“୭୫ତମ ସାଧାରଣତନ୍ତ୍ର ଦିବସ ସମାରୋହ ଏବଂ ଭାରତୀୟ ନାରୀକୁ ଏହା ଉତ୍ସର୍ଗ ଭଳି ଦୁଇଟି କାରଣ ନିମନ୍ତେ ଏହି ଅବସରରେ ସ୍ୱତନ୍ତ୍ର”
“ରାଷ୍ଟ୍ରୀୟ ବାଳିକା ଦିବସ ହେଉଛି ଶୌର୍ଯ୍ୟ, ସଂକଳ୍ପ ଓ ଆମ ଝିଅମାନଙ୍କ ସଫଳତାର ସମାରୋହ ପାଳନ”
“ଜନନାୟକ କପୁରୀ ଠାକୁରଙ୍କ ସମଗ୍ର ଜୀବନ ସାମାଜିକ ନ୍ୟାୟ ଓ ଅବେହଳିତଙ୍କ ଉତ୍‌ଥାନ ନିମନ୍ତେ ଉତ୍ସର୍ଗୀକୃତ”
“ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଭ୍ରମଣ ପ୍ରତ୍ୟେକ ନାଗରିକ ନିମନ୍ତେ ନୂତନ ଅଭିଜ୍ଞତା ଆଣିଥାଏ । ଏହା ହିଁ ଭାରତର ବିଶେଷତ୍ୱ”
“ମୁଁ ଜେନ ଜେଡ କହିବାକୁ ଉଚିତ ମଣେ, ତାହା ହେଉଛି ଅମ୍ରିତ ଜେନେରେସନ”
“ଏହା ହେଉଛି ପ୍ରକୃତ ସମୟ ଓ ଆପଣମାନଙ୍କ ସମୟ”
“ପ୍ରେରଣା ବେଳେ ବେଳେ କ୍ଷୟକାରୀ ହୋଇଥାଏ, ମାତ୍ର ଏହା ହେଉଛି ଶୃଙ୍ଖଳା, ଯାହା ତୁମକୁ ସତ୍‌ପଥରେ ନେଇଥାଏ”
“ଯୁବା ଭାରତ ମଞ୍ଚରେ ଯୁବା ଶକ୍ତି” ମୋ ଭାରତ ସ୍ୱେଚ୍ଛାସେବୀ ଭାବେ ନିଶ୍ଚିତ ପଞ୍ଜୀକରଣ କରନ୍ତି”
“ନମୋ ଆପ୍‌” ଜରିଆରେ ଆଜିର ଯୁବା ପିଢି ମୋ ସହ ନିରବଚ୍ଛିନ୍ନ ଭାବେ ଯୋଡି ହୋଇ ରହିପାରିବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୧.୨୦୨୪) ସମର ଶିକ୍ଷାର୍ଥୀ ଓ ଜାତୀୟ ସମାଜସେବୀ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ସମବେତ ବ୍ୟକ୍ତିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଗବିତ୍‌ର୍ ହେବା ସହ ଏହା ଭାରତୀୟ ଇତିହାସକୁ ଆଜି ସଜୀବ କରିଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଦଳକୁ ପ୍ରଶଂସା କରିବା ସହ ସେମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହି କ୍ଷଣ ଦୁଇଟି କାରଣ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ତାହା ହେଲା “୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଓ ଭାରତର ନାରୀଶକ୍ତି ପ୍ରତି ଏହା ଉତ୍ସର୍ଗ ହୋଇଛି ।”

 

ଦେଶବ୍ୟାପୀ ଏଠାରେ ଅଂଶଗ୍ରହଣ କରିବାକୁ ଆସିଥିବା ମହିଳା ମାନେ କେବଳ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ଆସିନାହାଁନ୍ତି । ବରଂ ସେମାନେ ନିଜ ନିଜ ରାଜ୍ୟରେ ସଂସ୍କୃତି, ପରମ୍ପରା ଓ ସେମାନଙ୍କ ସମାଜର ଅଗ୍ରଣୀ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଆଉ ଏକ ସ୍ୱତନ୍ତ୍ର ଅବସର ସମ୍ପର୍କରେ ସେ କହିଥିଲେ ଯେ ରାଷ୍ଟ୍ରୀୟ ବାଳିକା ଦିବସ ହେଉଛି ସେମାନଙ୍କ ଶୌର୍ଯ୍ୟ, ସଂକଳ୍ପ ଓ ସଫଳତାର ଉତ୍ସବ । ଭାରତର କନ୍ୟାମାନେ ସମାଜର ହିତ କରିବା ପାଇଁ ସମର୍ଥ । ଭାରତୀୟ ମହିଳାମାନଙ୍କ ଦେଶଗଠନ ଇତିହାସ ଉପରେ ଆଲୋକପାତ କରି ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ତାହା ଉପରେ ପରିବେଶିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ । 

ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସରକାରଙ୍କ ସୌଭାଗ୍ୟ ବୋଲି କହିବା ସହ ଆଜିର ଯୁବପିଢି ଏହି ମହାନ୍ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ନେଇ ଅବଗତ ହୋଇପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଉତ୍କଟ ଦାରିଦ୍ର‌୍ୟ ଓ ସାମାଜିକ ଅସମାନତା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ସାଧାରଣ ଜୀବନ ଅତିବାହିତ କରୁଥିଲେ । ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ଓ ଅବହେଳିତ ଉତ୍‌ଥାନ ନିମନ୍ତେ ଉତ୍ସର୍ଗୀକୃତ ଥିଲା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଗରିବଙ୍କ କଲ୍ୟାଣ ଓ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାଜର ଶେଷ ହିତାଧିକାରୀ ନିକଟରେ ପହଞ୍ଚିବା କର୍ପୁରୀ ଠାକୁରଙ୍କ ପ୍ରେରଣା ଦ୍ୱାରା ପ୍ରତିଫଳିତ ବୋଲି ସେ କହିଥିଲେ । 

ଅନେକ ପ୍ରଥମ ଥର ନିମନ୍ତେ ପରିଦର୍ଶନରେ ସେ ଆସିଛନ୍ତି ଓ ସାଧାରଣତନ୍ତ୍ର ଦିବସ ପାଳନରେ ସେମାନଙ୍କ ଉତ୍ସାହ ଓ ଉଦ୍ଦୀପନା ସହ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଦିଲ୍ଲୀର ପ୍ରବଳ ଶୀତକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଅଂଶଗ୍ରହଣ କାରୀ ପ୍ରଥମ ଥର ନିମନ୍ତେ ଏଭଳି ପାଗର ସମ୍ମୁଖୀନ ହେଉଥିବେ ଓ ଏହି ପରିପ୍ରେକ୍ଷୀରେ ସେ ଦେଶର ବିଭିନ୍ନ ଅଞ୍ଚଳ ବିବିଧ ଜଳବାୟୁ ଉପରେ ଆଲୋକପାତ କରିଥିଲେ । ଏଭଳି ପ୍ରତିକୂଳ ପାଗ ସତ୍ୱେ ସେମାନେ ଅଭିନୟ ଅଭ୍ୟାସ ଜାରି ରଖିଥିବାରୁ ସେ ଏହାର ପ୍ରଶଂସା କରିଥିଲେ । “ଏହା ହେଉଛି ଭାରତର ସ୍ୱତନ୍ତ୍ରତା । “ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପ୍ରତ୍ୟେକ ନାଗରିକଙ୍କ ନିମନ୍ତେ ଏକ ନୂତନ ଅଭିଜ୍ଞତା” ବୋଲି ସେ କହିଥିଲେ । 

 

“ଯଦିଓ ବର୍ତ୍ତମାନର ପିଢିକୁ ଜେନ ଜେଡ କୁହାଯାଉଛି, ମୁଁ ଆପଣ ମାନଙ୍କୁ ଅମୃତ ବଂଶଧର ବୋଲି ଡାକିବି” ବର୍ତ୍ତମାନ ପିଢିର ଶକ୍ତିବଳରେ ହିଁ ଅମୃତକାଳରେ ଦେଶର ପ୍ରଗତି ସମ୍ଭବ ହେବ । ୨୦୪୭ ସୁଦ୍ଧା ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଆଗାମୀ ୨୫ବର୍ଷ ଭବିଷ୍ୟତ ଭାରତ ଓ ବର୍ତ୍ତମାନ ବଂଶଧରମାନଙ୍କ ନିମନ୍ତେ ଗୁୁରୁତ୍ୱପୂର୍ଣ୍ଣ ବୋଲି ଜୋର ଦେଇ କହିଥିଲେ । “ଅମୃତ ପିଢିର ସମସ୍ତ ସ୍ୱପ୍ନକୁ ସାକାର କରିବା, ଅସଂଖ୍ୟ ସୁଯୋଗ ସୃଷ୍ଟି କରିବା ଓ ସେ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ଶ୍ରୀ ମୋଦୀ କହିଥିଲେ ।

