ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ଅନାବଶ୍ୟକ ଜଳ ବିଦ୍ୟୁତ୍‍ ଶକ୍ତି ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ପ୍ରତିଫଳିତ କରୁଛି
ପ୍ରଧାନମନ୍ତ୍ରୀ ରେଣୁକାଜୀ ଡ୍ୟାମ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ - ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ସଂଘୀୟ ବ୍ୟବସ୍ଥା ଦୃଷ୍ଟିକୋଣରୁ ଛଅଟି ରାଜ୍ୟକୁ ଏକାଠି କରି ଏହା ସମ୍ଭବ ହେଲା
ଦିଲ୍ଲୀକୁ ଜଳ ଯୋଗାଣ ବହୁ ପରିମାଣରେ ବୃଦ୍ଧି ପାଇବା ସହିତ ଏହି ପ୍ରକଳ୍ପ ଦିଲ୍ଲୀ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ପ୍ରଥମ ପର୍ଯ୍ୟାୟ ଲୁହରୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ଏବଂ ଧଉଳାସିଧ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀ ସାୱାରା-କୁଡୁ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଉଦଘାଟନ କରିବେ
ପ୍ରଧାମନ୍ତ୍ରୀ ହିମାଚଳ ପ୍ରଦେଶର ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍‍ର ଦ୍ୱିତୀୟ ଭୂମି ପୂଜନ ସମାରୋହରେ ଅଧ୍ୟକ୍ଷତା କରିବେ
ଏହି ସମ୍ମିଳନୀ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପୁଞ୍ଜି ନିବେଶ ବୃଦ୍ଧି ସହିତ ପାଖାପାଖି ୨୮,୦୦୦ କୋଟି ଟଙ୍କାର ପ୍ରକଳ୍ପର ଆରମ୍ଭ ହୋଇପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଡିସେମ୍ବର ୨୦୨୧ ରେ ହିମାଚଳ ପ୍ରଦେଶର ମାଣ୍ଡି ପରିଦର୍ଶନ କରିବେ । ସେ ଅପରାହ୍ନ ପ୍ରାୟ ୧୨ ଟା ସମୟରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । କାର୍ଯ୍ୟକ୍ରମ ପୂର୍ବରୁ ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ସେ ହିମାଚଳ ପ୍ରଦେଶର ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ର ଦ୍ୱିତୀୟ ଭୂପି ପୂଜନ ସମାରୋହରେ ଅଧ୍ୟକ୍ଷତା କରିବେ ।

ପ୍ରଧାନମନ୍ତ୍ରୀ ଦେଶରେ ଉପଲବ୍ଧ ସମ୍ବଳର ଅନାବଶ୍ୟକ ସମ୍ଭାବନାକୁ ସମ୍ପୂର୍ଣ୍ଣରୂପେ ଉପଯୋଗ କରିବା ଉପରେ ଧ୍ୟାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଟିଏ ହେଉଛି ହିମାଳୟ ଅଞ୍ଚଳରେ ଜଳ ବିଦ୍ୟୁତ୍‍ କ୍ଷମତାକୁ ଉପଯୁକ୍ତ ଭାବରେ ଉପଯୋଗ କରିବା । ଏହି ପ୍ରକଳ୍ପଗୁଡିକ ଉଦଘାଟିତ ହେବ ଏବଂ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବା ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବେ ପ୍ରତିଫଳିତ ହେବ ।

ପ୍ରଧାନମନ୍ତ୍ରୀ ରେଣୁକାଜୀ ଡ୍ୟାମ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ତିନି ଦଶନ୍ଧି ଧରି ବିଚାରାଧୀନ ଅବସ୍ଥାରେ ଥିବା ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ସଂଘୀୟ ସହଯୋଗ ସମ୍ଭବ ହୋଇପାରିଥିଲା, ଯେତେବେଳେ କେନ୍ଦ୍ର ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ଛଅଟି ରାଜ୍ୟ ଏକତ୍ରିତ ହୋଇଥିଲେ । ଏହି ୪୦ ମେଗାୱାଟ ପ୍ରକଳ୍ପ ପ୍ରାୟ ୭୦୦୦ କୋଟି ଟଙ୍କା ବ୍ୟୟରେ ର୍ନିମାଣ ହେବ । ଏହା ଦିଲ୍ଲୀ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ, ଯାହା ପ୍ରତିବର୍ଷ ପ୍ରାୟ ୫୦୦ ନିୟୁତ ଘନ ମିଟର ଜଳ ଯୋଗାଣରେ ସକ୍ଷମ ହେବ ।

ପ୍ରଧାନମନ୍ତ୍ରୀ ଲୁହରୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୨୧୦ ମେଗାୱାଟର ଏହି ପ୍ରକଳ୍ପ ୧୮୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବ । ଏହା ପ୍ରତିବର୍ଷ ୭୫୦ ନିୟୁତ ୟୁନିଟ୍ ବିଦ୍ୟୁତ୍‍ ଉତ୍ପାଦନ କରିବ । ଆଧୁନିକ ଏବଂ ର୍ନିଭରଶୀଳ ଗ୍ରୀଡ୍ ସହାୟତାରେ ଏହି ଅଞ୍ଚଳ ଏବଂ ଏହାର ଆଖପାଖ ରାଜ୍ୟଗୁଡିକ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।

ପ୍ରଧାନମନ୍ତ୍ରୀ ଧଉଳାସିଧ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହା ହମିରପୁର ଜିଲ୍ଲାରେ ଏଡି ଧରଣର ପ୍ରଥମ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ହେବ । ଏହି ୬୬ ମେଗାୱାଟ ପ୍ରକଳ୍ପ ୬୮୦ କୋଟିରୁ ଅଧିକ ବ୍ୟୟରେ ର୍ନିମିତ ହେବ । ଏହା ପ୍ରତିବର୍ଷ ୩୦୦ ନିୟୁତ ୟୁନିଟ୍ ବିଦ୍ୟୁତ୍‍ ଉତ୍ପାଦନ କରିବ ।

ପ୍ରଧାନମନ୍ତ୍ରୀ ସାୱରା-କୁଡୁ ଜଳ ବିଦ୍ୟୁତ୍‍ ପ୍ରକଳ୍ପର ଉଦଘାଟନ କରିବେ । ଏହି ୧୧୧ ମେଗାୱାଟ ପ୍ରକଳ୍ପ ପ୍ରାୟ ୨୦୮୦ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା ପ୍ରତିବର୍ଷ ୩୮୦ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିବ ଏବଂ ରାଜ୍ୟକୁ ବାର୍ଷିକ ୧୨୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ କରିବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ହିମାଚଳ ପ୍ରଦେଶର ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ର ଦ୍ୱିତୀୟ ଭୂମି ପୂଜନ ସମାରୋହରେ ଅଧ୍ୟକ୍ଷତା କରିବେ । ଏହି ସମାରୋହ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପୁଞ୍ଜି ବିନିଯୋଗ ବୃଦ୍ଧି ହେବା ସହିତ ପ୍ରାୟ ୨୮,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଆରମ୍ଭ ହେବା ନେଇ ଆଶା କରାଯାଉଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi