ଭାରତର ସ୍ବାଧୀନତା, କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଏବଂ ଭାରତ-ଫ୍ରାନ୍ସ କୂଟନୈତିକ ସମ୍ପର୍କ ଏକ ସମୟରେ ୭୫ ବର୍ଷ ପୂରଣ କରିବାର ବିରଳ ସଂଯୋଗ ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
‘‘ଭାରତରେ କହିବା ଲାଗି ଅନେକ କାହାଣୀ ରହିଛି ଏବଂ ବିଶ୍ବର କଣ୍ଟେଣ୍ଟ ହବ୍‌ (ବିଷୟବସ୍ତୁ କେନ୍ଦ୍ର) ହେବାର ଅପାର ସମ୍ଭାବନା ଦେଶରେ ରହିଛି’’
‘‘ଚଳଚ୍ଚିତ୍ର କ୍ଷେତ୍ରରେ ବ୍ୟବସାୟିକ ସୁଗମତାକୁ ବଢ଼ାଇବା ପାଇଁ ନିଜର ସଂକଳ୍ପରେ ସରକାର ସୁଦୃଢ଼ ରହିଛନ୍ତି’’
କାନ୍ସ କ୍ଲାସିକ୍‌ ବର୍ଗରେ ସତ୍ୟଜିତ ରାୟଙ୍କର ପୁନରୁଦ୍ଧାର ହୋଇଥିବା ଏକ ଚଳଚ୍ଚିତ୍ର ସ୍କ୍ରିନିଂକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
କାନ୍ସ ଠାରେ ଭାରତୀୟ ପାଭିଲିୟନରେ ପ୍ରଦର୍ଶିତ ଭାରତୀୟ ସିନେମାର ବିଭିନ୍ନ ଦିଗ; ଅନ୍ତର୍ଜାତୀୟ ସହଭାଗିତା ଓ ଶିକ୍ଷାକୁ ଦେବ ପ୍ରୋତ୍ସାହନ

ଚଳିତ ବର୍ଷ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ‘ସମ୍ମାନିତ ରାଷ୍ଟ୍ର’ ଭାବେ ଭାରତର ଅଂଶଗ୍ରହଣକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଏକ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଅଂଶଗ୍ରହଣ ଏପରି ଏକ ସ୍ମରଣୀୟ ମୁହୂର୍ତ୍ତରେ ହେଉଛି ଯେତେବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରୁଛି, କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଏବଂ ଭାରତ-ଫ୍ରାନ୍ସ କୂଟନୈତିକ ସମ୍ପର୍କକ ମଧ୍ୟ ୭୫ ବର୍ଷରେ ପଦାର୍ପଣ କରିଛି ।

ଭାରତକୁ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ରାଷ୍ଟ୍ର ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଚଳଚ୍ଚିତ୍ର କ୍ଷେତ୍ରର ବହୁବିବିଧତା ଉଲ୍ଲେଖନୀୟ ଏବଂ ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ବିବିଧତା ଆମର ସାମର୍ଥ୍ୟ । ଭାରତରେ କହିବା ଲାଗି ଅନେକ କାହାଣୀ ରହିଛି ଏବଂ ବିଶ୍ବର କଣ୍ଟେଣ୍ଟ ହବ୍‌ (ବିଷୟବସ୍ତୁ କେନ୍ଦ୍ର) ହେବାର ଅପାର ସମ୍ଭାବନା ଦେଶରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳଚ୍ଚିତ୍ର କ୍ଷେତ୍ରରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସହପ୍ରଯୋଜନା ପାଇଁ ସୁବିଧା ଦେବା ଠାରୁ ଆରମ୍ଭ କରି ସାରା ଦେଶରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦେବା ନିମନ୍ତେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ, ବିଶ୍ବର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଭାରତ ଅପାର ସମ୍ଭାବନା ଦେଇଛି ।

ଭାରତ ଚଳିତ ବର୍ଷ ମହାନ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛି, ଏହି ଉପଲକ୍ଷେ ତାଙ୍କର ଏକ ପୁନରୁଦ୍ଧାର ହୋଇଥିବା ଚଳଚ୍ଚିତ୍ର କାନ୍ସ କ୍ଲାସିକ ବର୍ଗରେ ସ୍କ୍ରିନିଂ ହେବାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ପ୍ରଥମ ଥର ପାଇଁ ଚଳିତ ବର୍ଷ ଅନେକ କଥା ଘଟୁଛି, ଭାରତର ଷ୍ଟାର୍ଟଅପ୍ସମାନେ ଚଳଚ୍ଚିତ୍ର ଦୁନିଆକୁ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବେ । ମହୋତ୍ସବ ପରିସରରେ ଭାରତୀୟ ପାଭିଲିୟନ ଭାରତୀୟ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ଦିଗ ପ୍ରଦର୍ଶିତ କରିବ ଏବଂ ଅନ୍ତର୍ଜାତୀୟ ସହଭାଗିତା ଓ ଅଧ୍ୟୟନକୁ ପ୍ରୋତ୍ସାହିତ କରିବ । 

ପୃଷ୍ଟଭୂମି :  

ଫ୍ରାନ୍ସରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୫ତମ ସଂସ୍କରଣ ଉପଲକ୍ଷେ ଆୟୋଜିତ ହେଉଥିବା ଆଗାମୀ ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତକୁ ବିଧିବଦ୍ଧ ଭାବେ ସମ୍ମାନିତ ରାଷ୍ଟ୍ର ରୂପରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି । ସମ୍ମାନିତ ରାଷ୍ଟ୍ର ମାନ୍ୟତା ସହ ଭାରତର ଉପସ୍ଥିତିର ଅର୍ଥ ହେଉଛି ମାଜେଷ୍ଟିକ ବେଳାଭୂମିରେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଭାରତ, ଏହାର ଚଳଚ୍ଚିତ୍ର ଜଗତ, ସଂସ୍କୃତି ଓ ଐତିହ୍ୟ ଧ୍ୟାନର କେନ୍ଦ୍ରବିନ୍ଦୁ ହେବ । 

କାନ୍ସ ନେକ୍ସଟରେ ମଧ୍ୟ ଭାରତକୁ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି, ଯାହା ଅଧୀନରେ ଅଡିଓ-ଭିଜୁଆଲ (ଦୃଶ୍ୟ-ଶ୍ରାବ୍ୟ) ଉଦ୍ୟୋଗରେ ୫ଟି ନୂଆ ଷ୍ଟାର୍ଟଅପକୁ ପ୍ରଦର୍ଶନର ସୁଯୋଗ ମିଳିବ । ୧୦ ଜଣ ପେସାଦାର ଆନିମେସନ ଡେ ନେଟୱର୍କିଂରେ ଅଂଶଗ୍ରହଣ କରିବେ । କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତର ଅଂଶଗ୍ରହଣର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି, ଏଥିରେ ଶ୍ରୀ ଆର. ମାଧବନଙ୍କ ପ୍ରଯୋଜିତ ‘‘ରକେଟ୍ରୀ’’ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ । ଏହି ଚଳଚ୍ଚିତ୍ର ୧୯ ମେ ୨୦୨୨ରେ ପାଲାଇସ ଡେସ ମହୋତ୍ସବର ମାର୍କେଟ୍‌ ସ୍କ୍ରିନିଂରେ ପ୍ରଦର୍ଶିତ ହେବ । 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ଅଂଶଗ୍ରହଣ କରିଥିବା ଭାରତୀୟ ପ୍ରତିନିଧି ଦଳରେ ଦେଶର ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଛନ୍ତି । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2026
March 29, 2026

Citizens Praise PM Modi for The Visionary Shift: Empowering Every Citizen in an Uncertain World