ଏହି ପ୍ରକଳ୍ପ ପୁଣେରେ ସହରୀ ସୁବିଧା ପାଇଁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ପ୍ରଦାନ କରିବ; ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା
ପୁଣେ ମହାନଗର ନିଗମ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ
ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଆର କେ ଲକ୍ଷ୍ମଣ ଆର୍ଟ ଗ୍ୟାଲେରୀ-ମ୍ୟୁଜିୟମର ଉଦଘାଟନ କରିବେ
ସିମ୍ବିଓସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ମାର୍ଚ୍ଚ ୨୦୨୨ ରେ ପୁଣେ ଗସ୍ତରେ ଯିବା ସହିତ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ । ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ପୂର୍ବାହ୍ନ ପ୍ରାୟ ୧୧ ଟାରେ ପ୍ରଧାନମନ୍ତ୍ରୀ ପୁଣେ ମହାନଗର ନିଗମ ପରିସରରେ ଶ୍ରୀ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ଏହି ପ୍ରତିମୂର୍ତ୍ତି ୧୮୫୦ କିଲୋଗ୍ରାମ ଧାତୁରେ ର୍ନିମିତ ଏବଂ ଏହାର ଉଚ୍ଚତା ପ୍ରାୟ ୯.୫ ଫୁଟ । 

ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧:୩୦ ସମୟରେ ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ । ପୁଣେରେ ସହରୀ ଗତିଶୀଳତା ପାଇଁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇବା ଲାଗି ଏହି ପ୍ରକଳ୍ପ ଏକ ପ୍ରୟାସ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ୨୪ ଡିସେମ୍ବର ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ମୋଟ୍‍ ୩୨.୨ କିଲୋମିଟର ମଧ୍ୟରୁ ୧୨ କିଲୋମିଟରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ୧୧,୪୦୦ କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ର୍ନିମାଣ କରାଯାଉଛି । ସେ ଗାରୱାରେ ମେଟ୍ରୋ ଷ୍ଟେସନରେ ପ୍ରଦର୍ଶନୀକୁ ଉଦଘାଟନ ଏବଂ ଅନୁଧ୍ୟାନ କରିବେ ଏବଂ ସେଠାରୁ ଆନନ୍ଦନଗର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ ।

ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ସେ ମୁଲା-ମୁଥା ନଦୀ ପ୍ରକଳ୍ପର ନବୀକରଣ ଏବଂ ପ୍ରଦୂଷଣ ହ୍ରାସର ମୂଳଦୂଆ ପକାଇବେ । ପ୍ରାୟ ୧୦୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ନଦୀର ୯ କିଲୋମିଟର ଅବବାହିକାର ନବୀକରଣ କାର୍ଯ୍ୟ କରାଯିବ । ଏଥିରେ ନଦୀ ତଟର ସୁରକ୍ଷା, ଇଣ୍ଟରସେପ୍ଟର ସ୍ୱେରେଜ୍ ନେଟୱାର୍କ, ଜନସାଧାରଣଙ୍କ ପାଇଁ ସୁବିଧା, ନୌଚାଳନା କାର୍ଯ୍ୟକଳାପ ଇତ୍ୟାଦି କାର୍ଯ୍ୟ ଅନ୍ତର୍ଭୁକ୍ତ ହେବ । ୧୪୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ “ୱାନ ସିଟି ୱାନ ଅପରେଟର” ର ସଂକଳ୍ପ ଉପରେ ମୁଲା-ମୁଥା ନଦୀ ପ୍ରଦୂଷଣ ନିବାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରାୟ ୪୦୦ ଏମଏଲଡି ମିଳିତ କ୍ଷମତା ସହିତ ଏହି ପ୍ରକଳ୍ପ ଅଧୀନରେ ସମୁଦାୟ ୧୧ ଟି ସ୍ୱେରେଜ୍ ଟ୍ରିଟମେଣ୍ଟଣ୍ଟ ପ୍ଲାଣ୍ଟଣ୍ଟ ର୍ନିମାଣ କରାଯିବ । ପ୍ରଧାନମନ୍ତ୍ରୀ ୧୦୦ଟି ଇ-ବସ୍‍ ସହିତ ବାନରରେ ର୍ନିମିତ ୧୦୦ ଇ-ବସ୍ ଡିପୋର ମଧ୍ୟ ଶୁଭାରମ୍ଭ କରିବେ ।

ପୁଣେର ବାଲେୱାଡିରେ ର୍ନିମିତ ଆର.କେ ଲକ୍ଷ୍ମଣ ଆର୍ଟ ଗ୍ୟାଲେରୀ-ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ହେଉଛି ମାଲଗୁଡି ଗାଁ ଉପରେ ଆଧାରିତ ଏକ କ୍ଷୁଦ୍ର ମଡେଲ ଯାହା ଅଡିଓ-ଭିଜୁଆଲ୍ ଇଫେକ୍ଟ ମାଧ୍ୟମରେ ଜୀବନ୍ତ ଲାଗିବ । କାର୍ଟୁନିଷ୍ଟ ଆର କେ ଲକ୍ଷ୍ମଣଙ୍କ ଦ୍ୱାରା ଅଙ୍କିତ କାର୍ଟୁନ୍ ଏହି ସଂଗ୍ରହାଳୟରେ ପ୍ରଦର୍ଶିତ ହେବ । ଏହା ପରେ, ଅପରାହ୍ନ ପ୍ରାୟ ୧:୪୫ ରେ ପ୍ରଧାନମନ୍ତ୍ରୀ ସିମ୍ବିବିଓସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଶୁଭାରମ୍ଭ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-SVANidhi Scheme boosts street vendors' incomes, business profits rise 20%

Media Coverage

PM-SVANidhi Scheme boosts street vendors' incomes, business profits rise 20%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.