ପାଲଘରରେ ପାଖାପାଖି ୭୬,୦୦୦ କୋଟି ଟଙ୍କାର ବାଧବାନ ବନ୍ଦର ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଭାରତର ସର୍ବବୃହତ ଗଭୀର ଜଳ ବନ୍ଦର ହେବ ବାଧବାନ
ଏହି ବନ୍ଦର ଭାରତର ସାମୁଦ୍ରିକ ଯୋଗାଯୋଗକୁ ବଢ଼ାଇବ ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ
ପାଖାପାଖି ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ନ୍ୟାସନାଲ ରୋଲ୍ ଆଉଟ୍ ଅଫ୍ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମ୍ ଅଧୀନରେ ଉପକୂଳବର୍ତ୍ତୀ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯାନ୍ତ୍ରିକ ଓ ମୋଟରଚାଳିତ ମାଛଧରା ଜାହାଜରେ ୧ ଲକ୍ଷ ଟ୍ରାନ୍ସପଣ୍ଡର ଲଗାଯିବ
ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୪କୁ ସମ୍ବୋଧିତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୦, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପାଲଘର ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନ୍ସନ୍ ସେଣ୍ଟରରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୪କୁ ସମ୍ବୋଧିତ କରିବେ। ଏହାପରେ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ପାଲଘରସ୍ଥିତ ସିଡକୋ ପଡ଼ିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବେ।

 

ମୁମ୍ବାଇରେ ପ୍ରଧାନମନ୍ତ୍ରୀ    

ପ୍ରଧାନମନ୍ତ୍ରୀ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫଏଫ୍) ୨୦୨୪ର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ । ପେମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ଫିନଟେକ୍‍ କନଭର୍ଜେନସ୍‍ କାଉନସିଲ୍ ମିଳିତ ଭାବେ ଜିଇଏଫ୍ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ଭାରତ ଓ ଅନ୍ୟାନ୍ୟ ଦେଶର ନୀତି ନିର୍ଦ୍ଧାରକ, ନିୟାମକ, ବରିଷ୍ଠ ବ୍ୟାଙ୍କ ଅଧିକାରୀ, ଶିଳ୍ପ ଅଧିନାୟକ ଏବଂ ଶିକ୍ଷାବିତଙ୍କ ସମେତ ପ୍ରାୟ ୮୦୦ ବକ୍ତା ୩୫୦ରୁ ଅଧିକ ଅଧିବେଶନକୁ ସମ୍ବୋଧିତ କରିବେ। ଏଥିରେ ଫିନଟେକ୍ ଲ୍ୟାଣ୍ଡସ୍କେପର ଅତ୍ୟାଧୁନିକ ଉଦ୍ଭାବନକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଜିଏଫଏଫ୍ ୨୦୨୪ରେ ୨୦ରୁ ଅଧିକ ଚିନ୍ତାଧାରାର ନେତୃତ୍ୱ ରିପୋର୍ଟ ଏବଂ ଶ୍ୱେତପତ୍ର ଉନ୍ମୋଚନ କରାଯିବ, ଯେଉଁଥିରେ ବୁଝାମଣା ଏବଂ ଗଭୀର ଶିଳ୍ପ ସୂଚନା ପ୍ରଦାନ କରାଯିବ ।

 

ପାଲଘରରେ ପ୍ରଧାନମନ୍ତ୍ରୀ  

ପ୍ରଧାନମନ୍ତ୍ରୀ ୩୦ ଅଗଷ୍ଟ ୨୦୨୪ରେ ବାଧବାନ ବନ୍ଦରର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୭୬,୦୦୦ କୋଟି ଟଙ୍କା । ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଯାହା ବଡ଼ କଣ୍ଟେନର ଜାହାଜଗୁଡିକର ଆବଶ୍ୟକତା ପୂରଣ କରିବା, ଗଭୀର ଡ୍ରାଫ୍ଟ ପ୍ରଦାନ କରିବା ଏବଂ ଅତ୍ୟାଧୁନିକ ବୃହତ ମାଲବାହୀ ଜାହାଜଗୁଡିକୁ ରଖିବା ଦ୍ୱାରା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

 

ପାଲଘର ଜିଲ୍ଲାର ଦହାନୁ ସହର ନିକଟରେ ଅବସ୍ଥିତ ବାଧବାନ ବନ୍ଦର ଭାରତର ସର୍ବବୃହତ ଗଭୀର ଜଳ ବନ୍ଦର ହେବ ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ, ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରେ ସଜ୍ଜିତ ଏହି ବନ୍ଦରରେ ଗଭୀର ବର୍ଥ, ଦକ୍ଷ କାର୍ଗୋ ହ୍ୟାଣ୍ଡଲିଂ ସୁବିଧା ଏବଂ ଅତ୍ୟାଧୁନିକ ବନ୍ଦର ପରିଚାଳନା ବ୍ୟବସ୍ଥା ରହିବ। ଏହି ବନ୍ଦର ଉଲ୍ଲେଖନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିବ ବୋଲି ଆଶା କରାଯାଉଛି । ବାଧବାନ ବନ୍ଦର ପ୍ରକଳ୍ପରେ ନିରନ୍ତର ବିକାଶ ଅଭ୍ୟାସ ଅନ୍ତର୍ଭୁକ୍ତ, ପରିବେଶ ପ୍ରଭାବକୁ ହ୍ରାସ କରିବା ଏବଂ କଠୋର ପରିବେଶ ମାନଦଣ୍ଡ ଅନୁସରଣ କରିବା ଉପରେ ଧ୍ୟାନ ଦିଆଯାଇଛି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ଭାରତର ସାମୁଦ୍ରିକ ଯୋଗାଯୋଗ ବୃଦ୍ଧି ପାଇବ ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭାବେ ଏହାର ସ୍ଥିତି ଆହୁରି ସୁଦୃଢ଼ ହେବ।

 

ସମଗ୍ର ଦେଶରେ ଏହି କ୍ଷେତ୍ରର ଭିତ୍ତିଭୂମି ଏବଂ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୫୬୦ କୋଟି ଟଙ୍କାର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ପଦକ୍ଷେପ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ପାଞ୍ଚ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

 

ପ୍ରଧାନମନ୍ତ୍ରୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଜାହାଜ ଯୋଗାଯୋଗ ଏବଂ ସହାୟତା ବ୍ୟବସ୍ଥାର ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପ ଅଧୀନରେ ଉପକୂଳବର୍ତ୍ତୀ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯାନ୍ତ୍ରିକ ଏବଂ ମୋଟରଚାଳିତ ମାଛଧରା ଜାହାଜରେ ପର୍ଯ୍ୟାୟକ୍ରମେ ୧ ଲକ୍ଷ ଟ୍ରାନ୍ସପଣ୍ଡର ସ୍ଥାପନ କରାଯିବ। ଜାହାଜ ଯୋଗାଯୋଗ ଏବଂ ସମର୍ଥନ ବ୍ୟବସ୍ଥା ଇସ୍ରୋ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ, ଯାହା ମତ୍ସ୍ୟଜୀବୀମାନେ ସମୁଦ୍ରରେ ଥିବା ସମୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିବାରେ ସହାୟକ ହେବ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହିତ ଆମ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ ।

 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ଅନ୍ୟାନ୍ୟ ପଦକ୍ଷେପ ଗୁଡ଼ିକ ମଧ୍ୟରେ ମାଛଧରା ବନ୍ଦର ଏବଂ ସମନ୍ୱିତ ଆକ୍ୱାପାର୍କର ବିକାଶ ସହିତ ପୁନଃବ୍ୟବହାରଯୋଗ୍ୟ ଜଳଚାଷ ପ୍ରଣାଳୀ ଏବଂ କୁଣ୍ଡରେ ମାଛଚାଷ ପରି ଉନ୍ନତ ଜ୍ଞାନକୌଶଳ ଗ୍ରହଣ କରିବା ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଏକାଧିକ ରାଜ୍ୟରେ କାର୍ଯ୍ୟକାରୀ ହେବ ଏବଂ ମାଛ ଉତ୍ପାଦନ ବୃଦ୍ଧି, ଅମଳ ପରବର୍ତ୍ତୀ ପରିଚାଳନାରେ ଉନ୍ନତି ଆଣିବା ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ନିୟୋଜିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଉନ୍ନତ ମାନର ଉପକରଣ ପ୍ରଦାନ କରିବ ।

 

ପ୍ରଧାନମନ୍ତ୍ରୀ ମତ୍ସ୍ୟ ଅବତରଣ ବନ୍ଦରର ବିକାଶ, ଉନ୍ନତିକରଣ ଓ ଆଧୁନିକୀକରଣ, ମାଛ ଅବତରଣ କେନ୍ଦ୍ର ଏବଂ ମାଛ ବଜାର ନିର୍ମାଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାଦ୍ୱାରା ମାଛ ଓ ସାମୁଦ୍ରିକ ଖାଦ୍ୟର ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ସୁବିଧା ଓ ପରିଷ୍କାର ପରିବେଶ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India expands LNG sourcing network from 6 to 15 countries, crude oil from 27 to 41 amid geopolitical risks

Media Coverage

India expands LNG sourcing network from 6 to 15 countries, crude oil from 27 to 41 amid geopolitical risks
NM on the go

Nm on the go

Always be the first to hear from the PM. Get the App Now!
...
PM to release the Autobiography of Former President Shri Ram Nath Kovind on 12 August
August 11, 2026
Title of the Autobiography: “Triumph of the Indian Republic: My Life, My Struggles”

Prime Minister Shri Narendra Modi will release the autobiography of former President of India, Shri Ram Nath Kovind, titled “Triumph of the Indian Republic: My Life, My Struggles”, on 12 August, 2026, at 9:30 AM at Vigyan Bhavan, New Delhi. Prime Minister will also address the gathering on the occasion.

The release of the autobiography by the Prime Minister will mark a significant occasion celebrating the life and contributions of one of India’s most distinguished public figures. The autobiography offers a deeply personal account of Shri Ram Nath Kovind’s remarkable life journey, tracing his experiences, struggles and achievements from his early years to his distinguished public life and eventual service as the 14th President of India. The book provides insights into the values, experiences and circumstances that shaped his journey and public service.