ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଜୋ ବାଇଡେନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କର ଶୀଘ୍ର ତଥା ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଡ. ଜିଲ୍ ବାଇଡେନ୍ ଏବଂ ପରିବାର ସହିତ ଆମର ସମବେଦନା ରହିଛି ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଜୋ ବାଇଡେନ୍ଙ୍କ ସ୍ୱାସ୍ଥ୍ୟ ବିଷୟରେ ଶୁଣି ଗଭୀର ଚିନ୍ତିତ । ଆମେ ତାଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ କାମନା କରୁଛୁ । ଜିଲ୍ ବାଇଡେନ୍ ଏବଂ ତାଙ୍କର ପରିବାର ସଦସ୍ୟଙ୍କ ପ୍ରତି ଆମର ସମବେଦନା ରହିଛି ।”
Deeply concerned to hear about @JoeBiden's health. Extend our best wishes to him for a quick and full recovery. Our thoughts are with Dr. Jill Biden and the family.
— Narendra Modi (@narendramodi) May 19, 2025


