ପ୍ରଧାନମନ୍ତ୍ରୀ ପାଖାପାଖି ୭୫୦୦ କୋଟି ଟଙ୍କାର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ
ବିଶେଷ କରି ପଛୁଆ ଜନଜାତିର ପ୍ରାୟ ଦୁଇ ଲକ୍ଷ ମହିଳା ହିତାଧିକାରୀଙ୍କୁ ଆହାର ଅନୁଦାନର ମାସିକ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ସ୍ୱାମିତ୍ୱ ଯୋଜନାର ହିତାଧିକାରୀ ମାନଙ୍କୁ ୧.୭୫ ଲକ୍ଷ ଅଧିକାର ଅଭିଲେଖ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ତାନ୍ତ୍ୟା ମାମା ଭିଲ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ , ଯାହା ଏହି ଅଞ୍ଚଳରେ ଅଧିକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ବିଶ୍ୱ ବିଦ୍ୟାଳୟ
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୫୫୦ରୁ ଅଧିକ ଗ୍ରାମ ପାଇଁ ପାଣ୍ଠି ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ
ରତଲାମ୍ ଏବଂ ମେଘନାଗର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ସଡ଼କ, ରେଳ, ଶକ୍ତି ଏବଂ ଜଳ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀ ୧୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ସେ ମଧ୍ୟପ୍ରଦେଶର ଝାବୁଆ ଠାରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ଅନ୍ତ୍ୟୋଦୟର ଦୃଷ୍ଟିଭଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡିକ ପାଇଁ ଏକ ମାର୍ଗଦର୍ଶକ ହୋଇଛି । ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ବିକାଶର ସୁଫଳ ପାଇନଥିବା ଜନଜାତି ସମ୍ପ୍ରଦାୟ ପାଖରେ ଏହି ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଏକାଧିକ ପଦକ୍ଷେପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ , ଯାହା ଏହି ଅଞ୍ଚଳର ଉଲ୍ଲେଖନୀୟ ଜନଜାତି ଜନସଂଖ୍ୟା ପାଇଁ ଲାଭଦାୟକ ହେବ ।

ପ୍ରଧାନମନ୍ତ୍ରୀ ଆହାର ଅନୁଦାନ ଯୋଜନା ଅଧୀନରେ ପ୍ରାୟ ଦୁଇ ଲକ୍ଷ ମହିଳା ହିତାଧିକାରୀଙ୍କୁ ଆହାର ଅନୁଦାନର ମାସିକ କିସ୍ତି ପ୍ରଦାନ କରିବେ । ଏହି ଯୋଜନା ଅଧୀନରେ ମଧ୍ୟପ୍ରଦେଶର ବିଭିନ୍ନ ବିଶେଷ ପଛୁଆ ଜନଜାତି ବର୍ଗର ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ମାସିକ ୧୫୦୦ ଟଙ୍କା ପ୍ରଦାନ କରାଯାଏ ।

ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନାର ହିତାଧିକାରୀ ମାନଙ୍କୁ ୧.୭୫ ଲକ୍ଷ ଅଧିକାର ଅଭିଲେଖ (ଅଧିକାରର ରେକର୍ଡ) ବଣ୍ଟନ କରିବେ । ଏହା ଦ୍ୱାରା ଲୋକମାନଙ୍କୁ ସେମାନଙ୍କ ଜମି ଅଧିକାର ପାଇଁ ଦଲିଲ୍ ଆକାରରେ ପ୍ରମାଣ ମିଳିବ ।

ପ୍ରଧାନମନ୍ତ୍ରୀ ତାନ୍ତ୍ୟା ମାମା ଭିଲ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ, ଯାହା ଏକ ଉତ୍ସର୍ଗୀକୃତ ବିଶ୍ୱ ବିଦ୍ୟାଳୟ ଏବଂ ଏହି ଅଞ୍ଚଳରେ ଅଧିକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଯୁବକମାନଙ୍କୁ ସେବା ପ୍ରଦାନ କରିବ । ୧୭୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବ ।

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୫୫୯ଟି ଗ୍ରାମ ପାଇଁ ୫୫.୯ କୋଟି ଟଙ୍କା ହସ୍ତାନ୍ତର କରିବେ । ଏହି ଅର୍ଥ ଅଙ୍ଗନବାଡି ଭବନ, ସୁଲଭ ମୂଲ୍ୟ ଦୋକାନ, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟରେ ଅତିରିକ୍ତ କୋଠରୀ ନିର୍ମାଣ, ଆଭ୍ୟନ୍ତରୀଣ ରାସ୍ତା ସମେତ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେବ । 

ପ୍ରଧାନମନ୍ତ୍ରୀ ଝାବୁଆ ଠାରେ 'ସିଏମ୍ ରାଇଜ୍ ସ୍କୁଲ୍‌' ର ଶିଳାନ୍ୟାସ କରିବେ । ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ, ଇ ପାଠାଗାର ଆଦି ଆଧୁନିକ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍କୁଲ ଟେକ୍ନୋଲୋଜିକୁ ସମନ୍ୱିତ କରିବ ।

ପ୍ରଧାନମନ୍ତ୍ରୀ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଗୁଡିକ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ, ଯାହା ମଧ୍ୟପ୍ରଦେଶରେ ଜଳ ଯୋଗାଣ ଏବଂ ପାନୀୟ ଜଳ ଯୋଗାଣକୁ ସୁଦୃଢ଼ କରିବ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହେବ ସେଗୁଡ଼ିକ ମଧ୍ୟରେ ରହିଛି 'ତଳବଡା ପ୍ରକଳ୍ପ' ଯାହା ଧାର ଏବଂ ରତଲାମ୍‌ର ଏକ ହଜାରରୁ ଅଧିକ ଗ୍ରାମ ପାଇଁ ପାନୀୟ ଜଳ ଯୋଗାଣ ଯୋଜନା; ଏବଂ ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ (ଅମୃତ) ୨.୦ ଅଧୀନରେ ୧୪ଟି ସହରାଞ୍ଚଳ ଜଳ ଯୋଗାଣ ଯୋଜନା, ଯାହା ଦ୍ୱାରା ମଧ୍ୟପ୍ରଦେଶର ଏକାଧିକ ଜିଲ୍ଲାର ୫୦ ହଜାରରୁ ଅଧିକ ସହରାଞ୍ଚଳ ପରିବାର ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଝାବୁଆର ୫୦ଟି ଗ୍ରାମ ପଞ୍ଚାୟତ ପାଇଁ 'ନଳ ଜଳ ଯୋଜନା' କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ , ଯାହା ପ୍ରାୟ ୧୧ ହଜାର ପରିବାରକୁ ନଳ ମାଧ୍ୟମରେ ଜଳ ଯୋଗାଇ ଦେବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏଥିରେ ରତଲାମ୍ ରେଳ ଷ୍ଟେସନ ଏବଂ ମେଘନାଗର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ମଧ୍ୟ ଅନ୍ତର୍ଭୁକ୍ତ । ଅମୃତ ଭାରତ ଷ୍ଟେସନ ଯୋଜନାରେ ଏହି ଷ୍ଟେସନ ଗୁଡ଼ିକର ପୁନଃବିକାଶ କରାଯିବ । ଦେଶ ଉଦ୍ଦେଶ୍ୟରେ ସମର୍ପିତ ଏହି ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇନ୍ଦୋର - ଦେୱାସ- ଉଜ୍ଜୟିନୀ ସି କ୍ୟାବିନ୍ ରେଳ ଲାଇନର ଦୋହରୀକରଣ; ଇଟାର୍ସି - ଉତ୍ତର - ଦକ୍ଷିଣ ଗ୍ରେଡ୍ ପୃଥକୀକରଣ ସହ ୟାର୍ଡ ପୁନଃନିର୍ମାଣ; ଏବଂ ବାରଖେରା - ବୁଡନି - ଇଟାର୍ସିକୁ ସଂଯୋଗ କରୁଥିବା ତୃତୀୟ ଲାଇନ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ ଏବଂ ଉଭୟ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍‌ର ଯାତ୍ରା ସମୟ ହ୍ରାସ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ୩୨୭୫ କୋଟିରୁ ଅଧିକ ମୂଲ୍ୟର ଏକାଧିକ ସଡ଼କ ବିକାଶ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯେଉଁଥିରେ ଜାତୀୟ ରାଜପଥ - ୪୭ର ଶୂନ୍ୟ କିଲୋମିଟରରୁ ୩୦.୦୦ କିଲୋମିଟର (ହରଦା - ଟେମାଗାଓଁ) ର ୪ ଲେନ୍ ବିଶିଷ୍ଟ ହରଦା-ବେତୁଲ (ପ୍ୟାକେଜ୍‌-୧) ସଡକକୁ ୪ ଲେନ୍ କରାଯିବ । ଜାତୀୟ ରାଜପଥ - ୭୫୨ଡିର ଉଜ୍ଜୟିନୀ ଦେୱାସ ସେକ୍ସନ; ଜାତୀୟ ରାଜପଥ - ୪୭ର ଇନ୍ଦୋର - ଗୁଜରାଟ ମଧ୍ୟପ୍ରଦେଶ ସୀମା ସେକ୍ସନର ୪ ଲେନ୍ (୧୬ କିଲୋମିଟର) ଏବଂ ଜାତୀୟ ରାଜପଥ - ୪୭ର ଚିଚୋଲି - ବେତୁଲ (ପ୍ୟାକେଜ - ୩) ହରଦା – ବେତୁଲ୍ ; ଏବଂ ଜାତୀୟ ରାଜପଥ - ୫୫୨ଜିର ଉଜ୍ଜୟିନୀ ଝାଲାୱାର ସେକ୍ସନକୁ ଚାରି ଲେନ୍ କରିବା ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବା ସହରାଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ଏହା ବ୍ୟତୀତ ବର୍ଜ୍ୟବସ୍ତୁ ଡମ୍ପସାଇଟ୍ ଉପଚାର, ବିଦ୍ୟୁତ ସବ୍‌ଷ୍ଟେସନ୍ ଭଳି ଅନ୍ୟାନ୍ୟ ଉନ୍ନୟନମୂଳକ ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ଓ ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Handloom — weaving India’s heritage into global growth

Media Coverage

Handloom — weaving India’s heritage into global growth
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.