ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମୋଣ୍ଟେନେଗ୍ରୋଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା । ଏପ୍ରିଲ ୨୦୨୪ରେ ପଦଭାର ଗ୍ରହଣ କରିଥିବାରୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ଏଥିସହିତ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର ତଥା ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଣ୍ଟେନେଗ୍ରୋ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ଦୁଇ ନେତା ବାଣିଜ୍ୟ ଏବଂ ପୁଞ୍ଜି ନିବେଶ, ପ୍ରତିରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋଚନା କରିଥିଲେ । ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଟେକ୍ନୋଲୋଜି, ନବୀକରଣ ଯୋଗ୍ୟ ଶକ୍ତି, ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ତଥା ବୃତ୍ତିଗତ ଏବଂ କୁଶଳୀ ଶ୍ରମିକମାନଙ୍କର ଗତିଶୀଳତା ଭଳି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ସହଯୋଗ ପାଇଁ ବୃଦ୍ଧି ପାଉଥିବା ସମ୍ଭାବନାକୁ ସେମାନେ ସୂଚିତ କରିଥିଲେ । ଉଭୟ ନେତା ମଧ୍ୟ ଆଞ୍ଚଳିକ ବିକାଶ ଏବଂ ଭାରତ – ୟୁରୋପୀୟ ସଂଘ ସମେତ ଆପୋସ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ଆଞ୍ଚଳିକ ଏବଂ ବହୁପକ୍ଷୀୟ ମଞ୍ଚରେ ବର୍ତ୍ତମାନର ଘନିଷ୍ଠ ସହଯୋଗ ଜାରି ରଖିବାକୁ ସେମାନେ ସହମତ ହୋଇଥିଲେ ।

୨୦୨୫ ବର୍ଷ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେବାର ୫୦ତ ବାର୍ଷିକୀ ପାଳନ କରୁଛି ବୋଲି ଉଭୟ ନେତା ଉଲ୍ଲେଖ କରିଥିଲେ । ସେମାନେ ମିଳିତ ଭାବରେ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ସହମତ ହୋଇଥିଲେ । ଉଭୟ ନେତା ପରସ୍ପର ସହ ସମ୍ପର୍କରେ ରହିବାକୁ ମଧ୍ୟ ସହମତ ହୋଇଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI will augment, create new jobs in India: World Bank

Media Coverage

AI will augment, create new jobs in India: World Bank
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 24, 2026
February 24, 2026

Viksit Bharat Rising: Self-Reliance, Security & World Respect Under PM Modi