ଜାତୀୟ ସିକଲ ସେଲ୍‌ ଆନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଶେହଡୋଲ ଜିଲ୍ଲାର ପକାରିଆ ଗ୍ରାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଏବଂ ଗାଁର ବିଭିନ୍ନ ଅଂଶୀଦାରଙ୍କ ସହିତ ମତବିନିମୟ କରିବେ
ସାରା ରାଜ୍ୟରେ ପ୍ରାୟ ୩.୫୭ କୋଟି ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବିତରଣର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଷୋଡ଼ଶ ଶତାବ୍ଦୀର ସାହସୀ ଗୋଣ୍ଡୱାନା ରାଣୀ ଦୁର୍ଗାବତୀଙ୍କୁ ସମ୍ମାନ ଜଣାଇବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ପହିଲା, ୨୦୨୩ରେ ମଧ୍ୟପ୍ରଦେଶ ଗସ୍ତ କରିବେ ।

ଅପରାହ୍ଣ ସାଢ଼େ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶେହଡୋଲ ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ । ଏଠାରେ ସେ ଜାତୀୟ ସିକଲ୍‌ ସେଲ ଏନିମିଆ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ । ସେ ମଧ୍ୟ ହିତାଧିକାରୀମାନଙ୍କୁ ସିକଲ ସେଲ୍‌ ଜେନଟିକ୍‌ ଷ୍ଟାଟସ୍‌ କାର୍ଡ ବିତରଣ କରିବେ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଶେଷ କରି ଜନଜାତି ଜନସଂଖ୍ୟାରେ ଥିବା ସିକଲ ସେଲ୍‌ ରୋଗ କାରଣରୁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବା । ୨୦୪୭ ସୁଦ୍ଧା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ସିକଲ ସେଲ୍‌ ରୋଗକୁ ସମାପ୍ତ କରିବା ପାଇଁ ସରକାର ଜାରି ରଖିଥିବା ଏକ ପ୍ରୟାସ ଦିଗରେ ଏହି ଅଭିଯାନ ବିଶେଷ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଜାତୀୟ ସିକଲ ସେଲ୍‌ ଆନିମିଆ ଉନ୍ମୁଳନ ଅଭିଯାନ କାର୍ଯ୍ୟକାରୀ କରିବା ଲାଗି ୨୦୨୩ ସାଧାରଣ ବଜେଟ୍‌ରେ ଘୋଷଣା କରାଯାଇଥିଲା। ଏହାକୁ ଦେଶର ୧୭ଟି ଉଚ୍ଚ କେନ୍ଦ୍ରିତ ରାଜ୍ୟ - ଓଡ଼ିଶା, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ତାମିଲନାଡ଼ୁ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, କେରଳ ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାରୀ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟପ୍ରଦେଶରେ ୩.୫୭ କୋଟି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବିତରଣର ଶୁଭାରମ୍ଭ କରିବେ । ଆୟୁଷ୍ମାନ କାର୍ଡ ବିତରଣ ଅଭିଯାନ ସହରାଞ୍ଚଳ ପ୍ରଶାସନିକ କ୍ଷେତ୍ର, ଗ୍ରାମ ପଞ୍ଚାୟତ ଓ ରାଜ୍ୟବ୍ୟାପୀ ଥିବା ବିକାଶ ବ୍ଲକରେ ଆୟୋଜନ କରାଯାଉଛି । ଆୟୁଷ୍ମାନ କାର୍ଡ ବିତରଣ ଅଭିଯାନ ବିକାଶମୂଳକ ଯୋଜନାଗୁଡ଼ିକୁ ଶତପ୍ରତିଶତ ସମ୍ପୂର୍ଣ୍ଣ କରିବା ସୁନିଶ୍ଚିତ କରିବା ଲାଗି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏକ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ, ଗୋଣ୍ଡୱାନାର ସାହସୀ ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ଯିଏକି ଷୋଡ଼ଶ ଶତାବ୍ଦୀରେ ଏଠାରେ ରାଜୁତି କରୁଥିଲେ । ଜଣେ ସାହସୀ, ନିର୍ଭୀକ ଓ ସମ୍ମାନିତ ଯୋଦ୍ଧା ଭାବେ ତାଙ୍କୁ ସ୍ମରଣ କରାଯାଏ ଯିଏକି ମୋଗଲ ମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ କରିଥିଲେ ।

ଏକ ଅଭିନବ ପ୍ରୟାସ କ୍ରମେ, ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୫ଟା ସମୟରେ ଶେହଡୋଲ ଜିଲ୍ଲାରେ ଥିବା ପକାରିଆ ଗ୍ରାମକୁ ଗସ୍ତ କରିବେ ଏବଂ ଜନଜାତି ନେତୃବର୍ଗ, ସ୍ୱୟଂ ସହାୟକ ଗୋଷ୍ଠୀ, ପେସା [ପଞ୍ଚାୟତ (ଅନୁସୂଚିତ କ୍ଷେତ୍ରର ସମ୍ପ୍ରସାରଣ) ଆଇନ, ୧୯୯୬] କମିଟି ନେତା ଏବଂ ଗାଁ ଫୁଟବଲ୍‌ କ୍ଲବର ଅଧିନାୟକମାନଙ୍କ ସହିତ ମତ ବିନିମୟ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