ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୨୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
ବେଙ୍ଗାଲୁରୁ ସବ-ଅର୍ବାନ ରେଳ ପ୍ରକଳ୍ପ, ବେଙ୍ଗାଲୁରୁ କ୍ୟାଣ୍ଟର ପୁନଃବିକାଶ ଏବଂ ୟଶୋବନ୍ତପୁର ଜଙ୍କସନ ରେଳଷ୍ଟେସନ, ବେଙ୍ଗାଲୁରୁ ରିଙ୍ଗରୋଡ ପ୍ରକଳ୍ପର ଦୁଇଟି ସେକ୍ସନ, ବେଙ୍ଗାଲୁରୁରେ ଏକାଧିକ ସଡ଼କ ବିକାଶ ପ୍ରକଳ୍ପ ଓ ମଲ୍ଟିମୋଡାଲ ଲଜିଷ୍ଟିକ୍ସ ପାର୍କ ଆଦିର ଶିଳାନ୍ୟାସ କରାଯିବ
ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଭାରତର ପ୍ରଥମ ବାତାନୁକୂଳ ରେଳଷ୍ଟେସନ, ୧୦୦% ବିଦୁ୍ୟତୀକରଣ ହୋଇଥିବା କୋଙ୍କଣ ରେଳଲାଇନ ଓ ଅନ୍ୟ ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ସେଣ୍ଟର ଫର ବ୍ରେନ ରିସର୍ଚ୍ଚକୁ ଉଦଘାଟନ କରିବେ ଏବଂ ଆଇଆଇଏସସି ବେଙ୍ଗାଲୁରୁରେ ବାଗଚି ପାର୍ଥସାରଥି ମଲ୍ଟିସ୍ପେସାଲିଟି ହସ୍ପିଟାଲ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡକ୍ଟର ବି.ଆର. ଆମ୍ବେଦକର ସ୍କୁଲ ଅଫ ଇକୋନୋମିକ୍ସ (ବିଏଏସଇ) ୟୁନିଭର୍ସିଟି, ବେଙ୍ଗାଲୁରୁର ନୂଆ କ୍ୟାମ୍ପସ ଉଦଘାଟିତ ହେବ
ପ୍ରାୟ ୪୬୦୦ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ ୧୫୦ ‘ଟେକ୍ନୋଲୋଜି ହବ’କୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଉତ୍ସର୍ଗ କରିବେ
ମହିସୁରସ୍ଥିତ ନାଗନାହାଲି ରେଳଷ୍ଟେସନରେ ସବ-ଅର୍ବାନ ଟ୍ରାଫିକ ନିମନ୍ତେ କୋଚିଙ୍ଗ ଟର୍ମିନାଲ ଲାଗି ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥ
ଏହାପରେ ଅପରାହ୍ନ ପ୍ରାୟ ୨.୪୫ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ କୋମାଘାଟ୍ଟରେ ପହଞ୍ଚିବେ, ଯେଉଁଠି ସେ ୨୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ସେ ୧୫୦ ‘ଟେକ୍ନୋଲୋଜି ହବ’କୁ ମଧ୍ୟ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ, ଯାହା କି କର୍ଣ୍ଣାଟକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)କୁ ପରିବର୍ତ୍ତନ କରାଯାଇ ବିକଶିତ କରାଯାଇଛି ।
ଏହାପରେ, ସନ୍ଧ୍ୟା ପ୍ରୟା ୭ଟାରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ଶ୍ରୀ ସୁତ୍ତୁର ମଠ ପରିଦର୍ଶନ କରିବେ ଏବଂ ସନ୍ଧ୍ୟା ପ୍ରାୟ ୭.୪୫ରେ ସେ ମହିସୁରସ୍ଥିତ ଶ୍ରୀ ଚାମୁଣ୍ଡେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ ।
ଜୁନ ୨୧ ସକାଳ ପ୍ରାୟ ୬.୩୦ରେ, ପ୍ରଧାନମନ୍ତ୍ରୀ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ, ମହିସୁର ପ୍ୟାଲେସ ପଡ଼ିଆରେ ଏକ ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ କ୍ୟାଣ୍ଟ ଓ ଯଶୋବନ୍ତପୁର ଜଙ୍କସନ ରେଳଷ୍ଟେସନ ପୁନଃବିକାଶର ଶିଳାନ୍ୟାସ କରିବେ, ଯାହା କି ଯଥାକ୍ରମେ ପ୍ରାୟ ୫୦୦ କୋଟି ୩୭୫ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଜୁନ ୨୦ ଓ ୨୧ରେ କର୍ଣ୍ଣାଟକ ଗସ୍ତ କରିବେ । ଜୁନ ୨୦ ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ ବାଗଚି-ପାର୍ଥସାରଥି ମଲ୍ଟିସ୍ପେସାଲିଟି ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ପ୍ରାୟ ୧.୪୫ରେ ସେ ଡକ୍ଟର ବି.ଆର. ଆମ୍ବେଦକର ସ୍କୁଲ ଅଫ ଇକୋନୋମିକ୍ସ (ବିଏଏସଇ), ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ବିଏଏସଇ ୟୁନିଭର୍ସିଟିର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ ଏବଂ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ସେ ୧୫୦ ‘ଟେକ୍ନୋଲୋଜି ହବ’କୁ ମଧ୍ୟ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ, ଯାହା କି କର୍ଣ୍ଣାଟକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)କୁ ପରିବର୍ତ୍ତନ କରାଯାଇ ବିକଶିତ କରାଯାଇଛି । ଏହାପରେ ଅପରାହ୍ନ ପ୍ରାୟ ୨.୪୫ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ କୋମାଘାଟ୍ଟରେ ପହଞ୍ଚିବେ, ଯେଉଁଠି ସେ ୨୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ଅପରାହ୍ନ ପ୍ରାୟ ୫.୩୦ରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ମହାରାଜା କଲେଜ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାରେ ଯୋଗଦେବେ, ଯେଉଁଠାରେ ସେ ନାଗନାହାଲ୍ଲି ରେଳଷ୍ଟେସନରେ କୋଚିଙ୍ଗ ଟର୍ମିନାଲ ନିମନ୍ତେ ଶିଳାନ୍ୟାସ କରିବେ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚୁ୍ୟଟ ଅଫ ସ୍ପିଚ ଆଣ୍ଡ ହିୟରିଙ୍ଗ (ଏଆଇଆଇଏସଏଚ)ଠାରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ ଫର ପର୍ସନସ ୱିଥ କମୁ୍ୟନିକେସନ ଡିସଅର୍ଡର୍ସ’କୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏହାପରେ, ସନ୍ଧ୍ୟା ପ୍ରୟା ୭ଟାରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ଶ୍ରୀ ସୁତ୍ତୁର ମଠ ପରିଦର୍ଶନ କରିବେ ଏବଂ ସନ୍ଧ୍ୟା ପ୍ରାୟ ୭.୪୫ରେ ସେ ମହିସୁରସ୍ଥିତ ଶ୍ରୀ ଚାମୁଣ୍ଡେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ ।

 

ଜୁନ ୨୧ ସକାଳ ପ୍ରାୟ ୬.୩୦ରେ, ପ୍ରଧାନମନ୍ତ୍ରୀ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ, ମହିସୁର ପ୍ୟାଲେସ ପଡ଼ିଆରେ ଏକ ସାମୂହିକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

 

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

 

ବେଙ୍ଗାଲୁରୁରେ ଗମନାଗମନ ଓ କନେକ୍ଟିଭିଟିକୁ ସୁଦୃଢ଼ ପାଇଁ ଏକ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ସବ-ଅର୍ବାନ ରେଳ ପ୍ରକଳ୍ପ (ବିଏସଆରପି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହା କି ବେଙ୍ଗାଲୁରୁ ସହରକୁ ଏହାର ଅର୍ଦ୍ଧ-ସହରାଞ୍ଚଳ ଏବଂ ସାଟେଲାଇଟ ଟାଉନସିପଗୁଡ଼ିକ ସହ ସଂଯୋଗ କରିବ । ୧୫,୭୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ ଏହି ପ୍ରକଳ୍ପରେ ୪ଟି କରିଡର ରହିଛି, ଯାହାର ମୋଟ ରୁଟ ଦୈର୍ଘ୍ୟ ୧୪୮ କିଲୋମିଟରରୁ ଅଧିକ ହେବ । ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ କ୍ୟାଣ୍ଟ ଓ ଯଶୋବନ୍ତପୁର ଜଙ୍କସନ ରେଳଷ୍ଟେସନ ପୁନଃବିକାଶର ଶିଳାନ୍ୟାସ କରିବେ, ଯାହା କି ଯଥାକ୍ରମେ ପ୍ରାୟ ୫୦୦ କୋଟି ୩୭୫ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ ହେବ ।

 

କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ବୈୟାପ୍ପନାହାଲ୍ଲିଠାରେ ‘ସାର ଏମ. ବିଶ୍ୱେଶ୍ୱରାୟ ରେଳଷ୍ଟେସନ’ ନାମକ ଭାରତର ପ୍ରଥମ ବାତାନୁକୂଳ ରେଳଷ୍ଟେସନକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ, ଯାହା କି ମୋଟ ପାଖାପାଖି ୩୧୫ କୋଟି ଟଙ୍କା ଖର୍ଚ୍ଚରେ ଆଧୁନିକ ବିମାନବନ୍ଦର ଭାବେ ବିକଶିତ କରାଯାଇଛି । ପ୍ରଧାନମନ୍ତ୍ରୀ ଉଡୁପି, ମାଡ଼ାଗାଓଁ ଓ ରତ୍ନଗିରିରୁ ଇଲେକ୍ଟ୍ରିକ ଟ୍ରେନଗୁଡ଼ିକର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରି ରାଷ୍ଟ୍ରକୁ ରୋହା (ମହାରାଷ୍ଟ୍ର)ରୁ ଥୋକୁର (କର୍ଣ୍ଣାଟକ)କୁ ଲମ୍ବିଥିବା ୧୦୦% ବିଦୁ୍ୟତୀକରଣ କୋଙ୍କଣ ରେଳଲାଇନକୁ ସମର୍ପଣ କରିବେ । କୋଙ୍କଣ ରେଳ ଲାଇନର ବିଦୁ୍ୟତୀକରଣ ୧୨୮୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଦୁଇଟି ରେଳ ଦୋହରୀକରଣ ପ୍ରକଳ୍ପ: ଆର୍ସିକେରେରୁ ତୁମକୁରୁ (ପାଖାପାଖି ୯୬ କିଲୋମିଟର) ଏବଂ ୟେଲାହାଙ୍କାରୁ ପେନୁକୋଣ୍ଡା (ପାଖାପାଖି ୧୨୦ କିଲୋମିଟର)ର ଯଥାକ୍ରମେ ଯାତ୍ରୀବାହୀ ଟ୍ରେନ ଓ ମେମୁ ସେବାକୁ ଉତ୍ସର୍ଗ କରିବେ । ଏହି ଦୁଇଟି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ଯଥାକ୍ରମେ ୭୫୦ କୋଟି ଟଙ୍କା ଓ ୧୧୦୦ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ କରାଯାଇଛି ।

 

କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ରିଙ୍ଗ ରୋଡ ପ୍ରକଳ୍ପର ଦୁଇଟି ସେକ୍ସନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୨୨୮୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏହି ପ୍ରକଳ୍ପ ବିକଶିତ ହେବ, ଯାହା ସହରରେ ଟ୍ରାଫିକ ସମସ୍ୟା କମାଇବ । ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପ: ଏନଏଚ-୪୮ର ନେଲାମଙ୍ଗଲା-ତୁମକୁର ସେକ୍ସନର ୬ ଲେନ; ଏନଏଚ-୭୩ର ପୁଞ୍ଜଲକଟ୍ଟେ-ଚାରମାଡ଼ି ସେକ୍ସନର ପ୍ରଶସ୍ତୀକରଣ; ଏନଏଚ-୬୯ର ଏକ ସେକ୍ସନର ଥଇଥାନ ଓ ବିକାଶ ଆଦି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହିସବୁ ପ୍ରକଳ୍ପରେ ମୋଟ ପାଖାପାଖି ୩୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ମଧ୍ୟ ଶିଳାନ୍ୟାସ କରିବେ, ଯାହା କି ପାଖାପାଖି ୧୮୦୦ କୋଟି ଟଙ୍କାରେ ବେଙ୍ଗାଲୁରୁଠାରୁ ପ୍ରାୟ ୪୦ କିଲୋମିଟର ଦୂର ମୁଦ୍ଦାଲିଙ୍ଗନାହାଲ୍ଲିଠାରେ ବିକଶିତ ହୋଇଛି । ଏହା ପରିବହନ, ପରିଚାଳନା ଓ ବିଭିନ୍ନ ମାଲ ପରିବହନ ଖର୍ଚ୍ଚକୁ କମାଇବାରେ ସହାୟକ ହୋଇପାରିବ ।

 

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଡକ୍ଟର ବି.ଆର. ଆମ୍ବେଦକର ସ୍କୁଲ ଅଫ ଇକୋନୋମିକ୍ସ (ବିଏଏସଇ) ୟୁନିଭର୍ସିଟିର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ । ଭାରତର ସ୍ୱାଧୀନତା ଓ ବିକାଶ ପାଇଁ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଦୃଷ୍ଟାନ୍ତମୂଳକ ଅବଦାନ ଏବଂ ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ସ୍ମାରକ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ୨୦୧୭ରେ ଏହି ଆବାସିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।

 

ବିଏଏସଇ ୟୁନିଭର୍ସିଟିରେ କାର୍ଯ୍ୟକ୍ରମ ବେଳେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦେ୍ଦଶ୍ୟରେ ୧୫୦ ‘ଟେକ୍ନୋଲୋଜି ହବ’କୁ ସମର୍ପଣ କରିବେ, ଯାହା ସାରା କର୍ଣ୍ଣାଟକରେ ଥିବା ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ)ଗୁଡ଼ିକର ପରିବର୍ତ୍ତନ ଦ୍ୱାରା ବିକଶିତ କରାଯାଇଛି । ଏହି ଅଦ୍ୱିତୀୟ ପଦକ୍ଷେପ ଅନେକ ଶିଳ୍ପ ସହଯୋଗୀଙ୍କ ସହାୟତାରେ ୪୬୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ସମ୍ଭବ ହୋଇପାରିଛି । ଶିଳ୍ପର ୪.୦ ଶ୍ରମଶକ୍ତି ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ଏକ ଦକ୍ଷତାସମ୍ପନ୍ନ ଶ୍ରମବଳ ସୃଷ୍ଟି ପାଇଁ ଏଥିରେ ଲକ୍ଷ୍ୟ ରହିଛି । ଏହିସବୁ ଟେକ୍ନୋଲୋଜି ହବଗୁଡ଼ିକ ଏହାର ବିଭିନ୍ନ ଅଭିନବ ପାଠ୍ୟକ୍ରମ ଜରିଆରେ, ନିଯୁକ୍ତି ଓ ଔଦ୍ୟୋଗିକତା ନିମନ୍ତେ ଆଇଟିଆଇ ସ୍ନାତକମାନଙ୍କ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିରେ ଉଚ୍ଚ ଦକ୍ଷତାସମ୍ପନ୍ନ ତାଲିମ ପ୍ରଦାନ କରିବ ଏବଂ ବିପୁଳ ସୁଯୋଗ ସୃଷ୍ଟି କରିବ ।

 

ଆଇଆଇଏସସି ବେଙ୍ଗାଲୁରୁରେ, ପ୍ରଧାନମନ୍ତ୍ରୀ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ, ଯାହା ପାଇଁ ନିଜେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । କେନ୍ଦ୍ରଟି ଏକ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ ହୋଇଥିଲା ଏବଂ ବୟସ-ସଂକ୍ରାନ୍ତ ମସ୍ତିଷ୍କ ସମସ୍ୟାର ପରିଚାଳନା ପାଇଁ ପ୍ରମାଣଭିତ୍ତିକ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପ ପ୍ରଦାନ ନିମନ୍ତେ ଉନ୍ନତ ଗବେଷଣା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରୁଛି । କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ୮୩୨ ଶଯ୍ୟାବିଶିଷ୍ଟ ବାଗଚି ପାର୍ଥସାରଥି ମଲ୍ଟିସ୍ପେସାଲିଟି ହସ୍ପିଟାଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ହସ୍ପିଟାଲ ଆଇଆଇଏସସି ବେଙ୍ଗାଲୁରୁ କ୍ୟାମ୍ପସରେ ନିର୍ମିତ ହେବ ଏବଂ ଉକ୍ତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବିଜ୍ଞାନ, ଇଞ୍ଜିନିୟରିଂ ଓ ଭେଷଜ ବିଜ୍ଞାନକୁ ସମନ୍ୱିତ କରିବାରେ ସହାୟକ ହେବ । ଦେଶରେ ଏହା କ୍ଲିନିକାଲ ଗବେଷଣା ପାଇଁ ପ୍ରମୁଖ ଭାବେ ପ୍ରୋତ୍ସାହିତ କରିବ ଏବଂ ଦେଶରେ ସ୍ୱାସ୍ଥ୍ୟ ସେବାଗୁଡ଼ିକରେ ସୁଧାର ପାଇଁ ସହାୟତା କରୁଥିବା ଅଭିନବ ସମାଧାନ ଅନୁସନ୍ଧାନର ଦିଗରେ କାର୍ଯ୍ୟ କରିବ ।

 

ମହିସୁରରେ ପ୍ରଧାନମନ୍ତ୍ରୀ

 

ମହିସୁରସ୍ଥିତ ମହାରାଜା କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ, ପ୍ରଧାନମନ୍ତ୍ରୀ ନାଗନାହାଲ୍ଲି ରେଳଷ୍ଟେସନରେ ସବ-ଅର୍ବାନ ଟ୍ରାଫିକ ନିମନ୍ତେ କୋଚିଙ୍ଗ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯାହା ୪୮୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ବିକଶିତ ହେବ । ଏହି କୋଚିଙ୍ଗ ଟର୍ମିନାଲରେ ଏକ ମେମୁ ସେଡ ମଧ୍ୟ ରହିବ ଏବଂ ଏହା ବର୍ତ୍ତମାନର ମହିସୁର ୟାର୍ଡରେ ଭିଡ଼ କମାଇବ, ଅଧିକରୁ ଅଧିକ ମେମୁ ଟ୍ରେନ ସେବା ଚଳାଚଳ ପାଇଁ ସହାୟକ ହେବ ଏବଂ ମହିସୁରରୁ ଦୂରଗାମୀ ଟ୍ରେନ ଚଳାଚଳରେ ସହାୟକ ହେବ ଓ ଉକ୍ତ ଅଞ୍ଚଳରେ ଉଭୟ ସଂଯୋଗ ଓ ପର୍ଯ୍ୟଟନରେ ସୁଧାର ଆଣିବ । ପ୍ରତିଦିନ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ ଏବଂ ଯେଉଁମାନେ ଦୂର ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି ସେମାନେ ବି ଉପକୃତ ହୋଇପାରିବେ ।

 

କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ଅଲ ଇଣ୍ଡିଆ ଇନଷ୍ଟିଚୁ୍ୟଟ ଅଫ ସ୍ପିଚ ଆଣ୍ଡ ହିୟରିଂ (ଏଆଇଆଇଏସଏଚ)ରେ ‘ସେଣ୍ଟର ଅଫ ଏକ୍ସଲେନ୍ସ ଫର ପର୍ସନସ ୱିଥ କମୁ୍ୟନିକେସନ ଡିସଅର୍ଡର୍ସ’କୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ । ଷ୍ଟେଟ-ଅଫ-ଆର୍ଟ ଲାବୋରେଟୋରି ସୁବିଧା ଏଠାରେ ରହିଛି ଏବଂ କହିବା, ଶୁଣିବା ଭଳି ସମସ୍ୟାରେ ଥିବା ଲୋକଙ୍କର ନିଦାନ, ମୂଲ୍ୟାୟନ ଓ ଥଇଥାନ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି ।

 

ଜୁନ ୨୧ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

 

୨୦୨୨ ଜୁନ ୨୧ରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ମହିସୁର ପ୍ୟାଲେସ ପଡ଼ିଆରେ ହେବାକୁ ଥିବା ଏକ ସାମୂହିକ ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ଅଂଶଗ୍ରହଣକାରୀଙ୍କ ସହ ସାମିଲ ହେବେ । ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ସହ ‘ଆଜାଦୀ କା ଅମୃତ ମହୋତ୍ସବ’ର ସମନ୍ୱୟରେ ସାମୂହିକ ଯୋଗ କାର୍ଯ୍ୟକ୍ରମ ୭୫ଟି ପ୍ରତିଷ୍ଠିତ ସ୍ଥାନରେ ଏକସଙ୍ଗେ ଆୟୋଜିତ ହେବ, ଯାହାର ନେତୃତ୍ୱ ୭୫ କେନ୍ଦ୍ରମନ୍ତ୍ରୀ ନେବେ ଏବଂ ଏହି ସମୟରେ ମହିସୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ ହେବ । ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ, କର୍ପୋରେଟ ଓ ଅନ୍ୟ ସାମାଜିକ ସଂଗଠନଗୁଡ଼ିକ ଦ୍ୱାରା ମଧ୍ୟ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଦେଶର କୋଟି କୋଟି ଲୋକ ଏଥିରେ ଅଂଶଗ୍ରହଣ କରିବେ ।

 

ମହିସୁରରେ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମ ଏକ ପ୍ରମୁଖ କାର୍ଯ୍ୟକ୍ରମ (ଗାର୍ଡିଆନ ୟୋଗା ରିଙ୍ଗ)ର ଅଂଶବିଶେଷ, ଯାହା କି ୭୯ ରାଷ୍ଟ୍ର ଏବଂ ଆମେରିକାର ବିଭିନ୍ନ ସଂଗଠନ ଓ ବିଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ମଧ୍ୟରେ ଏକ ସହଯୋଗୀ କାର୍ଯ୍ୟକ୍ରମ । ଏହା ଯୋଗର ଏକୀକୃତ ଶକ୍ତି ପ୍ରତିପାଦନ କରିବ, ଯାହା କି ଜାତୀୟ ସୀମାରେଖାଠାରୁ ଊଦ୍ଧ୍ୱର୍ରେ । ସୂର୍ଯ୍ୟ ଯେମିତି ପୂର୍ବରୁ ପଶ୍ଚିମ ସାରା ବିଶ୍ୱ ଗତି କରୁଛି, ଠିକ ସେମିତି ଏହି ସାମୂହିକ ଯୋଗ କାର୍ଯ୍ୟକ୍ରମ, ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକରେ, ଯଦି ପୃଥିବୀର କୌଣସି ଏକ ସ୍ଥାନରୁ ଦେଖାଯାଏ, ତା’ହେଲେ ଏହା ଗୋଟିଏ ପରେ ଗୋଟିଏ ଘଟୁଥିବା ଭଳି ଜଣାପଡ଼ିବ, ଯାହା କି ‘ଏକ ସୂର୍ଯ୍ୟ, ଏକ ପୃଥିବୀ’ର ଅବଧାରଣାକୁ ରେଖାଙ୍କିତ କରିବ । ଏହି ଅଭିନବ କାର୍ଯ୍ୟକ୍ରମ ୨୦୨୨ ଜୁନ ୨୧ ତାରିଖରେ ଭାରତୀୟ ସମୟ ପୂର୍ବାହ୍ନ ୩ (ଫିଜିରୁ ପ୍ରସାରଣ)ରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ (ସାନ ଫ୍ରାନସିସ୍କୋ ଆମେରିକାରୁ ପ୍ରସାରଣ) ଡିଡି ଇଣ୍ଡିଆରେ ସିଧାପ୍ରସାରଣ ହେବ । କାର୍ଯ୍ୟକ୍ରମର ଅଂଶସ୍ୱରୂପ, ମହିସୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭାରତୀୟ ସମୟ ସକାଳ ୬.୩୦ରୁ ଡିଡି ଇଣ୍ଡିଆରେ ସିଧା ପ୍ରସାରଣ ହେବ ।

 

୨୦୧୫ରୁ, ପ୍ରତିବର୍ଷ ଜୁନ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ପାଳିତ ହୋଇଆସୁଛି । ଚଳିତବର୍ଷର ଯୋଗ ଦିବସ ପାଇଁ ବିଷୟବସ୍ତୁ ‘ୟୋଗା ଫର ହୁ୍ୟମାନିଟି’ ରହିଛି । ଏହି ବିଷୟବସ୍ତୁ ଦର୍ଶାଉଛି ଯେ କୋଭିଡ ମହାମାରୀ ବେଳେ ଯନ୍ତ୍ରଣା କମାଇବା ପାଇଁ ମାନବତାକୁ ଯୋଗ କିଭଳି କାର୍ଯ୍ୟ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Switch Mobility completes delivery of 100 electric buses to Mauritius in India’s largest e-bus export

Media Coverage

Switch Mobility completes delivery of 100 electric buses to Mauritius in India’s largest e-bus export
NM on the go

Nm on the go

Always be the first to hear from the PM. Get the App Now!
...
PM greets everyone on occasion of Baisakhi
April 14, 2026

The Prime Minister Shri Narendra Modi greeted everyone on occasion of Baisakhi today.

In a post on X, he said:

“Wishing you all a happy Baisakhi!”