ଗାଜା ବିବାଦର ସମାଧାନ ନିମନ୍ତେ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ବ୍ୟାପକ ଯୋଜନା ଘୋଷଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପାଲେଷ୍ଟାଇନ ଏବଂ ଇସ୍ରାଏଲର ଲୋକଙ୍କ ସହିତ ବୃହତ୍ତର ପଶ୍ଚିମ ଏସିଆ କ୍ଷେତ୍ର ପାଇଁ ଦୀର୍ଘକାଳୀନ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ନିମନ୍ତେ ଏକ କାର୍ଯ୍ୟକାରୀ ପଥ ପ୍ରଦାନ କରେ।
ବିବାଦର ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ସମ୍ବନ୍ଧିତ ପକ୍ଷମାନେ ମିଳିତ ଭାବେ ସମର୍ଥନ କରିବେ ବୋଲି ଶ୍ରୀ ମୋଦୀ ଆଶା ପ୍ରକଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଗାଜା ବିବାଦର ସମାଧାନ ନିମନ୍ତେ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ବ୍ୟାପକ ଯୋଜନା ଘୋଷଣାକୁ ଆମେ ସ୍ୱାଗତ କରୁଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି, ପାଲେଷ୍ଟାଇନ ଏବଂ ଇସ୍ରାଏଲର ଲୋକଙ୍କ ସହିତ ବୃହତ୍ତର ପଶ୍ଚିମ ଏସିଆ କ୍ଷେତ୍ର ପାଇଁ ଦୀର୍ଘକାଳୀନ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ନିମନ୍ତେ ଏକ କାର୍ଯ୍ୟକାରୀ ପଥ ପ୍ରଦାନ କରିବ । ଆମେ ଆଶା କରୁଛୁ ସମ୍ବନ୍ଧିତ ସମସ୍ତ ପକ୍ଷ ମିଳିତ ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ପଦକ୍ଷେପକୁ ବିବାଦର ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସମର୍ଥନ କରିବେ ।
We welcome President Donald J. Trump’s announcement of a comprehensive plan to end the Gaza conflict. It provides a viable pathway to long term and sustainable peace, security and development for the Palestinian and Israeli people, as also for the larger West Asian region. We…
— Narendra Modi (@narendramodi) September 30, 2025


