ଫେବୃଆରୀ, ୨୦୨୦ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା
ପ୍ରାୟ ୧୪,୮୫୦ କୋଟି ଟଙ୍କା ବ୍ୟୟରେ ୨୯୬ କିଲୋମିଟର ଦୀର୍ଘ ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ର୍ନିମାଣ କରାଯାଇଛି
ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଶିଳ୍ପ ବିକାଶ ପାଇଁ ଏକ ପ୍ରମୁଖ ଉତ୍ସ ପ୍ରଦାନ କରିବ ଏକ୍ସପ୍ରେସୱେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଜୁଲାଇ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ ଏବଂ ଜଲାଉନ୍‍ ଜିଲ୍ଲାର ଓରାଇ ତହସିଲ ଅର୍ନ୍ତଗତ କାଇଥେରୀ ଗ୍ରାମରେ ପୂର୍ବାହ୍ନ ପ୍ରାୟ ୧୧.୩୦ ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ।

ସାରା ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ, ଯାହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସଡକ ଭିତ୍ତିଭୂମିରେ ଉନ୍ନତି ଆଣିବା । ଏହି ଦିଗରେ ୨୯ ଫେବୃଆରୀ, ୨୦୨୦ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା । ଏକ୍ସପ୍ରେସୱେରେ କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଛି ଏବଂ ବର୍ତ୍ତମାନ ଏହା ପ୍ରଧାନମନ୍ତ୍ରୀ ଦ୍ୱାରା ଉଦଘାଟିତ ହେବ ।

ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ) ଙ୍କ ଅଧୀନରେ ପ୍ରାୟ ୧୪,୮୫୦ କୋଟି ଟଙ୍କା ବ୍ୟୟରେ ୨୯୬ କିମି ଦୀର୍ଘ ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସୱେ ର୍ନିମାଣ କରାଯାଇଛି ଏବଂ ପରେ ଏହା ୬ ଲେନ୍‍ ପର୍ଯ୍ୟନ୍ତ ବିସ୍ତାର ହୋଇପାରିବ । ଏହା ଚିତ୍ରକୂଟ ଜିଲ୍ଲାର ଭରତକୂପ ନିକଟ ଗୋଣ୍ଡା ଗ୍ରାମରେ ଏନ୍‍ଏଚ୍‍-୩୫ ଠାରୁ ଏଟାୱା ଜିଲ୍ଲାର କୁଡରେଲ ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି, ଯେଉଁଠାରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ମିଶ୍ରିତ ହୋଇଛି । ଏହା ସାତଟି ଜିଲ୍ଲା ଦେଇ ଯାଇଛି ଯଥା ଚିତ୍ରକୂଟ, ବଣ୍ଡା, ମହୋବା, ହମିରପୁର, ଜଲାଉନ୍‌, ଅରାୟା ଏବଂ ଏଟାୱା । 

ଏହି ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ କରିବା ସହିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ମଧ୍ୟ ଅର୍ଥନୈତିକ ବିକାଶରେ ଏକ ବଡ଼ ଉତ୍ସ ଦେବ, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ । ଏକ୍ସପ୍ରେସୱେ ପାଖରେ ଥିବା ବଣ୍ଡା ଏବଂ ଜଲାଉନ୍ ଜିଲ୍ଲାରେ ଶିଳ୍ପ କରିଡର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s petroleum products’ exports surge 8% in July

Media Coverage

India’s petroleum products’ exports surge 8% in July
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi