ବିଗତ 6 ବର୍ଷ ମଧ୍ୟରେ ତାମିଲନାଡ଼ୁରେ 50,000 କୋଟି ଟଙ୍କାର ତୈଳ ଓ ଗ୍ୟାସ ପ୍ରକଳ୍ପକୁ ମଞ୍ଜୁରି ମିଳିଛି : ପ୍ରଧାନମନ୍ତ୍ରୀ
ଆମ ସରକାର ମଧ୍ୟବିତ୍ତଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ : ପ୍ରଧାନମନ୍ତ୍ରୀ
ଆସନ୍ତା 5 ବର୍ଷରେ ତୈଳ ଓ ଗ୍ୟାସ ଭିତ୍ତିଭୂମି ସୃଷ୍ଟି କରିବା ଲାଗି ଆମେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛୁ : ପ୍ରଧାନମନ୍ତ୍ରୀ

ୱାଣକମ୍‍!

ତାମିଲନାଡୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଜୀ, ତାମିଲ ନାଡ଼ୁର ମୁଖ୍ୟମନ୍ତ୍ରୀ ଶ୍ରୀ ପାଲାନୀସ୍ୱାମୀ ଜୀ, ତାମିଲନାଡୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ପନୀରସେଲଭମ୍‍ ଜୀ, ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ଉପସ୍ଥିତି ପ୍ରତିନିଧିବୃନ୍ଦ ଏବଂ ସଜ୍ଜନମଣ୍ଡଳୀ,

ୱଣକମ୍‍!

ମୁଁ ଆଜି ଏଠାରେ ଉପସ୍ଥିତ ରହି ନିଜକୁ ଅତି ମାତ୍ରାରେ ଗର୍ବିତ ଅନୁଭବ କରୁଛି । ଆମେମାନେ ଏଠାରେ ତୈଳ ଓ ପ୍ରାକୃତିକ ବାଷ୍ପର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିବାର ଉତ୍ସବ ମନାଉଛେ । ଏହିସବୁ ପ୍ରକଳ୍ପ ଗୁଡ଼ିକ କେବଳ ତାମିଲ ନାଡ଼ୁ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଅପରନ୍ତୁ ସମଗ୍ର ଦେଶ ପାଇଁ ମହତ୍ତ୍ୱ ବହନ କରେ ।

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ମୋର ଦୁଇଟି ଅନୁଭୂତି କଥା ବଖାଣି ମୋର ବକ୍ତବ୍ୟ ଆରମ୍ଭ କରିବି ଯାହା ଆପଣମାନଙ୍କୁ ଚିନ୍ତା କରିବାର ଅବସର ପ୍ରଦାନ କରିବ । 2-19-20 ମସିହାରେ, ଭାରତ ତାର ମୋଟ ଆବଶ୍ୟକତାର ପ୍ରାୟ 85 ପ୍ରତିଶତ ତୈଳ ଏବଂ ମୋଟ ଆବଶ୍ୟକତାର ପ୍ରାୟ 53 ଭାଗ ବାଷ୍ପ ବିଦେଶରୁ ଆମଦାନୀ କରୁଥିଲା । ଆମଭଳି ଏକ ବିବିଧ ଓ ଜ୍ଞାନଗରିମାପୂର୍ଣ୍ଣ ରାଷ୍ଟ୍ର କ’ଣ ଏତେ ମାତ୍ରାରେ ଆମଦାନୀ ଉପରେ ନିର୍ଭରଶୀଳ ହେବା ଉଚିତ? ମୁଁ କାହାକୁ ନିର୍ଦ୍ଦିଷ୍ଟ ଭାବେ ସମାଲୋଚନା କରିବାକୁ ଚାହେଁନା । କିନ୍ତୁ କହିବାକୁ ଚାହେଁ: ଏହିସବୁ ପ୍ରସଙ୍ଗ ଉପରେ ଆମେ ଢ଼େର୍ ପୂର୍ବରୁ ଗୁରୁତ୍ୱ ଆରୋପ କରିଥିଲୁ ଯେ ଆମର ମଧ୍ୟମ ବର୍ଗଙ୍କ ଉପରେ ଯେଭଳି କୌଣସି ପ୍ରକାର ବୋଝ ପଡ଼ିବ ନାହିଁ ।

ବର୍ତ୍ତମାନ, ଏହି ଦିଗରେ କାର୍ଯ୍ୟ କରିବା ଏବେ ଆମର ସାମୂହିକ କର୍ତ୍ତବ୍ୟ: ଶକ୍ତିର ସ୍ୱଚ୍ଛ ଓ ସବୁଜ ଉତ୍ସ ଆବଶ୍ୟକ । ଶକ୍ତି ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଆମ ସରକାର ମଧ୍ୟମ ବର୍ଗର ଉଦ୍‌ବେଗ ପ୍ରତି ସଦାସର୍ବଦା ସଚେତନ ରହିଛନ୍ତି । ସେଇଥିପାଇଁ ଭାରତ ଏବେ ଇଥାନୋଲ ଉପରେ ଗୁରୁତ୍ୱ ଆରୋପ କରୁଛି ଏବଂ କୃଷକ ଓ ଉପଭୋକ୍ତାମାନଙ୍କୁ ସକଳ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି । ସୌର ଶକ୍ତିର ଅଧିକରୁ ଅଧିକ ଉପଯୋଗ କରାଯିବା ଦ୍ୱାରା ଆମେ ଏହି କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବାକୁ ଯାଉଛୁ । ସେହିଭଳି ସରକାରୀ ପରିବହନ ବ୍ୟବସ୍ଥା ଉପରେ ଲୋକମାନେ ଅଧିକ ନିର୍ଭରଶୀଳ ହେବା ନିମନ୍ତେ ଆମେ ପ୍ରୋତ୍ସାହନ ଯୋଗାଉଛୁ ଯାହା ସେମାନଙ୍କ ଜୀବନକୁ ଅଧିକ କ୍ରିୟାଶୀଳ ଓ ସହଜ ବନାଇ ପାରିବ । ଏଲଇଡ଼ି ବଲବ ବ୍ୟବହାର ଭଳି ବିକଳ୍ପ ପନ୍ଥା ଅବଲମ୍ବନ କରାଯିବା ଦ୍ୱାରା ମଧ୍ୟବର୍ଗଙ୍କ ଘରୋଇ ଖର୍ଚ୍ଚକୁ ଯଥେଷ୍ଟ ମାତ୍ରାରେ ବଞ୍ଚାଯାଇପାରିଛି । ସେମାନେ ଏଥିରୁ ଅର୍ଥ ସଞ୍ଚୟ କରିବାକୁ ସକ୍ଷମ ହୋଇପାରିଛନ୍ତି ।

ଭାରତ ଏବେ ସ୍କ୍ରାପେଜ୍ ନୀତି ଅଥବା ପୁରୁଣା ଗାଡ଼ ନଷ୍ଟ କରିବା ନୀତି କରିଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସହାୟକ ହୋଇପାରିବ । ଅଧିକରୁ ଅଧିକ ଭାରତୀୟ ନଗରୀରେ ମେଟ୍ରୋ ସେବା ପୂର୍ବାପେକ୍ଷା ଅଧିକରୁ ଅଧିକ ମାତ୍ରାରେ ଆରମ୍ଭ କରାଯାଉଛି । ସୌରବତୀ ଲୋକମାନଙ୍କ ଦ୍ୱାରା ଅଧିକ ଆଦୃତି ଲାଭ କରୁଛି । ଏହା ବିଶେଷକରି କୃଷକମାନଙ୍କୁ ବିଶେଷ ଭାବେ ସହାୟକ ହେଉଛି। ଜନ ସହଯୋଗ ବିନା ଏହା କେବେ ସମ୍ଭବପର ହୋଇପାରିବନାହିଁ । ଦେଶବାସୀଙ୍କ ଅଧିକ ଶକ୍ତି ଚାହିଦାକୁ ପୂରଣ କରିବା ନିମନ୍ତେ ଭାରତ କାର୍ଯ୍ୟ କରୁଛି । ସେହିଭଳି ବିଦେଶରୁ ଶକ୍ତି ଆମଦାନୀ ଓ ନିର୍ଭରଶୀଳତା ହ୍ରାସ ଦିଗରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି । ସେହିଭଳି, ଆମେ ଆମର ଆମଦାନୀ ଉତ୍ସର ବିବିଧିକରଣ କରୁଛୁ ।

