୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୫, ୨୦୨୧ ତାରିଖ ଦିନ ବାରାଣାସୀ ଗସ୍ତରେ ଯିବେ । ଏହି ଅବସରରେ ସେ ସେଠାରେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ସହ ଶିଳାନ୍ୟାସ କରିବେ ।

ସେହି ଦିନ ପୂର୍ବାହ୍ଣ ପ୍ରାୟ ୧୧ଟା ବେଳକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେଥି ମଧ୍ୟରେ ବନାରସ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମେଡ଼ିକାଲ କଲେଜ ହସପିଟାଲରେ  ୧୦୦ ଶଯ୍ୟାବିଶିଷ୍ଟ ଏମସିଏଚ ୱିଙ୍ଗ୍‍, ଗୋଡାଉଲିଆ ଠାରେ ଏକ ବିବିଧ ସ୍ତରୀୟ ପାର୍କିଂ ବ୍ୟବସ୍ଥା, ବାରାଣାସୀ ଗାଜିପୁର ଜାତୀୟ ରାଜପଥ ଉପରେ ଏକ ତିନିଲେନ ବିଶିଷ୍ଟ ଫ୍ଲାଏଓଭର ସାମିଲ । ଏହିସବୁ ପ୍ରକଳ୍ପ ପ୍ରାୟ ୭୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସେହିଭଳି ପ୍ରାୟ ୮୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଉ କେତେଗୋଟି ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ସେଥିରେ କେନ୍ଦ୍ରୀୟ ପେଟ୍ରୋକେମିକାଲ୍‍ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ (ସିପେଟ) ସହାୟତାରେ ପ୍ରତିଷ୍ଠା ହେବାକୁ ଥିବା ଏକ କୌଶଳ ଓ ପ୍ରଯୁକ୍ତି ସହାୟକ କେନ୍ଦ୍ର,  ଜଳ ଜୀବନ ମିଶନ ଅଧୀନରେ ୧୪୩ଟି ଗ୍ରାମାଞ୍ଚଳ ପ୍ରକଳ୍ପ ଓ ଆମ୍ବ ଓ ଅନ୍ୟାନ୍ୟ ପନିପରିବା ବିକ୍ରୟ ନିମନ୍ତେ କାରଖିଆନଭ ଠାରେ ନିର୍ମିତ ଏକ ସମନ୍ୱିତ କେନ୍ଦ୍ର ସାମିଲ । 

ମଧ୍ୟାହ୍ନ ୧୨.୧୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ନାମକ ଏକ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କକ୍ଷକୁ ଉଦ୍‍ଘାଟନ କରିବେ ଯାହା ଜାପାନ ସରକାରଙ୍କ ସହାୟତାରେ ନିର୍ମିତ ହୋଇଛି । ଏହା ପରେ ଅପରାହ୍ନ ୨ଟା ବେଳେ ସେ ବିଏଚୟୁର ମାତୃ ଓ ଶିଶୁ ସହାୟତା କେନ୍ଦ୍ର ପରିଦର୍ଶନ କରିବେ । ଏହି ଅବସରରେ ସେ ସେଠାକାର ଅଧିକାରୀ ଓ ମେଡ଼ିକାଲ କର୍ମଚାରୀମାନଙ୍କ ସହିତ କୋଭିଡ଼ ସଂକ୍ରମଣ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future