ଆଜି ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଂହ ସଂରକ୍ଷଣ ଏବଂ ସୁରକ୍ଷା କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ସାବାସୀ ଦେଇଛନ୍ତି । ଶ୍ରୀ ମୋଦୀ ଫେବୃଆରୀ ୨୦୨୪ରେ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଉପରେ ଆଲୋକପାତ କରିଛନ୍ତି, ଯାହା ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଅବସରରେ ସମଗ୍ର ବିଶ୍ୱରୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟାରେ ସେ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଗିର ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ଏବଂ ଗୁଜରାଟର ଲୋକମାନଙ୍କର ଅତିଥ୍ୟ ଗ୍ରହଣ କରିବା ସହ ସିଂହର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଜାଣିବାକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି ।

ଏକ୍ସରେ ଏକ ଟ୍ୱିଟ୍ ଥ୍ରେଡ୍ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି ; 

 “ବିଶ୍ୱ ସିଂହ ଦିବସରେ ମୁଁ ସିଂହ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ପ୍ରଶଂସା କରୁଛି ଏବଂ ଏହି ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି । ଆମେ ସମସ୍ତେ ଜାଣିଛୁ ଯେ, ଭାରତର ଗୁଜାରଟର ଗିରଠାରେ ସିଂହମାନଙ୍କର ଏକ ବୃହତ୍ ଜନସଂଖ୍ୟା ବାସ କରନ୍ତି । ବର୍ଷ ବର୍ଷ ଧରି ସେମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି, ଯାହା ଏକ ଭଲ ଖବର ।”

 “ଚଳିତ ବର୍ଷ ଫେବୃଆରୀରେ, ବଡ ବିଲେଇମାନେ ରହୁଥିବା ବିଶ୍ୱର ସମସ୍ତ ଦେଶକୁ ଏକତ୍ର କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠାକୁ ଅନୁମୋଦନ ପ୍ରଦାନ କରିଛି । ସ୍ଥାୟୀ ବିକାଶକୁ ବୃଦ୍ଧି କରିବା ପାଇଁ ଏହା ଏକ ସାମଗ୍ରିକ ଆଭିମୁଖ୍ୟ ଗଠନ କରିବାକୁ ଚେଷ୍ଟା କରେ ଏବଂ ଏହି ପରିପ୍ରେକ୍ଷୀରେ ସମ୍ପ୍ରଦାୟର ଉଦ୍ୟମକୁ ମଧ୍ୟ ସମର୍ଥନ କରେ । ଏହି ପ୍ରୟାସକୁ ବିଶ୍ୱବ୍ୟାପୀ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି ।”

“ମୁଁ ମଧ୍ୟ ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଗିର୍‌ରେ ଏସିଆର ରାଜକୀୟ ସିଂହ ଆବିଷ୍କାର କରିବାକୁ ନିମନ୍ତ୍ରଣ କରୁଛି । ଏହି ଅବସରରେ ସମସ୍ତେୁ ସିଂହର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ଏବଂ ଏଥିସହ ଗୁଜରାଟର ଲୋକମାନଙ୍କର ଆତିଥ୍ୟକୁ ମଧ୍ୟ ଅନୁଭବ କରିପାରିବେ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India