ଶିବାମୋଗା ଠାରେ ୩,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଶିବାମୋଗା ବିମାନବନ୍ଦର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ବେଲାଗାଭି ଠାରେ ପିଏମ୍ – କିଷାନ ଯୋଜନା ଅଧୀନରେ ପ୍ରାୟ ୧୬,୦୦୦ କୋଟି ଟଙ୍କାର ୧୩ତମ କିସ୍ତି ରାଶି ଜାରି କରିବେ
ପ୍ରଧାନମନ୍ତ୍ରୀ ବେଲାଗାଭି ଠାରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ତାହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ପୁନଃ ବିକଶିତ ବେଲାଗାଭି ରେଳ ଷ୍ଟେସନ ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଫେବୃଆରୀ ୨୦୨୩ ରେ କର୍ଣ୍ଣାଟକ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧.୪୫ ଟା ରେ ପ୍ରଧାନମନ୍ତ୍ରୀ ଶିବାମୋଗା ବିମାନବନ୍ଦରକୁ ତଦାରଖ କରିବେ, ଏହା ପରେ ସେ ଶିବାମୋଗା ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଉଦ୍‌ଘାଟନ କରିବେ ଏବଂ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ବେଲାଗାଭି ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ତାହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପିଏମ୍ – କିଷାନ ଯୋଜନାର ୧୩ ତମ କିସ୍ତି ଅର୍ଥ ଜାରି କରିବେ ।  

ଶିବାମୋଗାରେ ପ୍ରଧାନମନ୍ତ୍ରୀ

ଶିବାମୋଗା ବିମାନ ବନ୍ଦରର ଉଦ୍‌ଘାଟନ ସହିତ ସମଗ୍ର ଦେଶରେ ବାୟୁପଥ ସଂଯୋଗକୁ ସୁଦୃଢ଼ ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଆଉ ଏକ ପ୍ରୋତ୍ସାହନ ମିଳିବ । ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ବିମାନବନ୍ଦରକୁ ବିକଶିତ କରା ଯାଇଛି । ଏହି ବିମାନ ବନ୍ଦରର ଯାତ୍ରୀ ଟର୍ମିନାଲ୍ ଭବନ ଘଣ୍ଟା ପ୍ରତି ୩୦୦ ଯାତ୍ରୀଙ୍କୁ ସମ୍ଭାଳିବା ପାଇଁ ସକ୍ଷମ ଅଟେ । ଏହି ବିମାନ ବନ୍ଦରଟି ମଲନାଡ ଅଂଚଳକୁ ଶିବାମୋଗା ଏବଂ ଅନ୍ୟ ନିକଟସ୍ଥ ଅଞ୍ଚଳ ଗୁଡିକର ସଂଯୋଗ ଏବଂ ସୁଗମତାକୁ ଉନ୍ନତ କରିବ ।

ଶିବମୋଗା ଠାରେ ଦୁଇଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏଥିରେ ଶିବାମୋଗା - ଶିକାରୀପୁରା – ରାଣେବେନୁର ନୂତନ ରେଳ ଲାଇନ ଏବଂ କୋଟେଗାଙ୍ଗୁରୁ ରେଳ କୋଚିଂ ଡିପୋ ଅନ୍ତର୍ଭୁକ୍ତ ଅଟେ । ଶିବାମୋଗା - ଶିକାରୀପୁରା - ରାଣେବେନୁର ନୂତନ ରେଳ ଲାଇନ, ୯୯୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ବେଙ୍ଗାଲୁରୁ - ମୁମ୍ବାଇ ମେନ୍ ଲାଇନ୍ ସହିତ ମଲନାଡ ଅଞ୍ଚଳକୁ ଉନ୍ନତ ସଂଯୋଗ ପ୍ରଦାନ କରିବ । ଶିବମୋଗା ସହରର କୋଟେଗାଙ୍ଗୁରୁ ରେଳ କୋଚିଂ ଡିପୋକୁ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବ ଯାହା ଶିବାମୋଗାରୁ ନୂତନ ଟ୍ରେନ୍ ପରିଚାଳନା ଆରମ୍ଭ କରିବାରେ ସାହାଯ୍ୟ କରିବ ଏବଂ ବେଙ୍ଗାଲୁରୁ ଏବଂ ମହୀଶୁରୁ ଠାରେ ରକ୍ଷଣାବେକ୍ଷଣର ସୁବିଧା ଗୁଡିକ ଉପରେ ପଡୁଥିବା ବୋଝକୁ ହାଲୁକା କରା ଯାଇପାରିବ । 

ଏକାଧିକ ସଡ଼କ ବିକାଶ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୋଟ ୨୧୫ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡ଼ିକରେ ବାଇନ୍ଦୁର - ରାଣେବେନୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ - ୭୬୬ସି ଉପରେ ଶିକାରୀପୁରା ଟାଉନ୍ ପାଇଁ ନୂତନ ବାଇପାସ୍ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ ; ମୋଗରାଭାଲିରୁ ଆଗୁମ୍ବେ ପର୍ଯ୍ୟନ୍ତ ଜାତୀୟ ରାଜପଥ - ୧୬୯କୁ ଚଉଡା କରିବା ; ଏବଂ ତିର୍ଥହାଲୀ ତାଲୁକର ଭାରତୀପୁରା ଠାରେ ନୂତନ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ଅଟେ ।

ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୯୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁ - ଗ୍ରାମ ଯୋଜନା ଗୁଡିକର ଉଦ୍‌ଘାଟନ କରିବେ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ଗୌତମପୁରା ଏବଂ ଅନ୍ୟ ୧୨୭ ଟି ଗ୍ରାମ ପାଇଁ ଗୋଟିଏ ବହୁ- ଗ୍ରାମ ଯୋଜନାର ଉଦ୍‌ଘାଟନ ଏବଂ ମୋଟ ୮୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଅନ୍ୟ ତିନୋଟି ବହୁ ଗ୍ରାମ ଯୋଜନା ଗୁଡିକର ମୂଳଦୁଆ ପକାଇବା ଅନ୍ତର୍ଭୁକ୍ତ ଅଟେ । ଏହି ଚାରୋଟି ଯୋଜନା ଘରକୁ ପାଇପ୍ ମାଧ୍ୟମରେ ଜଳ ଯୋଗାଣର ସଂଯୋଗ ପ୍ରଦାନ କରିବ ଏବଂ ଏହା ୪.୪ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ଶିବାମୋଗା ସହରରେ ୮୯୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୪୪ ଟି ସ୍ମାର୍ଟ ସିଟି ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଡିକରେ ୧୧୦ କିଲୋମିଟର ଲମ୍ବର ୮ ଟି ସ୍ମାର୍ଟ ରୋଡ୍ ପ୍ୟାକେଜ୍ ଅନ୍ତର୍ଭୁକ୍ତ; ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ଏବଂ ବହୁ ସ୍ତରୀୟ କାର୍ ପାର୍କିଂ; ସ୍ମାର୍ଟ ବସ୍ ଆଶ୍ରୟସ୍ଥଳ ପ୍ରକଳ୍ପଗୁଡିକ; କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥା ; ଶିବପ୍ପା ନାୟକ ପ୍ୟାଲେସ୍ ପରି ଐତିହ୍ୟ ପ୍ରକଳ୍ପ ଗୁଡିକର ଇଣ୍ଟରାକ୍ଟିଭ୍ ମ୍ୟୁଜିୟମ୍ ଭାବେ ବିକାଶ, ୯୦ ସଂରକ୍ଷଣ ପଥ, ପାର୍କ ନିର୍ମାଣ ଏବଂ ନଦୀ କୂଳ ବିକାଶ ପ୍ରକଳ୍ପ ଗୁଡିକ ସାମିଲ୍ ଅଟେ ।

ବେଲାଗାଭି ଠାରେ ପ୍ରଧାନମନ୍ତ୍ରୀ

କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶନ କରିବା ପଦକ୍ଷେପ ସ୍ୱରୂପ, ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିଷାନ) ଯୋଜନା ଅଧୀନରେ ୧୩ କିସ୍ତିର ପ୍ରାୟ ୧୬,୦୦୦ କୋଟି ଟଙ୍କା ୮ କୋଟିରୁ ଅଧିକ ହିତାଧିକାରୀ ମାନଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାର ମାନଙ୍କୁ ୨୦୦୦ ଟଙ୍କାର ତିନିଟି ସମାନ କିସ୍ତିରେ ପ୍ରତି ବର୍ଷ ୬,୦୦୦ ଟଙ୍କାର ସହାୟତା ପ୍ରଦାନ କରା ଯାଇଥାଏ । 

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ପୁନଃ ବିକଶିତ ବେଲାଗାଭି ରେଳ ଷ୍ଟେସନ ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଯାତ୍ରୀ ମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇବା ପାଇଁ ଏହି ରେଳ ଷ୍ଟେସନ ପ୍ରାୟ ୧୯୦ କୋଟି ଟଙ୍କା ମୂଲ୍ୟରେ ପୁନଃ ନିର୍ମାଣ କରାଯାଇଛି । ଅନ୍ୟ ଏକ ରେଳ ପ୍ରକଳ୍ପ ଯାହା ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ତାହା ହେଉଛି ବେଲାଗାଭିରେ ଲୋଣ୍ଡା – ବେଲାଗାଭି - ଘାଟପ୍ରଭା ବିଭାଗ ମଧ୍ୟରେ ରେଳ ଲାଇନ ଦୋହରିକରଣ ପ୍ରକଳ୍ପ । ପ୍ରାୟ ୯୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ପ୍ରକଳ୍ପ ବ୍ୟସ୍ତବହୁଳ ମୁମ୍ବାଇ - ପୁଣେ - ହୁବଳି - ବେଙ୍ଗାଲୁରୁ ରେଳ ଲାଇନରେ ଲାଇନ କ୍ଷମତା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ବାଣିଜ୍ୟ, ବ୍ୟବସାୟ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ବେଲାଗାଭି ଠାରେ ଥିବା ଜଳ ଜୀବନ ମିଶନ ଅଧୀନରେ ୬ଟି ବହୁ ଗ୍ରାମ ଯୋଜନା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ , ଯାହା ପ୍ରାୟ ୧୫୮୫ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ଏହା ଯୋଗୁଁ ୩୧୫ ରୁ ଅଧିକ ଗ୍ରାମ ଗୁଡିକର ପ୍ରାୟ ୮.୮ ଲକ୍ଷ ଲୋକ ଉପକୃତ ହେବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership