ପୁଣେ ମେଟ୍ରୋର କାର୍ଯ୍ୟ ଶେଷ ହୋଇଥିବା ସେକ୍ସନଗୁଡ଼ିକର ଉଦଘାଟନ ପାଇଁ ମେଟ୍ରୋ ଟ୍ରେନଗୁଡିକୁ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
କେତେକ ମେଟ୍ରୋ ଷ୍ଟେସନର ଡିଜାଇନ୍ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରେରଣାରେ ହୋଇଛି
ପିଏମଏୱାଇ ଅଧୀନରେ ର୍ନିମିତ ଘରଗୁଡ଼ିକର ହସ୍ତାନ୍ତର ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ବର୍ଜ୍ୟରୁ ଶକ୍ତି କାରଖାନାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧ ତାରିଖରେ ମହାରାଷ୍ଟ୍ରର ପୁଣେ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ । ପୂର୍ବାହ୍ନ ୧୧: ୪୫ ରେ ତାଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହା ପରେ, ପୂର୍ବାହ୍ନ ୧୨: ୪୫ ରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ୍ ଗୁଡିକୁ ପତାକା ଦେଖାଇ ଚଳାଚଳ ଆରମ୍ଭ କରିବେ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପୁଣେ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ଦୁଇଟି କରିଡରର କାର୍ଯ୍ୟ ସଂପୂର୍ଣ୍ଣ ହେବା ଅବସରରେ ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ରେ ହୋଇଥିଲା । ନୂତନ ସେକ୍ସନଗୁଡିକ ପୁଣେ ସହରର ଶିବାଜୀ ନଗର, ସିଭିଲ୍ କୋର୍ଟ, ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟ, ପୁଣେ ଆରଟିଓ ଏବଂ ପୁଣେ ରେଳ ଷ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିବ । ନାଗରିକମାନଙ୍କୁ ସମଗ୍ର ଦେଶରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଆଧୁନିକ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏହି ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି ମାର୍ଗରେ ଥିବା କେତେକ ମେଟ୍ରୋ ଷ୍ଟେସନର ଡିଜାଇନ୍ ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ପାଇଛି । ଛତ୍ରପତି ସାମ୍ୱାଜୀ ଉଦୟନ୍ ମେଟ୍ରୋ ଷ୍ଟେସନ୍ ଏବଂ ଡେକାନ୍ ଜିମଖାନା ମେଟ୍ରୋ ଷ୍ଟେସନରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୈନିକମାନେ ପିନ୍ଧିଥିବା ଟୋପି ସଦୃଶ ଏକ ନିଆରା ଡିଜାଇନ୍ ରହିଛି - ଯାହାକି “ମାଭାଲା ପଗଡି” ଭାବରେ ମଧ୍ୟ ଜଣାଶୁଣା । ଶିବାଜୀ ନଗର ଭୂତଳ ମେଟ୍ରୋ ଷ୍ଟେସନରେ ଏକ ସ୍ୱତନ୍ତ୍ର ଡିଜାଇନ୍ ରହିଛି ଯାହା ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ର୍ନିମିତ ଦୁର୍ଗକୁ ମନେ ପକାଇଥାଏ ।

ଅନ୍ୟ ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ସିଭିଲ୍ କୋର୍ଟ ମେଟ୍ରୋ ଷ୍ଟେସନ୍ ଦେଶର ସବୁଠାରୁ ଗଭୀର ମେଟ୍ରୋ ଷ୍ଟେସନ୍ ମଧ୍ୟରୁ ଅନ୍ୟତମ; ୩୩.୧ ମିଟରରେ ଗଭୀରତମ ସ୍ଥାନ । ଷ୍ଟେସନ ଛାତ ଏପରି ଭାବରେ ନିର୍ମାଣ ହୋଇଛି ଯେ ପ୍ଲାଟଫର୍ମରେ ସିଧାସଳଖ ସୂର୍ଯ୍ୟକିରଣ ପଡିଥାଏ ।