‘ଦେଶ ଆଗ’ ଅମୃତ ପିଢିର ମାର୍ଗଦର୍ଶିକା ହେବା ଉଚିତ ବୋଲି ସେ କହିଥିଲେ । ଯୁବାଗୋଷ୍ଠୀ ସେମାନଙ୍କ ଜୀବନରେ ହତାଶକୁ ସ୍ଥାନ ଦେବା ଅନୁଚିତ । ପ୍ରତ୍ୟେକଙ୍କ କ୍ଷୁଦ୍ରାତିକ୍ଷୁଦ୍ର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ବର୍ତ୍ତମାନ ହିଁ ସଠିକ ସମୟ ଓ ଆପଣ ମାନଙ୍କ ସମୟ ବୋଲି କହିଥିଲେ । ବର୍ତ୍ତମାନ ସମୟର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଯୁବାଗୋଷ୍ଠୀକୁ ସେମାନଙ୍କ ସଂକଳ୍ପକୁ ଶକ୍ତି ଯୋଗାଇ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ପରାମର୍ଶ ଦେଇଥିଲେ । ଜ୍ଞାନର ଦିଗ୍‌ବଳୟକୁ ସମ୍ପ୍ରସାରିତ କଲେ ଭାରତୀୟ ବିଦ୍ୱାନମାନେ ନୂତନ ଦିଗ୍‌ଦର୍ଶନ ଦେଇ ବୈଶ୍ୱିକ ସମସ୍ୟାର ସମାଧାନ ସୂତ୍ର ବାହାର କରିପାରିବେ । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଦିଆଯାଇଥିବା ନୂତନ ସୁଯୋଗ, ବ୍ୟାବସାୟିକ ସୁଗମତା, ପ୍ରତିରକ୍ଷା ଶିଳ୍ପରେ ଘରୋଇ କ୍ଷେତ୍ରର ପ୍ରବେଶ ଅନୁମତି, ଜାତୀୟ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଓ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷା ସୁବିଧା ଇତ୍ୟାଦିର ଉଦାହରଣ ଦେଇଥିଲେ । ମାତୃଭାଷାରେ ଉଚ୍ଚଶିକ୍ଷା ଲାଭ, ନବୋନ୍ମେଷ ଓ ଗବେଷଣା କ୍ଷେତ୍ରରେ ଯୁବାଗୋଷ୍ଠୀଙ୍କୁ ପ୍ରୋତ୍ସାହନ ସହ ଅଟଲ ଟିଙ୍କରିଂ ଲ୍ୟାବ କିପରି ସୃଜନଶୀଳତା ଓ ନବୋନ୍ମେଷ ବୃଦ୍ଧି କରୁଛି, ତା’ର ଉଦାହରଣ ଶ୍ରୀ ମୋଦୀ ଦେଇଥିଲେ । ସେନାରେ ନିଜର ବୃତ୍ତି ପାଇଁ ଉଚ୍ଚୁକ ଝିଅମାନଙ୍କ ପାଇଁ ସରକାର ନୂତନ ସୁଯୋଗ ଦେଇଛନ୍ତି । ବର୍ତ୍ତମାନ ଝିଅମାନେ ବିଭିନ୍ନ ସୈନିକ ବିଦ୍ୟାଳୟରେ ନାମ ଲେଖାଇ ପାରିବେ ଓ ସେମାନ ଗଭୀର ଆତ୍ମବିଶ୍ୱାସର ସହ ଆଗେଇବା ନିମନ୍ତେ ସେ ନିବେଦନ କରିଥିଲେ । “ତୁମମାନଙ୍କ ଉଦ୍ୟମ, ଦୂରଦୃଷ୍ଟି, ସାମର୍ଥ ଭାରତକୁ ନୂତନ ଶିଖରରେ ପହଞ୍ଚାଇବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 

