ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ
ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ 37,000 କୋଟି ଟଙ୍କା ବ୍ୟୟରେ ନିର୍ମିତ 97,500ରୁ ଅଧିକ ମୋବାଇଲ୍ 4ଜି ଟାୱାରକୁ ଉଦଘାଟନ କରିବେ
ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର 26,700 ରୁ ଅଧିକ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ କରିବେ
ପ୍ରଧାନମନ୍ତ୍ରୀ ଆଠଟି ଆଇଆଇଟିର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିବେ, ଯାହା ଆଗାମୀ ଚାରି ବର୍ଷ ମଧ୍ୟରେ 10,000 ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସେବା ପ୍ରଦାନ କରିବ
ପ୍ରଧାନମନ୍ତ୍ରୀ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶା ସରକାରଙ୍କର ବିଭିନ୍ନ ପଦକ୍ଷେପ ଆରମ୍ଭ କରିବେ
PM to launch multiple initiatives of the Odisha Government to strengthen technical education and skill development

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 27 ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସିବେ। ପୂର୍ବାହ୍ନ ପ୍ରାୟ 11:30 ସମୟରେ, ସେ ଝାରସୁଗୁଡାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ।

ଦୂରସଞ୍ଚାର ସଂଯୋଗ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ପ୍ରାୟ 37,000 କୋଟି ଟଙ୍କା ବ୍ୟୟରେ ନିର୍ମିତ 97,500ରୁ ଅଧିକ ମୋବାଇଲ୍ 4ଜି ଟାୱାରକୁ ଲୋକାର୍ପଣ କରିବେ। ଏଥିରେ ବିଏସଏନଏଲ ଦ୍ୱାରା 92,600ରୁ ଅଧିକ 4ଜି ଟେକ୍ନୋଲୋଜି ସାଇଟ୍ ଅନ୍ତର୍ଭୁକ୍ତ। ଡିଜିଟାଲ୍ ଭାରତ ନିଧି ଅଧୀନରେ 18,900ରୁ ଅଧିକ 4ଜି ସାଇଟ୍ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି ଯାହା ଦୂରଦୂରାନ୍ତ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ପ୍ରାୟ 26,700 ଅପହଞ୍ଚ ଗ୍ରାମକୁ ସଂଯୋଗ କରିବ। ଏଥିସହିତ 20 ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ। ଏହି ଟାୱାରଗୁଡ଼ିକ ସୌରଶକ୍ତି ଦ୍ୱାରା ପରିଚାଳିତ, ଫଳରେ ଏଗୁଡ଼ିକ ଭାରତର ସର୍ବବୃହତ ସବୁଜ ଦୂରସଞ୍ଚାର ସାଇଟ୍ କ୍ଲଷ୍ଟର କରିବ ଏବଂ ସ୍ଥାୟୀ ଭିତ୍ତିଭୂମିକୁ ସୁଦୃଢ କରିବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଦେଶକୁ ଉତ୍ସର୍ଗ କରିବେ ଯାହା ଯୋଗାଯୋଗ ଏବଂ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ। ଏଥିରେ ସମ୍ବଲପୁର-ସରଲାରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ଏବଂ ମାନାବାର-କୋରାପୁଟ-ଗୋରାପୁର ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକର୍ପଣ ସାମିଲ ରହିଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ସ୍ଥାନୀୟ ଶିଳ୍ପ ଏବଂ ବାଣିଜ୍ୟକୁ ସୁଦୃଢ଼ ​​କରିବ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଏବଂ ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ଉଭୟ ରାଜ୍ୟ ମଧ୍ୟରେ ସୁଲଭ ଏବଂ ଆରାମଦାୟକ ଯୋଗାଯୋଗ ପ୍ରଦାନ କରିବ, ପର୍ଯ୍ୟଟନକୁ ସମର୍ଥନ କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ।

ପ୍ରଧାନମନ୍ତ୍ରୀ ପ୍ରାୟ 11,000କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି - ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ 10,000 ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ ଏବଂ ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ଭାରତର ନବସୃଜନ ଇକୋସିଷ୍ଟମ ସୁଦୃଢ଼ ​​ହେବ ଏବଂ ଗବେଷଣା ଓ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ 275ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଏବଂ ନବସୃଜନକୁ ଉନ୍ନତ କରିବା ପାଇଁ ଡିଜାଇନ୍ କରାଯାଇଥିବା ମେରିଟ ଯୋଜନାର ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିବେ ଯାହା ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ କୃଷି-ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ସାମୁଦ୍ରିକ କ୍ଷେତ୍ର ଏବଂ ଆତିଥେୟ ଭଳି ପ୍ରଗତିଶୀଳ କ୍ଷେତ୍ରଗୁଡ଼ିକୁ ସାମିଲ ହେବ। ଏହା ବ୍ୟତୀତ, ପାଞ୍ଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ଉନ୍ନୀତ କରାଯିବ, 25ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଏବଂ ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ ।

ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ 130ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ କରିବେ, ଯାହା ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ପାଇଁ ମାଗଣା ଦୈନିକ ଡାଟା ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ। ସେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ଭଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଉନ୍ନତ ସୁବିଧାଗୁଡ଼ିକରେ ବର୍ଦ୍ଧିତ ଶଯ୍ୟା କ୍ଷମତା, ଟ୍ରମା କେୟାର ୟୁନିଟ୍, ଡେଣ୍ଟାଲ୍ କଲେଜ, ମାତୃ ଏବଂ ଶିଶୁ ଯତ୍ନ ସେବା ଏବଂ ବିସ୍ତାରିତ ଶୈକ୍ଷିକ ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ, ଯାହା ଓଡ଼ିଶାର ଲୋକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବ।

ଏହା ସହିତ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ 50,000 ହିତାଧିକାରୀଙ୍କୁ ମଞ୍ଜୁରୀ ଆଦେଶ ବଣ୍ଟନ କରିବେ। ଏହି ଯୋଜନା ପକ୍କା ଘର ଏବଂ ଦୁର୍ବଳ ଗ୍ରାମୀଣ ପରିବାର, ଯେପରିକି ଭିନ୍ନକ୍ଷମ ବ୍ୟକ୍ତି, ବିଧବା, ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ବ୍ୟକ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟର ଶିକାର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଏହି ପଦକ୍ଷେପ ସମାଜର ସବୁଠାରୁ ପଛୁଆ ବର୍ଗର ସାମାଜିକ କଲ୍ୟାଣ ଏବଂ ମର୍ଯ୍ୟାଦା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rooftop solar cuts household electricity bills by average of 71%: CEEW

Media Coverage

Rooftop solar cuts household electricity bills by average of 71%: CEEW
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights remarkable momentum in India's digital infrastructure journey
June 05, 2026
PM Lauds AirTrunk’s proposed investment of around Rs. 3 lakh crore to develop 5 GW data centre capacity

Prime Minister Shri Narendra Modi today highlighted that India’s digital infrastructure journey is gathering remarkable momentum. The Prime Minister noted that AirTrunk has announced plans to invest around Rs. 3 lakh crore ($30 billion) in India and develop 5 GW of data centre capacity, observing that this is among the largest proposed investments in the country’s digital infrastructure ecosystem.

Shri Modi stated that such investments will significantly strengthen India’s position as a global hub for cloud computing and AI. The Prime Minister pointed out that these developments will simultaneously generate employment opportunities, support local supply chains, and accelerate innovation-led growth, affirming that the future of the world’s digital economy is increasingly being shaped in India.

The Prime Minister posted on X:

"India’s digital infrastructure journey is gathering remarkable momentum.
AirTrunk has announced plans to invest around Rs. 3 lakh crore ($30 billion) in India, and develop 5 GW of data centre capacity. This is among the largest proposed investments in the country’s digital infrastructure ecosystem.

Such investments will strengthen India’s position as a global hub for cloud computing and AI, while generating employment opportunities, supporting local supply chains and accelerating innovation-led growth.

It is clear that the future of the world’s digital economy is increasingly being shaped in India!"