ପ୍ରଧାନମନ୍ତ୍ରୀ ୯୭୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ଗୁରୁଗ୍ରାମ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଏମ୍ସ ରେୱାରିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
କୁରୁକ୍ଷେତ୍ରର ଜ୍ୟୋତିସର ଠାରେ ନବନିର୍ମିତ 'ଅନୁଭବ କେନ୍ଦ୍ର'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ, ୨୦୨୪ରେ ହରିୟାଣାର ରେୱାରି ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧ ଟା ୧୫ରେ ସମୟରେ ସେ ସହରାଞ୍ଚଳ ପରିବହନ, ସ୍ୱାସ୍ଥ୍ୟ, ରେଳ ଓ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ୯୭୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଗୁରୁଗ୍ରାମ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୋଟ ୨୮.୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ମିଲେନିୟମ ସିଟି ସେଣ୍ଟରକୁ ଉଦ୍ୟୋଗ ବିହାର ଫେଜ୍ -୫ ସହିତ ସଂଯୋଗ କରିବ ଏବଂ ସାଇବର ସିଟି ନିକଟରେ ମୌଲସରୀ ଆଭେନ୍ୟୁ ଷ୍ଟେସନରେ ରାପିଡ୍ ମେଟ୍ରୋ ରେଳ ଗୁରୁଗ୍ରାମର ବର୍ତ୍ତମାନର ମେଟ୍ରୋ ନେଟୱାର୍କରେ ମିଶ୍ରଣ ହେବ । ଦ୍ୱାରକା ଏକ୍ସପ୍ରେସୱେ ଉପରେ ମଧ୍ୟ ଏହାର ବିସ୍ତାର ହେବ । ନାଗରିକ ମାନଙ୍କୁ ବିଶ୍ୱସ୍ତରୀୟ ପରିବେଶ ଅନୁକୂଳ ଦ୍ରୁତ ସହରାଞ୍ଚଳ ପରିବହନ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ସମଗ୍ର ଦେଶରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ହରିୟାଣାର ରେୱାରିସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ଶିଳାନ୍ୟାସ କରାଯିବ । ପାଖାପାଖି ୧୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏମ୍ସ , ରେୱାରିର ମାଜରା ମୁସ୍ତିଲ୍ ଭାଲଖୀ ଗ୍ରାମରେ ୨୦୩ ଏକର ଜମିରେ ନିର୍ମାଣ କରାଯିବ । ଏଥିରେ ୭୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୃହ, ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ, ୬୦ ଆସନ ବିଶିଷ୍ଟ ନର୍ସିଂ କଲେଜ, ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଆବାସିକ ବାସଗୃହ, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଆବାସ, ରାତ୍ରି ଆଶ୍ରୟସ୍ଥଳୀ, ଗେଷ୍ଟ ହାଉସ୍‌, ଅଡିଟୋରିୟମ ଇତ୍ୟାଦି ସୁବିଧା ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସ୍‌ଏସ୍‌ୱାଇ) ଅଧୀନରେ ସ୍ଥାପିତ ରେୱାରିସ୍ଥିତ ଏମ୍ସ ହରିଆଣାର ଲୋକମାନଙ୍କୁ ଗୁଣାତ୍ମକ ଏବଂ ସାମଗ୍ରିକ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଯତ୍ନ ପ୍ରଦାନ କରିବ । 

ଏହି ସୁବିଧାଗୁଡିକ ମଧ୍ୟରେ କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋ-ଏଣ୍ଟୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ଏଣ୍ଡୋକ୍ରିନୋଲୋଜି, ବର୍ଣ୍ଣସ ଏବଂ ପ୍ଲାଷ୍ଟିକ ସର୍ଜରୀ ସମେତ ୧୮ଟି ସ୍ପେଶାଲିଟି ଏବଂ ୧୭ଟି ସୁପର ସ୍ପେଶାଲିଟି ରୋଗୀ ସେବା ଅନ୍ତର୍ଭୁକ୍ତ । ଅନୁଷ୍ଠାନରେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍‌, ଜରୁରୀକାଳୀନ ଏବଂ ଟ୍ରମା ୟୁନିଟ୍‌, ଷୋଳଟି ମଡ୍ୟୁଲାର ଅପରେସନ୍ ଥିଏଟର, ଡାଇଗ୍ନୋଷ୍ଟିକ୍ ଲାବୋରେଟୋରି, ବ୍ଲଡ ବ୍ୟାଙ୍କ, ଫାର୍ମାସି ଇତ୍ୟାଦି ପାଇଁ ମଧ୍ୟ ସୁବିଧା ରହିବ । ହରିୟାଣାରେ ଏମ୍ସ ପ୍ରତିଷ୍ଠା ହରିୟାଣାବାସୀଙ୍କୁ ବ୍ୟାପକ, ଗୁଣାତ୍ମକ ଏବଂ ସାମଗ୍ରିକ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରର ଜ୍ୟୋତିସର ଠାରେ ନବନିର୍ମିତ ଅନୁଭବ କେନ୍ଦ୍ର ଉଦ୍‌ଘାଟନ କରିବେ । ପାଖାପାଖି ୨୪୦ କୋଟି ଟଙ୍କା ବ୍ୟୟରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି । ୧୭ ଏକର ପରିମିତ ଏହି ସଂଗ୍ରହାଳୟରେ ୧,୦୦,୦୦୦ ବର୍ଗଫୁଟରୁ ଅଧିକ ଆଭ୍ୟନ୍ତରୀଣ ସ୍ଥାନ ରହିଛି । ଏହା ମହାଭାରତର ମହାକାବ୍ୟ କାହାଣୀ ଏବଂ ଗୀତାର ଶିକ୍ଷାକୁ ଜୀବନ୍ତ କରିବ । ସଂଗ୍ରହାଳୟରେ ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ଅଗମେଣ୍ଟେଡ୍ ରିଆଲିଟି (ଏଆର), ଥ୍ରିଡି ଲେଜର ଏବଂ ପ୍ରୋଜେକ୍ସନ ମ୍ୟାପିଂ ସମେତ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି । କୁରୁକ୍ଷେତ୍ରସ୍ଥିତ ଜ୍ୟୋତିସର ହେଉଛି ଏକ ପବିତ୍ର ସ୍ଥାନ , ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭଗବତ ଗୀତାର ଅନନ୍ତ ଜ୍ଞାନ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହେବ ସେଗୁଡ଼ିକ ମଧ୍ୟରେ ରେୱାରି – କାଥୁୱାସ ରେଳ ଲାଇନର ଦୋହରୀକରଣ (୨୭.୭୩ କିଲୋମିଟର); କାଥୁୱାସ- ନାରନୌଲ ରେଳ ଲାଇନର ଦୋହରୀକରଣ (୨୪.୧୨ କିଲୋମିଟର); ଭିୱାନୀ - ଙୋଭ ଭାଲି ରେଳ ଲାଇନର ଦୋହରୀକରଣ (୪୨.୩୦ କିଲୋମିଟର); ଏବଂ ମନହେରୁ - ବାୱାନୀ ଖେରା ରେଳ ଲାଇନର ଦୋହରୀକରଣ (୩୧.୫୦ କିଲୋମିଟର) ଅନ୍ତର୍ଭୁକ୍ତ । ଏହି ରେଳ ଲାଇନର ଦୋହରୀକରଣ ଦ୍ୱାରା ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବୃଦ୍ଧି ପାଇବ ଏବଂ ଉଭୟ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ଠିକ୍ ସମୟରେ ଚଳାଚଳ ହେବାରେ ଏହା ସହାୟକ ହେବ । ପ୍ରଧାନମନ୍ତ୍ରୀ ରୋହତକ – ମେହମ - ହଂସି ରେଳ ଲାଇନ (୬୮ କିଲୋମିଟର)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯାହା ରୋହତକ ଏବଂ ହିସାର ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ । ସେ ରୋହତକ – ମେହମ - ହାନ୍ସି ସେକ୍ସନରେ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ରୋହତକ ଏବଂ ହିସାର ଅଞ୍ଚଳରେ ରେଳ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ରେଳ ଯାତ୍ରୀମାନେ ଉପକୃତ ହେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister praises historic feat at the 2026 World Junior Squash Championship
July 26, 2026

Prime Minister Shri Narendra Modi today hailed a historic feat at the 2026 World Junior Squash Championship. He expressed his pride in Anahat Singh for winning the Gold Medal and becoming the first Indian squash player ever to win the World Junior Championship title.

The Prime Minister noted that this accomplishment will further popularise squash among the youth.

In a post on X, the Prime Minister shared:

"A historic feat at the 2026 World Junior Squash Championship.

Proud of Anahat Singh for winning the Gold Medal and becoming the first Indian squash player ever to win the World Junior Championship title. This accomplishment will further popularise squash among the youth.

@Anahat_Singh13"