ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସ ୱେ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ; ଏହା ଦିଲ୍ଲୀରୁ ଅମୃତସର ଏବଂ ଦିଲ୍ଲୀରୁ କଟ୍ରା ପର୍ଯ୍ୟନ୍ତ ଯାତ୍ରା ସମୟକୁ ଅଧା କରିବ
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ ପ୍ରମୁଖ ଧାର୍ମିକ ପୀଠଗୁଡ଼ିକର ସୁଗମତାକୁ ବଢାଇବା ପାଇଁ ଶିଖ ଧାର୍ମିକ ସ୍ଥଳୀଗୁଡିକୁ ଉନ୍ନତ ସଂଯୋଗୀକରଣ କରାଯିବ; ବୈଷ୍ଣୋ ଦେବୀ ପୀଠରେ ପହଞ୍ଚିବା ବି ସହଜ ହେବ
୪ ଲେନ୍‍ ବିଶିଷ୍ଟ ଅମୃତସର-ଉନା ସେକ୍ସନର ବିକାଶ ହେବ; ଚାରୋଟି ପ୍ରମୁଖ ଜାତୀୟ ରାଜପଥକୁ ସଂଯୋଗ କରିବ
ରଣନୀତିକ ମୁକେରିଆନ-ତଲୱାର ନୂଆ ବ୍ରଡ ଗଜ୍‍ ରେଳ ଲାଇନ୍‍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ; ସମ୍ପୃକ୍ତ ଅଞ୍ଚଳରେ ସବୁଦିନିଆ ସଂଯୋଗ ଯୋଗାଯିବ
ଦେଶର ସମସ୍ତ ଅଞ୍ଚଳରେ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଆଧାରରେ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ବିକାଶ ହୋଇପାରିବ ।
ଫିରୋଜପୁର ଠାରେ ପିଜିଆଇ ସାଟେଲାଇଟ୍ ସେଣ୍ଟର ଏବଂ କପୁରଥାଲା ଓ ହୋଶିଆରପୁର ଠାରେ ଦୁଇଟି ମେଡିକାଲ୍ କଲେଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବର ଫେରୋଜପୁର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ; ଅମୃତସର-ଉନା ସେକ୍ସନର ଚାରି ଲେନ୍ କାର୍ଯ୍ୟ; ମୁକେରିଆନ୍ - ତଲୱାର ନୂତନ ବ୍ରଡ୍ ଗଜ୍ ରେଳ ଲାଇନ; ଫିରୋଜେପୁର ଠାରେ ପିଜିଆଇ ସାଟେଲାଇଟ୍ କେନ୍ଦ୍ର ଏବଂ କପୁରଥାଲା ଓ ହୋଶିଆରପୁରର ଦୁଇଟି ନୂତନ ମେଡିକାଲ୍ କଲେଜ ଆଦି ରହିଛି ।

ସମଗ୍ର ଦେଶରେ ଯୋଗାଯୋଗକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଅନୁଯାୟୀ ପଞ୍ଜାବରେ ଏକାଧିକ ଜାତୀୟ ରାଜପଥ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ରାଜ୍ୟରେ ଜାତୀୟ ରାଜପଥଗୁଡିକର ମୋଟ ଦୈର୍ଘ୍ୟ ଦୁଇଗୁଣରୁ ଅଧିକ ସହିତ ୨୦୧୪ ରେ ପ୍ରାୟ ୧୭୦୦ କିଲୋମିଟରରୁ ୨୦୨୧ ମସିହାରେ ୪୧୦୦ କିଲୋମିଟରରୁ ଅଧିକ ହୋଇଛି । ପ୍ରମୁଖ ଧାର୍ମିକ ପୀଠଗୁଡିକରେ ଉପଲବ୍ଧତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପୂରଣ ଦିଗରେ ଏହା ମଧ୍ୟ ଏକ ପଦକ୍ଷେପ ହେବ ।

୬୬୯ କିଲୋମିଟର ଦୈର୍ଘ୍ୟ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ପ୍ରାୟ ୩୯,୫୦୦ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ । ଏହା ଦିଲ୍ଲୀରୁ ଅମୃତସର ଏବଂ ଦିଲ୍ଲୀରୁ କଟ୍ରା ପର୍ଯ୍ୟନ୍ତ ଯାତ୍ରା ସମୟକୁ ଅଧା କରିଦେବ । ଏହି ନୂତନ ଏକ୍ସପ୍ରେସୱେ ପ୍ରମୁଖ ଶିଖ ଧର୍ମପୀଠ ସୁଲତାନପୁର ଲୋଧି, ଗୋଣ୍ଡୱାଲ ସାହିବ, ଖଦୁର ସାହିବ, ତାରନ ତାରନ ଏବଂ କଟ୍ରାସ୍ଥିତ ବୈଷ୍ଣୋ ଦେବୀଙ୍କ ପବିତ୍ର ହିନ୍ଦୁ ମନ୍ଦିରର ସ୍ଥାନଗୁଡ଼ିକୁ ସଂଯୋଗ କରିବ । ଏହି ଏକ୍ସପ୍ରେସୱେ ତିନିଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ହରିଆନା, ଚଣ୍ଡିଗଡ, ପଞ୍ଜାବ ଏବଂ ଜାମ୍ମୁକାଶ୍ମୀର ପ୍ରମୁଖ ଆର୍ଥିକ କେନ୍ଦ୍ର ଯଥା ଅମ୍ବାଲା, ଚଣ୍ଡିଗଡ଼, ମୋହାଲି, ସାଙ୍ଗୁର, ପଟିଆଲା, ଲୁଧିଆନା, ଜଳନ୍ଧର, କପୁରଥାଲା, କାଠୁଆ ଏବଂ ଶାମ୍ବା ଆଦିକୁ ସଂଯୋଗ କରିବ ।

ଅମୃତସର-ଉନା ସେକ୍ସନର ଚାରି ଲେନିଂ କାର୍ଯ୍ୟ ପ୍ରାୟ ୧୭୦୦ କୋଟି ଟଙ୍କା ବ୍ୟୟରେ କରାଯିବ । ଏହି ୭୭ କିଲୋମିଟର ଦୈର୍ଘ୍ୟ ସେକ୍ସନଟି ଅମୃତସରରୁ ଭୋଟା କରିଡରର ଏକ ଅଂଶ ଏବଂ ସମଗ୍ର ଉତ୍ତର ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ସହିତ ଚାରିଟି ପ୍ରମୁଖ ଜାତୀୟ ରାଜପଥ ଅମୃତସର-ଭଟିଣ୍ଡା-ଜାମନଗର ଅର୍ଥନୈତିକ କରିଡର, ଦିଲ୍ଲୀ - ଅମୃତସର - କଟ୍ରା ଏକ୍ସପ୍ରେସୱେ, ଉତ୍ତର-ଦକ୍ଷିଣ କରିଡର ଏବଂ କଙ୍ଗରା-ହାମିରପୁର-ବିଳାସପୁର-ଶିମଲା କରିଡରକୁ ସଂଯୋଗ କରିବ । ଏହା ଘୋମନ୍‌, ଶ୍ରୀ ହରଗୋବିନ୍ଦପୁର ଏବଂ ପୁଲପୁକଟା ଟାଉନ୍ (ପ୍ରସିଦ୍ଧ ଗୁରୁଦ୍ୱାର ପୁଲପୁକଟା ସାହିବଙ୍କ ଘର) ରେ ଧାର୍ମିକ ସ୍ଥାନଗୁଡିକର ସଂଯୋଗକୁ ବିକାଶ କରିବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୪୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ମୁକେରିଆନ୍ ଏବଂ ତଲୱାର ମଧ୍ୟରେ ପ୍ରାୟ ୨୭ କିଲୋମିଟର ଦୈର୍ଘ୍ୟର ଏକ ନୂତନ ବ୍ରଡ୍ ଗଜ୍ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ରେଳ ଲାଇନ ନାଙ୍ଗାଲ ଡ୍ୟାମ-ଦୌଲତପୁର ଚୌକ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଏହି ଅଞ୍ଚଳରେ ଏହା ଏକ ସବୁଦିନିଆ ପରିବହନ ମାଧ୍ୟମ ଯୋଗାଇବ । ଏହି ପ୍ରକଳ୍ପ ମଧ୍ୟ ରଣନୈତିକ ଗୁରୁତ୍ୱ ବହନ କରେ କାରଣ ଏହା ଜାମ୍ମୁ କାଶ୍ମୀରର ଏକ ବିକଳ୍ପ ମାର୍ଗ ଭାବରେ କାର୍ଯ୍ୟ କରିବ, ମୁକେରିଆନ୍ ଠାରେ ଥିବା ଜଲନ୍ଧର-ଜାମ୍ମୁ ରେଳ ଲାଇନରେ ଯୋଡି ହେବ ।  ଏହି ପ୍ରକଳ୍ପ ପଞ୍ଜାବର ହୋଶିଆରପୁର ଏବଂ ହିମାଚଳ ପ୍ରଦେଶର ଉନା ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଏହି ଅଞ୍ଚଳର ପର୍ଯ୍ୟଟନକୁ ଏହା ବୃଦ୍ଧି କରିବ ଏବଂ ପାହାଡିଆ ଅଞ୍ଚଳ ତଥା ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକ ସହିତ ସଂଯୋଗକୁ ସହଜ କରିବ ।

