ପ୍ରଧାନମନ୍ତ୍ରୀ ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ)କୁ କରିବେ ଉଦଘାଟନ
ପ୍ରାୟ ୨୫ଟି ଦେଶର ମନ୍ତ୍ରୀସ୍ତରୀୟ ଅଂଶଗ୍ରହଣ ସହିତ ବିଶ୍ୱ ଗଣମାଧ୍ୟମ ଆଲୋଚନାର ଆୟୋଜନ କରିବ ଭାରତ
ପ୍ରଧାନମନ୍ତ୍ରୀ କେରଳରେ ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ଏହା ଭାରତର ପ୍ରଥମ ସମର୍ପିତ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର
ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଅମରାବତୀରେ ୫୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ବିଭିନ୍ନ ସଡ଼କ ଏବଂ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏବଂ ୨ ତାରିଖରେ ମହାରାଷ୍ଟ୍ର, କେରଳ ଏବଂ ଆନ୍ଧ୍ରପ୍ରଦେଶକୁ ଦୁଇ ଦିନିଆ ଗସ୍ତ କରିବେ। ସେ ଆସନ୍ତାକାଲି ମୁମ୍ବାଇ ଯାତ୍ରା କରିବେ ଏବଂ ସକାଳ ପ୍ରାୟ ସାଢ଼େ ୧୦ ଟାରେ, ସେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ)କୁ ଉଦଘାଟନ କରିବେ।

ଏହା ପରେ, ସେ କେରଳ ଯାତ୍ରା କରିବେ ଏବଂ ମେ ୨ ତାରିଖ ସକାଳ ପ୍ରାୟ ସାଢ଼େ ୧୦ ଟାରେ ରେ, ସେ ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏହା ପରେ, ସେ ଆନ୍ଧ୍ରପ୍ରଦେଶ ଯାତ୍ରା କରିବେ ଏବଂ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ, ସେ ଅମରାବତୀରେ ୫୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଉଦବୋଧନ ଦେବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିବେ। ‘‘କନେକ୍ଟିଂ କ୍ରିଏଟର୍ସ, କନେକ୍ଟିଂ କଣ୍ଟ୍ରିଜ୍" ବିଷୟବସ୍ତୁ ସହିତ, ଏହି ଚାରି ଦିନିଆ ଶିଖର ସମ୍ମିଳନୀ ବିଶ୍ୱର ନିର୍ମାତା, ଷ୍ଟାର୍ଟଅପ୍, ଶିଳ୍ପ ନେତୃତ୍ଵ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ରିତ କରି ଭାରତକୁ ମିଡିଆ, ମନୋରଞ୍ଜନ ଏବଂ ଡିଜିଟାଲ୍ ନବସୃଜନର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ପ୍ରସ୍ତୁତ।

ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭାକୁ ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ, ୱେଭ୍ସ ଫିଲ୍ମ, ଓଟିଟି, ଗେମିଂ, କମିକ୍ସ, ଡିଜିଟାଲ୍ ମିଡିଆ, ଏଆଇ, ଏଭିଜିସି – ଏକ୍ସଆର୍, ପ୍ରସାରଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବ। ୱେଭ୍ସ ୨୦୨୯ ସୁଦ୍ଧା ୫୦ ବିଲିୟନ ଡଲାରର ବଜାର ଖୋଲିବାକୁ ଲକ୍ଷ୍ୟ ରଖିଛି, ଯାହା ବିଶ୍ୱ ମନୋରଞ୍ଜନ ଅର୍ଥନୀତିରେ ଭାରତର ପାଦଚିହ୍ନକୁ ବିସ୍ତାର କରିବ।

ୱେଭ୍ସ ୨୦୨୫ରେ, ଭାରତ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ମିଡିଆ ଡାଏଲଗ୍ (ଜିଏମଡି) ଆୟୋଜନ କରିବ, ଯେଉଁଥିରେ ୨୫ଟି ଦେଶର ମନ୍ତ୍ରୀସ୍ତରୀୟ ଅଂଶଗ୍ରହଣ ରହିବ, ଯାହା ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ ପରିଦୃଶ୍ୟ ସହିତ ଦେଶର ସମ୍ପର୍କର ଏକ ମାଇଲଖୁଣ୍ଟ ହେବ। ଏହି ସମ୍ମିଳନୀରେ ୱେଭ୍ସ ବଜାର ମଧ୍ୟ ପ୍ରଦର୍ଶିତ ହେବ। ଏକ ବିଶ୍ୱସ୍ତରୀୟ ଇ - ମାର୍କେଟପ୍ଲେସ୍ ରୂପେ ଏଥିରେ ୬,୧୦୦ ରୁ ଅଧିକ କ୍ରେତା, ୫,୨୦୦ ବିକ୍ରେତା ଏବଂ ୨୧୦୦ ପ୍ରକଳ୍ପ ରହିବ। ଏହା ସ୍ଥାନୀୟ ଏବଂ ବିଶ୍ୱ ସ୍ତରରେ କ୍ରେତା ଏବଂ ବିକ୍ରେତାଙ୍କୁ ସଂଯୋଗ କରିବା, ବ୍ୟାପକ ନେଟୱର୍କିଂ ଏବଂ ବ୍ୟବସାୟିକ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ କ୍ରିଏଟୋସ୍ପିଅର ପରିଦର୍ଶନ କରିବେ ଏବଂ ପ୍ରାୟ ଏକ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୩୨ଟି କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜରୁ ମନୋନୀତ କ୍ରିଏଟରଙ୍କ ସହ ଆଲୋଚନା କରିବେ, ଯାହା ପାଇଁ ଏକ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଥିଲା। ସେ ଭାରତ ପାଭିଲିୟନ ମଧ୍ୟ ପରିଦର୍ଶନ କରିବେ।

ୱେଭ୍ସ ୨୦୨୫ ରେ ୯୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ, ଯେଉଁଥିରେ ୧୦,୦୦୦ ରୁ ଅଧିକ ପ୍ରତିନିଧି, ୧,୦୦୦ ନିର୍ମାତା, ୩୦୦+ କମ୍ପାନୀ ଏବଂ ୩୫୦+ ଷ୍ଟାର୍ଟଅପ୍ ସାମିଲ ହେବେ। ଏହି ସମ୍ମିଳନୀରେ ପ୍ରସାରଣ, ଇନଫୋଟେନମେଣ୍ଟ, ଏଭିଜିସି – ଏକ୍ସଆର୍, ଚଳଚ୍ଚିତ୍ର ଏବଂ ଡିଜିଟାଲ୍ ମିଡିଆ ସମେତ ବିବିଧ କ୍ଷେତ୍ରକୁ ନେଇ ୪୨ଟି ପ୍ଲେନାରୀ ସେସନ୍, ୩୯ଟି ବ୍ରେକଆଉଟ୍ ସେସନ୍ ଏବଂ ୩୨ଟି ମାଷ୍ଟରକ୍ଲାସ୍ ପ୍ରଦର୍ଶିତ ହେବ।

କେରଳରେ ପ୍ରଧାନମନ୍ତ୍ରୀ

କେରଳରେ ପ୍ରଧାନମନ୍ତ୍ରୀ ୮୯୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା ଦେଶର ପ୍ରଥମ ସମର୍ପିତ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର ଯାହା ବିକଶିତ ଭାରତର ଏକୀକୃତ ଦୃଷ୍ଟିକୋଣର ଅଂଶ ଭାବରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକାରୀ ଅଗ୍ରଗତିକୁ ପ୍ରତିନିଧିତ୍ୱ କରେ।

ଭିଜିଞ୍ଜାମ ବନ୍ଦରକୁ ଏକ ପ୍ରମୁଖ ପ୍ରାଥମିକତା ପ୍ରକଳ୍ପ ଭାବରେ ଚିହ୍ନଟ କରାଯାଇଛି , ଯାହା ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ କାର୍ଗୋ ପରିବହନ ପାଇଁ ବିଦେଶୀ ବନ୍ଦର ଉପରେ ନିର୍ଭରତା ହ୍ରାସ କରିବାରେ ଯୋଗଦାନ କରିବ। ଏହାର ପ୍ରାକୃତିକ ଗଭୀରତା, ଯାହା ପ୍ରାୟ ୨୦ ମିଟର ଏବଂ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ ନିକଟରେ ଏହାର ଅବସ୍ଥିତି ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରେ।

ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ  କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ।

ସାରା ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ସଂଯୋଗୀକରଣ ସୁନିଶ୍ଚିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ। ଏହି ପ୍ରକଳ୍ପ ଗୁଡ଼ିକରେ ଜାତୀୟ ରାଜପଥର ବିଭିନ୍ନ ଅଂଶକୁ ପ୍ରଶସ୍ତ କରିବା, ରୋଡ୍ ଓଭର ବ୍ରିଜ୍ ଏବଂ ସବୱେ ନିର୍ମାଣ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ସୁରକ୍ଷାକୁ ଆହୁରି ବୃଦ୍ଧି କରିବ; ନିଯୁକ୍ତି ସୁଯୋଗ ସୃଷ୍ଟି କରିବ; ତିରୁପତି, ଶ୍ରୀକାଳହସ୍ତୀ, ମଲକୋଣ୍ଡା ଏବଂ ଉଦୟଗିରି ଦୁର୍ଗ ଭଳି ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସୁଗମ ସଂଯୋଗୀକରଣ ଯୋଗାଇବ ।

ପ୍ରଧାନମନ୍ତ୍ରୀ ସଂଯୋଗୀକରଣ ବୃଦ୍ଧି ଏବଂ କ୍ଷମତା ବୃଦ୍ଧି ଲକ୍ଷ୍ୟ ନେଇ ରେଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପ ଗୁଡ଼ିକରେ ବୁଗନାପାଲି ସିମେଣ୍ଟ ନଗର ଏବଂ ପାଣ୍ୟମ୍ ଷ୍ଟେସନ ମଧ୍ୟରେ ରେଳ ଲାଇନର ଦୋହରୀକରଣ, ରାୟଲସୀମା ଏବଂ ଅମରାବତୀ ମଧ୍ୟରେ ସଂଯୋଗ ବୃଦ୍ଧି ଏବଂ ନ୍ୟୁ ୱେଷ୍ଟ ବ୍ଲକ୍ ହଟ୍ କ୍ୟାବିନ୍ ଏବଂ ବିଜୟୱାଡା ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ଛଅଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ଗୋଟିଏ ରେଳ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକରେ ଜାତୀୟ ରାଜପଥର ବିଭିନ୍ନ ଅଂଶକୁ ପ୍ରଶସ୍ତ କରିବା; ଉଚ୍ଚ କରିଡର ନିର୍ମାଣ, ହାଫ୍ କ୍ଲୋଭର ଲିଫ୍ ଏବଂ ରାସ୍ତା ଉପରେ ବ୍ରିଜ ନିର୍ମାଣ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣ, ଆନ୍ତଃରାଜ୍ୟ ଯାତ୍ରା, ଭିଡ଼ ହ୍ରାସ ଏବଂ ସାମଗ୍ରିକ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବ। ଗୁଣ୍ଟାକାଲ ୱେଷ୍ଟ ଏବଂ ମଲ୍ଲାପ୍ପା ଗେଟ୍ ଷ୍ଟେସନ ମଧ୍ୟରେ ରେଳ ଉପରେ ରେଳ ନିର୍ମାଣର ଲକ୍ଷ୍ୟ ହେଉଛି ମାଲବାହୀ ଟ୍ରେନଗୁଡ଼ିକୁ ବାଇପାସ୍ କରିବା ଏବଂ ଗୁଣ୍ଟାକାଲ ଜଙ୍କସନରେ ଭିଡ଼ ହ୍ରାସ କରିବା।

ପ୍ରଧାନମନ୍ତ୍ରୀ ୧୧,୨୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୧୭,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭୁଗର୍ଭସ୍ଥ ଉପଯୋଗୀତା ଏବଂ ଉନ୍ନତ ବନ୍ୟା ପରିଚାଳନା ପ୍ରଣାଳୀ ସହିତ ୩୨୦ କିଲୋମିଟର ବିଶ୍ୱସ୍ତରୀୟ ପରିବହନ ନେଟୱାର୍କ ସହିତ ଟ୍ରଙ୍କ ଭିତ୍ତିଭୂମି ଏବଂ ବନ୍ୟା ପ୍ରଶମନ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଲ୍ୟାଣ୍ଡ ପୁଲିଂ ଯୋଜନା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ରାଜଧାନୀ ଅମରାବତୀରେ କେନ୍ଦ୍ରୀୟ ମଧ୍ୟମା, ସାଇକେଲ ଟ୍ରାକ୍ ଏବଂ ସମନ୍ୱିତ ଉପଯୋଗୀତା ସହିତ ସଜ୍ଜିତ ୧୨୮୧ କିଲୋମିଟର ରାସ୍ତାକୁ ପରିସରଭୁକ୍ତ କରିବ, ଯାହାର ମୂଲ୍ୟ ୨୦,୪୦୦ କୋଟି ଟଙ୍କାରୁ ଅଧିକ ହେବ।

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ନାଗାୟାଲଙ୍କାରେ ପ୍ରାୟ ୧,୪୬୦ କୋଟି ଟଙ୍କା ମୂଲ୍ୟର କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ ଏକ ଲଞ୍ଚ ସେଣ୍ଟର, ବୈଷୟିକ ଉପକରଣ ସୁବିଧା, ସ୍ୱଦେଶୀ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ- ଅପ୍ଟିକାଲ୍ ସିଷ୍ଟମ ରହିବ ଯାହା ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ବିଶାଖାପାଟଣାର ମଧୁରୱାଡାରେ ପିଏମ ଏକତା ମଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବା, ମେକ୍ ଇନ୍ ଇଣ୍ଡିଆ ପ୍ରୟାସକୁ ସମର୍ଥନ କରିବା, ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ସ୍ୱଦେଶୀ ଉତ୍ପାଦର ବଜାର ଉପସ୍ଥିତି ବୃଦ୍ଧି କରିବା ଲକ୍ଷ୍ୟରେ ଏହାର ପରିକଳ୍ପନା କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.