ପ୍ରଧାନମନ୍ତ୍ରୀ ୬୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିମାନବନ୍ଦର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟନ କରିବେ
ପ୍ରଧାନମନ୍ତ୍ରୀ ବାରଣାସୀରେ ମଧ୍ୟ ଏକାଧିକ ବିକାଶମୂଳକ ପଦକ୍ଷେପ ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ରେ ବାରଣାସୀ ଗସ୍ତ କରିବେ । ଦିନ ୨ ଟା ସମୟରେ ସେ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟନ କରିବେ । ଏହା ପରେ, ପ୍ରାୟ ୪:୧୫ ସମୟରେ, ସେ ବାରଣାସୀରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉଦ୍‌ଘାଟନ କରିବେ । ଏହି ଚିକିତ୍ସାଳୟରେ ବିଭିନ୍ନ ଚକ୍ଷୁ ରୋଗ ପାଇଁ ବ୍ୟାପକ ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ଦିଆଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଯୋଗାଯୋଗ ସୁବିଧା ବୃଦ୍ଧି କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୨୮୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ବାରଣାସୀରୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ସମ୍ପ୍ରସାରଣ, ଏକ ନୂତନ ଟର୍ମିନାଲ ଭବନ ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଶିଳାନ୍ୟାସ କରିବେ । ଏହାଛଡା ସେ ମଧ୍ୟ ପ୍ରାୟ ୫୭୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଆଗ୍ରା ବିମାନବନ୍ଦରରେ୍‌, ୯୧୦ କୋଟି ଟଙ୍କାର ବ୍ୟୟରେ ଦରଭଙ୍ଗା ବିମାନବନ୍ଦରରେ ଏବଂ ୧୫୫୦ କୋଟି ଟଙ୍କ ବ୍ୟୟରେ ବାଗଡୋଗରା ବିମାନବନ୍ଦରରେ ନିର୍ମିତ ହେବାକୁ ଥିବା ନୂତନ ସିଭିଲ୍ ଏନକ୍ଲେଭ୍‌ର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହୋଇଥିବା ରେୱା ବିମାନବନ୍ଦର, ମା ମହାମାୟା ବିମାନବନ୍ଦର, ଅମ୍ବିକାପୁର ଏବଂ ସରସାୱା ବିମାନବନ୍ଦରର ନୂତନ ଟିର୍ମିନାଲ୍ ଭବନର ଉଦ୍‌ଘାଟନ କରିବେ । ଯାହାଦ୍ୱାରା ଏହି ବିମାନବନ୍ଦରଗୁଡିକର ମିଳିତ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇ ବାର୍ଷିକ ୨.୩ କୋଟିରୁ ଅଧିକ ହୋଇଯିବ । ଏହି ଅଞ୍ଚଳର ଐତିହ୍ୟ ସଂରଚନାର ସାଧାରଣ ଉପାଦନ ଦ୍ୱାରା ଏହି ବିମାନବନ୍ଦରଗୁଡିକର ଡିଜାଇନ ପ୍ରଭାବିତ ଏବଂ ଡିଜାଇନ୍‌ରେ ଏହାର ଅନୁକରଣ କରାଯାଇଛି ।

କ୍ରୀଡା ପାଇଁ ଉନ୍ନତମାନର ଭିତ୍ତିଭୂମି ଯୋଗାଇବାକୁ ତାଙ୍କର ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନ ଅଧୀନରେ ୨୧୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାରଣାସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପୁନର୍ବିକାଶର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଉଦ୍‌ଘାଟନ କରିବେ । ଏହି ଯୋଜନାର ଉଦ୍ଦେଶ୍ୟ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ସୃଷ୍ଟି କରିବା, ଯେଉଁଥିରେ ଜାତୀୟ ଉତ୍କୃଷ୍ଟତା କେନ୍ଦ୍ର, ଖେଳାଳୀଙ୍କ ହଷ୍ଟେଲ୍‌, କ୍ରୀଡା ବିଜ୍ଞାନ କେନ୍ଦ୍ର, ବିଭିନ୍ନ କ୍ରୀଡାର ଅଭ୍ୟାସ ପାଇଁ କ୍ଷେତ୍ର, ଇନ୍‌ଡୋର୍ ଶୁଟିଂ ରେଞ୍ଜ ସହ ଅନ୍ୟାନ୍ୟ ସୁବିଧା ସାମିଲ ରହିଛି । ସେ ଲାଲପୁର ସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ସ୍ପୋର୍ଟ୍ସ ଷ୍ଟାଡିୟମରେ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଏବଂ ବାଳକ ହଷ୍ଟେଲ ଏବଂ ଏକ ସର୍ବସାଧାରଣ ପାଭିଲିୟନ୍‌ର ଉଦ୍‌ଘାଟନ ମଧ୍ୟ କରିବେ।

ପ୍ରଧାନମନ୍ତ୍ରୀ ସାରନାଥରେ ବୌଦ୍ଧ ଧର୍ମ ସମ୍ବନ୍ଧୀୟ କ୍ଷେତ୍ରଗୁଡିକର ପର୍ଯ୍ୟଟନ ବିକାଶ କାର୍ଯ୍ୟ ଉଦ୍‌ଘାଟନ କରିବେ । ଏହି ଉନ୍ନତିଗୁଡିକରେ ପଥଚାରୀ ଅନୁକୂଳ ରାସ୍ତା, ନୂତନ ସ୍ୱେରେଜ ଲାଇନ ଏବଂ ନବୀକରଣ ହୋଇଥିବା ଡ୍ରେନେଜ ବ୍ୟବସ୍ଥା, ଆଧୁନିକ ଡିଜାଇନର ଭେଣ୍ଡିଂ କାର୍ଟ ସହିତ ସ୍ଥାନୀୟ ହସ୍ତତନ୍ତ ବିକ୍ରେତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭେଣ୍ଡିଂ ଜୋନ୍ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ବାଣାସୁର ମନ୍ଦିର ଏବଂ ଗୁରୁଧାମ ମନ୍ଦିରରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ, ପାର୍କର ସୌନ୍ଦର୍ଯ୍ୟକରଣ ଏବଂ ପୁନର୍ବିକାଶ ଭଳି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଉଦ୍‌ଘାଟନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch