अच्छा है, जो भी देशवासियों का भला करने वाला है, कांग्रेस उस सबका विरोध करती है। इसलिए, देश आज कांग्रेस को सबक सिखा रहा है।

साथियों,

राजस्थान में तो आपने कांग्रेस के कुशासन को करीब से अनुभव किया है। यहां जितने दिन कांग्रेस की सरकार रही, वो भ्रष्टाचार करने और आपसी लड़ाई-झगड़े में ही उलझी रही। कांग्रेस ने हमारे किसानों को भी हमेशा धोखा दिया है। आप याद कीजिए, कांग्रेस ने दशकों तक सिंचाई की परियोजनाओं को कैसे लटकाए रखा। इसका राजस्थान के किसानों को बहुत अधिक नुकसान हुआ है। ERCP परियोजना को कांग्रेस की सरकारों ने केवल फाइलों और घोषणाओं में उलझाकर रखा। हमारी सरकार ने आते ही इस स्कीम को फाइलों से निकालकर धरातल पर उतारने का प्रयास किया है।

साथियों,

हमारी सरकार ने नदियों को जोड़ने का जो अभियान शुरु किया है, उसका बहुत अधिक फायदा राजस्थान को मिलना तय है। संशोधित पार्वती-कालीसिंध-चंबल लिंक परियोजना हो, यमुना-राजस्थान लिंक प्रोजेक्ट हो, डबल इंजन सरकार ऐसी अनेक सिंचाई परियोजनाओं का लाभ किसानों तक पहुंचाने के लिए प्रतिबद्ध है। आज भी झालावाड़, बारां, कोटा और बूंदी जिले के लिए पानी की अनेक परियोजनाओं पर काम शुरु हुआ है। हमारा प्रयास है, कि राजस्थान में भूजल का स्तर भी ऊपर उठे।

साथियों,

भाजपा सरकार, राजस्थान के सामर्थ्य को समझते हुए, योजनाएं बना रही है, उन्हें लागू कर रही है। मुझे खुशी है कि राजस्थान अब, सूरज की ताकत से समृद्धि कमाने वाली धरती बन गया है। हम सब जानते हैं, हमारे राजस्थान में धूप की कोई कमी नहीं। अब यही धूप, सामान्य मानवी के घर की बचत और कमाई का साधन बन रही है। और इसमें बहुत बड़ी भूमिका है, प्रधानमंत्री सूर्यघर मुफ्त बिजली योजना की। इस योजना में राजस्थान का भाग्य बदलने की ताकत है। इस योजना में भाजपा सरकार लोगों को अपनी छत पर सोलर पैनल लगाने के लिए 78 हजार रुपए की सहायता देती है। सरकार सीधे आपके बैंक खाते में पैसे भेजती है। आजादी के बाज सब बजट, सब योजनाएं देख लीजिए, जिसमें मध्यम वर्ग को सबसे ज्यादा लाभ होने वाला है, ऐेसी योजना कभी नजर नहीं आएगी, आज इन परिवारों को सोलर पैनल लगाने के लिए 78 हजार रुपए सीधा सरकार देती है। सबसे अधिक लाभ मध्यम वर्ग के लोग ले रहे हैं। और जिससे घर पर एक छोटा सा बिजली घर तैयार हो जाता है। दिन में सूरज की रोशनी से बिजली बनती है, घर में वही बिजली काम आती है और जो ज्यादा बिजली बनती है, वो बिजली ग्रिड में जाती है। और जिस घर में बिजली बनी होती है, उसे भी इसका लाभ मिलता है।

साथियों,

आज राजस्थान में सवा लाख से अधिक परिवार इस योजना से जुड़ चुके हैं। और इस योजना की वजह से, कई घरों का बिजली बिल लगभग जीरो आ रहा है। यानी खर्च कम हुआ है, बचत ज़्यादा हुई है।

साथियों,

विकसित राजस्थान से विकसित भारत के मंत्र पर हम लगातार काम कर रहे हैं। आज जिन योजनाओं पर काम शुरू हुआ है, वो विकसित राजस्थान की नींव को और अधिक मजबूत करेंगे। जब राजस्थान विकसित होगा, तो यहां के हर परिवार का जीवन समृद्ध होगा। आप सभी को एक बार फिर, विकास परियोजनाओं के लिए बहुत-बहुत शुभकामनाएं। मेरे साथ बोलिये-

भारत माता की जय!

भारत माता की जय!

वंदे मातरम के 150 साल देश मना रहा है। मेरे साथ बोलिये-

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

बहुत-बहुत धन्यवाद।