ସୁଲତାନପୁର ଜିଲ୍ଲାରେ ନିର୍ମିତ ୩.୨ କିମି ଏକ୍ସପ୍ରେସ ୱେ ଏୟାର ଷ୍ଟ୍ରୀପରେ ପ୍ରଧାନମନ୍ତ୍ରୀ ନିରୀକ୍ଷଣ କରିବେ ଏୟାର ସୋ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଉତ୍ତର ପ୍ରଦେଶ ଗସ୍ତ କରି ସୁଲତାନପୁର ଜିଲ୍ଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ।

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେରେ ନିର୍ମିତ ୩.୨ କିଲୋମିଟ ଦୀର୍ଘ ଏୟାର ଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ । କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି ।

୩୪୧ କିଲୋମିଟର ଦୀର୍ଘ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତ୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି । ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ । ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉତ୍ତର ପ୍ରଦେଶର ପୂର୍ବଭାଗର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ । ଏହି ଭାଗରେ ଲକ୍ଷ୍ନୌ, ବାରାବାଙ୍କୀ, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଅଜମଗଡ, ମାଉ ଓ ଗାଜିପୁର ଜିଲ୍ଲାମାନ ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi