ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଫେବୃଆରୀ ୨୦୨୬ରେ ଉତ୍ତର ପ୍ରଦେଶର ମିରଟ ଗସ୍ତ କରିବେ । ମଧ୍ୟ।।ହ୍ନ ପ୍ରାୟ ୧୨:୩୦ ସମୟରେ, ପ୍ରଧାନମନ୍ତ୍ରୀ ଶତାବ୍ଦୀ ନଗର ନମୋ ଭାରତ ଷ୍ଟେସନରେ ମିରଟ ମେଟ୍ରୋ ଏବଂ ନମୋ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେଠାରୁ ସେ ମିରଟ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବେ । ପ୍ରାୟ ୧ ଟା ସମୟରେ, ପ୍ରଧାନମନ୍ତ୍ରୀ ମିରଟରେ ପ୍ରାୟ ୧୨,୯୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ସମଗ୍ର ୮୨ କିଲୋମିଟର ଦିଲ୍ଲୀ-ମିରଟ ନମୋ ଭାରତ କରିଡରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ଭାରତର ପ୍ରଥମ ନମୋ ଭାରତ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ (ଆରଆରଟିଏସ୍)ର ଅବଶିଷ୍ଟ ଅଂଶଗୁଡିକ ଉଦ୍ଘାଟନ କରିବେ । ଏଥିରେ ଦିଲ୍ଲୀର ସରାଇ କାଲେ ଖାନ ଏବଂ ନ୍ୟୁ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ସେକ୍ସନ ଏବଂ ଉତ୍ତର ପ୍ରଦେଶର ମିରଟ ଦକ୍ଷିଣ ଏବଂ ମୋଦିପୁରମ୍ ମଧ୍ୟରେ ୨୧ କିଲୋମିଟର ସେକ୍ସନ ଅନ୍ତର୍ଭୁକ୍ତ ।
ଘଣ୍ଟା ପ୍ରତି ୧୮୦ କିଲୋମିଟର ଗତି ସହିତ, ନମୋ ଭାରତ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀ । ଏହା ସାହିବାବାଦ, ଗାଜିଆବାଦ, ମୋଦିନଗର ଏବଂ ମିରଟ ଭଳି ପ୍ରମୁଖ ସହରାଞ୍ଚଳ କେନ୍ଦ୍ରଗୁଡିକୁ ଦ୍ରୁତ ଗତିରେ ଦିଲ୍ଲୀ ସହିତ ସଂଯୋଗ କରିବ ।
କରିଡରର ଉତ୍ପତିସ୍ଥଳ ସରାଇ କାଲେ ଖାନ, ଏହି ଉଦ୍ଘାଟନ ସହିତ କାର୍ଯ୍ୟକ୍ଷମ ହେବାକୁ ଥିବା ରାରୋଟି ନମୋ ଭାରତ ଷ୍ଟେସନ ମଧ୍ୟରୁ ଗୋଟିଏ । ଏହା ଏକ ପ୍ରମୁଖ ମଲ୍ଟି-ମୋଡାଲ ହବ୍ ରୂପରେ ରଣନୈତିକ ଭାବରେ ଅବସ୍ଥିତ, ଯାହା ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନ, ଦିଲ୍ଲୀ ମେଟ୍ରୋରେ ପିଙ୍କ ଲାଇନ, ବୀର କହୀକତ ରାୟ ଆଇଏସ୍ବିଟି ଏବଂ ରିଙ୍ଗ ରୋଡକୁ ସୁଗମ ଭାବରେ ସଂଯୋଗ କରୁଛି । କାର୍ଯ୍ୟକ୍ଷମ ହେବାକୁ ଥିବା ଅନ୍ୟ ତିନିଟି ନମୋ ଭାରତ ଷ୍ଟେସନ, ଶତାବ୍ଦୀ ନଗର, ବେଗମପୁର ଏବଂ ମୋଦିପୁରମ ମିରଟରେ ରହିଛି ।
ପ୍ରଧାନମନ୍ତ୍ରୀ ମିରଟ ଦକ୍ଷିଣ ଏବଂ ମୋଦିପୁରମ ମଧ୍ୟରେ ମିରଟ ମେଟ୍ରୋ ସେବା ମଧ୍ୟ ଉଦ୍ଘାଟନ କରିବେ, ଯାହା ନମୋ ଭାରତ ପରି ସମାନ ଭିତ୍ତିଭୂମିରେ କାର୍ଯ୍ୟ କରିବ । ଏହା ଦେଶର ପ୍ରଥମ ପଦକ୍ଷେପ । ମିରଟ ମେଟ୍ରୋ ଭାରତର ସବୁଠାରୁ ଦ୍ରୁତତମ ମେଟ୍ରୋ ସିଷ୍ଟମ ହେବ ଯାହାର ସର୍ବାଧିକ ଗତି ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟର ହେବ । ମେଟ୍ରୋ ସମସ୍ତ ନିର୍ଦ୍ଧାରିତ ରହଣି ସହିତ କେବଳ ୩୦ ମିନିଟ ମଧ୍ୟରେ ସମଗ୍ର ଦୂରତା ସମ୍ପୂର୍ଣ୍ଣ କରିବ । ସମାନ ଭିତ୍ତିଭୂମିରେ ନମୋ ଭାରତ ଏବଂ ମିରଟ ମେଟ୍ରୋର ଏହି ନିର୍ବିଘ୍ନ ସମନ୍ୱୟ ଦ୍ରୁତ ଗତି ବିଶିଷ୍ଟ ଆନ୍ତଃନଗର ଯାତ୍ରା ଏବଂ ଦ୍ରୁତ ଆନ୍ତଃନଗର ପରିବହନ ସୁନିଶ୍ଚିତ କରିବ । ଏହା ଭାରତରେ ସମନ୍ୱିତ ସହରାଞ୍ଚଳ ଏବଂ ଆଞ୍ଚଳିକ ପରିବହନ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିବ । ଏହା ଫଳରେ ସଡକରେ ଟ୍ରାଫିକ ହ୍ରାସ ପାଇବା ସହ ଯାନବାହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ପରିମାଣ ମଧ୍ୟ ଉଲ୍ଲେଖନୀୟ ହ୍ରାସ ପାଇବ ।
ଏହି ପ୍ରକଳ୍ପଗୁଡିକ ପ୍ରଧାନମନ୍ତ୍ରୀଙ୍କ ସହରାଞ୍ଚଳ ଗତିଶୀଳତାକୁ ପରିବର୍ତ୍ତନ କରିବା ଏବଂ ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନକୁ ଉନ୍ନତ କରୁଥିବା ସୁନିଶ୍ଚିତ, ଦକ୍ଷ, ଆଧୁନିକ ଏବଂ ସ୍ଥାୟୀ ସାର୍ବଜନୀନ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାର ଦୃଷ୍ଟିକୋଣକୁ ଆହୁରି ପ୍ରୋତ୍ସାହିତ କରିବ ।
उत्तर प्रदेश समेत देशभर में रेल कनेक्टिविटी के तेज विस्तार के लिए हम प्रतिबद्ध हैं। इसी दिशा में कल दोपहर करीब 12:30 बजे मेरठ में देश की सबसे तेज मेरठ मेट्रो और नमो भारत ट्रेन के उद्घाटन का सौभाग्य मिलेगा। इसके बाद नमो भारत रीजनल रैपिड ट्रांजिट सिस्टम के दूसरे खंडों के शुभारंभ के…
— Narendra Modi (@narendramodi) February 21, 2026


