ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଜୁନ୍ ୨୦୨୩ ରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଂଟିଭ୍‌ର ବାଚସ୍ପତି ମହାମହିମ ଶ୍ରୀ କେଭିନ୍ ମ୍ୟାକକାର୍ଥୀ; ସିନେଟର ପ୍ରମୁଖ ନେତା ମହାମହିମ ଶ୍ରୀ ଚାର୍ଲ୍ସ ଶୁମର, ସିନେଟର ରିପବ୍ଲିକ୍ ନେତା ମହାମହିମ ଶ୍ରୀ ମିଚ୍ ମ୍ୟାକୋନେଲ୍‌; ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ମହାମହିମ ଶ୍ରୀ ହାକିମ୍ ଜେଫ୍ରିଙ୍କ ଆମନ୍ତ୍ରଣରେ ଏକ ମିଳିତ ବୈଠକକୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହାରିସ୍ ମଧ୍ୟ ଉପସ୍ଥିତ ଥିଲେ ।

କ୍ୟାପିଟଲ୍ ହିଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତାମାନେ ଆନୁଷ୍ଠାନିକ ରୂପେ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଗୃହର ବାଚସ୍ପତି କେଭିନ ମ୍ୟାକକାର୍ଥୀ ଏବଂ କଂଗ୍ରେସ ନେତାଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ ।

ତାଙ୍କ ସମ୍ବୋଧନରେ, ଭାରତ- ଆମେରିକା ସମ୍ପର୍କର ଗଭୀରତା ପାଇଁ ୟୁଏସ୍  କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏବଂ ଦୃଢ ଦ୍ୱିପାକ୍ଷିକ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ କୃତଜ୍ଞତା ଜଣାଇଥିଲେ ।

ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ଦ୍ରୁତ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀକୁ ମଧ୍ୟ ଉପସ୍ଥାପନ କରିଥିଲେ । ସେ ଆହୁରି ମଧ୍ୟ ଭାରତ ଦ୍ୱାରା ହୋଇଥିବା ଅନେକ ଅଗ୍ରଗତି ସମ୍ପର୍କରେ କହିଥିଲେ ଏବଂ ଏହା ବିଶ୍ୱ ପାଇଁ ସୁଯୋଗ ପ୍ରଦାନ କରୁଛି ବୋଲି ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ବାଚସ୍ପତି ମ୍ୟାକକାର୍ଥୀ ଏକ ଅଭ୍ୟର୍ଥନା ସମାରୋହ ଆୟୋଜନ କରିଥିଲେ । ୟୁଏସ୍ କଂଗ୍ରେସର ମିଳିତ ବୈଠକରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସମ୍ବୋଧନ ଥିଲା । ସେ ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୬ ରେ ଆମେରିକା ଗସ୍ତ ସମୟରେ ୟୁଏସ୍ କଂଗ୍ରେସକୁ ସମ୍ବୋଧିତ କରିଥିଲେ । 

 

 

 

 

 

 

 

 

 

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 28, 2026
June 28, 2026

From Digital India to Defence, PM Modi’s Vision for a Viksit Bharat Powering India’s Progress