ପ୍ରଧାନମନ୍ତ୍ରୀ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ପ୍ରଗତି ସମୀକ୍ଷା କରିବେ
ବୁଲେଟ ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ମୁମ୍ବାଇ-ଅହମ୍ମଦାବାଦ ଯାତ୍ରା ସମୟ ପ୍ରାୟ ଦୁଇ ଘଣ୍ଟା ହ୍ରାସ ପାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରେ ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ସକାଳ ୧୦ଟା ରେ ପ୍ରଧାନମନ୍ତ୍ରୀ ସୁରଟରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିବେ ଏବଂ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ର ପ୍ରଗତି ସମୀକ୍ଷା କରିବେ। ଏହା ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଏବଂ ଏହା ଦେଶର ହାଇ-ସ୍ପିଡ୍ ସଂଯୋଗୀକରଣ ଯୁଗରେ ପ୍ରବେଶକୁ ଚିହ୍ନିତ କରିବ।

ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡର ପ୍ରାୟ ୫୦୮ କିଲୋମିଟର ଲମ୍ବା। ଏଥିମଧ୍ୟରୁ ୩୫୨ କିଲୋମିଟର ଗୁଜରାଟ ଏବଂ ଦାଦ୍ରା ଏବଂ ନଗର ହାବେଳୀରେ ଏବଂ ୧୫୬ କିଲୋମିଟର ମହାରାଷ୍ଟ୍ରରେ ଅବସ୍ଥିତ। ଏହି କରିଡର ସାବରମତୀ , ଅହମ୍ମଦାବାଦ , ଆନନ୍ଦ , ଭଦୋଦରା , ଭରୁଚ , ସୁରଟ , ବିଲିମୋରା , ଭାପି ,ବୋଇସର , ବୀରାର , ଥାନେ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବ , ଯାହା ଭାରତର ପରିବହନ ଭିତ୍ତିଭୂମିରେ ଏକ ପରିବର୍ତ୍ତନମୂଳକ ପଦକ୍ଷେପ।

ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଉନ୍ନତ ଇଞ୍ଜିନିୟରିଂ କୌଶଳ ବ୍ୟବହାର କରି ନିର୍ମିତ ପ୍ରକଳ୍ପର ୪୬୫ କିଲୋମିଟର ରାସ୍ତା (ପ୍ରାୟ 85 ପ୍ରତିଶତ ରାସ୍ତା) ସେତୁ ଉପରେ ନିର୍ମିତ , ଯାହା ସର୍ବନିମ୍ନ ଭୂମି ବିଭ୍ରାଟ ଏବଂ ଉନ୍ନତ ସୁରକ୍ଷା ସୁନିଶ୍ଚିତ କରେ। ଏପର୍ଯ୍ୟନ୍ତ ୩୨୬ କିଲୋମିଟର କାମ ସମାପ୍ତ ହୋଇଛି ଏବଂ ୨୫ଟି ନଦୀ ସେତୁ ମଧ୍ୟରୁ ୧୭ଟି ସମ୍ପୂର୍ଣ୍ଣ ହୋଇଛି।

ସମ୍ପୂର୍ଣ୍ଣ ହେବା ପରେ, ବୁଲେଟ୍ ଟ୍ରେନ୍ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା ସମୟକୁ ପ୍ରାୟ ଦୁଇ ଘଣ୍ଟାକୁ ହ୍ରାସ କରିବ। ଏହା ଯାତ୍ରାକୁ ଦ୍ରୁତ , ଅଧିକ ଆରାମଦାୟକ ଏବଂ ଅଧିକ ସୁବିଧାଜନକ କରିବ ଯାହା ଏକ ବୈପ୍ଳବିକ ପରିବର୍ତ୍ତନର ଚିହ୍ନ। ଏହି ପ୍ରକଳ୍ପ ସମଗ୍ର କରିଡରରେ ବାଣିଜ୍ୟ , ପର୍ଯ୍ୟଟନ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ପ୍ରାୟ ୪୭ କିଲୋମିଟର ଲମ୍ବ ସୁରତ -ବିଲିମୋରା ସେକ୍ସନ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି , ସିଭିଲ୍ କାମ ଏବଂ ଟ୍ରାକ୍ ବିଛାଇବା କାର୍ଯ୍ୟ ସମାପ୍ତ ହୋଇଛି। ସୁରଟ ଷ୍ଟେସନର ଡିଜାଇନ୍ ସହରର ବିଶ୍ୱ ପ୍ରସିଦ୍ଧ ହୀରା ଶିଳ୍ପ ଦ୍ୱାରା ଅନୁପ୍ରାଣିତ ଯାହା ଏହାର ମହିମା ଏବଂ ଦକ୍ଷତା ଉଭୟକୁ ପ୍ରତିଫଳିତ କରେ। ଏହି ଷ୍ଟେସନକୁ ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି ।ଯେଉଁଥିରେ ପ୍ରଶସ୍ତ ପ୍ରତୀକ୍ଷା କକ୍ଷ , ଶୌଚାଳୟ ଏବଂ ଖୁଚୁରା ଦୋକାନ ରହିଛି। ଏହା ସହିତ ସୁରଟ ମେଟ୍ରୋକୁ ସହରର ବସ୍ ସେବା ଏବଂ ଭାରତୀୟ ରେଳ ନେଟୱାର୍କ ସହିତ ମଧ୍ୟ ସଂଯୋଗ କରାଯାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi