ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ ସଂପର୍କରେ ଏକ ବିତର୍କ ଏବେ ସଂସଦରେ ଚାଲୁରହିଛି ଓ ଗତରାତିରେ ବିତର୍କ ରାତି ୧ଟା ପର୍ଯ୍ୟନ୍ତ ଜାରିରହିଥିଲା। ସେ କହିଛନ୍ତି ଯେ ଏହି ସଂଶୋଧନକୁ ନେଇ ଥିବା ସବୁ ଭ୍ରାନ୍ତଧାରଣାକୁ ଯୁକ୍ତିଯୁକ୍ତ ଉତ୍ତର ଦ୍ବାରା ଦୂର କରାଯାଇଛି ଓ ସାଂସଦମାନଙ୍କ ଦ୍ବାରା ଉଠାଯାଇଥିବା ସବୁ ଚିନ୍ତାକୁ ଦୂର କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଯେଉଁଠାରେ ଅତିରିକ୍ତ ସୂଚନା ଆବଶ୍ୟକ ଥିଲା, ତାହା ସବୁ ସାଂସଦଙ୍କୁ ପ୍ରଦାନ କରାଯାଇଛି ଯେପରିକି ବିରୋଧୀ ପକ୍ଷଙ୍କ ସବୁ ସଂଦେହ ଦୂର ହୋଇପାରିବ।

ମହିଳା ସଂରକ୍ଷଣକୁ ନେଇ ବିଗତ ପ୍ରାୟ ଚାରି ଦଶନ୍ଧି ଧରି ରାଜନୈତିକ ବିତର୍କ ହୋଇଆସୁଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳା ଅର୍ଥାତ୍ ଦେଶର ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପ୍ରଦାନ କରିବାର ସମୟ ଆସିଛି। ସେ କହିଥିଲେ ଯେ ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କର ସ୍ବଳ୍ପ ପ୍ରତିନିଧିତ୍ୱ ଠିକ୍ ନୁହେଁ ଏବଂ ଏଥିରେ ସୁଧାର ଆସିବା ଜରୁରୀ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଲୋକସଭାରେ ଶୀଘ୍ର ଭୋଟ୍ ହେବ ବୋଲି ଆଶା କରାଯାଉଛି ଏବଂ ସମସ୍ତ ରାଜନୈତିକ ଦଳଙ୍କୁ ମହିଳା ସଂରକ୍ଷଣ ସଂଶୋଧନ ସପକ୍ଷରେ ଭୋଟ୍ ଦେଇ ଏକ ବିଚାରବନ୍ତ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ।

ଯେପରି କୌଣସି କାର୍ଯ୍ୟ ଯେପରି ନାରୀ ଶକ୍ତିର ଭାବନାକୁ ଆଘାତ ନ ଦିଏ ତାହା ସୁନିଶ୍ଚିତ କରିବାକୁ ସେ ଦେଶର ମହିଳାମାନଙ୍କ ତରଫରୁ ସେ ସମସ୍ତ ସାଂସଦମାନଙ୍କୁ ଅନୁରୋଧ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ କୋଟି କୋଟି ମହିଳା ସଂସଦ, ଏହାର ଉଦ୍ଦେଶ୍ୟ ଏବଂ ନିଷ୍ପତ୍ତି ପ୍ରତି ଅପେକ୍ଷା କରୁଛନ୍ତି। ସାଂସଦମାନେ ନିଷ୍ପତ୍ତି ନେବା ସମୟରେ ସେମାନଙ୍କ ନିଜ ପରିବାର - ମା', ଭଉଣୀ, ଝିଅ ଏବଂ ପତ୍ନୀଙ୍କ - ବିଷୟରେ ଚିନ୍ତା କରି ନିଜ ଅନ୍ତରାତ୍ମାର କଥା ଶୁଣିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।

ସେ ଏହି ସଂଶୋଧନକୁ ଦେଶର ମହିଳାମାନଙ୍କର ସେବା ଏବଂ ସମ୍ମାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି ଅଭିହିତ କରିଛନ୍ତି ଏବଂ ସଦସ୍ୟମାନଙ୍କୁ ନୂତନ ସୁଯୋଗରୁ ବଞ୍ଚିତ ନକରିବାକୁ ଅନୁରୋଧ କରିଛନ୍ତି।

ନିଜର ବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଏହି ସଂଶୋଧନ ସର୍ବସମ୍ମତିକ୍ରମେ ସଦନରେ ଗୃହୀତ ହୁଏ, ତେବେ ଏହା ନାରୀ ଶକ୍ତି ସହିତ ଦେଶର ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହି ଘଟଣାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରି, ସେ ସମସ୍ତ ସଦସ୍ୟଙ୍କୁ ଭାରତର ମୋଟ ଜନସଂଖ୍ୟାର ଅର୍ଦ୍ଧେକ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ଇତିହାସ ସୃଷ୍ଟି କରିବା ନିମନ୍ତେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି..

“ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂଶୋଧନ ସମ୍ପର୍କରେ ଏବେ ସଂସଦରେ ଆଲୋଚନା ଚାଲିଛି। ଗତକାଲି ରାତି ଗୋଟାଏ ପର୍ଯ୍ୟନ୍ତ ବିତର୍କ ଜାରି ରହିଥିଲା। 

ଏ ନେଇ ପ୍ରଚାରିତ ଭୁଲ ଧାରଣାକୁ ଦୂର କରିବା ପାଇଁ ଯୁକ୍ତିଯୁକ୍ତ ଉତ୍ତର ପ୍ରଦାନ କରାଯାଇଛି, ପ୍ରତ୍ୟେକ ଆଶଙ୍କା ଦୂର କରାଯାଇଛି। ଯେଉଁ ସୂଚନାର ଅଭାବ ଥିଲା ତାହା ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦାନ କରାଯାଇଛି। ଯାହାଙ୍କ ମନରେ ଥିବା ଯେକୌଣସି ଆପତ୍ତି କିମ୍ବା ଚିନ୍ତା ଥିଲା, ତାହାର ମଧ୍ୟ ସମାଧାନ କରାଯାଇଛି। 

ମହିଳା ସଂରକ୍ଷଣର ଏହି ପ୍ରସଙ୍ଗକୁ ନେଇ ଗତ ଚାରି ଦଶନ୍ଧି ଧରି ଦେଶରେ ଅନେକ ରାଜନୀତି କରାଯାଇଛି। ଏବେ ସମୟ ଆସିଛି ଦେଶର ଜନସଂଖ୍ୟାର ଅଧା ମହିଳାମାନଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାର ମିଳୁ। ଏହା ଆଦୌ ଗ୍ରହଣୀୟ ନୁହେଁ ଯେ, ସ୍ୱାଧୀନତାର ଏତେ ଦଶନ୍ଧି ପରେ ମଧ୍ୟ, ଭାରତୀୟ ମହିଳାମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଏତେ କମ ପ୍ରତିନିଧିତ୍ୱ କରୁଛନ୍ତି। 

ଲୋକସଭାରେ ଖୁବ୍ ଶୀଘ୍ର ଭୋଟଦାନ ହେବାକୁ ଯାଉଛି। ମୁଁ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରୁଛି... ମୁଁ ଆପଣମାନଙ୍କୁ ନିବେଦନ କରୁଛି...

ଦୟାକରି, ଉପଯୁକ୍ତ ବିଚାର-ବିମର୍ଶ ପରେ ଏବଂ ସର୍ବାଧିକ ସମ୍ବେଦନଶୀଳତା ସହିତ, ନିଷ୍ପତ୍ତି ନିଅନ୍ତୁ ଏବଂ ମହିଳା ସଂରକ୍ଷଣ ସପକ୍ଷରେ ଆପଣଙ୍କ ଭୋଟ ଦିଅନ୍ତୁ ।

ମୁ୍ଁ ଦେଶର 'ନାରୀ ଶକ୍ତି' ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରୁଛି: ଦୟାକରି ଏପରି କିଛି କରିବାରୁ ନିବୃତ୍ତ ରୁହନ୍ତୁ ଯାହା ମହିଳାମାନଙ୍କ ଭାବନାକୁ ଆଘାତ ଦେଇପାରେ। ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ନଜର ଆମ ସମସ୍ତଙ୍କ ଉପରେ - ଆମର ଉଦ୍ଦେଶ୍ୟ ଏବଂ ଆମର ନିଷ୍ପତ୍ତି ଉପରେ ନିବଦ୍ଧ। ଦୟାକରି, ନାରୀ ଶକ୍ତି ବନ୍ଦନ ଅଧିନିୟମର ସଂଶୋଧନକୁ ଆପଣଙ୍କର ସମର୍ଥନ ଦିଅନ୍ତୁ।"

“ ମୁଁ ସବୁ ସାଂସଦଙ୍କୁ କହିବି… 

ଆପଣମାନେ ନିଜ ଘରେ ଥିବା ମା-ଭଉଣୀ-ଝିଅ-ପତ୍ନୀ ସମସ୍ତଙ୍କୁ ମନେ ପକାଇ ନିଜର ଅନ୍ତରାତ୍ମାକୁ ଶୁଣନ୍ତୁ…

ଦେଶର ନାରୀଶକ୍ତିର ସେବାର, ସେମାନଙ୍କ ବନ୍ଦନ ଲାଗି ଏହା ଏକ ବଡ଼ ଅବସର ଅଟେ। 

ସେମାନଙ୍କୁ ନୂଆ ସୁଯୋଗରୁ ବଞ୍ଚିତ କରନ୍ତୁ ନାହିଁ।

ଏହି ସଂଶୋଧନ ସର୍ବସମ୍ମତ୍ତିରେ ପାରିତ ହେଲେ ଦେଶର ନାରୀଶକ୍ତି ଆହୁରି ସଶକ୍ତ ହେବ.. ଦେଶର ଲୋକତନ୍ତ୍ର ଆହୁରି ସଶକ୍ତ ହେବ।

ଆସନ୍ତୁ..ଆମେ ମିଳିମିଶି ଇତିହାସ ରଚିବା। ଭାରତର ନାରୀକୁ..ଦେଶର ଅଧା ଜନସଂଖ୍ୟାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା। ’’

 

“मैं सभी सांसदों से कहूंगा...

आप अपने घर में मां-बहन-बेटी-पत्नी सबका स्मरण करते हुए अपनी अंतरात्मा को सुनिए ...

देश की नारीशक्ति की सेवा का, उनके वंदन का ये बहुत बड़ा अवसर है।

उन्हें नए अवसरों से वंचित नहीं करिए।

ये संशोधन सर्वसम्मति से पारित होगा, तो देश की नारीशक्ति और सशक्त होगी… देश का लोकतंत्र और सशक्त होगा।

आइए… हम मिलकर आज इतिहास रचें। भारत की नारी को… देश की आधी आबादी को उसका हक दें।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"