ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫ରେ ମାରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରି, ଗ୍ଲୋବାଲ ମାରିଟାଇମ ସିଇଓ ଫୋରମରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫ ଭାରତକୁ ବୈଶ୍ୱିକ ସାମୁଦ୍ରିକ ହବ୍ ଏବଂ ନୀଳ ଅର୍ଥନୀତିର ଅଗ୍ରଣୀ କରିବା ଦିଗରେ ରଣନୀତିକ ଦୃଷ୍ଟିକୋଣକୁ ଦର୍ଶାଉଛି
ଇଣ୍ଡିଆ ମାରିଟାଇମ ୱିକ ୨୦୨୫ରେ ୮୫ରୁ ଅଧିକ ଦେଶ, ୧ ଲକ୍ଷରୁ ଅଧିକ ଅତିଥି ଏବଂ ୩୫୦ରୁ ଅଧିକ ଅନ୍ତର୍ଜାତୀୟ ବକ୍ତା ଯୋଗ ଦେଇଛନ୍ତି

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବରରେ ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ‘ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫’ରେ ସେ ମାରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବା ସହ ଗ୍ଲୋବାଲ ମାରିଟାଇମ ସିଇଓ ଫୋରମରେ ଅଧ୍ୟକ୍ଷତା କରିବେ ।

ଗ୍ଲୋବାଲ ମାରିଟାଇମ ସିଇଓ ଫୋରମ ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫ର ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଭବିଷ୍ୟତର ବୈଶ୍ୱିକ ସାମୁଦ୍ରିକ ଇକୋସିଷ୍ଟମକୁ ନିର୍ଦ୍ଧାରଣ କରିବାକୁ ଏହି କାର୍ଯ୍ୟକ୍ରମରେ ବୈଶ୍ୱିକ ସାମୁଦ୍ରିକ କମ୍ପାନିର ସିଇଓ, ଅଗ୍ରଣୀ ନିବେଶକ, ନୀତି ନିର୍ଦ୍ଧାରକ, ନବସୃଜନକାରୀ ଏବଂ ଅନ୍ତର୍ଜାତୀୟ ସହଯୋଗୀମାନେ ଏକାଠି ହୋଇଛନ୍ତି । ଶତତ ସମୁଦ୍ରୀ ବିକାଶ, ସ୍ଥିର ଯୋଗାଣ ଶୃଙ୍ଖଳ, ଗ୍ରୀନ ସିପିଙ୍ଗ, ସମାବେଶୀ ନୀଳ ଅର୍ଥନୀତି ରଣନୀତି ବାବାଦରେ ଆଲୋଚନା ପାଇଁ ଏହି ଫୋରମ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହେବ ।

ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ମହତ୍ୱାକାଂକ୍ଷୀ, ଭବିଷ୍ୟତମୁଖୀ ସମୁଦ୍ରୀ ପରିବର୍ତ୍ତନ ସହ ସାମୁଦ୍ରିକ ଅମୃତ କାଳ ଭିଜନ ୨୦୪୭ ଲକ୍ଷ୍ୟରେ ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଦୀର୍ଘକାଳୀନ ଦୃଷ୍ଟିକୋଣ ଚାରୋଟି ରଣନୀତିକ ସ୍ତମ୍ଭ ଉପରେ ପର୍ଯ୍ୟବସିତ - ବନ୍ଦରଭିତ୍ତିକ ବିକାଶ, ଜାହାଜ ଚଳାଚଳ ଏବଂ ଜାହାଜ ନିର୍ମାଣ, ବାଧାବିହୀନ ପରିବହନ ଏବଂ ସାମୁଦ୍ରିକ କୌଶଳ ଗଠନ- ଲକ୍ଷ୍ୟ ବିଶ୍ୱର ବୃହତ ସାମୁଦ୍ରିକ ଶକ୍ତିଙ୍କ ମଧ୍ୟରେ ଭାରତକୁ ସ୍ଥାନ ଦେବା ।

ଜାହାଜ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, କ୍ରୁଜ ପର୍ଯ୍ୟଟନ ଏବଂ ନୀଳ ଅର୍ଥବ୍ୟବସ୍ଥା ଫାଇନାନ୍ସର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରିବା ଏବଂ ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ରୂପାନ୍ତର କରିବାରେ ‘ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫’ ଭାରତ ସରକାରଙ୍କ ମୁଖ୍ୟ ବୈଶ୍ୱିକ ପ୍ଲାଟଫର୍ମ ।

୨୭ ରୁ ୩୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫’ ର ବିଷୟବସ୍ତୁ ହେଉଛି "ସମୁଦ୍ରକୁ ଏକୀକୃତ କରିବା, ଏକ ସାମୁଦ୍ରିକ ଦୃଷ୍ଟିକୋଣ।" ଏହା ବିଶ୍ୱ ସାମୁଦ୍ରିକ କେନ୍ଦ୍ର ଏବଂ ନୀଳ ଅର୍ଥନୀତିରେ ଏକ ନେତା ହେବା ପାଇଁ ଭାରତର ରଣନୈତିକ ଦୃଷ୍ଟିକୋଣକୁ ଦର୍ଶାଇବ। ‘ଇଣ୍ଡିଆ ମାରିଟାଇମ ୱିକ୍ ୨୦୨୫’ ରେ ୮୫ ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ, ଯେଉଁଥିରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି, ୫୦୦ରୁ ଅଧିକ ପ୍ରଦର୍ଶକ ଏବଂ ୩୫୦ରୁ ଅଧିକ ଅନ୍ତର୍ଜାତୀୟ ବକ୍ତା ସାମିଲ ହୋଇଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access