ବନ୍ଧୁଗଣ,

ଏସବୁ ଆମେ କିଭଳି ଭାବେ କରିପାରୁଛୁ? ତାହା ଦକ୍ଷତା ବୃଦ୍ଧି ଦ୍ୱାରା ହିଁ ସମ୍ଭବପର ହୋଇପାରୁଛି। 2019-20 ମସିହାରେ ଆମେ ତୈଳ ବିଶୋଧନୀକରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ଥିଲା । ସେତେବେଳେ 65.2 ନିୟୁତ ଟନ୍ ପେଟ୍ରୋଲିୟମ୍‌ଜାତ ଉତ୍ପାଦ ବିଦେଶରୁ ଆମଦାନୀ କରାଯାଉଛଥିଲା । ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଆମର କମ୍ପାନୀମାନେ ଦରିଆପାରି ଉପକ୍ରମ ଦିଗରେ ଆଗକୁ ଆଗେଇ ଉନ୍ନତ ମାନଯୁକ୍ତ ତୈଳ ଓ ପ୍ରାକୃତିକ ବାଷ୍ୱ ସମ୍ପଦ ଆହରଣ କରିଛନ୍ତି । ଅଧୁନା, ଇଣ୍ଡିଆନ୍ ଅଏଲ ଏବଂ ବାଷ୍ପ କମ୍ପାନୀମାନେ 27ଟି ରାଷ୍ଟ୍ରରେ ସେମାନଙ୍କର ଉପକ୍ରମ ଆରମ୍ଭ କରିଛନ୍ତି ଏବଂ ସେଥିପାଇଁ ପ୍ରାୟ ଦୁଇ ଲକ୍ଷ ସତୁରୀ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି ।

ବନ୍ଧୁଗଣ,

ଆମେ ଗ୍ୟାସ ପାଇପ ଲାଇନ ନେଟୱାର୍କ କାର୍ଯ୍ୟକ୍ରମ ଜରିଆରେ ‘ଏକ ରାଷ୍ଟ୍ର ଏକ ଗ୍ୟାସ ଗ୍ରୀଡ଼’ ଲକ୍ଷ୍ୟ ହାସଲ କରିବା ଅଭିପ୍ରାୟରେ କାମ କରୁଛୁ । ଆମେ ଯୋଜନା କରିଛୁ ଯେ ଏଥିପାଇଁ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ତୈଳ ଓ ପ୍ରାକୃତିକ ବାଷ୍ପ ଭିତ୍ତିଭୂମିରେ ବ୍ୟାପକ ଅଭିବୃଦ୍ଧି ଘଟାଯିବ । ସହରାଞ୍ଚଳ ଗ୍ୟାସ ବିତରଣ ନେଟୱାର୍କ ସଂପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି ଏବଂ ଏବେସୁଦ୍ଧା ଦେଶର 407ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି ।

ବନ୍ଧୁଗଣ ,

ଆମର ଉପଭୋକ୍ତା ଅଭିମୁଖୀ ଯୋଜନା ଯଥା ପହଲ ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶର ପ୍ରତ୍ୟେକ ପରିବାରଙ୍କୁ ସହାୟତା ଯୋଗାଇ ଦେଉଛି । ଏବେ ସେମାନେ ରନ୍ଧନ ଗ୍ୟାସ ସୁବିଧା ପାଇପାରିଛନ୍ତି । ତାମିଲନାଡ଼ୁର 95% ଏଲପିଜି ଉପଭୋକ୍ତା ପହଲ ଯୋଜନାରେ ସାମିଲ ହୋଇଛନ୍ତି । 90%ରୁ ଅଧିକ ସକ୍ରିୟ ଉପଭୋକ୍ତା ସେମାନଙ୍କର ସବସିଡ଼ି ପ୍ରତ୍ୟକ୍ଷ ହସ୍ତାନ୍ତରଣ ସୁବିଧା ହାସଲ କରିପାରୁଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଦେଶର 31.6 ଲକ୍ଷ ପରିବାର ମାଗଣାରେ ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ସୁବିଧା ପାଇପାରିଛନ୍ତି ।

ବନ୍ଧୁଗଣ,

ଇଣ୍ଡିଆନ ଅଏଲର 143 କିଲୋମିଟର ଦୈର୍ଘ୍ୟ ପ୍ରାକୃତିକ ବାଷ୍ପ ପାଇପ ଲାଇନ ଯାହା ରାମନାଥପୁରମ ଠାରୁ ଟୁଟିକୋରିନ୍ ପର୍ଯ୍ୟନ୍ତ ଲମ୍ବିଛି ତାହାର ଆଜି ଶୁଭାରମ୍ଭ କରାଯାଇଛି । ଏହା ଓଏନଜିସିର ବାଷ୍ପକ୍ଷେତ୍ରରୁ ଉତ୍ପାଦିତ ବାଷ୍ପକୁ ମନିଟାଇଜ୍ କରିପାରିବ । 4,500 କୋଟି ଟଙ୍କା ବ୍ୟୟରେ ଯେଉଁ ବିରାଟ ପ୍ରାକୃତିକ ବାଷ୍ପ ପାଇପଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଏହା ସେହି ପ୍ରକଳ୍ପର ଅଂଶବିଶେଷ ।

ଏହା ଇନୋର, ଥିରୁଭଲ୍ଲୁର, ବେଙ୍ଗାଲୁରୁ, ପୁଡ଼ୁଚେରୀ, ନାଗପଟ୍ଟିନମ୍‌, ମଦୁରାଇ, ଟୁଟିକୋରିନ୍ ଭଳି ନଗର ଓ ସହରକୁ ଉପକୃତ କରାଇବ । ଏହିସବୁ ବାଷ୍ପ ପାଇପଲାଇନ ପ୍ରକଳ୍ପ ସିଟି ଗ୍ୟାସ ପ୍ରକଳ୍ପର ବିକାଶକୁ ତ୍ୱରାନ୍ୱିତ କରିବ ଯାହାକି ତାମିଲନାଡ଼ୁର 10ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିପାଇଁ 5000 କୋଟି ଟଙ୍କା ନିବେଶ ହୋଇଛି ।

ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟେକ ପରିବାର, ପିଏନଜି, ବିକଳ୍ପ ପରିବହନ ବ୍ୟବସ୍ଥାଙ୍କୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇପାରିବ । ସେହିଭଳି ପରିବହନ ଯାନବାହନ ଓ ସ୍ଥାନୀୟ ଶିଳ୍ପସଂସ୍ଥାମାନଙ୍କ ଲାଗି ସିଏନଜି ଉପଲବ୍ଧ ହେବ ।

ଓଏନଜିସି ବାଷ୍ୱକ୍ଷେତ୍ରରୁ ଏବେ ଦାକ୍ଷିଣାତ୍ୟ ପେଟ୍ରେକେମିକାଲ ଇଣ୍ଡଷ୍ଟ୍ରୀଜ୍ କର୍ପୋରେସନ୍ ଲିମିଟେଡ ଯାହାକି ଟୁଟିକୋରିନରେ ଅବସ୍ଥିତ ସେଠାକୁ ବାଷ୍ପ ଯୋଗାଣ କରାଯିବ । ଏହି ପାଇପଲାଇନ୍ ମାଧ୍ୟମରେ ସୁଲଭ ମୂଲ୍ୟରେ ଏସପିଆଇସିକୁ ସାର ଉତ୍ପାଦନ ନିମନ୍ତେ ଫିଡଷ୍ଟକ୍ ଭାବେ ପ୍ରାକୃତିକ ବାଷ୍ପ ଯୋଗାଣ ସମ୍ଭବପର ହୋଇପାରିବ ।

ଫିଡଷ୍ଟକ୍ ନିରବଚ୍ଛିନ୍ନ ଭାବେ ଉପଲବ୍ଧ ହୋଇପାରିଲେ ଆଉ ଏହାର ଭଣ୍ଡାରକରଣର ଆବଶ୍ୟକତା ରହିବନାହିଁ । ଏହା ଫଳରେ ବର୍ଷକୁ ପ୍ରାୟ 70ରୁ 95 କୋଟି ଟଙ୍କାର ଉତ୍ପାଦନ ମୂଲ୍ୟ ସଞ୍ଚୟ ହୋଇପାରିବ ।ତେଣୁ ସାରର ଉତ୍ପାଦନ ମୂଲ୍ୟ ଏବଂ ଚୂଡ଼ାନ୍ତ ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଆମେ ଆମର ଶକ୍ତି ବାସ୍କେଟ ଯାହାକି ଏବେ 6-3ପ୍ରତିଶତରେ ରହିଛି ତାହାକୁ 15ପ୍ରତିଶତକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛୁ ।

ବନ୍ଧୁଗଣ,

ବିକାଶ ପ୍ରକଳ୍ପ ଅନେକ ପ୍ରକାର ସୁବିଧା ସୁଯୋଗ ଆଣିଥାଏ । ସିପିସିଏଲର ନୂତନ ବିଶୋଧନାଗାର ଯାହାକି ନାଗପଟ୍ଟିନମ୍ ଠାରେ ପ୍ରତିଷ୍ଠା କରାଯାଇଛି ସେଥିପାଇଁ ନିଜସ୍ୱ ଉତ୍ସରୁ 80% ପର୍ଯ୍ୟନ୍ତ ଉପକରଣ ଓ ସେବା ଉପଲବ୍ଧ କରାଯିବାର ଆକଳନ କରାଯାଇଛି । ଏହି ବିଶୋଧନାଗାର ସ୍ଥାପନ ଦ୍ୱାରା ଏହି କ୍ଷେତ୍ରରେ ପରିବହନ ସୁବିଧା, ଡାଉନଷ୍ଟ୍ରୀମ୍ ପେଟ୍ରୋକେମିକାଲ ଶିଳ୍ପ, ତତ୍‌ସଂକ୍ରାନ୍ତ ଶିଳ୍ପ ଓ କ୍ଷୁଦ୍ରଶିଳ୍ପକୁ ଅଧିକ ସୁବିଧା ମିଳିପାରିବ । ନୂତନ ବିଶୋଧନାଗାରରୁ ଏମଏସ ଏବଂ ଡିଜେଲ ଉତ୍ପାଦିତ ହେବ ଯାହା କି ବିଏସ-6 ବିନିର୍ଦ୍ଦିଷ୍ଟ ଯାନବାହନକୁ ଇନ୍ଧନ ଯୋଗାଇବ ଓ ପଲିପ୍ରୋପିଲିନକୁ ଭାଲ୍ୟୁ ଆଡେଡ୍ ଉତ୍ପାଦ ଭାବେ ଉତ୍ପାଦନ କରିବ ।

ବନ୍ଧୁଗଣ!

ଆଜି ଭାରତ ତାର ଅକ୍ଷୟ ଶକ୍ତି ଉତ୍ସରୁ ଅଧିକ ଶକ୍ତି ଉତ୍ପାଦନ କରିଚାଲିଛି । 2030 ମସିହା ସୁଦ୍ଧା କେବଳ ସବୁଜ ଶକ୍ତି ଉତ୍ସରୁ 40ପ୍ରତିଶତ ଉତ୍ପାଦିତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସିପିସିଏଲର ନୂତନ ଗ୍ୟାସେଲିନ୍ ଡିସଲଫୁରାଇଜେସନ ୟୁନିଟ ଯାହାର ବିଶୋଧନାଗାର ମନାଲି ଠାରେ ଆଜି ଉଦ୍‌ଘାଟିତ ହେଲା ସବୁଜ ଭବିଷ୍ୟତ ଦିଗରେ ଆଉ ଉପ ସଫଳ ପ୍ରୟାସ । ଏହି ବିଶୋଧନାଗାରରୁ ଏବେ ଲୋ ସଲଫର ପରିବେଶ ଅନୁକୂଳ ଇନ୍ଧନ ଉତ୍ପାଦିତ ହେବ ଯାହାକି ବିଏସ- 6 ମାନଯୁକ୍ତ ଯାନବାହନ ନିମନ୍ତେ ଆବଶ୍ୟକ ।

ବନ୍ଧୁଗଣ!

2014 ମସିହା ଠାରୁ ଆମେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଅନୁସନ୍ଧାନ ଠାରୁ ଉତ୍ପାଦନ, ପ୍ରାକୃତିକ ବାଷ୍ପ, ବଜାରଣ ଓ ବିତରଣ କ୍ଷେତ୍ରରେ ଅନେକ ସଂସ୍କାର ଘଟାଇଛୁ । ଏଥିପାଇଁ ନିବେଶକ ଅନୁକୂଳ ବ୍ୟବସ୍ଥା ଗ୍ରହଣ ମାଧ୍ୟମରେ ଆମେ ଉଭୟ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ନିବେଶକମାନଙ୍କୁ ସେମାନଙ୍କର ପୁଂଜି ନିବେଶ ଓ କାର୍ଯ୍ୟକ୍ରମ ନିମନ୍ତେ ଆକର୍ଷିତ କରୁଛୁ । ଟିକସ ବ୍ୟବସ୍ଥାରେ ସମତୁଲତା ଆଣିବା ଦ୍ୱାରା ପ୍ରାକୃତିକ ବାଷ୍ପର ମୂଲ୍ୟ ହ୍ରାସ ପାଇଛି ଏବଂ ବିବିଧ ଶିଳ୍ପସଂସ୍ଥାରେ ଏହାର ବ୍ୟବହାର ବୃଦ୍ଧି ପାଇଛି । ପ୍ରାକୃତିକ ବାଷ୍ପକୁ ଆମେ ଜିଏସଟି ବ୍ୟବସ୍ଥା ଅଧୀନକୁ ଆଣିବା ସକାଶେ ଆମେ ପ୍ରତିଶ୍ରୁତିବଦ୍ଧ ।

ମୁଁ ସମଗ୍ର ବିଶ୍ୱକୁ କହିବାକୁ ଚାହେଁ - ଆସ, ଭାରତର ଶକ୍ତି କ୍ଷେତ୍ରରେ ପୁଂଜି ନିବେଶ କର ।

ବନ୍ଧୁଗଣ,

ଗତ ଛଅ ବର୍ଷ ମଧ୍ୟରେ ତାମିଲ ନାଡ଼ୁରେ ତୈଳ ଓ ପ୍ରାକୃତିବ ବାଷ୍ପ ପ୍ରକଳ୍ପରେ ପ୍ରାୟ 50,000 କୋଟି ଟଙ୍କାର ପୁଞ୍ଜିନିବେଶ ନିମନ୍ତେ ସରକାର ମଂଜୁରୀ ପ୍ରଦାନ କରିଛନ୍ତି । ଏହି ଅବଧି ମଧ୍ୟରେ, 2014 ମସିହା ପୂର୍ବରୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା 9100 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା । ଏହା ବ୍ୟତୀତ 4, 300କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏବେ ପ୍ରବର୍ତ୍ତନ ହେବା ନିମନ୍ତେ ରହିଛି । ତାମିଲନାଡ଼ୁର ସମସ୍ତ ପ୍ରକଳ୍ପର ସୁଫଳ ଆମର ନୀତି ଏବଂ ପ୍ରୟାସର ମିଳିତ କାର୍ଯ୍ୟକ୍ରମର ସୁଫଳ ଯାହାକି ଭାରତର ପୋଷଣୀୟ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ସକାଶେ ଉଦ୍ଦିଷ୍ଟ ।

ତାମିଲ ନାଡ଼ୁରେ ଶକ୍ତି କ୍ଷେତ୍ରର ବିକାଶ ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ହେତୁ ମୁଁ ସମସ୍ତ ହିତଧାରକଙ୍କୁ ଅଭିନନ୍ଦନ ଜଣାଉଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମେ ଆମର ସକଳ ପ୍ରୟାସରେ ସଫଳ ହୋଇପାରିବୁ ।

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ!

ୱଣକମ୍‌!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.