ଦେଶର ସମସ୍ତ ଅଞ୍ଚଳରେ ବିଶ୍ୱ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଅନୁଯାୟୀ, ପଞ୍ଜାବର ତିନୋଟି ସହରରେ ନୂତନ ଚିକିତ୍ସା ଭିତ୍ତିଭୂମିର ଭିତ୍ତ୍‍ିପ୍ରସ୍ତର ସ୍ଥାପନ ହେବ । ଫିରୋଜେପୁରର ୧୦୦ ଶଯ୍ୟା ବିଶିଷ୍ଟ ପିଜିଆଇ ସାଟେଲାଇଟ୍ ସେଣ୍ଟର ୪୯୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବ । ଏହା ୧୦ଟି ବର୍ଗ ଯଥା ଆଭ୍ୟନ୍ତରୀଣ ଔଷଧ, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ପ୍ଲାଷ୍ଟିକ୍ ସର୍ଜରୀ, ନ୍ୟୁରୋ ସର୍ଜରୀ, ସ୍ତ୍ରୀ ଓ ପ୍ରସୂତୀ ରୋଗ, ପେଡିଆଟ୍ରିକ୍ସ, ଚକ୍ଷୁ ଚିକିତ୍ସା, ଇଏନ୍‍ଟି ଏବଂ ମାନସିକ ସ୍ୱାସ୍ଥ୍ୟ-ଔଷଧରେ ସେବା ପ୍ରଦାନ କରିବ । ଏହି ସାଟେଲାଇଟ ସେଣ୍ଟର ଫିରୋଜପୁର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ବିଶ୍ୱ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବ ।

କପୁରଥାଲା ଏବଂ ହୋଶିଆରପୁରର ଦୁଇଟି ମେଡିକାଲ କଲେଜରେ ପ୍ରାୟ ୧୦୦ଟି ଆସନ କ୍ଷମତା ପାଇଁ ପ୍ରାୟ ୩୨୫ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଜିଲ୍ଲା / ରେଫରାଲ୍ ହସ୍ପିଟାଲ୍ ସହିତ ସଂଯୁକ୍ତ ନୂତନ ମେଡିକାଲ୍ କଲେଜ୍ ପ୍ରତିଷ୍ଠାର ତୃତୀୟ ପର୍ଯ୍ୟାୟରେ ଏହି କଲେଜଗୁଡ଼ିକୁ ଅନୁମୋଦନ କରାଯାଇଛି । ଏହି ଯୋଜନା ଅଧୀନରେ ପଞ୍ଜାବ ପାଇଁ ମୋଟ ତିନୋଟି ମେଡିକାଲ କଲେଜକୁ ଅନୁମୋଦନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସାସ ନାଗରରେ ଅନୁମୋଦିତ କଲେଜ ଏବେ କାର୍ଯ୍ୟକ୍ଷମ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From VB-G RAM G to Delhi EV policy: Key changes taking effect from July 1

Media Coverage

From VB-G RAM G to Delhi EV policy: Key changes taking effect from July 1
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise