ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃଆରୀ 2020ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି 30 ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ 1 ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି ।

ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 63 ଫୁଟ ଉଚ୍ଚତା ବିଶିଷ୍ଟ ପଞ୍ଚ ଲୌହ ପ୍ରତିମାର ଅନାବରଣ କରିବେ । ଏହି ନେତାଙ୍କର ଏହା ହେଉଛି ଦେଶର ସର୍ବୋଚ୍ଚ ପ୍ରତିମୂର୍ତ୍ତି । ଗତ ଏକ ବର୍ଷ ଧରି 200ରୁ ଊର୍ଦ୍ଧ୍ଵ କାରିଗର ଦିନରାତି କାମ କରିବା ପରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀଜଗଦଗୁରୁ ବିଶ୍ୱଆରାଧ୍ୟ ଗୁରୁକୁଳର ଶତବାର୍ଷିକୀ ସମାରୋହର ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ମୋଦୀ ମଧ୍ୟ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥର ଅନୁବାଦ ସଂସ୍କରଣକୁ 19ଟି ଭାଷାରେ ଉନ୍ମୋଚନ କରିବେ ।

ଗୁରୁକୁଳର ମୁଖ୍ୟ ଡ. ଚନ୍ଦ୍ରଶେଖର ଶିବାଚାର୍ଯ୍ୟ ମହାସ୍ୱାମୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ରନ୍ଥର ମୋବାଇଲ ଆପକୁ ମଧ୍ୟ ଉନ୍ମୋଚନ କରିବେ ।

ଏହାପରେ ଆୟୋଜିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ 30ଟି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏଥିମଧ୍ୟରେ ରହିଛି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)  ଠାରେ 430 ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶାଲିଟି ସରକାରୀ ଡାକ୍ତରଖାନା ଓ 74 ଶଯ୍ୟା ବିଶିଷ୍ଟ ଏକ ମାନସିକ ରୋଗ ଚିକିତ୍ସାଳୟ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଆଇଆରସିଟିସିର ମହାକାଳ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ ତିନୋଟି ଜ୍ୟୋତିର୍ଲିଙ୍ଗ ପର୍ଯ୍ୟଟନ ସ୍ଥଳୀ- ବାରାଣସୀ, ଉଜ୍ଜୈନ ଏବଂ ଓମକାରେଶ୍ୱରକୁ ଯୋଡ଼ିବ । ଏହାହେବ ଦେଶର ପ୍ରଥମ ଓଭରନାଇଟ ଘରୋଇ ଟ୍ରେନ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ତକଳା ସଙ୍କୁଳ ଠାରେ ‘କାଶୀ ଏକ ରୂପ ଅନେକ’ର ଦୁଇ ଦିନିଆ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆଦି ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା କ୍ରେତା ଓ ଶିଳ୍ପୀଙ୍କ ସହିତ ପ୍ରଧାନମନ୍ତ୍ରୀ ବାର୍ତ୍ତାଳାପ କରିବେ । ‘କାଶୀ ଏକ ରୂପ ଅନେକ’ ପ୍ରଦର୍ଶନୀରେ ସମଗ୍ର ଉତ୍ତର ପ୍ରଦେଶର 100 ଜଣ ହସ୍ତଶିଳ୍ପୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିବେ । ହସ୍ତଶିଳ୍ପୀମାନଙ୍କୁ ସେମାନଙ୍କ ଉତ୍ପାଦର ମାନବୃଦ୍ଧି ଏବଂ ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ପାଇଁ ଉପଯୋଗୀ କରିବା ଲାଗି କୌଶଳ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Amrit Bharat Station Scheme: Railways upgrades 10 stations at Rs 424 crore

Media Coverage

Amrit Bharat Station Scheme: Railways upgrades 10 stations at Rs 424 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting significance of mutual dependence
July 14, 2026

The Prime Minister, Shri Narendra Modi shared a Sanskrit Subhashitam-

“प्रभया हि विना यद्वद् भानुरेष न विद्यते।

प्रभा च भानुना तेन सुतरां तदुपाश्रया॥”

The Subhashitam conveys that just as the Sun cannot be perceived without its light, so too light cannot exist without the Sun. Thus, the entire existnce and power of the Sun and its light are entirely dependent upon each other.

The Prime Minister wrote on X;

प्रभया हि विना यद्वद् भानुरेष न विद्यते।

प्रभा च भानुना तेन सुतरां तदुपाश्रया॥