ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଦ୍ୱାରା ପ୍ରତିଷ୍ଠିତ ଫିଡେ ବିଶ୍ୱକପ ୨୦୨୫ ଆୟୋଜନ କରିବାକୁ ପ୍ରସ୍ତୁତି କରୁଥିବାରୁ ଅତ୍ୟନ୍ତ ଗର୍ବ ଏବଂ ଉତ୍ସାହ ପ୍ରକାଶ କରିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ମାଟିରେ ଏହି ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି ।
ଏକ୍ସରେ ଅନ୍ତର୍ଜାତୀୟ ଚେସ୍ ଫେଡେରେସନର ପକ୍ଷରୁ କରଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ପ୍ରତିଷ୍ଠିତ ଫିଡେ ବିଶ୍ୱକପ ୨୦୨୫ ଆୟୋଜନ କରିବାକୁ ଯାଉଥିବାରୁ ଆନନ୍ଦିତ । ଆମ ଯୁବପିଢ଼ିଙ୍କ ମଧ୍ୟରେ ଚେସ୍ର ଲୋକପ୍ରିୟତା ବୃଦ୍ଧି ପାଉଛି। ମୁଁ ନିଶ୍ଚିତ ଯେ, ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବ ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କର ପ୍ରତିଭା ପ୍ରଦର୍ଶନ କରିବ ।”
India is delighted to be hosting the prestigious FIDE World Cup 2025 and that too after over two decades. Chess is gaining popularity among our youth. I am sure this tournament will witness thrilling matches and showcase the brilliance of top players from around the world. https://t.co/iyfS7f3gGz
— Narendra Modi (@narendramodi) August 26, 2025


