ଶ୍ରୀ ହରିବଂଶ ନାରାୟଣ ସିଂହ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସଂସଦର ଉଭୟ ସଦନ ଓ ଦେଶବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।

ସମାଜସେବା ଓ ସାମ୍ବାଦିକତା ଜଗତରେ ହରିବଂଶଜୀ ନିଜ ପାଇଁ ସତ୍ୟନିଷ୍ଠ ପରିଚୟ ସୃଷ୍ଟି କରି ପାରିଛନ୍ତି । ସେଥିପାଇଁ ତାଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି । ତାଙ୍କ ପ୍ରତି ଯେଉଁ ସମ୍ମାନ ଓ ଆପଣାପଣ ମୋ ମନରେ ରହିଛି ତାହା ଆଜି ସଂସଦର ସବୁ ସଦସ୍ୟଙ୍କ ମନରେ ରହିଛି । ହରିବଂଶଙ୍କ ଗୃହ ପରିଚାଳନା ଶୈଳୀକୁ ପ୍ରଶଂସା କରିବା ସହ ସଂସଦରେ ତାଙ୍କ ଭୂମିକା ଗଣତନ୍ତ୍ରକୁ ମଜବୁତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ରାଜ୍ୟସଭାର ସଦସ୍ୟମାନେ ଉପାଧ୍ୟକ୍ଷଙ୍କୁ ସୁଚାରୂ ରୂପେ ଗୃହ ପରିଚାଳନା କରିବାରେ ସହାୟତା କରିବେ ବୋଲି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି । ହରିବଂଶଜୀ ବିରୋଧୀ ଦଳଗୁଡିକୁ ମଧ୍ୟ ସମାନ ଦୃଷ୍ଟିରେ ଦେଖନ୍ତି ଓ ସେ କୌଣସି ଦଳ ସହିତ ଭେଦଭାବ କରନ୍ତି ନାହିଁ । ସଂସଦର ନିୟମ ଅନୁଯାୟୀ ସାଂସଦମାନଙ୍କୁ ପରିଚାଳିତ କରିବା ବେଶ କଷ୍ଟସାଧ୍ୟ କାମ । ହରିବଂଶ ଜୀ ସଂସଦୀୟ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରି ସମସ୍ତଙ୍କ ବିଶ୍ୱାସ ଜିତି ପାରିଛନ୍ତି ।

ହରିବଂଶ ଜୀ ଘଣ୍ଟା ଘଣ୍ଟା ଧରି ବସି ରହି ବିଲ ପାସ କରାନ୍ତି ଓ ଗତ ଦୁଇ ବର୍ଷର କାର୍ଯ୍ୟକାଳ ତାଙ୍କ ସଫଳତାର ମୁକସାକ୍ଷୀ । ଦେଶର ଭବିଷ୍ୟତ ଓ ଗତିପଥ ବଦଳାଇଥିବା ଅନେକ ଐତିହାସିକ ବିଲ ସଦନରେ ଗୃହୀତ ହୋଇଛି । ଲୋକସଭା ନିର୍ବାଚନର ବର୍ଷକ ମଧ୍ୟରେ ଗତ ଦଶ ବର୍ଷ ତୁଳନାରେ ଗୃହରେ ଅଧିକ କାମ ହୋଇଛି । ସଦନରେ ଅଧିକ କାମ ହେବା ସହିତ ସକାରାତ୍ମକତା ମଧ୍ୟ ବଢିଛି । ସମସ୍ତ ସଦସ୍ୟ ଖୋଲାଖୋଲି ବିଚାର ବ୍ୟକ୍ତ କରି ପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତୃଣମୂଳ ସ୍ତର ସହିତ ଜଡିତ ହରିବଂଶ ଜୀ ସ୍ୱଭାବତଃ ବେଶ ବିନମ୍ର । ପ୍ରଥମ ସରକାରୀ ଛାତ୍ରବୃତି ମିଳିବା ପରେ ସେହି ଟଙ୍କା ଘରକୁ ନଆଣି ସେ ପୁସ୍ତକ କିଣିଥିଲେ । ପୁସ୍ତକପ୍ରେମୀ ହରିବଂଶ ଜୀ ଶ୍ରୀ ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି । ଚାରି ଦଶକ ଧରି ସମାଜସେବା କରିବା ପରେ ସେ 2014ରେ ସଂସଦରେ ପ୍ରବେଶ କରିଥିଲେ । ହରିବଂଶ ଜୀ ନିଜ ସୌହାର୍ଦ୍ଦପୂର୍ଣ୍ଣ ଆଚରଣ ଓ ବିନୟୀ ସ୍ୱଭାବ ପାଇଁ ପରିଚିତ । ଆନ୍ତଃସଂସଦୀୟ ସଂଘ ଭଳି ଅନ୍ତରାଷ୍ଟ୍ରୀୟ ମଞ୍ଚ ଓ ଭାରତୀୟ ସାଂସ୍କୃତିକ ପ୍ରତିନିଧିମଣ୍ଡଳୀର ସଦସ୍ୟ ଭାବେ ଅନ୍ୟ ଦେଶରେ ଭାରତର ଭାବମୂର୍ତି ଉଜ୍ୱଳ କରିବାରେ ହରିବଂଶ ଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ରାଜ୍ୟସଭାର ବିଭିନ୍ନ ସମିତିର ଅଧ୍ୟକ୍ଷ ଭାବେ ସମିତିଗୁଡିକର କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିଥିଲେ । ସାଂସଦ ହେବା ପରେ ସମସ୍ତ ସାଂସଦ ଯେପରି ଆଚରଣରେ ନୈତିକତା ବଜାୟ ରଖିବେ ସୁନିଶ୍ଚିତ କରିବାକୁ ହରିବଂଶ ଜୀ ଉଦ୍ୟମ କରିଥିଲେ । ସଂସଦୀୟ କାର୍ଯ୍ୟ ଓ ଦାୟିତ୍ୱ ମଧ୍ୟରେ ହରିବଂଶ ଜୀ ଜଣେ ବୁଦ୍ଧିଜୀବି ତଥା ଚିନ୍ତାଶୀଳ ବ୍ୟକ୍ତିତ୍ୱ ଭାବେ ସକ୍ରିୟ ଭୂମିକା ନିର୍ବାହ କରନ୍ତି । ହରିବଂଶ ଜୀ ଏବେ ବି ସାରା ଦେଶ ଭ୍ରମଣ କରି ଲୋକଙ୍କୁ ଭାରତର ଆର୍ଥିକ, ସାମାଜିକ, ସାମରିକ ଓ ରାଜନୈତିକ ଆହ୍ୱାନ ସମ୍ପର୍କରେ ସଚେତନ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀଙ୍କ ଜୀବନୀକୁ ନେଇ ହରିବଂଶଙ୍କ ରଚିତ ପୁସ୍ତକ ତାଙ୍କ ଲିଖନ କ୍ଷମତାକୁ ମଧ୍ୟ ଦର୍ଶାଉଛି । ଉପାଧ୍ୟକ୍ଷ ଭାବେ ହରିବଂଶଙ୍କ ମାର୍ଗଦର୍ଶନ ଲାଭ କରିବାର ସୁଯୋଗ ମିଳିଥିବାରୁ ମୁଁ ଓ ସଦନର ସମସ୍ତ ସଦସ୍ୟ ଭାଗ୍ୟଶାଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ହରିବଂଶ ଜୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂସଦର 250ରୁ ଅଧିକ ଅଧିବେଶନ ଭାରତୀୟ ଗଣତନ୍ତ୍ରର ପରିପକ୍ୱତାକୁ ଦର୍ଶାଉଛି ବୋଲି କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026-27 lays blueprint for a future-ready digital ecosystem

Media Coverage

Budget 2026-27 lays blueprint for a future-ready digital ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 2, 2026
February 02, 2026

Citizens Celebrate PM Modi's Roadmap to Prosperity: Budget 2026 Drives Investment, Jobs, and Sustainable Growth for Every Indian