ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ୍ୟାକର୍ତ୍ତାଠାରେ ଅବସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ‘ପ୍ରାମ୍ବାନାନ ମନ୍ଦିର ପରିସର’ ପରିଦର୍ଶନ କରିଥିଲେ। ଏକ ସ୍ୱତନ୍ତ୍ର ସୌଜନ୍ୟ ପଦକ୍ଷେପ ସ୍ୱରୂପ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋୱୋ ସୁବିଆଣ୍ଟୋ ପ୍ରଧାନମନ୍ତ୍ରୀଙ୍କ ସହ ଏହି ମନ୍ଦିର ପରିଦର୍ଶନରେ ସାମିଲ ହୋଇଥିଲେ। ଉଭୟ ନେତା ମନ୍ଦିର ପରିସରରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସଂରକ୍ଷଣ ଓ ପୁନରୁଦ୍ଧାର ପ୍ରକଳ୍ପର ଶୁଭାରମ୍ଭକୁ ଚିହ୍ନିତ କରୁଥିବା ଏକ ଫଳକର ଉନ୍ମୋଚନ କରିଥିଲେ।

 

ନବମ ଶତାବ୍ଦୀରେ ନିର୍ମିତ ପ୍ରାମ୍ବାନାନ ମନ୍ଦିର ପରିସର ହେଉଛି ଇଣ୍ଡୋନେସିଆର ସବୁଠାରୁ ବଡ଼ ମନ୍ଦିର ପରିସର, ଯାହା ତ୍ରିମୂର୍ତ୍ତି—ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ। ଏହି ମନ୍ଦିର ପରିସର ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସହଭାଗୀ ସଭ୍ୟତାଗତ ଏବଂ ସାଂସ୍କୃତିକ ଐତିହ୍ୟର ଏକ ସ୍ଥାୟୀ ପ୍ରତୀକ ଭାବେ ପରିଚିତ।

 

୨୦୨୫ ମସିହାରେ ରାଷ୍ଟ୍ରପତି ପ୍ରବୋୱୋଙ୍କ ଭାରତ ଗସ୍ତ ସମୟରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରାମ୍ବାନାନ ମନ୍ଦିର ପରିସରରେ ଥିବା ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପାଇଁ ଭାରତର ସହଯୋଗ ସମ୍ଭାବନାକୁ ଅନୁସନ୍ଧାନ କରାଯାଇଥିଲା। ଏହାର ପରିପ୍ରେକ୍ଷୀରେ ଏହି ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଛି।

 

ଦକ୍ଷିଣ-ପୂର୍ବ ଏସିଆର ଅନେକ ବିଶ୍ୱ ଐତିହ୍ୟ ସ୍ଥଳୀର ପୁନରୁଦ୍ଧାର ଓ ସଂରକ୍ଷଣ କ୍ଷେତ୍ରରେ ଭାରତର ଏକ ସଫଳ ଅଭିଜ୍ଞତା ରହିଛି। ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ପୂର୍ବରୁ ମଧ୍ୟ ଇଣ୍ଡୋନେସିଆର ‘ବୋରୋବୁଦୁର ମନ୍ଦିର ପରିସର’ର ବିସ୍ତୃତ ଦଲିଲୀକରଣ କାର୍ଯ୍ୟ ସମ୍ପନ୍ନ କରିଛି। ପ୍ରାମ୍ବାନାନ ମନ୍ଦିର ପରିସରର ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ ଭାରତର ସହଯୋଗ, ଉଭୟ ଦେଶର ସାଧାରଣ ସଭ୍ୟତାଗତ ଐତିହ୍ୟର ସଂରକ୍ଷଣ ପ୍ରତି ତାହାର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାର ପ୍ରତିଫଳନ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 'chalta hai' to 'badal sakta hai': Decoding PM Modi's Punctuality narrative

Media Coverage

From 'chalta hai' to 'badal sakta hai': Decoding PM Modi's Punctuality narrative
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 23, 2026
August 23, 2026

From Free Coaching to 400+ Space Startups — India’s Atmanirbhar Leap Under PM Modi