ସ୍ୱେଚ୍ଛାସେବୀମାନେ ସେମାନଙ୍କ ଶକ୍ତିର ସଠିକ୍ ଉପଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ । ଯେଉଁ ଶକ୍ତିର ଶୃଙ୍ଖଳା ଜ୍ଞାନ ଥିବା ସହ ଦେଶର ଭ୍ରମଣ କରିଥିବେ ଓ ବିଭିନ୍ନ ପ୍ରାନ୍ତରେ ବନ୍ଧୁତା ଥିବ ସେ କ୍ଷେତ୍ରରେ ବ୍ୟକ୍ତିତ୍ୱର ବିକାଶ ଖୁବ୍ ସ୍ୱାଭାବିକ । “ଏହାକୁ ଅଣଦେଖା ବା ହୀନମାନ୍ୟତାର ସହ ଦେଖିବା ଅନୁଚିତ । ସୁସ୍ଥତାକୁ ମଧ୍ୟ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ଶୃଙ୍ଖଳା ଜ୍ଞାନ ଆବଶ୍ୟକ ବୋଲି ସେ କହିଥିଲେ । “ପ୍ରେରଣା ବେଳେ ବେଳେ କ୍ଷୟକାରୀ ହୋଇପାରେ ମାତ୍ର ଶୃଙ୍ଖଳା ତୁମକୁ ଠିକ୍ ବାଟରେ ନେଇପାରିବ ଏବଂ ପ୍ରେରଣାର ରୂପ ନେଲେ ବିଜୟ ସୁନିଶ୍ଚିତ ବୋଲି ସେ କହିଥିଲେ ।  

ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସହ ତାଙ୍କର ସମ୍ପର୍କ ଉପରେ ଆଲୋପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି, ଏନଏସଏସ୍ ବା ସାଂସ୍କୃତିକ ଶିବିର ଯୁବାଗୋଷ୍ଠୀକୁ ସମାଜ ଓ ସାମାଜିକ କର୍ତ୍ତବ୍ୟ ଉପରେ ସଚେତନ କରାଇଥାଏ । ସେ ମାଇଁ ଯୁବା ଭାରତ ଭଳି ଆଉ ଏକ ସଂଗଠନର ସୃଷ୍ଟି ଉପରେ ସୂଚନା ଦେଇ ଯୁବା ଗୋଷ୍ଠୀ “ମୋ ଭାରତ ସ୍ୱେଚ୍ଛାସେବକ’ ଗୋଷ୍ଠୀରେ ନିଜକୁ ପଞ୍ଜୀକୃତ କରିବାକୁ ପରାମର୍ଶ ଦେଇଥିଲେ ।  

 ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ, ଐତିହାସିକ ସ୍ଥଳ ପରିଦର୍ଶନ, ଅଭିଜ୍ଞ ବ୍ୟକ୍ତିଙ୍କ ସହ ସାକ୍ଷାତ ଭଳି ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ । ଏଭଳି ଅଭିଜ୍ଞତା ତୁମେମାନେ ସାରା ଜୀବନ ମନେ ରଖିବ । ପ୍ରତିବର୍ଷ ସାଧାରଣ ତନ୍ତ୍ର ଦିବସ ସମାରୋହ ପ୍ୟାରେଡ ଅବଲୋକନ କଲାବେଳେ, ମୁଁ ଏହା କହିଥିଲେି ବୋଲି ମନେ ପକାଇବ ବୋଲି ଶ୍ରୀ ମୋଦୀ କହିବା ସହ ତାଙ୍କ ସହ ନମୋ ଆପ୍‌ରେ ଯୋଡି ରଖିବା ନେଇ ଗୁରୁତ୍ୱ ଆରୋପ କରିଥିଲେ । 

 

ପ୍ରଧାନମନ୍ତ୍ରୀ ପରିଶେଷରେ ଯୁବା ପିଢିର ଶକ୍ତି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ । ସେମାନଙ୍କୁ ସେ ବିବେକବାନ ନାଗରିକ ହେବା ସହ କଠିନ ପରିଶ୍ରମ କରିବା, ପରିବେଶ ସୁରକ୍ଷା, ଖରାପ ଅଭ୍ୟାସ ତ୍ୟାଗ କରିବା ସହ ଦେଶର ଐତିହ୍ୟକୁ ନେଇ ଗର୍ବ କରିବାକୁା ପରାମର୍ଶ ଦେଇଥିଲେ ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଆଦିବାସୀ ବ୍ୟ।ପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Ramaphosa lauds India's BRICS leadership for New Delhi Declaration

Media Coverage

Ramaphosa lauds India's BRICS leadership for New Delhi Declaration
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”