ପ୍ରଧାନମନ୍ତ୍ରୀ ଉଡୁପିର ଶ୍ରୀ କୃଷ୍ଣ ମଠ ଗସ୍ତ କରିବେ ଏବଂ ଲକ୍ଷ କଣ୍ଠ ଗୀତା ପାରାୟଣରେ ସାମିଲ ହେବେ
କୃଷ୍ଣ ଗର୍ଭଗୃହ ସମ୍ମୁଖରେ ଥିବା ସୁବର୍ଣ୍ଣ ତୀର୍ଥ ମଣ୍ଡପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏବଂ ପବିତ୍ର କନକନା କିନ୍ଦୀ ପାଇଁ କନକ କବଚର ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବେ
ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ

ପ୍ରଧାନମନ୍ତ୍ରୀ ନଭେମ୍ବର ୨୮ରେ କର୍ଣ୍ଣାଟକ ଓ ଗୋଆ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଉଡୁପି ସ୍ଥିତ ଶ୍ରୀ କୃଷ୍ଣ ମଠକୁ ଗସ୍ତ କରିବେ । ପରେ ସେ ଗୋଆ ଯିବେ, ଯେଉଁଠାରେ ଅପରାହ୍ନ ୩ଟା ୧୫ରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ ବର୍ଷପୂର୍ତ୍ତି ଅବସରରେ ଅନୁଷ୍ଠିତ ‘ଶ୍ରାଦ୍ଧ ପଞ୍ଚଶତମନୋତ୍ସବ’ ପରିଦର୍ଶନ କରିବେ

ଉଡୁପିରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉଡୁପିର ଶ୍ରୀକୃଷ୍ଣ ମଠକୁ ଗସ୍ତ କରିବେ ଏବଂ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ - ଛାତ୍ରଛାତ୍ରୀ, ସନ୍ନ୍ୟାସୀ,ବିଦ୍ୱାନ ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ମିଶାଇ ପ୍ରାୟ ୧ ଲକ୍ଷ ଲୋକଙ୍କର ଭକ୍ତି ସମାବେଶ,ଯେଉଁମାନେ କି ସମ୍ମିଳିତ ଭାବେ ଶ୍ରୀମଦ ଭାଗବତ ଗୀତା ଆବୃତ୍ତି କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କୃଷ୍ଣ ଗର୍ଭଗୃହ ସମ୍ମୁଖରେ ଥିବା ସୁବର୍ଣ୍ଣ ତୀର୍ଥ ମଣ୍ଡପର ଉଦଘାଟନ କରିବେ ଏବଂ ପବିତ୍ର କନକନା କିନ୍ଦୀ ପାଇଁ କନକ କବଚ (ସୁନା ଛାଉଣୀ)ର ଲୋକାର୍ପଣ କରିବେ । ଏହା ଏକ ପବିତ୍ର ଝରକା ଯେଉଁବାଟେ ସନ୍ଥ କନକଦାସ ଭଗବାନ କୃଷ୍ଣଙ୍କ ଦିବ୍ୟ ଦର୍ଶନ ପାଇଥିବା ବିଶ୍ୱାସ କରାଯାଏ । ଉଡୁପିର ଶ୍ରୀକୃଷ୍ଣ ମଠ ବେଦାନ୍ତ ଦ୍ୱୈତ ଫିଲୋସୋଫିର ପ୍ରତିଷ୍ଠାତା ଶ୍ରୀ ମାଧବାଚାର୍ଯ୍ୟଙ୍କ ଦ୍ୱାରା ୮୦୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା ।

ଗୋଆରେ ପ୍ରଧାନମନ୍ତ୍ରୀ

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ ବର୍ଷପୂର୍ତ୍ତି ଉତ୍ସବ ଅବସରରେ ‘ଶ୍ରାଦ୍ଧ ପଞ୍ଚଶତମନୋତ୍ସବ’ରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦକ୍ଷିଣ ଗୋଆର କେନକୋନା ମଠକୁ ପରିଦର୍ଶନରେ ଯିବେ ।

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠରେ ପ୍ରଧାନମନ୍ତ୍ରୀ ୭୭ ଫୁଟ ଉଚ୍ଚର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରିବେ । ମଠ ଦ୍ୱାରା ବିକାଶ କରାଯାଇଥିବା ‘ରାମାୟଣ ଥିମ୍ ପାର୍କ ଗାର୍ଡେନ’କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱତନ୍ତ୍ର ଡାକ ଟିକଟ ଓ ସ୍ମାରକ ମୁଦ୍ରା ଉନ୍ମୋଚନ କରିବା ସହ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ ।

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠ ପ୍ରଥମ ଗୌଡ଼ ସାରସ୍ୱତ ବ୍ରାହ୍ମଣ ବୈଷ୍ଣବ ମଠ । ଏହା ଦ୍ୱୈତଶାସନକୁ ଅନୁସରଣ କରିଥାଏ,ଯାହାକି ତ୍ରୟୋଦଶ ଶତାବ୍ଦୀ ଏଡିରେ ଜଗଦଗୁରୁ ମାଧବାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ବ୍ୟବସ୍ଥା । ମଠର ମୁଖ୍ୟାଳୟ କୁଶବତୀ ନଦୀ କୂଳ ଦକ୍ଷିଣ ଗୋଆରେ ଥିବା ପାର୍ତ୍ତଗଳି ଠାରେ ଅବସ୍ଥିତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 4, 2026
June 04, 2026

India's Remarkable Stride Under PM Modi: Clean Energy Jobs, Infrastructure Surge & Global Trade Wins