ପ୍ରଧାନମନ୍ତ୍ରୀ ପିମ୍ପ୍ରି ଚିଞ୍ଚାୱାଡ ମ୍ୟୁନିସିପାଲିଟି କର୍ପୋରେସନ (ପିସିଏମସି) ଅଧୀନରେ ଥିବା ବର୍ଜ୍ୟରୁ ଶକ୍ତି କାରଖାନାର ଉଦଘାଟନ କରିବେ । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି କାରଖାନା ବାର୍ଷିକ ପ୍ରାୟ ୨.୫ ଲକ୍ଷ ଟନ୍‍ ବର୍ଜ୍ୟବସ୍ତୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରିବ ।

ସମସ୍ତଙ୍କ ପାଇଁ ଗୃହ ର୍ନିମାଣ ଲକ୍ଷ୍ୟକୁ ଆଗକୁ ନେଇ ପ୍ରଧାନମନ୍ତ୍ରୀ ପିସିଏମସି ଦ୍ୱାରା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ର୍ନିମିତ ୧୨୮୦ ରୁ ଅଧିକ ଘର ହସ୍ତାନ୍ତର କରିବେ । ସେ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ର୍ନିମିତ ୨୬୫୦ ରୁ ଅଧିକ ପିଏମଏୱାଇ ଘର ମଧ୍ୟ ହସ୍ତାନ୍ତର କରିବେ । ଆହୁରି ମଧ୍ୟ, ପ୍ରଧାନମନ୍ତ୍ରୀ ପିସିଏମସି ଦ୍ୱାରା ର୍ନିମିତ ହେବାକୁ ଥିବା ପ୍ରାୟ ୧୧୯୦ ପିଏମଏୱାଇ ଘର ଏବଂ ପୁଣେ ମେଟ୍ରୋପଲିଟାନ ରିଜିଅନ ଡେଭଲପମେଣ୍ଟ ଅଥରିଟୀ ଦ୍ୱାରା ର୍ନିମିତ ୬୪୦୦ ରୁ ଅଧିକ ଘରରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଲୋକମାନ୍ୟ ତିଲକଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରାଯାଇଥିଲା । ଜାତିର ପ୍ରଗତି ଏବଂ ବିକାଶ ପାଇଁ ଉଲ୍ଲେଖନୀୟ ଏବଂ ଅସାଧାରଣ ଭାବରେ କାର୍ଯ୍ୟ କରିଥିବା ଏବଂ ଅବଦାନ ରଖିଥିବା ଲୋକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ପ୍ରତିବର୍ଷ ଅଗଷ୍ଟ ୧ - ଲୋକମାନ୍ୟ ତିଲକଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଦାନ କରାଯାଏ । 

ପ୍ରଧାନମନ୍ତ୍ରୀ ପୁରସ୍କାରର ୪୧ ତମ ଗ୍ରହଣକାରୀ ହେବେ । ଏହା ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶଙ୍କର ଦୟାଲ ଶର୍ମା, ଶ୍ରୀ ପ୍ରଣବ ମୁଖାର୍ଜୀ, ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଡକ୍ଟର ମନମୋହନ ସିଂହ, ଶ୍ରୀ ଏନ ଆର ନାରାୟଣ ମୁର୍ତ୍ତୀ, ଡକ୍ଟର ଇ ଶ୍ରୀଧରନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates GalaxEye on the successful launch of Mission Drishti
May 03, 2026

Prime Minister Shri Narendra Modi has congratulated the founders and the entire team of GalaxEye on the successful launch of Mission Drishti.

The Prime Minister noted that Mission Drishti by GalaxEye marks a major achievement in India's space journey. Shri Modi highlighted that the successful launch of the world’s first OptoSAR satellite and the largest privately-built satellite in India is a testament to the youth’s passion for innovation and nation-building. He also extended his heartiest congratulations and best wishes to the founders and the entire team of GalaxEye.

The Prime Minister posted on X:

"Mission Drishti by GalaxEye marks a major achievement in our space journey. The successful launch of the world’s first OptoSAR satellite and the largest privately-built satellite in India is a testament to our youth’s passion for innovation and nation-building.

Heartiest congratulations and best wishes to the founders and the entire team of GalaxEye."