Ro-Pax service will decrease transportation costs and aid ease of doing business: PM Modi
Connectivity boost given by the ferry service will impact everyone starting from traders to students: PM Modi
Name of Ministry of Shipping will be changed to Ministry of Ports, Shipping and Waterways: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଜିରାଠାରେ ରୋ–ପାକ୍ସ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର ହାଜିରା ଏବଂ ଘୋଘା ମଧ୍ୟରେ ରୋ–ପାକ୍ସ ଫେରି ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସୁବିଧାର ହିତାଧିକାରୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ । ଆଜି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ ପୁନଃ ନାମକରଣ କରାଯାଇଛି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ଗୁଜରାଟବାସୀଙ୍କୁ ସେମାନଙ୍କ ଦୀପାବଳୀ ଉପହାର ମିଳିଛି । ଏଭଳି ଉତ୍ତମ ଜଳପଥ ସଂଯୋଗରୁ ସମସ୍ତେ ଉପକୃତ ହୋଇପାରିବେ । ସେ କହିଲେ ଯେ ଉତ୍ତମ ଯୋଗାଯୋଗର ସୁଯୋଗ ରହିଲେ ବ୍ୟବସାୟ ବାଣିଜ୍ୟ କାରବାର ମଧ୍ୟ ବୃଦ୍ଧି ପାଇବ । ହାଜିରା ଏବଂ ଘୋଘା ମଧ୍ୟରେ ରୋ–ପାକ୍ସ ଫେରି ସେବା ଆରମ୍ଭ ହେବା ଦ୍ୱାରା ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇପାରିଛି । କାରଣ ପୂର୍ବରୁ ଯେଉଁ ପଥକୁ ସେମାନେ 10-12 ଘଣ୍ଟାରେ ଯାତାୟାତ କରୁଥିଲେ ଏବେ ସେମାନେ ତାହା ମାତ୍ର 3-4 ଘଣ୍ଟାରେ ଯାତ୍ରା କରିପାରିବେ । ଏହା କେବଳ ସେମାନଙ୍କ ପାଇଁ ସମୟ ବଞ୍ଚାଇବ ନାହିଁ ଅପରନ୍ତୁ ସେମାନଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭପ୍ରଦ ହେବ । ସେ କହିଲେ ଯେ ଏହି ନୂତନ ସେବାରୁ ପ୍ରତି ବର୍ଷ ପ୍ରାୟ 80 ହଜାର ପାସେଞ୍ଜର ଟ୍ରେନ୍ ଏବଂ 30 ହଜାର ଟ୍ରକ୍ ଫାଇଦା ଉଠାଇ ପାରିବେ ।

ଶ୍ରୀ ମୋଦୀ କହିଲେ ଯେ ସୌରାଷ୍ଟ୍ର ଏବଂ ସୁରଟ ମଧ୍ୟରେ ଉତ୍ତମ ଯୋଗାଯୋଗର ସୁବିଧା ସ୍ଥାପନ ହେବା ଦ୍ୱାରା ଏହି କ୍ଷେତ୍ରର ଲୋକମାନଙ୍କ ଜୀବନରେ ତାହା ବ୍ୟାପକ ଭାବେ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହାଦ୍ୱାରା ଫଳ, ପନିପରିବା ଓ କ୍ଷୀର ଭଳି ତଟକା ପନିପରିବା ଓ ସାମଗ୍ରୀ ଅତି ସହଜରେ ଓ କମ୍ ସମୟ ମଧ୍ୟରେ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ଏବଂ ଲୋକ ତଥା ବ୍ୟବସାୟୀମାନେ ଉପକୃତ ହେବେ । ଏହାଦ୍ୱାରା ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇବ । ଏଭଳି ସୁବିଧା ଓ ବ୍ୟବସ୍ଥାରେ ସାମିଲ ହୋଇଥିବା ଇଂଜିନିଅର, ଶ୍ରମିକ ଏବଂ ଅନ୍ୟ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନେକ ଚାଲେଞ୍ଜ ଭିତରେ ସୁଦ୍ଧା ସେମାନେ ସାହସିକତା ପ୍ରଦର୍ଶନ କରି ଏଭଳି କାର୍ଯ୍ୟକୁ ସାକାର କରିପାରିଥିବାରୁ ସେ ସେମାନଙ୍କ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରି କହିଲେ ଯେ  ଭାବନଗର ଓ ସୁରଟ ମଧ୍ୟରେ ଏଭଳି ଜଳପଥ ସଂଯୋଗୀକରଣ ସ୍ଥାପିତ ହେବା ଦ୍ୱାରା ଲୋକମାନେ ତା’ର ଭରପୂର ଫାଇଦା ଉଠାଇବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଗୁଜରାଟ ଯେଉଁଭଳି ଭାବେ ଏହାର ସାମୁଦ୍ରିକ ସାମର୍ଥ୍ୟର ବିକାଶ ବିଗତ ଦୁଇ ଦଶନ୍ଧି ମଧ୍ୟରେ କରିବାକୁ ସକ୍ଷମ ହୋଇଛି ତାହାର ଭୂୟସୀ ପ୍ରଶଂସା କରିଥିଲେ । ସରକାର ବନ୍ଦର ଭିତ୍ତିକ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ସୂଚାଇ ସେ କହିଲେ ଯେ ଏହା ପ୍ରତ୍ୟେକ ଗୁଜାରଟବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅନ୍ୟାନ୍ୟ ଯେଉଁ ଜଳପଥ ବିକାଶ କାର୍ଯ୍ୟକ୍ରମ ଉପରେ ଏବେ କାର୍ଯ୍ୟ କରୁଛନ୍ତି ତାହାର ସୂଚନା ପ୍ରଦାନ କରି କହିଥିଲେ ଯେ ସେଥି ମଧ୍ୟରେ ଜାହାଜ ନିର୍ମାଣ ନୀତି ପାଇଁ ଚିଠା ପ୍ରସ୍ତୁତ କରିବା, ଜାହାଜ ନିର୍ମାଣ ପାର୍କ ଓ ସ୍ପେସିଆଲାଇଜଡ଼ ଟର୍ମିନାଲ ନିର୍ମାଣ, ଭେସେଲ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ବିକାଶ ଏବଂ କେତେକ ଯୁଗାନ୍ତକାରୀ ଜଳପଥ ସଂଯୋଗୀକରଣ ପ୍ରକଳ୍ପ ସାମିଲ ।  ସେ କହିଲେ ଯେ ଏହିସବୁ ପ୍ରୟାସ ବନ୍ଦର ବିକାଶ କ୍ଷେତ୍ରକୁ ଏକ ନୂତନ ଦିଶା ପ୍ରଦାନ କରିବ । ସମଗ୍ର ତଟୀୟ ଇକୋସିଷ୍ଟମକୁ ଆଧୁନିକୀକରଣ କରିବା ପାଇଁ ପ୍ରୟାସ କରାଯିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏଥି ସହିତ ବାସ୍ତବ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ସରକାର ସବୁପ୍ରକାର ପ୍ରୟାସ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଗୁଜରାଟ ସମୃଦ୍ଧିର ଦ୍ୱାର ପାଲଟିଛି ଏବଂ ଏଥିପାଇଁ ସରକାର ତଟୀୟ ଇଲାକାରେ ସବୁ ପ୍ରକାର ବିକାଶ ନିମନ୍ତେ ଯେତିକି ଗୁରୁତ୍ୱ ଆରୋପ କରିଆସୁଛନ୍ତି ଏହା ହେଉଛି ତା’ର ସୁଫଳ । ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟରେ ପାରମ୍ପରିକ ବନ୍ଦର ବ୍ୟବସ୍ଥାରୁ ଏକ ନୂତନ ତଥା ଅଭିନବ ସମନ୍ୱିତ ବନ୍ଦର ବିକାଶ ମୁଣ୍ଡ ଟେକିଛି ଓ ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ ଉଦାହରଣ ପାଲଟିଛି । ଗୁଜରାଟରେ ଥିବା ବନ୍ଦରଗୁଡ଼ିକର ଏହିସବୁ ପ୍ରୟାସର ସୁଫଳ ସାରା ଦେଶରେ ଏହାକୁ ଏକ ପ୍ରମୁଖ ସାମୁଦ୍ରିକ କେନ୍ଦ୍ରଭାବେ ସୁପ୍ରତିଷ୍ଠିତ କରିପାରିଛି ।  ଗତ ବର୍ଷ, ଦେଶର ମୋଟ ସାମୁଦି୍ରକ ବାଣିଜ୍ୟର 40 ପ୍ରତିଶତରୁ ଅଧିକ କେବଳ ଗୁଜରାଟ ଦେଇ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ନିଜର ମତ ପୋଷଣ କରି କହିଲେ ଯେ ଆଜି, ସାମୁଦ୍ରିକ ବ୍ୟବସାୟ ସଂପର୍କୀତ ଭିତ୍ତିଭୂମି ଓ କ୍ଷମତା ନିର୍ମାଣ କ୍ଷେତ୍ରରେ ଗୁଜରାଟ ତାର ପୂର୍ଣ୍ଣ କ୍ଷମତା ବିନିଯୋଗ କରିପାରିଛି । ରାଜ୍ୟର ଅନେକ ଫାସିଲିଟି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ସେଥି ମଧ୍ୟରେ ଗୁଜରାଟା ମେରୀଟାଇମ୍ କ୍ଲଷ୍ଟର, ଗୁଜରାଟ ମେରୀଟାଇମ୍ ୟୁନିଭରସିଟି ଏବଂ ଭାବନଗରଠାରେ ନିର୍ମାଣାଧୀନ ଦେଶର ପ୍ରଥମ ସିଏନଜି ଟର୍ମିନାଲ ସ୍ଥାପନ । ଗୁଜରାଟ ମେରୀଟାଇମ୍ କ୍ଲଷ୍ଟର ବନ୍ଦର ଗିଫ୍ଟ ସିଟିଠାରେ ପ୍ରତିଷ୍ଠା କରାଯାଉଛି ଏବଂ ତାହା ଏପରି ଏକ ସମନ୍ୱିତ ବ୍ୟବସ୍ଥା ଭାବେ କାର୍ଯ୍ୟକରିବ ତାହା ବନ୍ଦରମାନଙ୍କୁ ସମୁଦ୍ର ଆଧାରିତ ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଯୋଗାଇ ଦେବ । ସେ କହିଲେ ଯେ ସେହିସବୁ କ୍ଲଷ୍ଟର ସରକାର, ଶିଳ୍ପସଂସ୍ଥା ଏବଂ ଶୈକ୍ଷିକ ଅନୁଷ୍ଠାନମାନଙ୍କ ମଧ୍ୟରେ ଉତ୍ତମ ସହଯୋଗ ସ୍ଥାପନ ଓ ତାହାକୁ ସୁଦୃଢ଼ କରିବାରେ ସହାୟକ ହେବ । ଏହା ବ୍ୟତୀତ ସମଗ୍ର ବନ୍ଦର କ୍ଷେତ୍ର ପାଇଁ ଏହା ମୂଲ୍ୟ ବୃଦ୍ଧି କରିପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ନିକଟ ଅତୀତରେ ଭାରତର ପ୍ରଥମ କେମିକାଲ ଟର୍ମିନାଲ ଦାହେଜ ଠାରେ ପ୍ରତିଷ୍ଠା କରାଯାଇଥିଲା । ସେହିଭଳି ଭାରତର ପ୍ରଥମ ଏଲଏନଜି ଟର୍ମିନାଲ ଗୁଜରାଟରେ ପ୍ରତିଷ୍ଠା କରାଯାଇଛି ଏବଂ ଏବେ ଭାରତର ପ୍ରଥମ ସିଏନଜି ଟର୍ମିନାଲ ଭାବନଗର ବନ୍ଦର ଠାରେ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ବ୍ୟତୀତ, ଭାବନଗର ବନ୍ଦର ଠାରେ ରୋ ରୋ ଟର୍ମିନାଲ ସ୍ଥାପନ, ତରଳ କାର୍ଗୋ ଟର୍ମିନାଲ ନିର୍ମାଣ ଏବଂ ନୂତନ କଣ୍ଟେନର ଟର୍ମିନାଲ ପାଇଁ ମଧ୍ୟ କାର୍ଯ୍ୟ ପ୍ରସ୍ତୁତି କରାଯାଉଛି । ଏହିସବୁ ନୂତନ ଟର୍ମିନାଲମାନ କାର୍ଯ୍ୟକ୍ଷମ ହେଲେ, ଭାବନଗର ବନ୍ଦରର ଦକ୍ଷତା ଅନେକ ଗୁଣ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସରକାର ଘୋଘା ଏବଂ ଦାହେଜ ମଧ୍ୟରେ ଖୁବ୍ ଶୀଘ୍ର ଫେରି ସେବା ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏ ଦିଗରେ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି ।  ଏହି ପ୍ରକଳ୍ପ କ୍ଷେତ୍ରରେ ଅନେକ ଚାଲେଞ୍ଜ ଦେଖାଦେଇଥିଲା ଏବଂ ସେସବୁ ସମସ୍ୟାର ଦୂରୀକରଣ ନିମନ୍ତେ ଅତ୍ୟାଧୁନିକ ପ୍ରଯୁକ୍ତିର ସାହାଯ୍ୟ ନିଆଯାଇ ଦୂର କରାଯାଉଛି । ଗୁଜରାଟ ମେରୀଟାଇମ୍ ୟୁନିଭରସିଟି ଏକ ବିରାଟ କେନ୍ଦ୍ର ଏବଂ ଏହା ଅନେକ କୁଶଳୀ ମାନବସମ୍ବଳଙ୍କୁ ତାଲିମ ପ୍ରଦାନ କରୁଛି ଓ ଏଠାରୁ ସାମୁଦ୍ରିକ ବାଣିଜ୍ୟ ସକାଶେ ଅନେକ ବିଶେଷଜ୍ଞ ନିଜକୁ ପ୍ରସ୍ତୁତ କରି ବାହାରୁଛନ୍ତି । ହାଜି, ଏହି ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ଆଇନ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ଆଇନ ଡିଗ୍ରୀ ଭଳି ପ୍ରଦାନ କରୁଛି ଏବଂ ସାମୁଦ୍ରିକ ପରିଚାଳନା, ଜାହାଜ ଚଳାଚଳ ଓ ଲଜିଷ୍ଟିକ୍ସ ବିଷୟରେରେ ଏମବିଏ ପାଠ୍ୟକ୍ରମର ମଧ୍ୟ ସୁବିଧା କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ବ୍ୟତୀତ, ଲୋଥାଲର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ସଂଗ୍ରହ କରି ରଖିବା ନିମନ୍ତେ ରାଜ୍ୟରେ ଦେଶର ପ୍ରଥମ ସାମୁଦ୍ରିକ ସଂଗ୍ରହାଳୟ ସ୍ଥାପନ କରିବା ଲାଗି ପ୍ରୟାସ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ଆରମ୍ଭ କରାଯାଇଥିବା ରୋ–ପାକ୍ସ ଫେରି ସେବା କିମ୍ବା କିଛି ଦିନ ଆଗରୁ ଆରମ୍ଭ କରାଯାଇଥିବା ସି ପ୍ଲେନ୍ ସେବା ଜଳ ସମ୍ପଦ ଆଧାରିତ ଅର୍ଥନୀତିକୁ ବ୍ୟାପକ ପ୍ରୋତ୍ସାହନ ଯୋଗାଇବାକୁ ଯାଉଛି । ସେ କହିଲେ ଯେ ବିଗତ ବର୍ଷମାନଙ୍କରେ, ଦେଶର ନୀଳ ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଯେଉଁ ପ୍ରୟାସ କରାଯାଇଛି ସେଥିରୁ ସୁଫଳ ମିଳିବା ଆରମ୍ଭ କରିଛି । ଅତୀତରେ ଏହି ଦିଗରେ କେଉଁ କେଉଁ କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଇଛି ସେ ତା’ର ଅବତାରଣା କରିଥିଲେ । ମତ୍ସ୍ୟଜୀବୀମାନଙ୍କୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ସେମାନଙ୍କୁ ଆଧୁନିକ ଟ୍ରଲର କିଣିବାରେ ସହାୟକ ହୋଇଛି ଅଥବା ସେମାନେ ସେମାନେ ଗଭୀର ସମୁଦ୍ରକୁ ଯାଇ ମାଛ ଧରି ପାରୁଛନ୍ତି । ନିର୍ଦ୍ଦିଷ୍ଟ ଭାବେ କେଉଁ ସାମୁଦ୍ରିକ୍ର ପଥରେ ଏବଂ କେଉଁ ଜଳରାଶିରେ ସେମାନେ ଅଧିକ ମାଛ ଧରିପାରିବେ ତାହାର ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଉଛି । ପାଣିପାଗ ସମ୍ପର୍କୀତ ନିର୍ଦ୍ଦିଷ୍ଟ ଆଗୁଆ ସୂଚନା ମଧ୍ୟ ସେମାନଙ୍କୁ ଏ ଦିଗରେ ବିଶେଷ ସହାୟକ ହେଉଛି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ମତ୍ସ୍ୟଜୀବାମାନଙ୍କ ନିରାପତ୍ତା ଓ ସମୃଦ୍ଧିକୁ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ନିକଟରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ମତ୍ସ୍ୟ ସଂପର୍କୀତ ବାଣିଜ୍ୟକୁ ପ୍ରୋତ୍ସାହନ ଯୋଗାଇଛି ବୋଲି ସେ ସୂଚନା ଦେଇଥିଲେ । ଏହି ଯୋଜନା ଅଧୀନରେ, ଆଗାମୀ କିଛି ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶ ନିମନ୍ତେ ଦରକାର 20 ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ସାରା ଦେଶରେ ସମସ୍ତ ବନ୍ଦରଗୁଡ଼ିକର କ୍ଷମତା ବୃଦ୍ଧି ପାଇଛି ଏବଂ ଦେଶରେ ନୂଆ ନୂଆ ବନ୍ଦରମାନ ଅତି ଦ୍ରୁତ ଗତିରେ ନିର୍ମିତ ହେଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ସର୍ବାଧିକ ପ୍ରାୟ 21,000 କିଲୋମିଟର ଜଳପଥକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରୟାସ ଜାରି ରହିଛି । ଏହା ଦେଶର ସାମଗ୍ରିକ ବିକାଶ ପାଇଁ ଯଥେଷ୍ଟ ମାତ୍ରାରେ ସହୟକ ହେବ । ସେ କହିଲେ ଯେ ସାଗରମାଳା ପ୍ରକଳ୍ପ ଅଧୀନରେ, ସାରା ଦେଶରେ ପ୍ରାୟ 500ଟି ପ୍ରକଳ୍ପ ଉପରେ ଏବେ କାର୍ଯ୍ୟ କରାଯାଉଛି । ଜଳପଥରେ ମାଲ ପରିବହନ କରାଯିବା ସଡ଼କ ପଥ କିମ୍ବା ରେଳପଥରେ ପରିବହନ ଠାରୁ କେଇ ଗୁଣ କମ୍ ହୋଇଥାଏ ଏବଂ ଏହା ପରିବେଶକୁ ମଧ୍ୟ କମ୍ କ୍ଷତି ପହଞ୍ଚାଇଥାଏ । ତଥାପି 2014 ମସିହା ପରେ ଏହି ଦିଗରେ ସରକାର ସାମଗ୍ରିକ କାର୍ଯ୍ୟପନ୍ଥା ହିଁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେଯେ ଅଧୁନା ଦେଶରେ ଥିବା ନଦୀପଥ କାର୍ଯ୍ୟକାରୀ କରୁଛି ଏବଂ ଯେଉଁସବୁ ରାଜ୍ୟ ଲ୍ୟାଣ୍ଡ ଲକ୍ ଓ ସେମାନଙ୍କର ସମୁଦ୍ର ସହିତ ପ୍ରତ୍ୟକ୍ଷ ସଂଯୋଗ ନାହିଁ ସେଠାକୁ ନଦୀପଥ ଦ୍ୱାରା ସଂଯୋଗ କରାଯାଉଛି । ସେ କହିଲେ ଯେ ବଙ୍ଗୋପ ସାଗରରେ ଆଜି ଆମେ ରହିଛୁ ଏବଂ ଭାରତ ମହାସାଗର କ୍ଷେତ୍ରରେ ଆମେ ଆମର ସାମୁଦ୍ରିକ କ୍ଷମତାକୁ ଆଶାତୀତ ଭାବେ ବୃଦ୍ଧି କରୁଛୁ ।  ଦେଶର ସାମୁଦ୍ରିକ କ୍ଷେତ୍ର ଆମର ଆତ୍ମ ନିଭରେ ଭାରତ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ପୁନଃନାମକରଣ କରି ଏହାକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ବୋଲି ଘୋଷଣା କରିଥିଲେ । ସେ କହିଲେ ଯେ ଅଧିକାଂଶ ବିକଶିତ ରାଷ୍ଟ୍ରମାନଙ୍କରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ହିଁ ବନ୍ଦର ଓ ଜଳପଥର ପରିଚାଳନା କରିଥାନ୍ତି । ଏବେ ଏହାର ନାମକୁ ଅଧିକ ସ୍ପଷ୍ଟତା ଅଣାଯିବା ଦ୍ୱାରା  କାର୍ଯ୍ୟରେ ମଧ୍ୟ ସେଭଳି ସ୍ପଷ୍ଟତା ପ୍ରତିଫଳିତ ହେବ ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ନୀଳ ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଆତ୍ମ ନିର୍ଭର ଭାରତର ବିଶେଷ ଭୂମିକା ରହିବ । ତେଣୁ ଆମର ସାମୁଦ୍ରିକ ଲଜିଷ୍ଟିକ୍ସର କ୍ଷମତା ବୃଦ୍ଧିର ଯଥେଷ୍ଟ ଆବଶ୍ୟକତା ରହିଛି । ସେ କହିଲେ ଯେ ଆଜି ଦେଶର ଗୋଟିଏ ଭାଗରୁ ସାମଗ୍ରୀ ପରିବହନ କରିନେଇ ଅନ୍ୟ ଭାଗରେ ପହଞ୍ଚାଇବାକୁ ଢ଼େର୍ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି ଯାହାକି ଅନ୍ୟ ଦେଶମାନଙ୍କ ତୁଳନାରେ ଅଧିକ । ଏହି ମର୍ମରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିପାଇଁ ଲଜିଷ୍ଟିକ୍ସ ମୂଲକୁ ହ୍ରାସ କରିବାକୁ ପଡ଼ିବ ଏବଂ ତାହା କେବଳ ଜଳପଥ ପରିବହନ ଦ୍ୱାରା ହିଁ ସମ୍ଭବପର । ତେଣୁ ତାଙ୍କ ମତରେ ଆମର ଗୁରୁତ୍ୱ ଏହି ଇକୋସିଷ୍ଟମର ବିକାଶ ଉପରେ ହେବା ଦରକାର । ଏହା ଦ୍ୱାରା ନିରବଚ୍ଛିନ୍ନ ଭାବେ ମାଲ ପରିବହନ ହୋଇପାରିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଏବେ ମଲ୍ଟି ମଡ଼େଲ ସଂଯୋଗୀକରଣ ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ଆଗେଇବାର ପ୍ରୟାସ କରୁଛି ଯାହା ଦ୍ୱାରା ଲଜିଷ୍ଟିକ୍ସ ମୂଲ୍ୟ ହ୍ରାସ ପାଇବ  । ସେଥବପାଇଁ ସଡ଼କ, ରେଳ, ବିମାନ ଏବଂ ଜାହାଜ ଚଳାଚଳ ମଧ୍ୟରେ ଉପଯୁକ୍ତ ସଂଯୋଗ ରକ୍ଷା କରିବା ଦିଗରେ ଓ ଏହାର ଉନ୍ନତିକରଣ ନିମନ୍ତେ ଭିତ୍ତିଭୂମିର ବିକାଶ ଘଟାଯାଉଛି ଓ ସେହି ଦିଗରେ ଥିବା ସକଳ ପ୍ରକାର ସମସ୍ୟାକୁ ଦୂର କରାଯାଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ମଲ୍ଟିମଡ଼େଲ ଲଜିଷ୍ଟିକ୍ସ ପାର୍କମାନ ଦେଶରେ ନିର୍ମାଣ କରାଯାଉଛି । ଏହା ଆମର ପ୍ରତିବେଶୀ ରାଷ୍ଟ୍ରମାନଙ୍କ ସହ ମଲ୍ଟିମଡ଼େଲ ସଂଯୋଗୀକରଣକୁ ସହାୟକ ହେବ । ଏଭଳି ପ୍ରୟାସ ଦ୍ୱାରା ଦେଶର ଲଜିଷ୍ଟିକ୍ସ ମୂଲ୍ୟ ହ୍ରାସ ପାଇବ ଏବଂ ତାହା ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲୋକମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ସ୍ଥାନୀୟ ସାମଗ୍ରୀ ପ୍ରତି ଯେତିକି ଆଗ୍ରହ ପ୍ରକଟ କରୁଛନ୍ତି ତାହାର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ଉତ୍ସବ ଋତୁରେ ସେମାନଙ୍କର ଆଗ୍ରହ ପ୍ରଦର୍ଶନ କରନ୍ତୁ । ତେଣୁ ସେମାନେ ଛୋଟ ଛୋଟ ବ୍ୟବସାୟୀ, ସ୍ଥାନୀୟ ଛୋଟ ଛୋଟ ଶିଳ୍ପୀ ଓ ଗ୍ରାମାଞ୍ଚଳ ଉଦ୍ୟୋଗୀମାନଙ୍କ ଠାରୁ ନିଜର ଚାହିଦା ଅନୁସାରେ ସାମଗ୍ରୀ କିଣନ୍ତୁ । ସେମାନଙ୍କର ଏଭଳି ପ୍ରୟାସ ଦ୍ୱାରା ଆଗାମୀ ଦୀପାବଳୀ ଅବସରରେ ସେହିସବୁ ଗ୍ରାମୀଣ ଶିଳ୍ପୀମାନଙ୍କ ଘରକୁ ଆଲୋକିତ କରିବ ବୋଲି ଶ୍ରୀ ମୋଦୀ ମତ ପୋଷଣ କରିଥିଲେ ।

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"