‘ଏହି ଆଲୋଚନାରେ ପ୍ରତ୍ୟେକ ଶବ୍ଦ ଦେଶର ଆଗାମୀ ସଂସଦୀୟ ଯାତ୍ରାରେ ଅତ୍ୟନ୍ତ ଉପଯୋଗୀ ହେବ’
‘ଏହି ଆଲୋଚନାରେ ସମସ୍ତ ରାଜନୈତିକ ଦଳର ବିଚାର ଦେଶର ଲୋକଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ’

ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଲ୍‌, ୨୦୨୩ ଉପରେ ଆଲୋଚନା ସମାପ୍ତ କରିବାବେଳେ କହିଛନ୍ତି ଯେ, ଗତ ଦୁଇ ଦିନ ଧରି ସଂସଦରେ ଫଳପୂର୍ଣ୍ଣ ଭାବେ ଚର୍ଚ୍ଚା ଏବଂ ତର୍କ ଚାଲିଛି, ଯେଉଁଠି ପ୍ରାୟ ୧୩୨ ମାନନୀୟ ସଦସ୍ୟ ସେମାନଙ୍କ ମତ ରଖିଛନ୍ତି । ଏହି ଆଲୋଚନାରେ ପ୍ରତ୍ୟେକ ଶବ୍ଦର ଅର୍ଥ ଏବଂ ମହତ୍ତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଦେଶର ଆଗାମୀ ସଂସଦୀୟ ଯାତ୍ରାରେ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ରେଖାଙ୍କିତ କରିଥିଲେ ।

 

ଏହି ବିଲ୍ ପାଇଁ ଗୃହର ସଦସ୍ୟଙ୍କ ସମର୍ଥନକୁ ଦୋହରାଇବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ, ଏହି ଭାବନା ଦେଶର ଲୋକଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିବ । ସମସ୍ତ ସଦସ୍ୟ ତଥା ସବୁ ରାଜନୈତିକ ଦଳ ଏଥିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।

 

ସେ ଗୁରୁତ୍ୱ ଦେଇ କହିଥିଲେ, ଏପରି ନୁହେଁ ଯେ ଏହି ବିଧେୟକ ପାରିତ ହେବା ପରେ ନାରୀଶକ୍ତିକୁ ବିଶେଷ ସମ୍ମାନ ମିଳିଛି, ବରଂ ଏହି ବିଲ୍ ପ୍ରତି ସମସ୍ତ ରାଜନୈତିକ ଦଳର ସକାରାତ୍ମକ ଭାବନା ଆମ ଦେଶର ନାରୀଶକ୍ତି ମଧ୍ୟରେ ନୂଆ ଉର୍ଜା ସଞ୍ଚାର କରୁଛି । ସେ ଆହୁରି କହିଛନ୍ତି ଯେ, ଏହି ବିଧେୟକ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ହେବ କାରଣ ଏହା ନେତୃତ୍ୱର ସହ ଆଗକୁ ବଢ଼ିବ ଏବଂ ନୂଆ ଆତ୍ମବିଶ୍ୱାସର ସହ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବ ।

 

ସମ୍ବୋଧନ ଶେଷ କରି ପ୍ରଧାନମନ୍ତ୍ରୀ ବିଚାରପୂର୍ଣ୍ଣ ଆଲୋଚନାବେଳେ ବ୍ୟକ୍ତ କରାଯାଇଥିବା ଭାବନା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ସର୍ବସମ୍ମତିରେ ଏହି ବିଧେୟକ ପାରିତ କରିବା ପାଇଁ ଉଚ୍ଚସଦନକୁ ନିବେଦନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi