ମଧ୍ୟପ୍ରଦେଶରେ 50,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ବିନା ରିଫାଇନାରୀରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସର ମୂଳଦୁଆ ପକାଇବେ
ପ୍ରଧାନମନ୍ତ୍ରୀ ନର୍ମଦାପୁରମରେ ‘ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ର’ ଏବଂ ରତଲାମର ମେଗା ଇଣ୍ଡଷ୍ଟ୍ରିଆଲ୍ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ
ଇନ୍ଦୋରରେ ଦୁଇଟି ଆଇଟି ପାର୍କ ଏବଂ ସାରା ରାଜ୍ୟରେ ଛଅଟି ନୂତନ ଶିଳ୍ପ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଛତିଶଗଡରେ ପ୍ରଧାନମନ୍ତ୍ରୀ ପ୍ରାୟ 6350 କୋଟି ଟଙ୍କାର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ
ଛତିଶଗଡର ନଅଟି ଜିଲ୍ଲାରେ ‘କ୍ରିଟିକାଲ୍ କେୟାର ବ୍ଲକ୍’ ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
କାର୍ଯ୍ୟକ୍ରମ ସମୟରେ ଏକ ଲକ୍ଷ ସିକିଲ୍ ସେଲ୍ କାଉନସେଲିଂ କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ସେପ୍ଟେମ୍ବର 2023 ରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ ଗସ୍ତ କରିବେ। ପ୍ରାୟ 11:15 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ବିନାରେ ପହଞ୍ଚିବେ, ଯେଉଁଠାରେ ସେ 50,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ରହିଛି ‘ବିନା ରିଫାଇନାରୀରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ’ ଏବଂ ରାଜ୍ୟରେ ଦଶଟି ନୂତନ ଶିଳ୍ପ ପ୍ରକଳ୍ପ। ଅପରାହ୍ନ ପ୍ରାୟ 3: 15 ରେ ସେ ଛତିଶଗଡର ରାୟଗଡରେ ପହଞ୍ଚିବେ, ଯେଉଁଠାରେ ସେ ଦେଶର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ଉତ୍ସର୍ଗ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଛତିଶଗଡର ନଅଟି ଜିଲ୍ଲାରେ ‘କ୍ରିଟିକାଲ କେୟାର ବ୍ଲକ୍’ର ମୂଳଦୁଆ ପକାଇବେ ଏବଂ ଏକ ଲକ୍ଷ ସିକିଲ୍ ସେଲ୍ କାଉନସେଲିଂ କାର୍ଡ ମଧ୍ୟ ବଣ୍ଟନ କରିବେ।

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ଶିଳ୍ପ ବିକାଶ ପାଇଁ ଏକ ପ୍ରମୁଖ ଉତ୍ସାହ ପ୍ରଦାନ କରୁଥିବା ଏକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ଭରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ) ର ବିନା ରିଫାଇନାରୀରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସର ମୂଳଦୁଆ ପକାଇବେ। ଏହି ଅତ୍ୟାଧୁନିକ ରିଫାଇନାରିକୁ ପ୍ରାୟ 49,000 କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି। ଏହା ପ୍ରାୟ 1200 କେଟିପିଏ (କିଲୋ-ଟନ୍ସ୍ ବାର୍ଷିକ) ଇଥାଇଲନ୍ ଏବଂ ପ୍ରୋପିଲିନ୍ ଉତ୍ପାଦନ କରିବ, ଯାହା ବିଭିନ୍ନ ଉଦ୍ୟୋଗ ପାଇଁ ଆବଶ୍ୟକ। ଏଥି ମଧ୍ୟରେ ରହିଛି ଟେକ୍ସଟାଇଲ୍, ପ୍ୟାକେଜିଂ, ଫାର୍ମା ଭଳି ବିଭିନ୍ନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହା ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ' ର ଲକ୍ଷ୍ୟ ପୂରଣ ଦିଗରେ ଏକ ପଦକ୍ଷେପ ହେବ। ଏହି ମେଗା ପ୍ରକଳ୍ପ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପଗୁଡିକର ବିକାଶକୁ ତ୍ୱରାନ୍ୱିତ କରିବ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦଶଟି ପ୍ରକଳ୍ପର ମୂଳଦୁଆ ପକାଇବେ। ଏଥିରେ ରହିଛି ନର୍ମଦାପୁରମ୍ ଜିଲ୍ଲାର ‘ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ର’ପ୍ରକଳ୍ପ ; ଇନ୍ଦୋରରେ ଦୁଇଟି ଆଇଟି ପାର୍କ; ରତଲାମରେ ଏକ ମେଗା ଇଣ୍ଡଷ୍ଟ୍ରିଆଲ୍ ପାର୍କ; ଏବଂ ମଧ୍ୟପ୍ରଦେଶରେ ଛଅଟି ନୂତନ ଶିଳ୍ପ କ୍ଷେତ୍ର |

460 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ‘ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ର, ନର୍ମଦାପୁରମ୍’ ବିକଶିତ ହେବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ରୋଜଗାର ସୃଷ୍ଟି ଦିଗରେ ଏକ ପଦକ୍ଷେପ ହେବ। ଇନ୍ଦୋରରେ ଥିବା ‘ଆଇଟି ପାର୍କ ଏବଂ ପ୍ରାୟ 550 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ, ଏହା ଆଇଟି ଏବଂ ଆଇଟିଏସ୍ କ୍ଷେତ୍ରକୁ ପ୍ରେରଣା ଯୋଗାଇବ ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ଉନ୍ମୁକ୍ତ କରିବ। 

ରତ୍ଲାମର ମେଗା ଇଣ୍ଡଷ୍ଟ୍ରିଆଲ୍ ପାର୍କ 460 କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ହେବ ଏବଂ ଅନ୍ୟମାନଙ୍କ ମଧ୍ୟରେ ଟେକ୍ସଟାଇଲ, ଅଟୋମୋବାଇଲ୍, ଫାର୍ମାସ୍ୟୁଟିକାଲ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ଏକ ପ୍ରମୁଖ ହବ୍ ହେବାକୁ ଯୋଜନା କରାଯାଇଛି। ଏହି ପାର୍କ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ସହିତ ଭଲ ଭାବରେ ସଂଯୁକ୍ତ ହେବ ଏବଂ ଏହା ସମଗ୍ର ଅଞ୍ଚଳର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଉତ୍ସ ଯୋଗାଇବ ଏବଂ ଯୁବକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶ ତଥା ସମାନ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶାଜାପୁର, ଗୁନା, ମୌଗଞ୍ଜ, ଅଗର ମାଲୱା, ନର୍ମଦାପୁରମ୍ ଏବଂ ମାକ୍ସିରେ ପ୍ରାୟ 310 କୋଟି ଟଙ୍କା ବ୍ୟୟରେ ଛଅଟି ନୂତନ ଶିଳ୍ପ କ୍ଷେତ୍ର ବିକାଶ କରାଯିବ।

ଛତିଶଗଡରେ ପ୍ରଧାନମନ୍ତ୍ରୀ

ରାୟଗଡରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରାୟ 6350 କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରେଳ କ୍ଷେତ୍ର ପ୍ରକଳ୍ପର ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ଏହି ପ୍ରକଳ୍ପଗୁଡ଼ିକରେ ଛତିଶଗଡ ଇଷ୍ଟ ରେଲ୍ ପ୍ରୋଜେକ୍ଟ ପର୍ଯ୍ୟାୟ -1, ଚମ୍ପା ଠାରୁ ଜାମଗା ମଧ୍ୟରେ ତୃତୀୟ ରେଳ ଲାଇନ, ପେଣ୍ଡ୍ରା ରୋଡରୁ ଅନୁପପୁର ମଧ୍ୟରେ ତୃତୀୟ ରେଳ ଲାଇନ ଏବଂ ତାଲାଇପାଲୀ କୋଇଲା ଖଣିକୁ ଏନଟିପିସି ଲାରା ସୁପର ଥର୍ମାଲ ପାୱାର ଷ୍ଟେସନ (ଏସଟିପିଏସ) କୁ ସଂଯୋଗ କରୁଥିବା ରେଳ ଲାଇନ ଅନ୍ତର୍ଭୁକ୍ତ । ଏହି ରେଳ ପ୍ରକଳ୍ପଗୁଡିକ ଯାତ୍ରୀମାନଙ୍କ ଯାତାୟାତ ତଥା ଏହି ଅଞ୍ଚଳରେ ମାଲ ପରିବହନକୁ ସୁଗମ କରି ସାମାଜିକ-ଅର୍ଥନୈତିକ ବିକାଶରେ ପ୍ରେରଣା ଯୋଗାଇବ ।

ଛତିଶଗଡ ଇଷ୍ଟ ରେଲ୍ ପ୍ରୋଜେକ୍ଟ ପ୍ରଥମ ପର୍ଯ୍ୟାୟ ଉଚ୍ଚାଭିଳାଷୀ ପିଏମ ଗତିଶକ୍ତି- ମଲ୍ଟି ମୋଡାଲ ସଂଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ବିକଶିତ ହେଉଛି ଏବଂ ଖାର୍ସିଆ ଠାରୁ ଧରମଜୟଗଡ଼ ପର୍ଯ୍ୟନ୍ତ 124.8 କିଲୋମିଟର ରେଳ ଲାଇନକୁ ନେଇ ଗାରେ-ପେଲମା ଏବଂ 3 ଟି ଫିଡର ଲାଇନ ବାରୁଦ, ଦୁର୍ଗାପୁର ଏବଂ ଅନ୍ୟାନ୍ୟ କୋଇଲା ଖଣି କୁ ସଂଯୋଗ କରୁଛି। ପ୍ରାୟ 3055 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ରେଳ ଲାଇନରେ ରହିଛି, ବିଦ୍ୟୁତକରଣ ବ୍ରଡ୍ ଗେଜ୍ ଲେଭଲ୍ କ୍ରସିଂ ଏବଂ ଯାତ୍ରୀଙ୍କ ସୁବିଧା ସହିତ ଫ୍ରି ପାର୍ଟ ଡବଲ୍ ଲାଇନ୍ ସହିତ ସଜ୍ଜିତ। ଛତିଶଗଡର ରାୟଗଡରେ ଅବସ୍ଥିତ ମାଣ୍ଡ-ରାୟଗଡ କୋଇଲା କ୍ଷେତ୍ରରୁ କୋଇଲା ପରିବହନ ପାଇଁ ଏହା ରେଳ ସଂଯୋଗ ଯୋଗାଇବ।

ପେଣ୍ଡ୍ରା ରୋଡରୁ ଅନୁପପୁର ମଧ୍ୟରେ ତୃତୀୟ ରେଳ ଲାଇନ 50 କିଲୋମିଟର ଲମ୍ବ ଏବଂ ପ୍ରାୟ 516 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଚମ୍ପା ଏବଂ ଜାମଗା ରେଳ ବିଭାଗ ମଧ୍ୟରେ 98 କିଲୋମିଟର ଲମ୍ବା ତୃତୀୟ ଲାଇନ ପ୍ରାୟ 796 କୋଟି ମୂଲ୍ୟରେ ନିର୍ମିତ ହୋଇଛି । ନୂତନ ରେଳ ଲାଇନଗୁଡିକ ଏହି ଅଞ୍ଚଳର ସଂଯୋଗକୁ ଉନ୍ନତ କରିବ ଏବଂ ଉଭୟ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗରେ ବୃଦ୍ଧି ଘଟାଇବ ।

65 କିଲୋମିଟର ଲମ୍ବ ବିଦ୍ୟୁତକରଣ ଏମଜିଆର (ମେରୀ-ଗୋ-ରାଉଣ୍ଡ) ସିଷ୍ଟମ ଛତିଶଗଡର 1600 ମେଗାୱାଟ ଏନଟିପିସି ଲାରା ସୁପର ଥର୍ମାଲ ପାୱାର ଷ୍ଟେସନକୁ ଏନଟିପିସି ର ତଲାଇପାଲୀ କୋଇଲା ଖଣିରୁ ସ୍ୱଳ୍ପ ମୂଲ୍ୟର, ଉଚ୍ଚ ଗ୍ରେଡ୍ କୋଇଲା ଯୋଗାଇବ। ଏହା ଏନଟିପିସି ଲାରା ଠାରୁ ସ୍ୱଳ୍ପ ମୂଲ୍ୟ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବ, ଯାହାଦ୍ୱାରା ଦେଶର ଶକ୍ତି ସୁରକ୍ଷା ଦୃଢ଼ ହେବ। 2070 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏମଜିଆର ବ୍ୟବସ୍ଥା, କୋଇଲା ଖଣିରୁ ବିଦ୍ୟୁତ୍ ଷ୍ଟେସନ୍ ପର୍ଯ୍ୟନ୍ତ କୋଇଲା ପରିବହନରେ ଉନ୍ନତି ଆଣିବା ପାଇଁ ଏହା ଏକ ବୈଷୟିକ ଉତ୍କର୍ଷତା ଅଟେ। 

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଛତିଶଗଡର ନଅଟି ଜିଲ୍ଲାରେ 50 ଟି ଶଯ୍ୟା ବିଶିଷ୍ଟ ‘କ୍ରିଟିକାଲ କେୟାର ବ୍ଲକ୍’ର ମୂଳଦୁଆ ପକାଇବେ। ନଅଟି କ୍ରିଟିକାଲ୍ କେୟାର ବ୍ଲକ୍ ପ୍ରଧାନମନ୍ତ୍ରୀ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ୍ (ପିଏମ୍ -ଏବିଏଚଆଇଏମ) ଅନ୍ତର୍ଗତ ନିର୍ମାଣ ହେବ। ଏହାକୁ ଦୁର୍ଗ, କୋଣ୍ଡାଗାଓଁ, ରାଜନନ୍ଦଗାଓଁ, ଗରିଆବନ୍ଦ, ଯଶପୁର, ସୁରଜପୁର, ସୁରଗୁଜା, ବସ୍ତର ଏବଂ ରାୟଗଡ ଜିଲ୍ଲାରେ ପ୍ରାୟ ଟ.210 କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ କରାଯିବ। 

ସିକିଲ୍ ସେଲ ରୋଗ ଦ୍ବାରା ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ, ବିଶେଷ କରି ଆଦିବାସୀମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ସ୍କ୍ରିନିଡ୍ ଜନସଂଖ୍ୟାକୁ ଏକ ଲକ୍ଷ ସିକିଲ ସେଲ୍ କାଉନସେଲିଂ କାର୍ଡ ମଧ୍ୟ ବଣ୍ଟନ କରିବେ। ରାଷ୍ଟ୍ରୀୟ ସିକିଲ୍‌ ସେଲ୍ ରକ୍ତହୀନତା ବିଲୋପ ମିଶନ୍ (ଏନଏସଏଇଏମ୍) ଅଧୀନରେ ସିକିଲ ସେଲ୍ କାଉନସେଲିଂ କାର୍ଡ ବଣ୍ଟନ କରାଯାଉଛି, ଯାହା ଜୁଲାଇ 2023 ରେ ମଧ୍ୟପ୍ରଦେଶର ଶାହାଡୋଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Babasaheb Ambedkar in the Parliament complex
April 14, 2026

The Prime Minister, Shri Narendra Modi has paid homage to Dr. Babasaheb Ambedkar in the Parliament complex earlier today.

The Prime Minister wrote on X;

“Paid homage to Dr. Babasaheb Ambedkar in the Parliament complex earlier today.”