ସିନ୍ଧୁ ଦୁର୍ଗର ରାଜକୋଟ ଦୁର୍ଗରେ ପ୍ରଧାନମନ୍ତ୍ରୀ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ
ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଭାରତୀୟ ନୌସେନା ଜାହାଜ ଓ ସ୍ବତନ୍ତ୍ର ବାହିନୀ ଦ୍ବାରା ପରୀକ୍ଷାମୂଳକ ପ୍ରସ୍ତୁତିର ନିରୀକ୍ଷଣ କରିବେ ପ୍ରଧାନମନ୍ତ୍ରୀ

ଡିସେମ୍ବର ୪, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ପରିଦର୍ଶନରେ ଯିବେ। ଅପରାହ୍ଣ ପ୍ରାୟ ୪ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଂଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ପରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗ ଠାରେ ନୌସେନା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ବିମାନ ଓ ସ୍ବତନ୍ତ୍ର ବାହିନୀର ପରୀକ୍ଷାମୂଳକ ପ୍ରଦର୍ଶନ ପ୍ରସ୍ତୁତିକୁ ସିନ୍ଧୁ ଦୁର୍ଗର ତାରକାର୍ଲ ବେଳାଭୂମିରୁ ଅବଲୋକନ କରିବେ।

ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ନୌସେନା ଦିବସ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ “ନୌସେନା ଦିବସ-୨୦୨୩” ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶିବାଜୀ ମହାରାଜାଙ୍କ ମୋହରକୁ ଗତବର୍ଷ ନୂତନ ନୌସେନା ପ୍ରତୀକ ଭାବେ ଗ୍ରହଣ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପ୍ରଥମ ଭାରତୀୟ ଏୟାର କ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଥିଲେ।

ପ୍ରତିବର୍ଷ ନୌସେନା ଦିବସ କାର୍ଯ୍ୟକ୍ରମ ପାଳନ ବେଳେ, ନୌସେନା ଜାହାଜ, ବୁଡ଼ାଜାହାଜ, ଏୟାରକ୍ରାଫ୍ଟ ଓ ସ୍ବତନ୍ତ୍ର ବଳର ପରୀକ୍ଷାମୂଳକ ପ୍ରଦର୍ଶନ ପରମ୍ପରା ରହିଆସିଛି। ଏହି ପରୀକ୍ଷାମୂଳକ ପ୍ରଦର୍ଶନ ଜନସାଧାରଣଙ୍କୁ ଭାରତୀୟ ନୌସେନାର ବିଭିନ୍ନ ସମର କୌଶଳ ସମ୍ପର୍କରେ ଜାଣିବାକୁ ସୁଯୋଗ ପ୍ରଦାନ କରିଥାଏ। ଏହା ନୌସେନାର ଜାତୀୟ ସୁରକ୍ଷା ପ୍ରତି ଅବଦାନ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କ ମଧ୍ୟରେ ସାମୁଦ୍ରିକ ସଚେତନତା ସମ୍ପର୍କରେ ସୂଚନା ଦେଇଥାଏ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future