5500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ସଂଯୋଗକୁ ବଢ଼ାଇବା ସହିତ ବାଣିଜ୍ୟ ଏବଂ କାରବାରକୁ ସୁଗମ କରିବା ପାଇଁ ଏକାଧିକ ସଡକ ଏବଂ ରେଳ କ୍ଷେତ୍ର ପ୍ରକଳ୍ପ
ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବା ସହିତ ସୁପର ସ୍ପେସିଆଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 10 ମେ ରେ ରାଜସ୍ଥାନ ପରିଦର୍ଶନ କରିବେ। ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପ୍ରଧାନମନ୍ତ୍ରୀ ନାଥଦ୍ୱାରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିବେ। ପ୍ରାୟ 11: 45 ରେ, ସେ ନାଥଦ୍ୱାରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ପ୍ରଦାନ କରିବେ। ଏହା ପରେ, ଅପରାହ୍ନ 3:15 ସମୟରେ ପ୍ରଧାନମନ୍ତ୍ରୀ ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ।

ନାଥଦ୍ୱାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ 5500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଯନ, ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପର ଧ୍ୟାନ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ରହିବ। ସଡକ ଏବଂ ରେଳ କ୍ଷେତ୍ରର ପ୍ରକଳ୍ପଗୁଡିକ ସାମଗ୍ରୀ ଏବଂ ସେବାଗୁଡିକର ଗତିବିଧିକୁ ମଧ୍ୟ ସହଜ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥା ରେ ଉନ୍ନତି ଆସିବ।  

ପ୍ରଧାନମନ୍ତ୍ରୀ ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ-ଲେନର ବିକାଶ ପାଇଁ ସଡକ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଜନସାଧାରଣଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦୟପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ମୂଳଦୁଆ ପକାଇବେ। ଗେଜ୍ ରୂପାନ୍ତର ପ୍ରକଳ୍ପ ତଥା ନାଥୱାରା ଠାରୁ ରାଜସମନ୍ଦର ନାଥଦ୍ବାର ଟାଉନ୍ ପର୍ଯ୍ୟନ୍ତ ଏକ ନୂତନ ଲାଇନ ସ୍ଥାପନ ପାଇଁ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

ଏହା ସହିତ, ପ୍ରଧାନମନ୍ତ୍ରୀ  ଦେଶକୁ ତିନିଟି ଜାତୀୟ ରାଜପଥକୁ ଉତ୍ସର୍ଗ କରିବେ। ଏଥିରେ ରହିଛି ଏନଏଚ-48 ରେ 114 କିମିର ଛଅ ଲେନ୍ ଉଦୟପୁରରୁ ସାମଲାଜି ସେକ୍‌ସନ, ଏନଏଚ- 25 ରେ ବାର-ବିଲାରା-ଜୋଧପୁର ସେକ୍ସନରେ 110 କିମି ଦୀର୍ଘ ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ସହିତ 4 ଲେନ୍ ପେଭଡ୍‌ ସୋଲ୍‌ଡର ଓ  ଏନଏଚ 58ଇ ରେ ପେଭ୍‌ଡ ସୋଲ୍‌ଡର ସେକ୍‌ସନ ସହିତ 47 କିମି ଲମ୍ବର ଦୁଇ ଲେନ୍ ସଡ଼କ।

ବ୍ରହ୍ମ କୁମାରି ଶାନ୍ତିବନ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏକ ବିଶେଷ ଧ୍ୟାନ ସମଗ୍ର ଦେଶରେ ଆଧ୍ୟାତ୍ମିକ ନବୀକରଣକୁ ଉତ୍ସାହିତ କରିବା ଉପରେ ରହିଛି। ଏହି ପ୍ରୟାସକୁ ଜାରି ରଖି ପ୍ରଧାନମନ୍ତ୍ରୀ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିବେ। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ, ଶିବମଣି ଓଲ୍‌ଡ ଏଜ ହୋମର ଦ୍ବିତୀୟ ପର୍ଯ୍ୟାୟ ଓ ନର୍ସିଂ କଲେଜର ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ। 50 ଏକର ପରିସରରେ ବ୍ୟାପିଥିବା ଆବୁ ରୋଡରେ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ଏହା ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ ଏବଂ ଏହି ଅଞ୍ଚଳର ଗରିବ ଏବଂ ଆଦିବାସୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 7, 2026
March 07, 2026

Reform, Perform and Transform: PM Modi’s Mantra for India’s Growth